‘ମଈ ମାସ’ରେ ଗ୍ରହଗୁଡିକର ସ୍ଥିତିରେ ହେବ ପରିବର୍ତ୍ତନ ! ‘୪ ନଂ’ରେ ଥିବା ରାଶିର ଜୀବନରେ ଉତ୍ତେଜନା ଦେଖାଦେଇପାରେ…

‘ମଈ ମାସ’ରେ ଗ୍ରହଗୁଡିକର ସ୍ଥିତିରେ ହେବ ପରିବର୍ତ୍ତନ ! ‘୪ ନଂ’ରେ ଥିବା ରାଶିର ଜୀବନରେ ଉତ୍ତେଜନା ଦେଖାଦେଇପାରେ…

ସମୟ ସମୟରେ ଗ୍ରହମାନେ ରାଶି ପରିବର୍ତ୍ତନ କରନ୍ତି ଏବଂ ଏହି ରାଶି ପରିବର୍ତ୍ତନ ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ମାସରେ ଅନେକ ଗ୍ରହ ସେମାନଙ୍କର ଗତିବିଧିକୁ ପରିବର୍ତ୍ତନ କରୁଛନ୍ତି ଏବଂ ଅନେକ ରାଶିରେ ଗତି କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ଗ୍ରହଗୁଡିକର ରାଶି ପରିବର୍ତ୍ତନ ମଇ ମାସରେ ଘଟିବାକୁ ଯାଉଛି । ଯାହାର ପ୍ରଭାବ ଅନେକ ରାଶିରେ ଦେଖିବାକୁ ମିଳିବ । ବୁଧ ଏବଂ ଶୁକ୍ର ମଈ ମାସରେ ଦୁଇଥର ସେମାନଙ୍କର ରାଶି ପରିବର୍ତ୍ତନ କରିବେ । ଯେତେବେଳେ ସୂର୍ଯ୍ୟ ଭଗବାନ ଗୋଟିଏଥର ରାଶି ପରିବର୍ତ୍ତନ କରିବେ ।

ବୃଷ ଓ ମିଥୁନ ରାଶିରେ ଗୋଚର କରିବ ବୁଧ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହ ମେଷ ରାଶିରୁ ବୃଷ ରାଶିକୁ ଗତି କରିବେ । ବୁଧ ଏହି ରାଶିରେ ମଇ ୨୬ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବ୍ୟବସାୟ ଇତ୍ୟାଦିର ଏକ କାରକ ଭାବରେ ବିବେଚନା କରାଯାଏ ଏବଂ ବୃଷ ରାଶିରେ ବୁଧ ଗ୍ରହଙ୍କର ଆଗମନ ହେତୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ବୃଷ ରାଶି ପାଇଁ ଏହି ଗତି କେତେକ କ୍ଷେତ୍ରରେ ଭଲ ପ୍ରମାଣିତ ହେବ । ଅନ୍ୟାନ୍ୟ ରାଶି ଉପରେ ଏହାର ପ୍ରଭାବ ମିଶ୍ରିତ ରହିବ ।

୨୬ରେ ବୁଧ ପୁଣିଥରେ ନିଜର ରାଶି ପରିବର୍ତ୍ତନ କରିବେ ଏବଂ ବୃଷରୁ ନିଜର ରାଶି ମିଥୁନକୁ ପ୍ରବେଶ କରିବେ । ଏହି ରାଶିରେ ବୁଧଦେବ ଜୁନ୍ ୩, ୨୦୨୧ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହି ସମୟରେ ୩୦ମଇ ୨୦୨୧ରେ ବୁଧ ଗ୍ରହ ମିଥୁନ ରାଶିରେ ଲିଣ୍ଣ ହୋଇଯିବେ ।

ବୁଧ ଗ୍ରହଙ୍କର ଶୁଭ ପ୍ରଭାବ ପାଇଁ ସବୁଜ ଜିନିଷ ଦାନ କରନ୍ତୁ ଏବଂ ବୁଧ ଗ୍ରହଙ୍କର କାହାଣୀ ପଢ଼ନ୍ତୁ । ବୁଧବାର ସବୁଜ ପୋଷାକ ପିନ୍ଧନ୍ତୁ । ଏହା କରିବା ଦ୍ୱାରା ବୁଧଙ୍କର ଗତିର ଆପଣଙ୍କ ଜୀବନରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ ।

ବୃଷ ଏବଂ ମିଥୁନ ରାଶିରେ ଶୁକ୍ରଙ୍କର ଗୋଚର

ଶୁକ୍ରଙ୍କର ରାଶି ପରିବର୍ତ୍ତନ ମଇ ୪ରେ ହେବ ଏବଂ ଏହି ଗ୍ରହ ମେଷ ରାଶି ଛାଡି ନିଜର ରାଶି ବୃଷ ରାଶିରେ ପ୍ରବେଶ କରିବେ । ଶୁକ୍ର ଦେବ ଏହି ରାଶିରେ ମଇ ୨୯ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଶୁକ୍ର ଗ୍ରହଙ୍କୁ ଭୌତିକ ସୁଖର କାରକ ଭାବରେ ବିବେଚନା କରାଯାଏ ଏବଂ ଏହି ଗତିର ପ୍ରଭାବ ବୃଷ ରାଶିର ଲୋକଙ୍କ ପାଇଁ ସର୍ବୋତ୍ତମ ବୋଲି ପ୍ରମାଣିତ ହେବାକୁ ଯାଉଛି ଏବଂ ସେମାନେ ଜୀବନ ସହ ଜଡିତ ସମସ୍ତ ସୁଖ ପାଇବାକୁ ଯାଉଛନ୍ତି ।

ମଇ୨୯ ପରେ ଶୁକ୍ର ଗ୍ରହ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ୨୨ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ମିଥୁନ ରାଶିରେ ଶୁକ୍ରଙ୍କ ଆଗମନ ହେତୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳିବ । କେତେକଙ୍କ ଉପରେ ଶୁଭ, କେତେକଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ଶୁକ୍ର ଦେବ ମହିମା, କଳା, ସୌନ୍ଦର୍ଯ୍ୟ ଏବଂ ସମ୍ବେଦନଶୀଳତାର କାରକ । ଶୁକ୍ର ଗ୍ରହଙ୍କ କାରଣରୁ ଜୀବନରେ କୌଣସି ଅସୁବିଧାକୁ ଏଡାଇବା ପାଇଁ ଶୁକ୍ରବାର ଦିନ ଶିବ ଲିଙ୍ଗଙ୍କୁ ପୂଜା କରନ୍ତୁ ଏବଂ ଶିବଲିଙ୍ଗ ଉପରେ ଫୁଲ ଅର୍ପଣ କରନ୍ତୁ ।

ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର

ମଇ ୧୪ ପର୍ଯ୍ୟନ୍ତ ସୂର୍ଯ୍ୟ ଭଗବାନ ମେଷ ରାଶିରେ ରହିବେ ଏବଂ ଏହାପରେ ବୃଷରେ ପ୍ରବେଶ କରିବେ । ଯାହା ସହିତ ବୁଧ ଏବଂ ସୂର୍ଯ୍ୟଙ୍କର ଏକକାଳୀନ ମିଳନ ହେବ । ଏହି ରାଶିରେ ସୂର୍ଯ୍ୟ ଦେବତା ୧୫ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ସୂର୍ଯ୍ୟ ଭଗବାନ ଆତ୍ମା, ମାନ ସମ୍ମାନ, ଉଚ୍ଚ ସ୍ଥିତି ଇତ୍ୟାଦିର କାରକ ଅଟନ୍ତି । ବୃଷ ରାଶିରେ ସୂର୍ଯ୍ୟଙ୍କ ଆଗମନ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇବ ।

ସୂର୍ଯ୍ୟଙ୍କର ଖରାପ ପ୍ରଭାବକୁ ଏଡାଇବା ପାଇଁ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ କାହାଣୀ ପଢ଼ନ୍ତୁ ଏବଂ ଏହାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ସୂର୍ଯ୍ୟ ଗ୍ରହଙ୍କର ନକାରାତ୍ମକ ପ୍ରଭାବ ଜୀବନରେ ଦେଖାଯିବ ନାହିଁ ।

Leave a Reply

Your email address will not be published. Required fields are marked *