ଲକ୍ଡ଼ାଉନ୍ ସ୍ଥତିରେ ଭାରତୀୟ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ କରିଲେ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ । ଦେଖନ୍ତୁ ଫଟୋ….

ଲକ୍ଡ଼ାଉନ୍ ସ୍ଥତିରେ ଭାରତୀୟ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ କରିଲେ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ । ଦେଖନ୍ତୁ ଫଟୋ….

ବିଶ୍ଵ ମହାମାରୀ କରୋନା କାରଣ ଯୋଗୁଁ ବିବାହ ଭଳି ଅନେକ ଶୁଭ କାର୍ଯ୍ୟ ଦୀର୍ଘ ଦିନ ହେଲା ଅର୍ଥାତ ଲକ୍ଡ଼ାଉନ୍ ପର ଠାରୁ ବନ୍ଦ ହୋଇ ରହିଛି କିନ୍ତୁ ଅନଲକ୍ ପ୍ରକ୍ରିୟା ପରଠାରୁ ଧୀରେ ଧୀରେ ଘରେ ପୁଣି ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିଲାଣି । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳର ଲେଗ୍-ସ୍ପିନର୍ ୟୁଜଭେନ୍ଦ୍ର ଚହଲଙ୍କ ଘରେ ଶୁଭ କାର୍ଯ୍ୟ ହେବାର ଖବର ଆସିଛି । ହଁ ଆଜ୍ଞ ! ଆପଣ ଠିକ୍ ପଢିଛନ୍ତି । କାରଣ ୟୁଜଭେନ୍ଦ୍ର ଚହଲ ଯେଉଁ ଝିଅକୁ ପସନ୍ଦ କରୁଥିଲେ ତାଙ୍କ ସହିତ ଆକସ୍ମିକ ଭାବରେ ନିର୍ବନ୍ଧ ସମାପନ ହୋଇଯାଇଛି ଯାହାଫଳରେ ତାଙ୍କ ପ୍ରସନକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କ୍ରିକେଟ ଖେଳ ପଡ଼ିଆରେ ବୋଲିଂ ଏବଂ ପଡ଼ିଆ ବାହାରେ ନିଜର ହସ୍ୟମୁଖ ଚେହେରା ସହ ସମସ୍ତଙ୍କ ହୃଦୟ ଜିତିଥିବା ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଲକ୍ଡ଼ାଉନ୍ ପରିସ୍ଥିତି ମଧ୍ୟରେ ନିର୍ବନ୍ଧ ସମାପନ ହୋଇଯାଇଛି । ସେ ଏହି ଖୁସିର ମୁହୂର୍ତ୍ତକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରି ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେଇଥିଲେ ।

ଚହଲ ଟ୍ୱିଟରରେ ଲେଖିଛନ୍ତି, ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ବିଷୟରେ ପ୍ରଶଂସକମାନଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି ଏବଂ କହିଛନ୍ତି, ଆମେ ପରସ୍ପରକୁ ପସନ୍ଦ କରୁଛୁ ଏବଂ ଆମ ପରିବାର ମଧ୍ୟ ଆମ ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି । ଏହା ସହିତ ସେ ତାଙ୍କ ଭାବି ପତ୍ନୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହାପୂର୍ବରୁ ସେ ଜୁମ୍ ଭିଡିଓ ଆପ୍ଲିକେଶନରେ ଧନଶ୍ରୀଙ୍କ ସହ ଅନେକ ଥର ନଜର ଆସିଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହ ବିଷୟକୁ ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।

ଧନଶ୍ରୀ ବର୍ମାଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଦର୍ଶାଯାଇଛି ଯେ, ସେ ଜଣେ ଡାକ୍ତର ଅଟନ୍ତି । ଏହା ବ୍ୟତୀତ ଧନଶ୍ରୀ ଜଣେ କୋରିଓଗ୍ରାଫର ମଧ୍ୟ ଅଟନ୍ତି ଏବଂ ସେ ୟୁଟ୍ୟୁବର୍ ଚ୍ୟାନେଲ ମଧ୍ୟ ଚଲାନ୍ତି ।

ପ୍ରଶଂସକ ଜଣାଇଲେ ଅଭିନନ୍ଦନ :

ଚହଲଙ୍କ ନିର୍ବନ୍ଧର ଖବର ସମ୍ମୁଖକୁ ଆସିବା ପରେ ସେଲିବ୍ରେଟଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ, ଅଲରାଉଣ୍ଡର ସୁରେଶ ରାଇନା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ କ୍ରିକେଟର୍ ଇରଫାନ ପଠାନ, ଇଂଲଣ୍ଡ କ୍ରିକେଟ୍ ଦଳର ଖେଳାଳି ଡାନିଏଲ୍ ସହ ଅନେକ ଲୋକ ଚହଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ, ଏହି ଖବର ଚାହଲଙ୍କ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଚକିତ କରିଦେଇଛି, କାରଣ ଚାହଲଙ୍କ ବର୍ତ୍ତମାନ ନିର୍ବନ୍ଧ କରିବେ ଏହି ବିଷୟରେ କାହାରି ଧାରଣା ନଥିଲା ।

Leave a Reply

Your email address will not be published. Required fields are marked *