ଆପଣଙ୍କ ରାଶି କହିବ ଆପଣଙ୍କ ମଧ୍ୟରେ କେଉଁ ଖରାପ ଗୁଣ ରହିଛି ! ଜାଣନ୍ତୁ…

ଆପଣଙ୍କ ରାଶି କହିବ ଆପଣଙ୍କ ମଧ୍ୟରେ କେଉଁ ଖରାପ ଗୁଣ ରହିଛି ! ଜାଣନ୍ତୁ…

ସମସ୍ତଙ୍କୁ ନିଜ ରାଶି ଜଣାଥାଏ । ସମସ୍ତଙ୍କର ରାଶିରେ କିଛି ଖରାପ ଏବଂ କିଛି ଭଲ ଲେଖା ହୋଇଥାଏ । କେତେକ ଲୋକଙ୍କୁ ନିଜ ରାଶିରେ ଲେଖା ହୋଇଥିବା କଥା ଉପରେ ଏତେ ବିଶ୍ୱାସ ହୋଇଥାଏ କି ଯେକୌଣସି କାମ ଏହା ଅନୁସାରେ କରିବାକୁ ପସନ୍ଦ କରିଥାନ୍ତି । ଆମେ ସମସ୍ତେ ଜାଣିଥିବା ଯେ, ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଥାଏ ଏବଂ ପ୍ରତ୍ୟେକ ରାଶିର ନିଜ ନିଜ ଗୁଣ ଏବଂ ଦୋଷ ରହିଥାଏ । ଆଜି ଆମେ ଏହି ୧୨ଟି ରାଶିର ଗୁଣ ବିଷୟରେ କହିବାକୁ ଯାଉଛୁ । ଭଲ ଗୁଣ ଠାରୁ ଲୋକମାନଙ୍କୁ ନିଜ ଖରାପ ଗୁଣ ବିଷୟରେ ଅବଗତ ରହିବା ଉଚିତ୍ । ଖରାପ ଗୁଣ ଜାଣିଥିଲେ ଆପଣ ସେଥିରେ ପରିବର୍ତ୍ତନ ଆଣିପାରିବେ । ତେବେ ଆସନ୍ତୁ କେଉଁ ରାଶିରେ କେଉଁ ଦୋଷ ରହିଛି, ସେ ବିଷୟରେ ଜାଣିବା ।

ମେଷ ରାଶି:-

ଏହି ରାଶିର ଲୋକମାନେ ଅତ୍ୟନ୍ତ ରାଗୀ ସ୍ୱଭାବର ହୋଇଥାନ୍ତି । ଯେକୌଣସି ଛୋଟ କଥାରେ ଏମାନଙ୍କୁ ଶୀଘ୍ର କ୍ରୋଧ ଆସି ଯାଇଥାଏ । ଅଧିକ କ୍ରୋଧ କାରଣରୁ ଏହି ଲୋକମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି । ଏବଂ ଏମାନଙ୍କର ଏହି ଗୁଣ ଏମାନଙ୍କୁ ସଫଳ ହେବାରୁ ରୋକିଥାଏ ।

ବୃଷ ରାଶି:-

ବୃଷ ରାଶିର ଲୋକମାନେ ଅତ୍ୟନ୍ତ ଦଖଲି ସ୍ୱଭାବର ହୋଇଥାନ୍ତି । ନିଜ ସମ୍ପର୍କରେ ଏମାନେ କୌଣସି ଦଖଲକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମଧ୍ୟରେ ଈର୍ଷ୍ୟା ଭାବନା ଅଧିକ ରହିଥାଏ । ଏହି ରାଶିର ଲୋକମାନେ ନିଜ ସମ୍ପର୍କରେ ସ୍ଥିରତା ଚାହିଁଥାନ୍ତି । ସ୍ଵଭାବରେ ଜିଦିଆ ହୋଇଥିବା କାରଣରୁ ଏମାନଙ୍କୁ ମନେଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନେ ଅତ୍ୟନ୍ତ ମନୁଆ ସ୍ୱଭାବର ହୋଇଥାନ୍ତି । କୌଣସି କାମକୁ ଏହି ଲୋକମାନେ ନିଜ ମନ ଅନୁଯାୟୀ କରିଥାନ୍ତି । ମନ ପରିବର୍ତ୍ତନ ହେବା କାରଣରୁ ଏମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଫାଟ ସୃଷ୍ଟି ହେବାକୁ ଲାଗିଥାଏ । ଏହି ରାଶିର ଲୋକମାନଙ୍କ ମଧ୍ୟରେ ପ୍ରାୟତଃ ପାରସ୍ପାରିକ ମତଭେଦ ରହିଥାଏ ।

କର୍କଟ ରାଶି:-

କର୍କଟ ରାଶିର ଲୋକମାନେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି । ଏମାନଙ୍କୁ ଛୋଟ ଛୋଟ କଥା ଅତ୍ୟନ୍ତ ଖରାପ ଲାଗିଥାଏ । ଏହି ରାଶିର ଲୋକମାନେ ଅଧିକ ମାତ୍ରାରେ ‘ଡିପ୍ରେସନ୍’ର ଶିକାର ହୋଇଥାନ୍ତି । ଏମାନଙ୍କ ମନରେ ସଦାସର୍ବଦା ନକରାତ୍ମକ ଭାବନା ବୁଲିଥାଏ । ଏହି ଲୋକମାନେ ଖରାପରୁ ଖରାପ କଥା ଭାବିବାରେ ପାରଙ୍ଗମ ହୋଇଥାନ୍ତି ।

ସିଂହ ରାଶି:-

ସିଂହ ରାଶିର ଲୋକମାନଙ୍କୁ ପ୍ରାଧାନ୍ୟ ବିସ୍ତାର କରିବା ସ୍ୱଭାବ ଭାବରେ ବିବେଚନା କରାଯାଇଥାଏ । ଏହି ଲୋକମାନଙ୍କୁ ଅନ୍ୟ ଉପରେ ହୁକୁମ ଚଳାଇବାକୁ ଭଲ ଲାଗିଥାଏ । ଏହି ରାଶିର ଲୋକମାନଙ୍କ ମଧ୍ୟରେ ଗର୍ବ ବହୁମାତ୍ରାରେ ରହିଥାଏ ଏବଂ ଏହା ସେମାନଙ୍କର ସବୁଠାରୁ ବଡ଼ ବିଶେଷତା ଅଟେ ।

କନ୍ୟା ରାଶି:-

କନ୍ୟା ରାଶିର ଲୋକମାନେ କାହାର ଭୁଲ୍ କୁ ଶୀଘ୍ର କ୍ଷମା କରିପାରନ୍ତି ନାହିଁ । ଭୁଲ୍ କୁ ଭୁଲିବାରେ ଏହି ଲୋକମାନେ ବହୁତ ସମୟ ଲଗାଇ ଦିଅନ୍ତି । ଏହି ରାଶିର ଲୋକମାନେ ଅତ୍ୟନ୍ତ ଚୟନକାରୀ ହୋଇଥାନ୍ତି । ଏମାନଙ୍କ ପ୍ରତ୍ୟେକ ଜିନିଷରେ ପସନ୍ଦ, ନାପସନ୍ଦ ରହିଥାଏ । ଏହି ଲୋକମାନେ ଝଗଡା କରିବାରେ ସବୁଠାରୁ ଆଗରେ ରହିଥାନ୍ତି ଏବଂ ଛୋଟ ଛୋଟ କଥାରେ ଝଗଡା କରିବାକୁ ଲାଗିପଡନ୍ତି ।

ତୁଳା ରାଶି:-

ତୁଳା ରାଶିର ଲୋକମାନେ ନିଜ ନିଷ୍ପତ୍ତି ନିଜେ ନେବାରେ ଅସମର୍ଥ ହୋଇଥାନ୍ତି । ନିଜ ନିଷ୍ପତ୍ତି ପାଇଁ ଏମାନଙ୍କୁ କୌଣସି ନା କୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ । ଏହି ରାଶିର ଲୋକମାନେ ଅନ୍ୟମାନଙ୍କ କଥା ଉପରେ ଖୁବଶୀଘ୍ର ପ୍ରଭାବିତ ହୋଇଯାଆନ୍ତି । ଏମାନଙ୍କର ବିଚାର ସ୍ଥିର ରହେନାହିଁ । ଏମାନେ ପ୍ରତ୍ୟେକ ସମୟରେ ନିଜର ବିଚାର ପରିବର୍ତ୍ତନ କରିଥାନ୍ତି ।

ବିଛା ରାଶି:-

ବିଛା ରାଶିର ଲୋକମାନଙ୍କ ମଧ୍ୟରେ ପ୍ରତିଶୋଧ ନେବାର ଭାବନା ବହୁମାତ୍ରାରେ ରହିଥାଏ । ପ୍ରତିଶୋଧ ନେବା ପାଇଁ ଏହି ଲୋକମାନେ କିଛି ବି କରିପାରନ୍ତି । ଯେପର୍ଯ୍ୟନ୍ତ ଏମାନେ ପ୍ରତିଶୋଧ ନ ନିଅନ୍ତି , ସେପର୍ଯ୍ୟନ୍ତ ଏମାନେ ଶାନ୍ତିରେ ବସିପାରନ୍ତି ନାହିଁ । ଏହି ରାଶିର ଲୋକମାନେ ନିଜ ଜୀବନସାଥୀ ପ୍ରତି ଅତ୍ୟନ୍ତ ଦଖଲି ହୋଇଥାନ୍ତି ।

ଧନୁ ରାଶି:-

ଧନୁ ରାଶିର ଲୋକମାନେ ବହୁତ କଥାବାର୍ତ୍ତା କରିଥାନ୍ତି । ଏମାନେ ଏଭଳି କଥା କହିଦିଅନ୍ତି, ଯାହାଦ୍ୱାରା କାହାକୁ ମଧ୍ୟ ଦୁଃଖ ପହଞ୍ଚିପାରେ । ଏମାନଙ୍କର କଠୋର କଥା ଦ୍ୱାରା ଲୋକମାନେ ଆହତ ହୋଇଯାଆନ୍ତି । ଏହି ରାଶିର ଲୋକମାନେ ନିଜ କଥାରେ ଅଟକି ରହନ୍ତି ନାହିଁ । ଏମାନଙ୍କର ମନ ପରିବର୍ତ୍ତନ ହେଉଥାଏ । ଏହି ଲୋକମାନେ ବର୍ତ୍ତମାନ କିଛି ଭାବୁଥାନ୍ତୁ ଆଉ ଟିକିଏ ପରେ ଆଉ କିଛି ଭାବନ୍ତି ।

ମକର ରାଶି:-

ମକର ରାଶିର ଲୋକମାନେ ଅନ୍ୟମାନଙ୍କୁ ଇଜ୍ଜତ କଣ ଜାଣନ୍ତି ନାହିଁ । ଏମାନେ ଯେକୌଣସି ବ୍ୟକ୍ତିଙ୍କର ଅପମାନ କରିଦିଅନ୍ତି । ଅନ୍ୟମାନଙ୍କ ଭାବନା ଉପରେ ଏମାନଙ୍କର କୌଣସି ମୂଲ୍ୟ ନଥାଏ । ଏହି ରାଶିର ଲୋକମାନଙ୍କର ନିଜର ଏକ ଭିନ୍ନ ଆଇନ୍ କାନୁନ୍ ରହିଥାଏ । ଏହି ରାଶିର ଲୋକମାନେ କୌଣସି ନିୟମକୁ ଅନୁସରଣ କରିବାରେ ବିଶ୍ୱାସ ରଖନ୍ତି ନାହିଁ ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକମାନେ ଅନ୍ୟମାନଙ୍କ ଠାରୁ ଦୂରତା ଅବଲମ୍ବନ କରିବା ପସନ୍ଦ କରନ୍ତି । ଏମାନଙ୍କୁ ଲୋକମାନଙ୍କ ସହ ଅଧିକ ମିଶିବା ପସନ୍ଦ ନୁହେଁ । ଏହି ରାଶିର ଲୋକମାନେ ଅନ୍ତର୍ମୁଖୀ ହୋଇଥାନ୍ତି । ଏମାନଙ୍କୁ ନିଜ ମଧ୍ୟରେ ରହିବା ପସନ୍ଦ ହୋଇଥାଏ । ଏହି ରାଶିର ଲୋକମାନେ ଅନ୍ୟମାନଙ୍କ କଥାରେ ଚାଲନ୍ତି ନାହିଁ । ଏମାନେ ନିଜ ଜୀବନ ନିଜ ଅନୁଯାୟୀ ଚାଲିଥାନ୍ତି । ଏହି ରାଶିର ଲୋକମାନେ କେବେ କେବେ ହିଂସକ ସ୍ଵଭାବର ମଧ୍ୟ ହୋଇଯାଆନ୍ତି ।

ମୀନ ରାଶି:-

ମୀନ ରାଶିର ଲୋକମାନେ ନିଜର ଏକ ଭିନ୍ନ ଦୁନିଆଁରେ ରହିଥାନ୍ତି । ଏହି ରାଶିର ଲୋକମାନେ ଅଧିକ ସମୟରେ ସନ୍ଦେହରେ ରହିଥାନ୍ତି । ଏମାନଙ୍କୁ ନିଜ ଆବଶ୍ୟକତା ବୁଝା ପଡେନାହିଁ । ମୀନ ରାଶିର ଲୋକମାନଙ୍କୁ ବୁଝା ପଡେନାହିଁ କି ଜୀବନରେ ଏମାନଙ୍କୁ କଣ ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *