ଏହି ଝିଅକୁ ଦେଖିବା ମାତ୍ରେ ଐଶ୍ଚର୍ଯ୍ୟା ରାୟଙ୍କୁ ଭୁଲିଯିବେ ଆପଣ ! ପୁରାପୁରି ନକଲ ଦେଖାଯାନ୍ତି ବଚ୍ଚନ ପରିବାର ବୋହୂଙ୍କ…

ଏହି ଝିଅକୁ ଦେଖିବା ମାତ୍ରେ ଐଶ୍ଚର୍ଯ୍ୟା ରାୟଙ୍କୁ ଭୁଲିଯିବେ ଆପଣ ! ପୁରାପୁରି ନକଲ ଦେଖାଯାନ୍ତି ବଚ୍ଚନ ପରିବାର ବୋହୂଙ୍କ…

ସୋସିଆଲ୍ ମିଡ଼ିଆ ଯୁଗରେ କିଏ, କେବେ, କେଉଁଠି, କିପରି ଭାଇରଲ୍ ହୋଇଯିବ କିଛି କୁହାଯାଇପାରିବ ନାହିଁ । ନିକଟରେ ପାକିସ୍ତାନର ଜଣେ ଝିଅ ସୋସିଆଲ୍ ମିଡ଼ିଆ ଖବରରେ ଛାଇହୋଇ ରହିଛନ୍ତି । ତାଙ୍କ ଖବରରେ ରହିବା କାରଣ ତାଙ୍କ ହିନ୍ଦୀ ସିନେମାର ବହୁତ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଭଳି ଦେଖାଯିବା ଅଟେ ।

ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଚଳଚ୍ଚିତ୍ର କଳାକାର ମାନଙ୍କ ନକଲମାନେ ସୋସିଆଲ୍ ମିଡିଆ ଖବରରେ ଛାଇ ହୋଇରୁହନ୍ତି । ବର୍ତ୍ତମାନ ପାକିସ୍ତାନର ଏହି ଝିଅ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଝିଅର ନାମ ଆମନା ଇମ୍ରାନ୍ ଅଟେ । ଯିଏକି ଜୀବିକାରେ ଜଣେ ବ୍ଲଗର୍ ଅଟନ୍ତି । ଦେଖିବାକୁ ଆମନା ଐଶ୍ଚର୍ଯ୍ୟାଙ୍କ ନକଲ ଅଟନ୍ତି ସୋସିଆଲ୍ ମିଡ଼ିଆରେ ଆମନାଙ୍କ ଅନେକଗୁଡ଼ିଏ ଫଟୋ ଭାଇରଲ୍ ହେଉଛି । ଐଶ୍ଚର୍ଯ୍ୟାଙ୍କ ଭଳି ଦେଖାଯିବା ସଙ୍ଗେ ସଙ୍ଗେ ଆମନା ସୁନ୍ଦରତାରେ ମଧ୍ୟ ତାଙ୍କୁ ଟକ୍କର୍ ଦିଅନ୍ତି ।

ଆମନା ଲଗାତାର ଖବରରେ ଛାଇ ହୋଇ ରହିଛନ୍ତି । ତାଙ୍କ ଇଂଷ୍ଟାଗ୍ରାମରେ ନଜର ପକାଇବା ତେବେ ତାହା ତାଙ୍କର ସୁନ୍ଦର ଫଟୋରେ ଭରି ରହିଛି । ଅଧିକାଂଶ ସମୟରେ ଦେଖାଯାଏ ଯେ, କେବେ ବଲିଉଡ଼ ଅଭିନେତା ତ ଆଉ କେବେ ବଲିଉଡ଼ ଅଭିନେତ୍ରୀଙ୍କ ନକଲ ଇଣ୍ଟରନେଟ୍ ଧମାଲ୍ କରିଦେଇଛି । ସୋସିଆଲ୍ ମିଡ଼ିଆରେ ଆମନା ଇମ୍ରାନଙ୍କ ନାମ ଖୁବ୍ ଭାଇରଲ୍ ହେଉଛି ।

ଜଣାଇଦେଉଛୁ ଯେ, ଆମନାଙ୍କ ଜୀବିକା ହେଉଛି ବ୍ଲଗ୍ ଲେଖିବା । ସେ ଏକ ବ୍ୟୁଟି ବ୍ଲଗର ଅଟନ୍ତି । ଆମନା ଇମ୍ରାନ୍, ଐଶ୍ଚର୍ଯ୍ୟାଙ୍କ ଭଳି ଦେଖାଯିବା ସଙ୍ଗେ ସଙ୍ଗେ ଅନେକ ଥର ତାଙ୍କ ନକଲ କରୁଥିବାର ନଜର ଆସନ୍ତି । ତାଙ୍କ ଫୋଟ ଏପରି ରହିଛି ଯେଉଁଥିରେ ସେ ଐଶ୍ଚର୍ଯ୍ୟାଙ୍କ ଭଳି ପୋଜ୍ ଦେଉଥିବାର ନଜର ଆସୁଛନ୍ତି, ଏଥିସହିତ ସେ ଐଶ୍ଚର୍ଯ୍ୟାଙ୍କ ଭଳି ପୋଷାକ ମଧ୍ୟ ପିନ୍ଧିଛନ୍ତି ।

ଏପରି ଅନେକଥର ଦେଖାଯାଇଛି ଯେତେବେଳେ ଆମନା ନିଜ ଓ ଐଶ୍ଚର୍ଯ୍ୟାଙ୍କ ଫୋଟ ଏକାଠି ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଆମନା ସବୁଥର ଐଶ୍ଚର୍ଯ୍ୟାଙ୍କୁ ଟକ୍କର୍ ଦେଉଥିବାର ନଜର ଆସନ୍ତି । ସୋସିଆଲ୍ ମିଡିଆରେ ଆମନାଙ୍କ କିଛି ଫୋଟ ସହ ତାଙ୍କର କିଛି ଭିଡ଼ିଓ ମଧ୍ୟ ଭାଇରଲ୍ ହୋଇଛି, ଯେଉଁଥିରେ ସେ ଐଶ୍ଚର୍ଯ୍ୟାଙ୍କ ଭଳି ଦେଖିବା ସୁଯୋଗ ଛାଡ଼ନ୍ତି ନାହିଁ ।

ପାକିସ୍ତାନର ଆମନା ଇମ୍ରାନ୍ ନିକଟରେ କିଛି ଦିନ ମଧ୍ୟରେ ବହୁତ ଚର୍ଚ୍ଚିତ ହୋଇ ସାରିଛନ୍ତି । ସେ କେବେ ଶାଢ଼ୀ ତ ଆଉ କେବେ ଫର୍ମଲ୍ ଡ୍ରେସରେ ନିଜ ସୁନ୍ଦର ଫଟୋଗୁଡିକ ସେୟାର୍ କରନ୍ତି ।

ଇଂଷ୍ଟାଗ୍ରାମରେ ଆମନା ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ଫୋଟଗୁଡିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଇଂଷ୍ଟାଗ୍ରାମରେ ତାଙ୍କ ଅଢେ଼ଇ ହଜାର ଫୋଲୋୱର୍ ରହିଛନ୍ତି ।

ଜଣାଇଦେଉଛୁ ଯେ ଏହା ପୂର୍ବରୁ ମରାଠୀ ଚଳଚ୍ଚିତ୍ରର ଅଭିନେତ୍ରୀ ମାନସୀ ନାଏକ ମଧ୍ୟ ଐଶ୍ଚର୍ଯ୍ୟାଙ୍କ ଭଳି ଦେଖିବାକୁ ନେଇ ଖବରରେ ଛାଇ ରହିଛନ୍ତି । ମାନସୀ ମଧ୍ୟ ନିଜର ଅନେକଗୁଡ଼ିଏ ଫୋଟରେ ଐଶ୍ଚର୍ଯ୍ୟାକୁ ନକଲ କରୁଥିବାର ନଜର ଆସୁଛନ୍ତି ।

ଜଣାଇଦେଉଛୁ ଯେ ଦେଶ ବିଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ଷୟ କୁମାର, ସଲମାନ୍ ଖାଁ, ରଣବିର୍ କପୂର, ଶାହରୁଖ ଖାଁ ଓ କୈଟ୍ରିନା କୈଫଙ୍କ ଅନେକଗୁଡ଼ିଏ ନକଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *