ଟଙ୍କା ସହ ଜଡ଼ିତ ଏହି ରହସ୍ୟ ଜାଣିବା ପରେ ଆପଣ ହୋଇଯିବେ ଚକିତ !

ଟଙ୍କା ସହ ଜଡ଼ିତ ଏହି ରହସ୍ୟ ଜାଣିବା ପରେ ଆପଣ ହୋଇଯିବେ ଚକିତ !

ଦୁନିଆରେ ବୋଧହୁଏ ଏପରି କୌଣସି ବ୍ୟକ୍ତି ଥିବେ ଯିଏ ଟଙ୍କାକୁ ପ୍ରେମ କରୁନଥିବ । ଏବଂ ହେବ ନାହିଁ କାହିଁକି ସମସ୍ତ ଭୌତିକ ଆବଶ୍ୟକତାକୁ ପୂରଣ କରିବା ସାଧନ ହେଉଛି ଟଙ୍କା । ଭାରତୀୟ ମୁଦ୍ରା ବିଷୟରେ ଆମେ ଯାହା କିଛି ଜାଣୁ, ତାହା ରିଜର୍ଭ ବ୍ୟାଙ୍କ ଦେଇଛି । କିନ୍ତୁ ଏହି ଟଙ୍କା ବା ଅର୍ଥର ଇତିହାସ ଓ ଏହା ପଛରେ ଲୁଚି ରହିଥିବା କିଛି ତଥ୍ୟ ରହିଛି ଯାହାକୁ ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ।

୧. ୫,୦୦୦ ଓ ୧୦,୦୦୦ ଟଙ୍କାର ନୋଟ ୧୯୫୪ରୁ ୧୯୭୮ ମଧ୍ୟରେ ଭାରତରେ ପ୍ରଚଳିତ ଥିଲା ।

newstrend

୨. ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାକିସ୍ତାନ ଭାରତୀୟ ଟଙ୍କାର ବ୍ୟବହାର କରୁଥିଲା, ଯେତେବେଳେ ପର୍ଯ୍ୟନ୍ତ ସେ ପର୍ଯ୍ୟାପ୍ତ ମାତ୍ରାରେ ନୋଟ ଛପେଇ ପାରିନଥିଲା ।

newstrend

୩. ଏକ ଟଙ୍କିଆ ନୋଟ ଅର୍ଥ ମନ୍ତ୍ରାଳୟ ଜାରି କରେ, ଯାହା ଉପରେ ଅର୍ଥ ମନ୍ତ୍ରାଳୟର ସଚିବଙ୍କ ହସ୍ତାକ୍ଷର ରହିଥାଏ ।

newstrend

୪. ବିଂଶ ଶତାବ୍ଦୀର ଆରମ୍ଭରେ ଟଙ୍କା – ଅଦନ, ଓମାନ, କୁଏତ, ବହରିନ, କତ୍ତର, ୟୁଗାଣ୍ଡା, ତୃସିୟନ ରାଜ୍ୟ, କେନ୍ୟା, ଶେଶିଲିସ ଓ ମରିଶସ ଭଳି ଦେଶର ମୁଦ୍ରା ଥିଲା ।

newstrend

୫. ନେପାଳରେ ୫୦୦ ଓ ୧,୦୦୦ ଟଙ୍କାର ନୋଟକୁ ବ୍ୟାନ୍ କରାଯାଇଛି ।

newstrend

୬. ଏକ ସମୟରେ ୫ ଟଙ୍କିଆ ମୁଦ୍ରାକୁ ବାଂଲାଦେଶ ସ୍ମଗଲିଙ୍ଗ କରୁଥିଲା, ଯେଉଁଥିରୁ ସେମାନେ ରେଜର ବ୍ଲେଡ୍ ତିଆରି କରୁଥିଲେ ।

newstrend

୭. କମ୍ପ୍ୟୁଟରରେ ₹ ଟାଇପ୍ କରିବା ପାଇଁ Ctrl+Shift+$’ ବଟନକୁ ଦବାନ୍ତୁ ।

newstrend

୮. ୧୦ ଟଙ୍କା ନିର୍ମାଣ କରିବା ପାଇଁ ୬.୧୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

newstrend

୯. ଅତୀତରେ ମୁଦ୍ରା ଅଭାବ କାରଣରୁ ରିଜର୍ଭ ବ୍ୟାଙ୍କ ବିଦେଶରେ ମଧ୍ୟ ମୁଦ୍ରା ତିଆରି କରିବା କାମ କରିଥାଏ ।

newstrend

୧୦ . କୌଣସି ମୁଦ୍ରାର ନିର୍ମାଣ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଏହା ଉପରେ ଛପା ହୋଇଥିବା ବର୍ଷ ତଳକୁ ଦେଖିବା ଦରକାର ଏବଂ ସେଠାରେ ଛପା ହୋଇଥିବା ଚିହ୍ନକୁ ଦେଖି ଆପଣ ଜାଣିପାରିବେ ଯେ ତାହା କେଉଁ ସ୍ଥାନରୁ ନିର୍ମିତ ହୋଇଛି ।

newstrend

୧୧ . ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନୋଟରେ ଅନ୍ୟ ୧୫ଟି ଭାଷା ମଧ୍ୟରେ ଲେଖା ଯାଇଥାଏ ଯାହା ନୋଟର ପଛ ପଟେ ଥାଏ ।

newstrend

୧୨ . ଯଦି ଆପଣଙ୍କ ପାଖରେ ଚିରା ଫଟା ନୋଟ ଅଛି କିମ୍ବା ଫାଟି ଥିବା ନୋଟର ୫୧% ଅଂଶ ରହିଛି ତେବେ ଆପଣ ଏହି ନୋଟକୁ ବ୍ୟାଙ୍କରେ ଯାଇ ବଦଳାଇ ନୂଆଁ ନୋଟ ଆଣିପାରିବେ ।

newstrend

୧୩ . ୧୯୧୭ ମସିହାରେ ଟଙ୍କା ଡ଼ଲାର ମୁକାବିଲାରେ ଅଧିକ ଥିଲା । ୧ ଟଙ୍କା = ୧୩ ଆମେରିକୀୟ ଡଲାର ଥିଲା । ଅଟେ ନା ଆଶ୍ଚର୍ଯ୍ୟଜନକ ବିଷୟ ?

newstrend

୧୪ . ସମସ୍ତ ନୋଟ ଭିତରେ ଭାରତୀୟତାର ଛବି ଅଙ୍କିତ ହୋଇଥାଏ । ଯେପରିକି ୨୦ ଟଙ୍କା ନୋଟରେ ଆଣ୍ଡାମାନ ଦ୍ବୀପର ଛବି ଅଙ୍କିତ ହୋଇଥାଏ ।

newstrend

୧୫ . ଏକ ସମୟରେ ଭ୍ରଷ୍ଟାଚାର ସହିତ ଲଢ଼ିବା ପାଇଁ ୦ ଟଙ୍କାର ନୋଟ ଫିଫତ ପିଲର ନାମକ ବେଆଇନ ସରକାରୀ ସଂସ୍ଥା ଦ୍ୱାରା ଜାରି କରାଯାଉଥିଲା ।

newstrend

ଆମକୁ ବିଶ୍ୱାସ ଯେ ଆପଣଙ୍କୁ ଏହି ସମସ୍ତ ତଥ୍ୟ ରୋଚକ ଲାଗିଥିବ ଓ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *