କାରଗିଲ୍ ଯୁଦ୍ଧର ଏହି ଫଟୋ ଗୁଡ଼ିକୁ ଦେଖି ଆପଣଙ୍କୁ ମଧ୍ୟ ସେନାଙ୍କ ବୀର ଯବାନ ଗୁଡ଼ିକ ଉପରେ ହେବ ଗର୍ବ !

କାରଗିଲ୍ ଯୁଦ୍ଧର ଏହି ଫଟୋ ଗୁଡ଼ିକୁ ଦେଖି ଆପଣଙ୍କୁ ମଧ୍ୟ ସେନାଙ୍କ ବୀର ଯବାନ ଗୁଡ଼ିକ ଉପରେ ହେବ ଗର୍ବ !

ଆଜି କାରଗିଲ୍ ବିଜୟ ଦିବସ ଅଛି । ଏହି ଦିନ ପ୍ରତିବର୍ଷ ୨୬ ଜୁଲାଇରେ ଶହୀଦ୍ ମାନଙ୍କ ସ୍ମୃତିରେ ପାଳନ କରାଯାଏ । ଯିଏ କାରଗିଲ୍ ଯୁଦ୍ଧ ସମୟରେ ଦେଶ ପାଇଁ ଲଢ଼ି ନିଜର ପ୍ରାଣର ବଳିଦାନ ଦେଇଥିଲେ । ୬୦ ଦିନ ପର୍ଯ୍ୟନ୍ତ ଚାଲୁଥିବା କାରଗିଲ୍ ଯୁଦ୍ଧକୁ ପ୍ରତିବର୍ଷ ବିଜୟ ଦିବସ ରୂପେ ପାଳନ କରାଯାଏ ।

google

ପାଖାପାଖି ୧୮ ହଜାର ଫିଟ୍ ଉଚ୍ଚତାରେ ୨୦ ବର୍ଷ ପୂର୍ବରୁ ୨୬ ଜୁଲାଇ ୧୯୯୯ ମସିହାରେ ହୋଇଥିବା କାରଗିଲ୍ ଯୁଦ୍ଧ ଭାରତୀୟ ସେନାର ସାହସ ଓ ଦେଶପ୍ରେମର ଏପରି ଏକ ଉଦାହରଣ ଅଟେ । ଯାହା ଉପରେ ସମସ୍ତ ଦେଶବାସୀଙ୍କୁ ଗର୍ବ ଅନୁଭବ କରିବା ଉଚିତ । ଏହି ଅବସରରେ ଆମେ କାରଗିଲ ଯୁଦ୍ଧର ଏପରି ନଦେଖିବା ଫଟୋ ଆପଣଙ୍କ ନେଇ ଆସିଛୁ, ଯାହାକୁ ଦେଖି ଆପଣ ଭାରତୀୟ ସେନା ଉପରେ ଗର୍ବ ଅନୁଭବ କରିବେ ।

google

୧୯୯୯ ମସିହାରେ ମଈ ମାସ ଚାଲୁଥିଲା ଯେତେବେଳେ ଭାରତୀୟ ସେନାକୁ ସୂଚନା ମିଳିଲା ଯେ ପାକିସ୍ତାନୀ ସୈନିକ ଓ କାଶ୍ମୀରୀ ଆତଙ୍କବାଦୀ ମାନଙ୍କୁ କାରଗିଲ୍ ଶିଖରରେ ଦେଖାଯାଇଥିଲା । ପାକିସ୍ତାନୀ ମାନଙ୍କ ଭାରତୀୟ ସୀମାରେ ପଶିବା କୌଣସି ଛୋଟ କଥା ନୁହେଁ ଏବଂ ସେ ଭାରତ ଭୂମିରେ ଅକ୍ତିଆର ଜାହିର କରିବା ପାଇଁ ଆଗକୁ ବଢ଼ୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା କାରଗିଲ୍ ଯୁଦ୍ଧ ।

google

କାରଗିଲ୍ ବିଜୟ ଦିବସକୁ ଆଜି ୨୧ ବର୍ଷ ପୂରଣ ହୋଇଯାଇଛି । ସମସ୍ତ ଭାରତୀୟ ମାନଙ୍କ ପାଇଁ ୨୬ ଜୁଲାଇ ଏକ ଗର୍ବର ଦିନ ଅଟେ । ଏହିଦିନ ନାକେବଳ ଭାରତୀୟ ସେନା ପାକିସ୍ତାନୀ ସୈନିକଙ୍କୁ କାରଗିଲ୍ ପାହାଡ଼କୁ ପୁଣିଥରେ ଘଉଡ଼ାଇ ଦେଇଥିଲେ ବରଂ ଏହା ମଧ୍ୟ ସାବ୍ୟସ୍ତ କରିଥିଲେ ଯେ ଭାରତ ଆଡକୁ କୁଦୃଷ୍ଟିରେ ଦେଖୁଥିବା ଲୋକଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ।

google

୮ ମଈ ୧୯୯୯ରେ ଆରମ୍ଭ ହୋଇଥିବା କାରଗିଲ୍ ଯୁଦ୍ଧ ୨୬ ଜୁଲାଇକୁ ଶେଷ ହୋଇଥିଲା । ୬୦ ଦିନ ଚାଲିଥିବା ଏହି ଯୁଦ୍ଧରେ ଭାରତ ନିଜର ଅନେକ ବୀର ଯବାନ ହରେଇଥିଲେ କିନ୍ତୁ ଯବାନ ମାନେ ଭାରତ ମାତାଙ୍କ ମୁଣ୍ଡ ନୁଆଇଁବାକୁ ଦେଲେ ନାହିଁ ।

google
google

ଏହି ଅଭିଯାନରେ ପାକିସ୍ତାନୀ ମାନେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଯାଇଥିଲା । ପାକିସ୍ତାନୀ ସେନା ନିଜର ୫୦୦୦ ଯବାନକୁ କାରଗିଲ୍ ଉପରେ ଚଢିବା ପାଇଁ ପଠାଯାଇଥିଲା । ପାକିସ୍ତାନ ୧୯୯୮ ମସିହାରୁ ଏହି ଯୁଦ୍ଧର ଆରମ୍ଭ କରିଥିଲେ ଏବଂ ହଠାତ୍ ଭାରତ ଉପରେ ଆକ୍ରମଣ କରିବା ପାଇଁ ଚାହୁଁଥିଲେ କିନ୍ତୁ ଭାରତୀୟ ଯବାନଙ୍କ ଅଦମ୍ୟ ସାହସ ଓ ବୀରତ୍ବ ସମ୍ମୁଖରେ ପାକିସ୍ତାନୀର ଏହି ଗୁପ୍ତପ୍ରବେଶୀ ମାନେ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିନଥିଲେ ।

Leave a Reply

Your email address will not be published. Required fields are marked *