ଈଶ୍ୱରଙ୍କୁ ଆପଣ ଖାଲି ‘ ଓଁ ‘  ଜପ ଦ୍ଵାରା କରିପାରିବେ ପ୍ରସନ୍ନ…….

ଈଶ୍ୱରଙ୍କୁ ଆପଣ ଖାଲି ‘ ଓଁ ‘ ଜପ ଦ୍ଵାରା କରିପାରିବେ ପ୍ରସନ୍ନ…….

ନା ପୂଜା ନା ଅର୍ଚ୍ଚନା , ଈଶ୍ୱରଙ୍କୁ ଆପଣ ଖାଲି ‘ ଓଁ ‘ ଜପ ଦ୍ଵାରା କରିପାରିବେ ପ୍ରସନ୍ନ, ଜାଣନ୍ତୁ ଉଚିତ ଉପାୟ ।

ଭାରତରେ ରହୁଥିବା ସବୁ ମନୁଷ୍ୟ ପାଇଁ ଅଧାର୍ମିକତା ଅଧିକ ମହତ୍ତ୍ଵ ରହିଥାଏ, ଏଠିକାର ମୂଳ ଅଧାତ୍ମିକ ଅଟେ, ଯେତେବେଳେ କୌଣସି ପ୍ରକାର ଅସୁବିଧା ଦେଖାଦିଏ ଆମେ ସର୍ବପ୍ରଥମେ ଈଶ୍ୱରଙ୍କୁ ମନେ ପକାଉ । ସମସ୍ତେ ନିଜ ନିଜ ଉପାୟରେ ଈଶ୍ୱରଙ୍କୁ ପୂଜା କରନ୍ତି ,ପୂଜା କରିବା ସମୟରେ ଅନେକ ପ୍ରକାରର ମନ୍ତ୍ର ମଧ୍ୟ ଜପ କରିଥାନ୍ତି ।

ହିନ୍ଦୁ ଧର୍ମରେ ମନ୍ତ୍ରୋଚ୍ଚାରଣ କରିବାର ଅନେକ ବିଶେଷ ମହତ୍ତ୍ଵ ଅଛି ଏବଂ ଆମର ଅଧିକାଂଶ ଉଚ୍ଚାରଣ ଓଁ ରୁ ଆରମ୍ଭ ହୋଇଥାଏ । ସନାତନ ଧର୍ମର ପରମ୍ପରା ଅନୁସାରେ, ଓଁ ମାତ୍ର ଗୋଟିଏ ଶବ୍ଦ ନୁହଁ ଏହି ଶବ୍ଦରେ ପୁରା ସଂସାର ବ୍ୟାପ୍ତ ଅଟେ ।

ଏହା ଆଜିକାର କଥା ନୁହଁ , ଅନେକ ବର୍ଷରୁ ଆମର ଋଷି ମୁନି ମାନେ କେବଳ ଓଁ ଉଚ୍ଚାରଣ କରି କଠିନ ତପ ଯୋଗ ଏବଂ ସାଧନା ଦ୍ବାରା ପ୍ରଭୁଙ୍କୁ ସାକ୍ଷାତ ଦର୍ଶନ କରନ୍ତି । ଓଁ କୌଣସି ଚମତ୍କାର ଶବ୍ଦରୁ କମ ନୁହଁ, ଏଥିରେ ଅନେକ ପ୍ରକାର ଶବ୍ଦ ବ୍ୟାପ୍ତ ଅଟେ । ଏହାର ମାନ୍ୟତା ରହିଛି କେବଳ ଖାଲି ଓଁ ଜପରେ ଈଶ୍ୱରଙ୍କୁ ପ୍ରାପ୍ତ କରିହେବ । ଆସନ୍ତୁ ଜାଣିବା ଓଁ କଲ୍ୟାଣକାରୀ ଶକ୍ତି ବିଷୟରେ ‘ ଓଁ’ ଉଚ୍ଚାରଣ କେଉଁ ଭଳି ଭାବରେ କରିବା ଆବଶ୍ୟକ ।


ଓଁ ର ପୌରାଣିକ ମହତ୍ତ୍ଵ

ସନାତନ ଧର୍ମକୁ ମାନିଲେ ଓଁ ଉଚ୍ଚାରଣରେ ସମ୍ପୂର୍ଣ ବ୍ରହ୍ମାଣ୍ଡର ଜ୍ଞାନ ଲୁଚି ରହିଛି । କେବଳ ଓଁ ଜପରେ ପରମ ପିତା ପରମେଶ୍ବର ପ୍ରସନ୍ନ ହୁଅନ୍ତି, ଏବଂ ଜୀବନର ସବୁ କଷ୍ଟ ଦୂର ହୋଇଥାଏ । ପୌରାଣିକ କଥାବସ୍ତୁ ଦେଖିଲେ ଓଁ ଈଶ୍ୱର ସବୁ ରୂପର ସଂଯୁକ୍ତ ରୂପ ଅଟେ । ଓଁ ଶବ୍ଦରେ ସର୍ବ ବ୍ରହ୍ମାଣ୍ଡ ଅଟକି ଅଛି ।

ଓଁ ଉଚ୍ଚାରଣ କରିବା ଦ୍ୱାରା ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ।ଏହି ଧ୍ଵନୀ ମନୁଷ୍ୟର ଶୁଣିବା କ୍ଷମତାରୁ ଅଧିକ ଉପରେ ଅଛି । ମାନ୍ୟତା ରହିଛି ସଂସାର ନିଜର ଅସ୍ତିତ୍ବକୁ ଆସିବା ପୂର୍ବରୁ ଯେଉଁ ପ୍ରକୃତି ଧ୍ଵନୀ କମ୍ପିତ ହୋଇଥାଏ ତାହା ଓଁ ର ଥିଲା । ଏହି କାରଣ ଯୋଗୁଁ ଏହାକୁ ବ୍ରହ୍ମାଣ୍ଡର ଶବ୍ଦ ମଧ୍ୟ କୁହାଯାଏ ।

ଓଁ ଉଚ୍ଚାରଣ କରିବା ସମୟରେ ଯେବେ ‘ମ’ ଧ୍ଵନି ଆମର ମୁଁହରୁ ବାହାରେ ଏଥିରେ ଆମର ମସ୍ତିଷ୍କରୁ ସକରାତ୍ମକ ଉର୍ଜା ମିଳେ ଏବଂ ଏଥିରେ ବ୍ୟକ୍ତିର ମାନସିକ ଶକ୍ତିର ବିକାଶ ହୋଇଥାଏ । ଓଁ ଜପ କରିବା ଦ୍ଵାରା ଅଶାନ୍ତ ମନ ଶାନ୍ତ ଏବଂ ସ୍ତିର ହେବାକୁ ଲାଗେ । କେବଳ ଓଁ କୁ ପୁରା ଦିନ ଜପ କରିଲେ ଆପଣ ଇଷ୍ଟ ଦେବତାଙ୍କୁ ଖୁସି କରିବାର କୃପା ପ୍ରାପ୍ତ କରିପାରନ୍ତି ।

ସର୍ବଦା ଓଁ ଉଚ୍ଚାରଣ କରିବା ସମୟରେ ରଖନ୍ତୁ ଏହି ସବୁ କଥାର ଧ୍ୟାନ

ଓଁ ଉଚ୍ଚାରଣ କରିବା ପୂର୍ବରୁ ନିଜର ମନକୁ ସ୍ତିର ରଖନ୍ତୁ । ଓଁ ର ଉଚ୍ଚାରଣ ସବୁବେଳେ ଖୋଲା ଏବଂ ସ୍ତିର ବାତାବରଣରେ କରିବା ଆବଶ୍ୟକ । ଓଁ ଉଚ୍ଚାରଣ କରିଲେ ଆପଣଙ୍କ ନିଃଶ୍ୱାସ ଜୋର ହୋଇଯାଏ , ଏମିତିରେ ଖୋଲା ସ୍ଥାନରେ ଏହାର ଉଚ୍ଚାରଣ କରିଲେ ସକାରାତ୍ମକ ଉର୍ଜା ପ୍ରାପ୍ତି ହୁଏ ।

ଆପଣ ଓଁ ଉଚ୍ଚାରଣ ପଦ୍ମାସନ, ବଜ୍ରାସନ, ସୁଖାସନ ଭଳି ମୁଦ୍ରାରେ ବସି କରିପାରିବେ। ଏହା ସହ ୫,୭,୧୧ ବା ୨୧ଥର ଓଁ ଉଚ୍ଚାରଣ କରିବା ସ୍ବାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ଅଟେ । ଆପଣ ପୂଜା ସମୟରେ ବିଶେଷ ରୂପରେ ଓଁ ର ଜପ ନିଜ ହିସାବରେ କରନ୍ତୁ ଏବଂ ଭଗବାନଙ୍କ କୃପା ପ୍ରାପ୍ତ କରନ୍ତୁ । ଏହାକୁ ଆଜିହିଁ ଆରମ୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *