ବିଦ୍ୟୁତ ବଞ୍ଚାଇବାର ଏହି ୭ଟି ଉପାୟକୁ ଆପଣେଇ ଅତ୍ୟଧିକ ବିଲ୍ ଠାରୁ ମୁକ୍ତି ପାଆନ୍ତୁ ! ଦେଖନ୍ତୁ ଲିଷ୍ଟ…

ବିଦ୍ୟୁତ ବିଲକୁ ଆପଣ କିଛି ମାତ୍ରାରେ କମ କରି ପାରିବେ ଯାହାଦ୍ଵାରା ଆପଣ ନିଜ ପକେଟରେ କିଛି ଟଙ୍କା ବଞ୍ଚାଇ ପାରିବେ । ଆପଣଙ୍କୁ କିଛି ଉପାୟକୁ ନିଜ ଦୈନିକ ଚର୍ଯ୍ୟାରେ ସାମିଲ କରିବାକୁ ପଡ଼ିବ ।

ସାରା ଦିନ ବିଦ୍ୟୁତ ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତାହା ଆମର ମୋବାଇଲ ଚାର୍ଜ କରିବା ପାଇଁ ହେଉ କିମ୍ବା ଏୟର କଣ୍ଡିସନ୍ କିମ୍ବା ୱାଶିଙ୍ଗ ମେସିନ୍ ହେଉ । ମାସ ଶେଷରେ ଯେତେବେଳେ ଆମ ହାତକୁ ବିଦ୍ୟୁତର ବିଲ୍ ଆସିଥାଏ ତାହାର ପରିମାଣ ଦେଖି ଆପଣ ଚିନ୍ତିତ ହୋଇଯାଆନ୍ତି । ଅଧିକ ପରିମାଣର ବିଦ୍ୟୁତ ବିଲକୁ ଆପଣ କିଛି ମାତ୍ରାରେ କମ୍ କରି ପାରିବେ ଯାହାଦ୍ଵାରା ଆପଣଙ୍କ ପକେଟରେ କିଛି ଟଙ୍କା ସଚ୍ଚିତ ହୋଇଯିବ ।

google

ଏଥିପାଇଁ ଆପଣଙ୍କୁ କିଛି ଉପାୟକୁ ଆପଣଙ୍କ ଦୈନିକ ଦିନଚର୍ଯ୍ୟାରେ ସାମିଲ କରିବାକୁ ପଡ଼ିବ । କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ପରିବାରର ସମସ୍ତଙ୍କୁ ଏହି ଉପାୟକୁ ଆପଣେଇବାକୁ ପଡ଼ିବ । ଆମେ ଆପଣଙ୍କୁ ମାତ୍ର ୭ଟି ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇ ଆପଣ ବିଦ୍ୟୁତ ବିଲ୍ ପରିମାଣକୁ କିଛି ମାତ୍ରାରେ କମ୍ କରି ପାରିବେ ।

google

୧. ବିଦ୍ୟୁତ ବଞ୍ଚାଇବା ପାଇଁ ପୁରୁଣା ବଲ୍ବ ବଦଳରେ ସୀଏଫଏଲର ବ୍ୟବହାର କରିପାରିବେ । ସୀଏଫଏଲ ପୁରୁଣା ଟେକ୍ନୋଲୋଜିର ବଲ୍ବ ତୁଳନାରେ ଖୁବ୍ କମ୍ ବିଦ୍ୟୁତ ଖର୍ଚ୍ଚ କରିଥାଏ ।

୨. ପ୍ରାୟ ଦେଖିବାକୁ ମିଳିଥାଏ ଯେ ଲୋକମାନେ ନିଜର ଇଲେକ୍ଟ୍ରୋନିକ୍ ଉପକରଣକୁ ଲମ୍ବା ତାର ଥିବା ପାୱାର ଏକ୍ସଟେନ୍ସନ କର୍ଡ଼ରେ ଯୋଡ଼ି ରଖିଥାନ୍ତି । କାମ ଶେଷ ହେବା ସତ୍ୱେ ମଧ୍ୟ ଉପକରଣ ରାତିସାରା ସେହିପରି ଯୋଡ଼ି ଛାଡ଼ି ଦିଆଯାଇଥାଏ ଯାହାଦ୍ଵାରା ବିଦ୍ୟୁତ ଅଧିକ ଖର୍ଚ୍ଚ ହୋଇଥାଏ । ଏହିପରି ବ୍ୟବହାର ନହେଉ ଥିଲେ ତୁରନ୍ତ ପାୱାର ଏକ୍ସଟେନ୍ସନ କର୍ଡ଼କୁ ଖୋଲି ରଖିଦେବା ଉଚିତ ।

୩. ରୁମରୁ ବହାରକୁ ଗଲେ ସ୍ୱିଚ୍ ବନ୍ଦ କରନ୍ତୁ ।

google

୪. ଯଦି ସହ୍ୟ କରିପାରୁଥିବା ଭଳି ଗରମ ଅଛି ତେବେ ପଙ୍ଖା ଦ୍ଵାରା କାମ ଚଳାଇ ନିଅନ୍ତୁ । ଏକ ଘଣ୍ଟାରେ ପଙ୍ଖା ଦ୍ୱାରା ଯେଉଁଠି ୩୦ ପଇସା ଖର୍ଚ୍ଚ ହୋଇଥାଏ ସେଠାରେ ଏସୀ ଦ୍ଵାରା ୧୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

୫. ଏୟର କଣ୍ଡିସନରର ତାପମାନ ସ୍ତରକୁ ଯଦି ୨୨° ସେଣ୍ଟିଗ୍ରେଡରୁ ଅଧିକ ସେଟ୍ କରାଯାଏ ତେବେ ୩ ରୁ ୫ ପ୍ରତିଶତ ଶକ୍ତି ସଞ୍ଚୟ ହୋଇ ପାରିବ ।

google

୬. ୱାଶିଙ୍ଗ ମେସିନର କ୍ଷମତା ହିସାବରେ କପଡ଼ା ବାଛନ୍ତୁ । ନହେଲେ କପଡ଼ା ଧୋଇବା ପରିବର୍ତ୍ତେ ଏକାସାଙ୍ଗରେ ଧୁଅନ୍ତୁ ।

୭. ବୀଈଈ – ରେଟେଡ଼ ପଙ୍ଖାର ବ୍ୟବହାର କରନ୍ତୁ । ଏହାଦ୍ଵାରା ବିଦ୍ୟୁତ କମ୍ ଖର୍ଚ୍ଚ ହେବ । ପୁଣି ୫ ଷ୍ଟାର ରେଟିଙ୍ଗ ଥିବା ଇଲେକ୍ଟ୍ରିକ୍ ଉପକରଣ ହିଁ କିଣନ୍ତୁ ।

Be the first to comment

Leave a Reply

Your email address will not be published.


*