ରାଜ୍ୟରେ ଟୀକାର ଅଭାବ ! ପୁନଶ୍ଚ ଏହି ତାରିଖରେ Slot Booking କରିପାରିବେ !

ରାଜ୍ୟରେ ଟୀକାର ଅଭାବ ! ପୁନଶ୍ଚ ଏହି ତାରିଖରେ Slot Booking କରିପାରିବେ !

ଗୋଟିଏ ପକ୍ଷରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରୋନା ସଂକ୍ରମଣ ହାରକୁ କମାଇବା ନିମନ୍ତେ ନାନା ପ୍ରକାର କାର୍ଯ୍ୟ ହାତକୁ ନେଇଥିବା ବେଳେ ଅନ୍ୟପକ୍ଷରେ ରାଜ୍ୟରେ ଟୀକାର ଅଭାବ ଯୋଗୁଁ ଲୋକଙ୍କ ମନରେ ଭୟ ଜାତ ହେଉଛି । ଓଡିଶାର ଅଧିକାଂଶ ରାଜ୍ୟ ଓ ଜିଲ୍ଲାରେ ଟୀକାକାରଣ କାର୍ଯ୍ୟକ୍ରମ ବନ୍ଦ ରହିଛି ଏବଂ ହସ୍ତଗତ ସୂଚନାରୁ ଜଣାପଡୁଛି ଯେ, ଜୁନ ୨ ତାରିଖରୁ ରାଜ୍ୟ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଟିକକରଣ ବନ୍ଦ ରହିବ ।

ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଆଗାମୀ ଦିନରେ ଟିକାକରଣ କାର୍ଯ୍ୟ ସମ୍ବନ୍ଧରେ କୌଣସି ସୂଚନା ଦେଇନାହାଁନ୍ତି । ବର୍ତ୍ତମାନ ସୁଦ୍ଧା ଯାହା ଟିକା ମହଜୁଦ ରହିଛି, ତାହା ଆସନ୍ତାକାଲି ସମାପ୍ତ ହୋଇଯିବ । ତେଣୁ ଟିକା ନଥିବାରୁ କାରଣରୁ ମଙ୍ଗଳବାର ପର ଠାରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଟିକା କରଣ ପ୍ରକ୍ରିୟାକୁ ଆଂଶିକ ଭାବରେ ବନ୍ଦ ରଖାଯିବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ଆସନ୍ତା ୩ ତାରିଖରେ ଓଡ଼ିଶାକୁ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲ୍ଡ ଟିକା ଆସିବ, ଯାହା ୪୫ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ ଉର୍ଦ୍ଦିଷ୍ଟ ହେବ । ସେହିପରି ଆସନ୍ତା ୬ ତାରିଖରେ ୪୦ ହଜାର କୋଭାକ୍ସିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ । ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ଯୋଗାଇ ଦିଆଯିବ ।

ଜୁନ୍ ୨ରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀ ମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି ତାହା ଆସନ୍ତାକାଲି ପର୍ଯ୍ୟନ୍ତ ହିଁ ଯିବ। ତେଣୁ ଟିକା ନଥିବାରୁ ମଙ୍ଗଳବାର ପରଠାରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଟିକା କରଣ ପ୍ରକ୍ରିୟାକୁ ବନ୍ଦ ରଖାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୩ ତାରିଖରେ ଓଡ଼ିଶାକୁ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲ୍ଡ ଟିକା ଆସିବ । ଏହା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉର୍ଦ୍ଦିଷ୍ଟ । ସେହିପରି ଆସନ୍ତା ୬ ତାରିଖରେ ୪୦ ହଜାର କୋଭାକ୍ସିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ । ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ଯୋଗାଇ ଦିଆଯିବ । ଟୀକା ଆସିବା ପରେ ପୁନଶ୍ଚ ଜୁନ୍ ୬ରୁ Slot Booking online ମଧ୍ୟରେ କରିପାରିବେ ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଟିକାକରଣକୁ ପ୍ରାଥମିକତା ଦେଇଛନ୍ତି । ଏଥିଲାଗି ଗ୍ଲୋବଲ୍‌ ଟେଣ୍ଟର ଡକାଇଛନ୍ତି । ଯଦି ଠିକ୍‌ ସମୟରେ ଟିକା ମିଳେ, ତେବେ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭ୍ୟାକ୍ସିନେସନ୍‌ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ, ଜୁନ ମାସରେ କରୋନାର ପ୍ରଭାବ କମିବ ବୋଲି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ଲକ୍ଡ଼ାଉନ ନିୟମକୁ କଡାକଡି ଭାବରେ ପାଳନ କରିଯିବା ଫଳରେ କରୋନା ସଂକ୍ରମିତ ହାର କମିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *