ବଡ଼ ଖବର :- ୮୧୯ ଟଙ୍କାର ସିଲିଣ୍ଡର କୁ ଆପଣ ମଧ୍ୟ ମାତ୍ର ୧୧୯ ଟଙ୍କାରେ ନେଇ ପାରିବେ ! ଜାଣନ୍ତୁ କିପରି…

ବଡ଼ ଖବର :- ୮୧୯ ଟଙ୍କାର ସିଲିଣ୍ଡର କୁ ଆପଣ ମଧ୍ୟ ମାତ୍ର ୧୧୯ ଟଙ୍କାରେ ନେଇ ପାରିବେ ! ଜାଣନ୍ତୁ କିପରି…

କୋରନା ଆପଦ ପରେ ଦୁନିଆର ଅନେକ ଦେଶରେ ସବୁ କ୍ଷେତ୍ରରେ ମହଙ୍ଗା ଦରଦାମ୍ ପ୍ରଭାବ ପଡିଛି ଏବଂ ପକାଇ ଆସୁଛି । ଭାରତରେ ମଧ୍ୟ ଏହି ସମସ୍ୟା ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ପେଟ୍ରୋଲ୍ ଠାରୁ ଆରମ୍ଭ କରି ସିଲିଣ୍ଡର୍ ପର୍ଯ୍ୟନ୍ତ ସବୁ ଜିନିଷର ଦାମ୍ କେତେ ବୃଦ୍ଧି ହେବାରେ ଲାଗିଛି । ଏମିତିରେ ଲୋକଙ୍କ ମଧ୍ୟରେ ସଞ୍ଚୟ କରିବାର ଆବଶ୍ୟକତା ଦେଖା ଦେଇଛି । କିନ୍ତୁ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ବୃଦ୍ଧି କାରଣରୁ ନିଜ ଜମାପୁଞ୍ଜି ନିଶ୍ଚିତ ଭାବରେ ଶେଷ ହେଉଛି । ଘରୋଇ ରୋଷେଇ ଗ୍ୟାସ୍ ସମସ୍ତଙ୍କର ଖୁବ୍ ଅତ୍ୟାବଶ୍ୟକ ଜିନିଷ ଅଟେ ଯାହାର ଦାମ୍ ମଧ୍ୟ ବର୍ତ୍ତମାନ ଆକାଶ ଛୁଆଁ ଅଟେ । ତେଣୁ ଆଜି ଆମେ ୮୧୯ ଟଙ୍କାର ଗ୍ୟାସ୍ କୁ କିପରି ୧୧୯ ଟଙ୍କାରେ ବିକ୍ରି ଏବଂ କିଣି ପାରିବେ ସେହି ସମ୍ବନ୍ଧରେ କହିବୁ ।

କହିରଖୁଛୁ ଯେ ସବସିଡ଼ି ଥିବା ବେଳେ ସିଲିଣ୍ଡର୍ ର ମୂଲ୍ୟ ପ୍ରତି ବର୍ଷ ଧରି ଅର୍ଥାତ୍ କେବଳ ୩ ମାସରେ ଏବେ ପର୍ଯ୍ୟନ୍ତ ୨୨୫ ପ୍ରତି ସିଲିଣ୍ଡର୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ସବସିଡ଼ି ଥିବା ୧୪.୨ କିଲୋଗ୍ରାମ୍ LPG ସିଲିଣ୍ଡରର ଦାମ୍ ୮୧୯ ଟଙ୍କା ହୋଇ ସାରିଛି । ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ୍ ପେଟିଏମ୍ ଆପଣଙ୍କ ପାଇଁ ଏକ ସୁନ୍ଦର ଅଫର୍ ନେଇ ଆସିଛି ଯାହାକି ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱାସନା ଅଟେ । ଏହି ଅଫରର ଫାଇଦା ଏହିକି ଯେ ଆପଣ ୮୧୯ ଟଙ୍କାର ସିଲିଣ୍ଡରକୁ ମାତ୍ର ୧୧୯ ଟଙ୍କାରେ ନେଇ ପାରିବେ । ଏହି ଅଫର୍ ନିଶ୍ଚିତ ଭାବରେ ସତ୍ୟ ଅଟେ । ଯଦି ଆପଣ ପେଟିଏମ୍ ଜରିଆରେ ଗ୍ୟାସ୍ ବୁକ୍ କରନ୍ତି ତେବେ ଆପଣଙ୍କୁ ସିଧାସଳଖ ୭୦୦ ଟଙ୍କା ଫେରସ୍ତ ମିଳିବ । ଏବେ ଆସନ୍ତୁ ଜାଣିବା ଯେ ଏହି ଅଫରର ଲାଭ କିପରି ଉଠାଇ ହେବ ।

ସର୍ବପ୍ରଥମେ ନିଜ ମୋବାଇଲରେ ପେଟିଏମ୍ ଏପ୍ ଡାଉନଲୋଡଡ୍ କରନ୍ତୁ । ଏହାପରେ ପେଟିଏମ୍ କୁ ଯାଇ ‘ଶୋ ମୋର୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ‘ରିଚାର୍ଜ ଆଣ୍ଡ ପେ ବିଲସ୍’ ଉପରେ କ୍ଲିକ୍ କରନ୍ତୁ । ତାପରେ ଆପଣ ‘ବୁକ୍ ଏ ସିଲିଣ୍ଡର୍’ ଅପ୍ସନ୍ ଖୋଲନ୍ତୁ । ଏହାକୁ ଖୋଲିବା ମାତ୍ରେ ନିଜର ଭାଗ୍ୟ ସର୍ଭିସ୍ ପ୍ରୋଭାଇଡର୍ ଗ୍ୟାସ୍ ଅର୍ଥାତ HP ଗ୍ୟାସ୍ କିମ୍ବା ଇଣ୍ଡନ୍ ଗ୍ୟାସରେ ନିଜର ଏଜେନ୍ସି ଗ୍ୟାସ୍ କୁ ବାଛନ୍ତୁ । ଏହାପରେ ରେଜିଷ୍ଟର୍ ମୋବାଇଲ୍ ନମ୍ବର କିମ୍ବା ନିଜର ‘LPG’ ID ଦିଅନ୍ତୁ । ଯାହାକୁ କରିବା ପରେ ପେମେଣ୍ଟ ଅପ୍ସନ୍ ଆସିବ । ପେମେଣ୍ଟ କରିବା ପୂର୍ବରୁ ଆପଣ ‘FIRSTLPG’ ପ୍ରମୋକୋଡଡ୍ ଦିଅନ୍ତୁ । ଆପଣ ଦେଖି ପାରିବେ ଯେ ୭୦୦ ତାଙ୍କର କ୍ୟାସ୍ ବ୍ୟାକ୍ ଡିସକାଉଣ୍ଟ ଆପଣଙ୍କ ‘ବିଲ୍’ରେ ମିଳିଯିବ ।

ଆପଣଙ୍କୁ କହିରଖୁଛୁ ଯେ ଏଥିରେ କିଛି ନିୟମ ଏବଂ ସର୍ତ୍ତ ରଖାଯାଇଛି । ୭୦୦ ଟଙ୍କାର ଏହି କ୍ୟାସ୍ ବ୍ୟାକ୍ କେବଳ ପେଟିଏମ୍ ଜରିଆରେ ଏଲପିଜି ବୁକ୍ କରୁଥିବା ଗ୍ରାହକମାନେ ପାଇପାରିବେ । ଏହି କ୍ୟାସ୍ ବ୍ୟାକ୍ ଅଫର୍ ମାର୍ଚ୍ଚ ୩୧ରେ ସମାପ୍ତ ହେଉଛି । ଅର୍ଥାତ ଏବେ ଏହି ଅଫରର ଲାଭ ଉଠାଇବାକୁ ୪ ଦିନ ରହିଛି । କହିରଖୁଛୁ ଯେ ବୁକିଙ୍ଗ କରିବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାସ୍ ବ୍ୟାକର ସ୍କ୍ରେଚ୍ କାର୍ଡ଼ ମିଳିଯିବ ଯାହାକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାର ଅଛି ନଚେତ ତାହା ଏକ୍ସପାୟର୍ ହୋଇଯିବ । ଏହି ଅଫର୍ ବ୍ୟତୀତ ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତା ଅମେଜନ୍-ପେରୁ ବୁକ୍ କରି ୫୦ ଟଙ୍କାର କ୍ୟାସ୍ ବ୍ୟାକ୍ ମଧ୍ୟ ପାଇ ପାରିବେ ।

Leave a Reply

Your email address will not be published. Required fields are marked *