ବହୁତ ଶୀଘ୍ର ଜନସଂଖ୍ୟା ଆଇନ୍ ଆଣୁଛନ୍ତି ଯୋଗୀ ସରକାର ! ୨ରୁ ଅଧିକ ସନ୍ତାନ ହେବା ଦ୍ୱାରା ସରକାରୀ ଚାକିରୀରୁ ବଞ୍ଚିତ ରହିବେ…

ବହୁତ ଶୀଘ୍ର ଜନସଂଖ୍ୟା ଆଇନ୍ ଆଣୁଛନ୍ତି ଯୋଗୀ ସରକାର ! ୨ରୁ ଅଧିକ ସନ୍ତାନ ହେବା ଦ୍ୱାରା ସରକାରୀ ଚାକିରୀରୁ ବଞ୍ଚିତ ରହିବେ…

ଉତ୍ତରପ୍ରଦେଶ ସରକାର ଜନସଂଖ୍ୟା ଆଇନ୍ ୨୦୨୧ର ଖସଡ଼ା ପ୍ରସ୍ତୁତ କରି ସାରିଛି ଏବଂ ଖୁବ୍ ଶୀଘ୍ର ଏହି ଆଇନକୁ କାର୍ଯ୍ୟକାରୀ ମଧ୍ୟ କରାଯିବ । ଏହି ଆଇନର ସହାୟତାରେ ରାଜ୍ୟରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ପ୍ରଚେଷ୍ଟା କରାଯିବ । ଉତ୍ତରପ୍ରଦେଶ ସରକାର ଦୀର୍ଘ ଦିନ ଧରି ଏହି ଆଇନ ପ୍ରସ୍ତୁତ କରିବାରେ ଲାଗି ପଡିଥିଲେ । ଏଥିସହିତ ବର୍ତ୍ତମାନ ଖସଡ଼ା ପ୍ରସ୍ତୁତ ହୋଇ ସାରିଛି ଏବଂ ରାଜ୍ୟ ଆଇନ ଆୟୋଗ ଏହାକୁ ବହୁତ ଶୀଘ୍ର ଚୂଡାନ୍ତ କରିବେ । ଯାହାପରେ ରାଜ୍ୟ ସରକାରଙ୍କୁ ଏହା ହସ୍ତାନ୍ତର କରାଯିବ । ରାଜ୍ୟ ଆଇନ୍ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏନ୍.ମିତ୍ତଲଙ୍କ ନିର୍ଦ୍ଦେଶରେ ଏହି ଖସଡ଼ା ପ୍ରସ୍ତୁତ କରାଯାଇଛି ।

କଣ ଅଟେ ଜନସଂଖ୍ୟା ଆଇନ୍ ୨୦୨୧

ଜନସଂଖ୍ୟା ବିଲ୍ ୨୦୨୧ ଅଧୀନରେ, ଯେଉଁ ବ୍ୟକ୍ତି ମାନଙ୍କର ଦୁଇଟିରୁ ଅଧିକ ସନ୍ତାନ ଥିବେ, ସେମାନେ କୌଣସି ସରକାରୀ ଚାକିରୀ କରିପାରିବେ ନାହିଁ କିମ୍ବା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପାରିବେ ନାହିଁ । ଏଥିସହିତ ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଖସଡ଼ା ସରକାରୀ ୱେବସାଇଟରେ ମଧ୍ୟ ଅପଲୋଡ୍ କରାଯାଇଛି । ପ୍ରଦତ୍ତ ୱେବସାଇଟ୍ କୁ ପରିଦର୍ଶନ କରି ଆପଣ uplsc.upsdc.gov.in ଏହି ଖସଡ଼ା ପଢ଼ି ପାରିବେ ।

ମତାମତ ନିଆ ଯାଇଛି

ଜନସଂଖ୍ୟା ବିଲ୍ ୨୦୨୧ ସମ୍ବନ୍ଧରେ ଲୋକଙ୍କ ଠାରୁ ମତାମତ ମଧ୍ୟ ନିଆଯାଇଛି ଏବଂ ଲୋକମାନେ ଜୁଲାଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ନିଜର ମତାମତ ସାବ୍ୟସ୍ତ କରିପାରିବେ । ଜୁଲାଇ ମାସ ୧୯ ତାରିଖ ସୁଦ୍ଧା ଆୟୋଗକୁ ଇ-ମେଲ୍ (statelawcommission2018@gmail.com) କିମ୍ବା ପୋଷ୍ଟ ମାଧ୍ୟମରେ ପ୍ରସ୍ତାବ ଏବଂ ଆପତ୍ତି କମିଶନଙ୍କ ନିକଟକୁ ପଠାଯାଇ ପାରିବ । ଆପତ୍ତି ଏବଂ ପରାମର୍ଶ, ଯଦି ବୈଧ ବୋଲି ଜଣାପଡେ, ତେବେ ଏହା ଉପରେ ବିଚାର କରାଯିବ । ସଂଶୋଧିତ ଖସଡ଼ା ଅଧ୍ୟୟନ କରିବା ପରେ ଆୟୋଗ ଏହାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଦାଖଲ କରିବେ । ଯୋଗୀ ସରକାରଙ୍କ ଦ୍ଵାରା ଏହାକୁ ପାରିତ କରାଯିବ । ଯାହାପରେ ରାଜ୍ୟରେ ଏହି ଆଇନ୍ କାର୍ଯ୍ୟକାରୀ ହେବ ।

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ଜୁଲାଇ ମାସ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂତନ ଜନସଂଖ୍ୟା ନୀତି ୨୦୨୧-୩୦କୁ ପ୍ରକାଶ କରିବେ । ଏହିପରି ପରିସ୍ଥିତିରେ ଏହି ଖସଡ଼ାକୁ ଉପସ୍ଥାପିତ କରାଯାଇଛି । ଏହି ‘ବିଲ୍’କୁ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ଆଇନ୍ ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଉତ୍ତରପ୍ରଦେଶ ରାଜ୍ୟ ଆଇନ୍ ଆୟୋଗର ପ୍ରସ୍ତାବ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ଦୁଇରୁ ଅଧିକ ସନ୍ତାନ ଥାଆନ୍ତି । ତେବେ ସେ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ ନାହିଁ । ଏହା ବ୍ୟତୀତ ତାଙ୍କୁ ପଦୋନ୍ନତିର ସୁଯୋଗ ମଧ୍ୟ ମିଳିବ ନାହିଁ । ଦୁଇରୁ ଅଧିକ ପିଲାଙ୍କ ପିତାମାତାଙ୍କୁ ୭୭ ସରକାରୀ ଯୋଜନା ଅନୁଦାନର ଲାଭ ମିଳିବ ନାହିଁ ।

କେବଳ ଏତିକି ନୁହେଁ, ଏହିପରି ଲୋକମାନେ ସ୍ଥାନୀୟ ଲୋକ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । କୁହାଯାଉଛି କି ଆଇନ୍ କାର୍ଯ୍ୟକାରୀ ହେବାର ଏକ ବର୍ଷ ମଧ୍ୟରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଏକ ଶପଥ ପତ୍ର ଦେବାକୁ ପଡିବ। ଏହା ବ୍ୟତୀତ ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ଏକ ଶପଥ ପତ୍ର ଦେବାକୁ ପଡିବ । ଶପଥ ପତ୍ର ଦେବାପରେ ଯଦି ତୃତୀୟ ସନ୍ତାନ ଜନ୍ମ କରନ୍ତି, ତେବେ ପ୍ରତିନିଧିଙ୍କ ନିର୍ବାଚନ ବାତିଲ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିସହିତ ଏହି ପ୍ରସ୍ତାବରେ ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ପଦୋନ୍ନତି ଏବଂ ବରଖାସ୍ତ କରିବାକୁ ସୁପାରିଶ କରାଯାଇଛି ।

ଅନ୍ୟପକ୍ଷରେ, ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ସନ୍ତାନ ଅଛି ଏବଂ ସେ ସରକାରୀ କାର୍ଯ୍ୟ କରିପାରୁ ନାହାଁନ୍ତି । ତେବେ ଏହିଭଳି ପରିସ୍ଥିତିରେ ସେମାନଙ୍କୁ ବିଦ୍ୟୁତ୍-ଜଳ, ଘର ଟ୍ୟାକ୍ସ, ଘର ଋଣ ଛାଡ ଭଳି ଅନେକ ସୁବିଧା ଦିଆଯିବ । ଏଥିସହିତ, ଗୋଟିଏ ଶିଶୁ ଏବଂ କରିଥିବା ଦମ୍ପତିଙ୍କ ଶିଶୁକୁ ୨୦ ବର୍ଷ ହେବା ଯାଏଁ ମାଗଣା ଚିକିତ୍ସା, ଶିକ୍ଷା, ବୀମା, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀକୁ ପ୍ରାଥମିକତା ଦେବାକୁ ପ୍ରସ୍ତାବ ଦିଆଯାଇଛି ।

Leave a Reply

Your email address will not be published. Required fields are marked *