ସୌନ୍ଦର୍ଯ୍ୟ ମାମଲାରେ ‘ୟୋ ୟୋ ହନୀ ସିଂହ’ଙ୍କ ପତ୍ନୀ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇ ଦିଅନ୍ତି !

ସୌନ୍ଦର୍ଯ୍ୟ ମାମଲାରେ ‘ୟୋ ୟୋ ହନୀ ସିଂହ’ଙ୍କ ପତ୍ନୀ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇ ଦିଅନ୍ତି !

ଏମିତିରେ ଅନେକ ଗାୟକ ରେପର୍ ଅଟନ୍ତି ଯେଉଁମାନେ ନିଜର ଗୀତରେ ଲୋକଙ୍କୁ ନାଚିବାରେ ବାଧ୍ୟ କରିଛନ୍ତି । ସେହି ଗାୟକ ମାନଙ୍କ ମଧ୍ୟରୁ ‘ୟୋ ୟୋ ହନୀ ସିଂହ’ଙ୍କ ନାମ ଆସିଥାଏ ଯିଏ କି ହାଇ ହିଲ୍ସ, ବ୍ଲୁ ଆଇଜ୍, ଡୋପ୍ ଶୋପ୍, ଲୁଙ୍ଗି ଡାନ୍ସ, ଦେଶୀ କଳାକାର୍, ଅଂଗ୍ରେଜୀ ବୀଟ ଭଳି ଲୋକପ୍ରିୟ ଗୀତ ବନାଇଛନ୍ତି । ଯେଉଁ ଗୀତରେ କେବଳ ଦେଶକୁ ନୁହେଁ ବରଂ ସମଗ୍ର ଦେଶ ନାଚିବାରେ ବାଧ୍ୟ ହୋଇଛି । ଏହି ଗୀତ ସବୁ କାରଣରୁ ହନୀ ସିଂହଙ୍କୁ ଭଲ ପରିଚୟ ମିଳିଛି ଏବଂ ଏମିତିରେ ଅଧିକାଂଶ ଲୋକ ‘ୟୋ ୟୋ ହନୀ ସିଂହ’ଙ୍କ ବିଷୟରେ ତ ଖୁବ୍ ଭଲ ଭାବରେ ଜାଣିଥିବେ । ପରନ୍ତୁ ଖୁବ୍ କମ୍ ଲୋକ ଥିବେ ଯେଉଁ ମାନଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜଣା ନଥିବ । ଆପଣଙ୍କୁ କହିରଖୁଛୁ ଯେ ହନୀ ସିଂହ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ତାଙ୍କ ସ୍କୁଲ୍ ସମୟର ପ୍ରେମ ଅଟନ୍ତି । ଆଜି ଆମେ ହନୀ ସିଂହଙ୍କ ସ୍ତ୍ରୀ’ଙ୍କ ବିଷୟରେ କହିବୁ ।

ଯଦି ଆମେ ହନୀ ସିଂହଙ୍କ ପତ୍ନୀଙ୍କ ବିଷୟରେ କହିବୁ ତେବେ ସେ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ଏବଂ ହନୀ ସିଂହଙ୍କ ପତ୍ନୀ ନାମ ଶାଲିନୀ ତଲୱାର୍ ଅଟେ । ଶାଳିନୀ ଭାରତର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଏବଂ ଗାୟକ ‘ୟୋ ୟୋ ହନୀ ସିଂହ’ଙ୍କ ସ୍ତ୍ରୀ’ ଅଟନ୍ତି । ହନୀ ସିଂହ ଏବଂ ଶାଳିନୀ ନିଜର ସ୍କୁଲ୍ ପାଠ ପଢ଼ା ଏକା ସାଥିରେ ପୁରା କରିଛନ୍ତି ଏବଂ ସେମାନେ ଦୁହେଁ ଭଲ ସାଙ୍ଗ ମଧ୍ୟ ଅଟନ୍ତି । କେବଳ ସେତିକି ନୁହେଁ ସେମାନେ ସ୍କୁଲ୍ ସମୟରେ ପରସ୍ପରକୁ ଡେଟ୍ ମଧ୍ୟ କରୁଥିଲେ ।

ହନୀ ସିଂହ ନିଜର ସ୍କୁଲ୍ ଶିକ୍ଷା ପୁରା କରିବା ପରେ ବ୍ରିଟେନ୍ ଚାଲି ଯାଇଥିଲେ ପରନ୍ତୁ ବ୍ରିଟେନ୍ ଯିବା ପରେ ମଧ୍ୟ ହନୀ ସିଂହ ଶାଳିନୀଙ୍କୁ ଭୁଲି ପାରି ନଥିଲେ । ଯେତେବେଳେ ହନୀ ସିଂହଙ୍କୁ ସଫଳତା ମିଳିଲା ଏବଂ ସେ ସମଗ୍ର ଦେଶରେ ପ୍ରସିଦ୍ଧ ହୋଇଗଲେ ସେତେବେଳେ ସେ ଶାଳିନୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ପରନ୍ତୁ ନିଜ ବିବାହ କଥା ହନୀ ସିଂହ ସମଗ୍ର ଦୁନିଆ ଠାରୁ ଲୁଚାଇ ରଖିଥିଲେ କାରଣ ସେ ଚାହୁଁ ନଥିଲେ ଯେ ତାଙ୍କ ବିବାହର ଖବର କାହାକୁ ବି ଜଣା ପଡ଼ୁ ବୋଲି । କାରଣ ଏହା ଦ୍ୱାରା ଝିଅଙ୍କ ମଧ୍ୟରେ ହନୀ ସିଂହଙ୍କ ଲୋକପ୍ରିୟତା କମ ହୋଇ ଯାଇଥାନ୍ତା ।

‘ୟୋ ୟୋ ହନୀ ସିଂହ’ ଏବଂ ‘ଶାଳିନୀ’ ଜାନୁୟାରୀ ୨୩,୨୦୧୧ରେ ବିବାହ କରିଥିଲେ । ଶାଳିନୀ ଦିଲ୍ଲୀର ପଞ୍ଜାବୀ ପରିବାରର ଥିଲେ । ହନୀ ସିଂହ ଶିଖ୍ ପରମ୍ପରାରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ଦିଲ୍ଲୀର ବାହରୀ ଇଲାକାରେ ସ୍ଥିତ ଏକ ‘ଫାର୍ମ ହାଉସ୍’ରେ ହୋଇଥିଲା । ବିବାହରେ ଯାହାବି ପରମ୍ପରା ପୁରା କରାଯାଇଥାଏ ସେହି ସବୁ ପରମ୍ପରା ଦିଲ୍ଲୀ ସ୍ଥିତ ସରୋଜିନୀ ନଗରର ପବିତ୍ର ଗୁରୁଦ୍ୱାରରେ ପୁରା କରାଯାଇଥିଲା । ହନୀ ସିଂହ ନିଜର ଶୋ’ ଇଣ୍ଡିଆନ୍ ରୋକ୍ ଷ୍ଟାର୍ ଜରିଆରେ ଦୁନିଆ ସହିତ ନିଜ ସ୍ତ୍ରୀ’ର ପରିଚୟ କରାଇ ଥିଲେ । ବୋଧହୁଏ କେହି ଥିବେ ଯିଏ କି ପୂର୍ବରୁ ହନୀ ସିଂହଙ୍କ ବିବାହ ସମ୍ବନ୍ଧରେ ଜାଣିଥିବେ ।

ହନୀ ସିଂହ ଏକ ଇଣ୍ଟରଭିଉରେ ଏହା କହିଥିଲେ ଯେ ତାଙ୍କ ସ୍ତ୍ରୀ’ ଶାଳିନୀ ତାଙ୍କ ଗୀତକୁ ପସନ୍ଦ କରୁ ନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଶାଳିନୀଙ୍କୁ ମୋ ଗୀତ ଆଦୌ ପସନ୍ଦ ନଥିଲା । ସେ ଏହି ଗୀତକୁ ଘୃଣା କରୁଥିଲେ । ପରନ୍ତୁ ଶାଳିନୀ କେବେ ବି ଏପରି ମୋତେ କହି ନାହାଁନ୍ତି । ଶାଳିନୀ ସାଧାରଣତଃ ରୋମାଣ୍ଟିକ୍ ଗୀତ ଶୁଣିବାକୁ ପସନ୍ଦ କରନ୍ତି ଯାହାକି ଏବେ ସୁଦ୍ଧା ମୁଁ ଗାଇ ନାହିଁ । ଏମିତିରେ ଦେଖିବାକୁ ଗଲେ ହନୀ ସିଂହଙ୍କ ପତ୍ନୀ ଅତ୍ୟନ୍ତ ସୁନ୍ଦର ଦେଖା ଯାଆନ୍ତି ଏବଂ ତାଙ୍କ ସୁନ୍ଦରତା ଆଗରେ ବଲିଉଡ ବଡ଼ ବଡ଼ ଅଭିନେତ୍ରୀ ମଧ୍ୟ ଫେଲ୍ । ଆପଣ ଫୋଟ ଦେଖି ଏହି କଥାର ଅନୁମାନ କରି ପାରିବେ ।

Leave a Reply

Your email address will not be published. Required fields are marked *