ହଳଦିଆ ଦାନ୍ତ କେବଳ ୧୫ ଦିନ ମଧ୍ୟରେ କ୍ଷୀର ପରି ଚମକିବ ! କେବଳ ଥରେ ଆପଣାନ୍ତୁ ଏହି ଉପଚାର…

ହଳଦିଆ ଦାନ୍ତ କେବଳ ୧୫ ଦିନ ମଧ୍ୟରେ କ୍ଷୀର ପରି ଚମକିବ ! କେବଳ ଥରେ ଆପଣାନ୍ତୁ ଏହି ଉପଚାର…

ମୁହଁ ସହିତ ଦାନ୍ତ ମଧ୍ୟ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ସେମାନଙ୍କ ଯତ୍ନ ରଖିବା ମଧ୍ୟ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଏହି କାରଣ ହେତୁ ଆମକୁ ପ୍ରତିଦିନ ସକାଳେ ଉଠିବା ପରେ ବ୍ରଶ୍ କରିବାକୁ ଶିଖା ଯାଇଥାଏ । ଅବଶ୍ୟ, ଏହିସବୁ କରିବା ସତ୍ତ୍ୱେ ମଧ୍ୟ ଅନେକ ଲୋକମାନଙ୍କ ଦାନ୍ତ ହଳଦିଆ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ହଳଦିଆ ଦାନ୍ତ ହେତୁ ଜଣେ ବ୍ୟକ୍ତି ଖୋଲା ଖୋଲି ଭାବେ ହସି ମଧ୍ୟ ପାରନ୍ତି ନାହିଁ । ଏହିପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହା ୧୫ ଦିନ ମଧ୍ୟରେ ଆପଣଙ୍କ ଦାନ୍ତକୁ ଚମକ ପ୍ରଦାନ କରିବା ସହିତ ସେମାନଙ୍କୁ ସୁସ୍ଥ କରିବ ।

ବେକିଙ୍ଗ ସୋଡ଼ା:

ଏହା ଦାନ୍ତ ମଧ୍ୟରେ ଥିବା ଜୀବାଣୁକୁ ମାରିବା ସହିତ ଆପଣଙ୍କ ପାଟିର ଦୁର୍ଗନ୍ଧକୁ ହ୍ରାସ କରିଥାଏ । ଆପଣ ସ୍ୱଳ୍ପ ମାତ୍ରାରେ ବେକିଂ ସୋଡା ନେଇ ସେଥିରେ ପାଣି ଏବଂ ଲୁଣ ମିଶାଇ ଦିଅନ୍ତୁ । ଏହାପରେ, ଏହାକୁ ଟୁଥ୍ ବ୍ରଶ୍ ସାହାଯ୍ୟରେ ଦାନ୍ତ ଉପରେ ହାଲୁକା ଭାବରେ ଲଗାନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଶୀଘ୍ର ଶୀଘ୍ରରେ ବ୍ରଶ୍ କରନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ମାଢିକୁ ନଷ୍ଟ କରିପାରେ ।

ଲବଙ୍ଗ:

ସାଧାରଣତଃ ଲବଙ୍ଗ ଦ୍ୱାରା ଦାନ୍ତର ଯନ୍ତ୍ରଣା କମ କରାଯାଇଥାଏ । କିନ୍ତୁ ଏହା ଦାନ୍ତରେ ଜମା ହୋଇଥିବା ମଇଳା ଏବଂ ଜୀବାଣୁକୁ ମାରିବା ପାଇଁ ମଧ୍ୟ କାମ କରିଥାଏ । ଏଥିରେ ଉପସ୍ଥିତ ଥିବା ଆଣ୍ଟିମାଇକ୍ରୋବିୟଲ୍ ଗୁଣ ଦାନ୍ତରେ ଲୁଚି ରହିଥିବା ଜୀବାଣୁକୁ ମାରିବା ସହିତ ପାଟିର ଦୁର୍ଗନ୍ଧ ଦୂର କରିଥାଏ । ଏହାକୁ ବ୍ୟବହାର କରିବା ପାଇଁ, ଲବଙ୍ଗ ଗ୍ରାଇଣ୍ଡ କରି ଏକ ପାଉଡର୍ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପାଉଡରରେ କିଛି ପାଣି ଏବଂ ଦୁଇ ବୁନ୍ଦା ଲେମ୍ବୁ ରସ ମିଶାଇ ଦାନ୍ତରେ ବ୍ରଶ୍ ସାହାଯ୍ୟରେ ଘଷନ୍ତୁ । ପାଉଡର୍ ବଦଳରେ ଲବଙ୍ଗ ତେଲ ସହିତ ମଧ୍ୟ ବ୍ରଶ୍ କରାଯାଇ ପାରିବ । ଏହି ପ୍ରତିକାର ସହିତ ମାତ୍ର ୧୫ ଦିନ ମଧ୍ୟରେ ଆପଣଙ୍କ ଦାନ୍ତ ଚମକିବା ଆରମ୍ଭ କରିବ ।

ଏପ୍ପଲ୍ ସାଇଡର୍ ଭିନେଗାର:

ଗୋଟିଏ ଚାମଚ୍ ଏପ୍ପଲ୍ ସାଇଡର୍ ଭିନେଗାର ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ୍ ପାଣି ମିଶାନ୍ତୁ । ବର୍ତ୍ତମାନ ଏହି ପାଣିରେ ଟୁଥ୍ ବ୍ରଶକୁ ଭିଜାଇ ଦିଅନ୍ତୁ ଏବଂ ବ୍ରଶ୍ କରନ୍ତୁ । ଏଥିରେ ଉପସ୍ଥିତ ଥିବା ଅମ୍ଳୀୟ ଉପାଦାନ ଗୁଡ଼ିକ ଦାନ୍ତକୁ ଧଳା କରିବାରେ ସହାୟକ ହେବ ।

କଦଳୀ ଚୋପା:

କଦଳୀ ଚୋପାର ଧଳା ଅଂଶ ଦ୍ୱାରା ନିଜ ଦାନ୍ତକୁ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଘଷନ୍ତୁ । ଏହାପରେ ବ୍ରଶ୍ ମଧ୍ୟ କରନ୍ତୁ । ଏହା କେବଳ ଆପଣଙ୍କ ଦାନ୍ତକୁ ଶକ୍ତିଶାଳୀ କରିବ ନାହିଁ, ବରଂ ଦାନ୍ତର ହଳଦିଆ ପଣକୁ ମଧ୍ୟ ଦୂର କରିବ । ଏହି ଉପଚାରକୁ ସପ୍ତାହରେ କେବଳ ଦୁଇରୁ ତିନିଥର କରନ୍ତୁ ।

ସୋରିଷ ତେଲ ଏବଂ ଲୁଣ:

ଅଧା ଚାମଚ୍ ସୋରିଷ ତେଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହି ମିଶ୍ରଣ ଦ୍ୱାରା ଦାନ୍ତ ଓ ମାଢିକୁ ଆଙ୍ଗୁଠିରେ ସଫା କରନ୍ତୁ ଆପଣ ଟୁଥ୍ ବ୍ରଶ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ୱାରା ଦାନ୍ତ ଧଳା ଏବଂ ଚମକିବା ହେବା ସହିତ ପାଟିର ଜୀବାଣୁ ମଧ୍ୟ ଦୂର ହୋଇଯିବ ।

ନୋଟ:

ଏହି ଉପାୟ ଗୁଡିକ ସାଧାରଣ ସୂଚନା ଉପରେ ଆଧାରିତ। ଏହି ଉପଚାର ଗୁଡିକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *