୫ବର୍ଷର ଝିଅ ଖୋଲିଲା ନିଜ ମା’ଙ୍କ ଲଭ୍ ଆଫେୟାର ଏବଂ ହତ୍ୟାର ରହସ୍ୟ ! ବର୍ଣ୍ଣନା କଲା ତା ଆଖି ସାମ୍ନାରେ ସବୁକିଛି କିପରି ଘଟିଥିଲା…

୫ବର୍ଷର ଝିଅ ଖୋଲିଲା ନିଜ ମା’ଙ୍କ ଲଭ୍ ଆଫେୟାର ଏବଂ ହତ୍ୟାର ରହସ୍ୟ ! ବର୍ଣ୍ଣନା କଲା ତା ଆଖି ସାମ୍ନାରେ ସବୁକିଛି କିପରି ଘଟିଥିଲା…

ଯେତେବେଳେ ଜଣେ ବିବାହିତ ମହିଳାଙ୍କର ପ୍ରେମ ସମ୍ପର୍କ ରହିଥାଏ ଏହାର ପରିଣାମ ସର୍ବଦା ଖରାପ ହୋଇଥାଏ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏହିପରି ଏକ ଘଟଣା ଘଟିଛି । ଇନ୍ଦୋରର ଜଣେ ପ୍ରେମିକ ନିଜ ବିବାହିତ ଗର୍ଲଫ୍ରେଣ୍ଡକୁ ତାଙ୍କ ୫ବର୍ଷର ଝିଅ ସାମ୍ନାରେ କଇଁଚିରେ ହତ୍ୟା କରିଦେଇଛି । ଯେତେବେଳେ ପୋଲିସ ମୃତକଙ୍କ ଝିଅକୁ ପଚରାଉଚରା କଲା ସେ କହିଲା ଯେ ମା ମୋତେ ସବୁବେଳେ କହୁଥଲେ ଯେ ତୁମେ ସୌରଭ ଅଙ୍କଲ (ହତ୍ୟାକାରୀ)ଙ୍କୁ ପାପା ବୋଲି ଡାକ ଆଜିଠାରୁ ସେ ତୁମର ବାପା ।

ଇନ୍ଦୋରର ଜ୍ଞାନଶିଳାରେ ରହୁଥିବା ୨୫ବର୍ଷ ବୟସ୍କା ପ୍ରିୟା ଅଗ୍ରୱାଲ ଏବଂ ଜନତା କଲୋନୀର ବାସିନ୍ଦା ସୌରଭଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା । ତା’ପରେ ପ୍ରିୟାଙ୍କ ପରିବାର ତାଙ୍କର ବିବାହ ଅନ୍ୟତ୍ର କରିଦେଇଥିଲେ । କିଛି ବର୍ଷ ପରେ ପ୍ରିୟା ଏବଂ ସୌରଭଙ୍କର ପୁନର୍ବାର ସାକ୍ଷାତ ହେଲା ଏବଂ ସେମାନଙ୍କର ପ୍ରେମ ସମ୍ପର୍କ ଲକଡାଉନରେ ବଢିବାକୁ ଲାଗିଲା ।

ସୌରଭ ପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଏବଂ ଝିଅଙ୍କୁ ଛାଡି ନିଜ ସହିତ ରହିବାକୁ ବାଧ୍ୟ କଲେ । ପ୍ରିୟା ତାଙ୍କ ସ୍ୱାମୀଙ୍କୁ ଛାଡିବାକୁ ଇଚ୍ଛୁକ ଥିଲେ, କିନ୍ତୁ ଝିଅକୁ ନିଜ ସହ ରଖିବାକୁ ଚାହୁଁଥିଲେ । ଏହି କାରଣ ଯୋଗୁ ପ୍ରିୟା ଏବଂ ସୌରଭଙ୍କ ମଧ୍ୟରେ ଝଗଡା ହେଉଥିଲା ।

ଗୋଟେ ଦିନ ପ୍ରିୟା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ଝିଅ ସହିତ ସୌରଭଙ୍କ ଘରକୁ ଯାଇଥିଲେ କିନ୍ତୁ ସୌରଭଙ୍କ ପରିବାର ତାଙ୍କୁ ଘଉଡାଇ ଦେଇଥିଲେ । ଏଥିପାଇଁ ପ୍ରିୟା ଏବଂ ତାଙ୍କ ସ୍ୱାମୀ ଶ୍ୟାମଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା ।

ଦିନେ ପ୍ରିୟା ଏବଂ ତାଙ୍କ ସ୍ୱାମୀ କିସ୍ କରୁଥିବାର ଏକ ଫୋଟ ସୌରଭ ଶ୍ୟାମଙ୍କ ଷ୍ଟାଟସରେ ଦେଖିବାକୁ ପାଇଲେ । ଏହା ଦେଖି ସୌରଭଙ୍କ ରାଗ ସୀମା ଟପିଗଲା । ସେହିଠାରେ ସେ ପ୍ରିୟାଙ୍କୁ ହତ୍ୟା କରିବାକୁ ଚିନ୍ତା କଲେ ।

ହତ୍ୟା ପୂର୍ବରୁ ମଧ୍ୟ ପ୍ରିୟା ଏବଂ ସୌରଭଙ୍କ ମଧ୍ୟରେ ଝିଅକୁ ଏକାଠି ରଖିବା ପାଇଁ ନେଇ ବିତର୍କ ହୋଇଥିଲା । ଏହି ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ଏହାକୁ ଆଧାର କରି ପୋଲିସ ସୌରଭଙ୍କୁ ଗିରଫ କରିଛି । ଅନୁସନ୍ଧାନ ବେଳେ ପୋଲିସ୍ ଜାଣିବାକୁ ପାଇଲା ଯେ ସୌରଭଙ୍କ ଏହି ହତ୍ୟାକାଣ୍ଡରେ ତାଙ୍କର ଦୁଇ ବନ୍ଧୁ ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି । ତେବେ ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ପୋଲିସ୍ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରିରଖିଛି ।

ପୋଲିସ୍ ଦ୍ୱାରା ମିଳିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ରକ୍ତରେ ଜୁଡୁବୁଡୁ ହୋଇ ପ୍ରିୟା ତାଙ୍କ ପ୍ରେମିକ ସୌରଭଙ୍କୁ ଜୀବନ ଭିକ୍ଷା କରୁଛନ୍ତି କିନ୍ତୁ ସେ ପ୍ରିୟାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ହତ୍ୟା କରିବା ପରେ ସୌରଭ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପଡ଼ୋଶୀମାନେ ପ୍ରିୟାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ସେହିଠାରେ ତାଙ୍କର ମୃତ୍ୟୁ ଘଟିଲା ।

Leave a Reply

Your email address will not be published. Required fields are marked *