ମୃ-ତ୍ୟୁ ପୂର୍ବରୁ ପୁଅ କରଣ ନୁହେଁ ଅନିଲ୍ ଅମ୍ବାନୀଙ୍କୁ ଏହି ଚିଠି ଦେଇକରି ଯାଇଥିଲେ ୟସ୍ ଜୋହର୍ ! ଲେଖିଥିଲେ କିଛି ଏପରି…

ମୃ-ତ୍ୟୁ ପୂର୍ବରୁ ପୁଅ କରଣ ନୁହେଁ ଅନିଲ୍ ଅମ୍ବାନୀଙ୍କୁ ଏହି ଚିଠି ଦେଇକରି ଯାଇଥିଲେ ୟସ୍ ଜୋହର୍ ! ଲେଖିଥିଲେ କିଛି ଏପରି…

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର୍ ଏପର୍ଯ୍ୟନ୍ତ ଅନେକ ଉଜ୍ଜ୍ୱଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । କରଣ ଜୋହର୍ ତାଙ୍କ ପିତା ୟଶ୍ ଜୋହରଙ୍କଠାରୁ ଚଳଚ୍ଚିତ୍ର ନିର୍ମାଣ କରିବାର କଳା ପାଇଛନ୍ତି । କହିରଖୁଛୁ ଯେ ୟଶ୍ ଜୋହର୍ ତାଙ୍କ ସମୟର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଥିଲେ । ତାଙ୍କର ମୃତ୍ୟୁ ପରଠାରୁ କରଣ ଜୋହର୍ ଏହି କାର୍ଯ୍ୟର ଦାୟିତ୍ୱ ତୁଲାଉଛନ୍ତି ।

ୟଶ୍ ଜୋହର୍ ବଲିଉଡରେ ଦୋସ୍ତାନା ଏବଂ ଅଗ୍ନିପଥ ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ୟଶ୍ ବଲିଉଡରେ ମଧ୍ୟ ଅନେକ ବନ୍ଧୁ ସୃଷ୍ଟି କରିଥିଲେ ଏବଂ ଏହା ସହିତ ତାଙ୍କର ଶିଳ୍ପ ଜଗତରେ ମଧ୍ୟ ସମ୍ପର୍କ ଥିଲା । ବଲିଉଡ ଏବଂ ଅମ୍ବାନୀ ପରିବାର ମଧ୍ୟରେ ସମ୍ପର୍କ କାହାଠାରୁ ଲୁଚି ନାହିଁ । ସେହିଭଳି ୟଶ୍ ଜୋହର୍ ଏବଂ ଅନିଲ୍ ଅମ୍ବାନୀ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ । ଅନିଲ୍ ଅମ୍ବାନୀ ଏବଂ ୟଶ୍ ଜୋହରଙ୍କ ମଧ୍ୟରେ ବୟସରେ ବହୁତ ପାର୍ଥକ୍ୟ ଥିଲା, କିନ୍ତୁ ବନ୍ଧୁତା ବୟସ, ଧର୍ମ ଏବଂ ଜାତି ଦେଖିନଥାଏ । ୟଶ୍ ଏବଂ ଅନିଲଙ୍କର ଗଭୀର ବନ୍ଧୁତା ଥିଲା ।

ଆପଣ ଏହି କଥାରୁ ଅନୁମାନ କରିପାରିବେ ଯେ ୟଶ୍ ଜୋହର୍ ଏବଂ ଅନିଲ୍ ଅମ୍ବାନୀଙ୍କ ମଧ୍ୟରେ ବନ୍ଧୁତା କେତେ ଭଲ ଥିଲା, ୟଶ୍ ଜୋହର୍ ମୃତ୍ୟୁ ପୂର୍ବରୁ ଅନିଲ୍ ଅମ୍ବାନୀଙ୍କୁ କିଛି ଏପରି ଜିନିଷ ଦେଇଥିଲେ, ଯାହା କରଣ ଜୋହରଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଥିଲା । ସୂଚନା ଅନୁଯାୟୀ, ୟଶ୍ ଜୋହର୍ ଅନିଲ୍ ଅମ୍ବାନୀଙ୍କୁ ଏକ ଚିଠି ଦେଇଥିଲେ । ସେହି ଚିଠିରେ କ’ଣ ଲେଖାଯାଇଥିଲା ଆସନ୍ତୁ ଜାଣିବା ।

୬ ସେପ୍ଟେମ୍ବର ୧୯୨୯ରେ ପାକିସ୍ତାନର ଲାହୋରରେ ଜନ୍ମ ହୋଇଥିବା ୟଶ୍ ଜୋହର୍ ୨୬ ଜୁନ୍ ୨୦୦୪ରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୭୫ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଥିଲେ । ୟଶ୍ ଜୋହରଙ୍କ ଅନ୍ତିମ ସଂସ୍କାରର ପୁରା ଅଂଶ ଅନିଲ୍ ଅମ୍ବାନୀ ପରିଚାଳନା କରିଥିଲେ ।

ଯେତେବେଳେ ୟଶ୍ ଜୋହରଙ୍କ ମୃତ୍ୟୁର ଚତୁର୍ଥ ଦିନ ହୋଇସାରିଥଲା, ସେତେବେଳେ ଅନିଲ୍ ଅମ୍ବାନୀ କରଣ ଜୋହରଙ୍କୁ ଡାକି ତାଙ୍କୁ କିଛି ଦେବାକୁ କହିଥିଲେ । ଏଭଳି ପରିସ୍ଥିତିରେ କରଣ କହିଥିଲେ ଯେ ଠିକ୍ ଅଛି, ସେ ତାଙ୍କ ନିକଟକୁ ଆସିବେ । ଏହାର ଜବାବରେ ଅନିଲ୍ ଅମ୍ବାନୀ ନିଜେ କରଣଙ୍କ ଘରକୁ ଆସିବାକୁ କହିଥିଲେ । ଅନିଲ୍ କରଣଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ସେହି ଚିଠି ଦେଇଥିଲେ, ଯାହା ଅନିଲଙ୍କୁ ୟଶ୍ ଜୋହର୍ ଦେଇଥିଲେ । ଚିଠି ଦେବାବେଳେ ଅନିଲ୍ କରଣଙ୍କୁ କହିଥିଲେ ଯେ, ତୁମ ବାପା ମୋତେ ଏହି ଚିଠି ଦେଇଥିଲେ । ସେ କହିଥିଲେ ଯେ, ଠିକ୍ ସମୟ ଆସିଲେ କରଣଙ୍କୁ ଦେଇଦେବ ।

କରଣଙ୍କ ଅନୁଯାୟୀ, କାର୍ଯ୍ୟ ସହ ଜଡିତ ସମସ୍ତ ତଥ୍ୟ ଚିଠିରେ ରେକର୍ଡ ଥିଲା । ଏହି ଚିଠିରେ ୟଶ୍ ଜୋହରଙ୍କ ସମ୍ପୂର୍ଣ୍ଣ ବ୍ୟବସାୟ ବିଷୟରେ ସୂଚନା ଥିଲା । ଟଙ୍କାର ହିସାବ କିତାବର ମଧ୍ୟ ସବିଶେଷ ତଥ୍ୟ ଦିଆଯାଇଥିଲା । କାହାଠାରୁ କେତେ ଟଙ୍କା ନେବାକୁ, କାହାକୁ କେତେ ଟଙ୍କା ଦେବାକୁ ପଡିବ, କେଉଁଠାରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି, କାର୍ଯ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଉପଲବ୍ଧ ଥିଲା । କରଣ ଏହା କହିଥିଲେ ଯେ ତାଙ୍କ ପିତାଙ୍କ ଚିଠି ତାଙ୍କୁ ତାଙ୍କ କାର୍ଯ୍ୟ ପରିଚାଳନାରେ ବହୁତ ସାହାଯ୍ୟ କରିଥିଲା । ଆପଣଙ୍କୁ କହିରଖୁଛୁ ଯେ, କରଣ ଜୋହର ତାଙ୍କ ଜୀବନୀ ‘ଆନ୍ ଅନସୁଇଟେବୁଲ ବୟ’ରେ ପୁରା କାହାଣୀ ଦେଇଛନ୍ତି । କରଣ ଜୋହର୍ ଅନିଲ୍ ଅମ୍ବାନୀଙ୍କୁ ତାଙ୍କ ବଡ଼ ଭାଇ ବୋଲି ଭାବନ୍ତି ।

Leave a Reply

Your email address will not be published. Required fields are marked *