ଚଳଚିତ୍ର “ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍”ର ନିର୍ଦ୍ଦେଶକଙ୍କ ସହ ଜନ୍ମ ଜନ୍ମାନ୍ତର ବନ୍ଧନର ଡୋରୀରେ ବାନ୍ଧି ହେଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି !

ଚଳଚିତ୍ର “ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍”ର ନିର୍ଦ୍ଦେଶକଙ୍କ ସହ ଜନ୍ମ ଜନ୍ମାନ୍ତର ବନ୍ଧନର ଡୋରୀରେ ବାନ୍ଧି ହେଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି !

ବଲିଉଡ ଅଭିନେତ୍ରୀ ୟାମି ଗୌତମ ଚଳଚ୍ଚିତ୍ର “ଉରି ଦି ସର୍ଜିକାଲ ଷ୍ଟ୍ରାଇକ”ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ୟାମି ଏବଂ ଆଦିତ୍ୟ ସୋସିଆଲ ମିଡିଆରେ ନିଜ ବିବାହର ପ୍ରଥମ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ବିବାହର ଖବର ଜାଣିବା ପରେ ବଲିଉଡ ଜଗତ ସମେତ ସେମାନଙ୍କ ପ୍ରସଂଶାକମାନେ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକାଶ କରିଛି, ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ ଜଗତର ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ, ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ଆଦିତ୍ୟ ଧର ଏବଂ ୟାମି ଗୌତମ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଏହା ଭାଇରାଲ ହେବାରେ ଲାଗିଛି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୟାମି ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି । ୟାମି ନିଜର ଏବଂ ଆଦିତ୍ୟଙ୍କ ଏକ ସୁନ୍ଦର ଫଟୋ ସେୟାର କରିବା ସହିତ ଏକ ସୁନ୍ଦର କ୍ୟାପସନ୍ ଲେଖିଛନ୍ତି ।

ୟାମି କ୍ୟାପସନରେ ଲେଖିଛନ୍ତି ଯେ ‘ତୁମର ଆଲୋକ ସହିତ ମୁଁ ପ୍ରେମ କରିବାକୁ ଶିଖିଲି । ଏହା ପରେ ୟାମି ଲେଖିଛନ୍ତି – ଆମ ପରିବାରର ଆଶୀର୍ବାଦ ସହିତ, ଆମେ ଆଜି କିଛି ବଛା ବଛା ଲୋକଙ୍କ ଗହଣରେ ବିବାହ କଲୁ । ୟାମି ଆହୁରି ଲେଖିଛନ୍ତି, ‘ଆଜି ଆମେ ବନ୍ଧୁତା ଏବଂ ପ୍ରେମର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛୁ, ତେଣୁ ଆପଣଙ୍କର ଶୁଭେଚ୍ଛା ଆବଶ୍ୟକ’ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ୟାମି ଗୌତମ ଏବଂ ଆଦିତ୍ୟ ଧର ଚଳଚ୍ଚିତ୍ର “ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍”ରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ବିକ୍କି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ଆଦିତ୍ୟ ଧର ମଧ୍ୟ ଏଥିପାଇଁ ପ୍ରସିଦ୍ଧ ହୋଇଥିଲେ । କୁହାଯାଊଛି ଯେ, ଚଳଚିତ୍ର “ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍”ରେ ସମୟରୁ ହିଁ ଉଭୟ ୟାମି ଓ ଆଦିତ୍ୟ ପରସ୍ପରକୁ ଭଲ ପାଉଥିଲେ ।

Leave a Reply

Your email address will not be published. Required fields are marked *