ଶନି ଜୟନ୍ତୀ ଦିନ କରନ୍ତୁ ଏହି ବିଧିରେ ପୂଜାପାଠ ! ଶନିଦେବ ହେବେ ପ୍ରସନ୍ନ କିନ୍ତୁ ଏହି ସବଧାନତା ନିଶ୍ଚିତ ଅବଲମ୍ବନ କରନ୍ତୁ…

ଶନି ଜୟନ୍ତୀ ଦିନ କରନ୍ତୁ ଏହି ବିଧିରେ ପୂଜାପାଠ ! ଶନିଦେବ ହେବେ ପ୍ରସନ୍ନ କିନ୍ତୁ ଏହି ସବଧାନତା ନିଶ୍ଚିତ ଅବଲମ୍ବନ କରନ୍ତୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ସବୁଠାରୁ କ୍ରୋଧିତ ଦେବତା ହୋଇଥାନ୍ତି ଏବଂ ତାଙ୍କୁ ନ୍ୟାୟଧୀଶର ଉପାଧି ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ତାଙ୍କୁ ଏହି ଉପାଧି ଭଗବାନ ଶିବ ଦେଇଛନ୍ତି । ଯେଉଁ ବ୍ୟକ୍ତି ନିଜ ଜୀବନରେ ଭଲ କାମ କରିଥାଏ ତାକୁ ସର୍ବଦା ଶନିଦେବ ଭଲ ଫଳ ପ୍ରଦାନ କରନ୍ତି ପରନ୍ତୁ ଖରାପ କାମ କରୁଥିବା ଲୋକଙ୍କୁ ଶନି ଦେବଙ୍କ ଖରାପ ଦୃଷ୍ଟିର ସାମ୍ନା କରିବାକୁ ପଡ଼ିଥାଏ । ଆପଣଙ୍କୁ କହିରଖୁଛୁ ଯେ ଜୁନ୍ ୧୦ରେ ଶନି ଜୟନ୍ତୀ ଅଟେ । ଧାର୍ମିକ ମାନ୍ୟତା ଅନୁସାରେ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଶନିଦେବ ଜନ୍ମ ହୋଇଥିଲା । ଶନି ଜୟନ୍ତୀ ଦିନ ଭକ୍ତମାନେ ଶନି ଦେବଙ୍କର ବିଧି ବିଧାନ ପୂର୍ବକ ପୂଜା କରିଥାନ୍ତି ।

ଧାର୍ମିକ ଶାସ୍ତ୍ର ଅନୁସାରେ, ଯେଉଁ ଲୋକ କାହାକୁ ହନ୍ତସନ୍ତ କରନ୍ତି ନାହିଁ, କାହା ସହିତ ଅନ୍ୟାୟ କରନ୍ତି ନାହିଁ, କାହା ଉପରେ ଅନ୍ୟାୟ ଅତ୍ୟାଚାର କରନ୍ତି ନାହିଁ ଅର୍ଥାତ୍ ଯେଉଁ ଲୋକ ନିଜ ଜୀବନରେ ସବୁବେଳେ ଭଲ କାମ କରିଥାଏ । ତାଙ୍କୁ ଶନିଦେବଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ କାରଣ ଏପରି ଲୋକଙ୍କ ଉପରେ ଶନିଦେବ ନିଜର କୃପା ଦୃଷ୍ଟି ସବୁବେଳେ ବଜାୟ ରଖିଥାନ୍ତି ।

ଶନି ଜୟନ୍ତୀ ଦିନ ଖୁବ୍ ଶୁଭ ହୋଇଥାଏ । ପୁରା ଉତ୍ତର ଭାରତରେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ଶନି ଜୟନ୍ତୀ ପାଳନ କରାଯାଏ । ଆପଣଙ୍କୁ କହିରଖୁଛୁ ଯେ ଏହି ଦିନ ଶନି ଜୟନ୍ତୀ ସହିତ ବଟ ସାବିତ୍ରୀ ବ୍ରତ ମଧ୍ୟ ରଖା ଯାଇଥାଏ । ଏପରି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଶନି ଅମାବାସ୍ୟା ଦିନ ଶନିଦେବଙ୍କ ପୂଜା କରିଥାଏ ତା ଜୀବନର ସବୁ କଷ୍ଟ ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତିକୁ ଶନିଙ୍କ ପ୍ରକୋପର ସାମ୍ନା କରିବାକୁ ପଡ଼ୁଛି ତେବେ ତାକୁ ଶନି ଜୟନ୍ତୀ ଦିନ ‘ଶନିଦେବ’ଙ୍କର ବିଧି ବିଧାନ ପୂର୍ବକ ପୂଜା କରିବା ଉଚିତ ।

ଏହିପରି କରନ୍ତୁ ଶନି ଦେବଙ୍କ ପୂଜା :-

୧. ଆପଣ ଶନି ଜୟନ୍ତୀ ଦିନ ସକାଳ ସମୟରେ ଶୀଘ୍ର ଉଠି ନିଜର ସମସ୍ତ କାର୍ଯ୍ୟ ସମାପନ କରିବା ପରେ ସ୍ନାନ କରି ଶୁଦ୍ଧ ହୋଇଯାଅନ୍ତୁ ।

୨. ଏହାପରେ ଆପଣଙ୍କୁ ଏକ ପାଟ ଉପରେ କଳା କପଡ଼ା ବିଛାଇବାକୁ ପଡ଼ିବ ଏବଂ ତାଉପରେ ଏକ ସୁପରି ରଖି ତାହାର ଉଭୟ ପାର୍ଶ୍ଵରେ ଶୁଦ୍ଧ ଘିଅ କିମ୍ବା ତେଲ ଦୀପ ପ୍ରଜ୍ବଳନ କରି ଧୂପ ଜଳାଇ ଦିଅନ୍ତୁ ।

୩. ଏହାପରେ ଆପଣ ଶନି ଦେବତାଙ୍କର ଏହି ପ୍ରତୀକ ସ୍ୱରୂପକୁ ପଞ୍ଚଗବ୍ୟ, ପଞ୍ଚାମୃତ, ସୁଗନ୍ଧିତ ଦ୍ରବ୍ୟରେ ସ୍ନାନ କରାନ୍ତୁ ।

୪. ଏହାପରେ ଆପଣଙ୍କୁ ଅବିର, ରଙ୍ଗ, ସିନ୍ଦୁର, କୁମ୍-କୁମ୍ ଏବଂ କଜ୍ବଳ ଲଗାଇ ନୀଳ ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ ।

୫. ଏହାପରେ ପଞ୍ଚପୋଚାର ପୂଜନ ପରେ ଶନି ମନ୍ତ୍ର ଅତି କମରେ ଗୋଟିଏ ମାଳା ଜପ ନିଶ୍ଚିତ କରନ୍ତୁ ।

୬. ଜପ ଶେଷ ହେବାପରେ ଶନି ଚାଳିଶା ପାଠ କରନ୍ତୁ ଏବଂ ତାପରେ ଶନି ମହାରାଜଙ୍କ ଆରତୀ କରନ୍ତୁ ।

ଏଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ :-

୧. ଯଦି ଆପଣ ଶନିଦେବଙ୍କ ପୂଜା କରୁଛନ୍ତି ତେବେ ଆପଣଙ୍କୁ ଏହି କଥା ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ ଯେ ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଶରୀରରେ ତେଲ ମାଲିସ୍ କରି ସ୍ନାନ କରନ୍ତୁ ।

୨. ଶନି ଦେବଙ୍କ ପୂଜା କରିବା ସହିତ ଆପଣ ମହାବଳୀ ହନୁମାନଙ୍କର ପୂଜା ମଧ୍ୟ କରନ୍ତୁ ।

୩. ଶନି ଜୟନ୍ତୀ କିମ୍ବା ଶନି ପୂଜା ଦିନ ବ୍ରହ୍ମଚର୍ଜର ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

୪. ଶନି ଜୟନ୍ତୀ ଦିନ ଯାତ୍ରାକୁ ମଧ୍ୟ ସ୍ଥଗିତ କରନ୍ତୁ ।

୫. ଶନି ଜୟନ୍ତୀ ଦିନ ଆପଣ ନିର୍ଧନ ଏବଂ ଅସହାୟ ଲୋକଙ୍କୁ ତେଲରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ସେବନ କରାନ୍ତୁ । ଏହିଦିନ ଆପଣ ଗାଈ ଏବଂ କୁକୁରକୁ ମଧ୍ୟ ତେଲରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ନିଶ୍ଚିତ ସେବନ କରାନ୍ତୁ ।

୬. ଶନି ପୂଜା ଦିନ ଆପଣ ବୟସ୍କ ଏବଂ ଅସହାୟ ଲୋକଙ୍କର ସେବା କରନ୍ତୁ ଏବଂ ସେମାନଙ୍କ ସହାୟତା କରନ୍ତୁ ।

Leave a Reply

Your email address will not be published. Required fields are marked *