ପିତୃଦୋଷ ଦୂର କରିବା ପାଇଁ ଚାହୁଁଥିଲେ ହନୁମାନଙ୍କ ଆରାଧନା କରନ୍ତୁ…

ପିତୃଦୋଷ ଦୂର କରିବା ପାଇଁ ଚାହୁଁଥିଲେ ହନୁମାନଙ୍କ ଆରାଧନା କରନ୍ତୁ…

ପିତୃ ଦୋଷ ହୋଇଥାଏ ଆପଣଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା , ଶ୍ରୀ ହନୁମାନ ଆପଣଙ୍କୁ କରିବେ ଏଥିରୁ ମୁକ୍ତି ।

ହିନ୍ଦୁ ଧର୍ମରେ କୁଣ୍ଡଳୀର ବିଶେଷ ମହତ୍ତ୍ଵ ରହିଥାଏ । ପ୍ରତିଟି କାର୍ଯ୍ୟ କୁଣ୍ଡଳୀ ଦେଖି କରାଯାଏ । ପୁଣି ଏଥିରେ କୁଣ୍ଡଳୀରେ ପିତୃଦୋଷ ଥିଲେ ବ୍ୟକ୍ତିର ଜୀବନ ସମସ୍ୟା ଏବଂ କଠିନ ପରିସ୍ଥିତିରେ ପଡ଼ିଯାଏ । ସେହି ସମୟରେ ବ୍ୟକ୍ତି ସଂକଟ ମୋଚନ ହନୁମାନଙ୍କୁ ଆରାଧନା କରିଲେ ଅଧିକ ଲାଭ ମିଳିଥାଏ । ହନୁମାନଙ୍କୁ କଳିଯୁଗର ସାକ୍ଷାତ ଦେବତା ମଧ୍ୟ ମାନଯାଏ । ମାନ୍ୟତା ଅଛି ସେ ବର୍ତ୍ତମାନ ମଧ୍ୟ ପୃଥିବୀରେ ଅଛନ୍ତି ।

ପିତୃଦୋଷ ଥିବା ବ୍ୟକ୍ତିଙ୍କୁ ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ । ଶାସ୍ତ୍ର ଅନୁଯାୟୀ ହନୁମାନ ଚାଳିଶା ଅନେକ ପ୍ରକାର ସମସ୍ୟାରୁ ସମାଧାନ କରିବାର ଶକ୍ତି ଦେଇଥାଏ । ଯଦି ଆପଣ ହନୁମାନ ଚାଳିଶା ଦ୍ଵାରା ନିଜର ପିତୃ ଦୋଷ ସମାପ୍ତ କରିବାକୁ ଚାହାଁନ୍ତି , ତେବେ ଆପଣ ହନୁମାନଙ୍କୁ ପାର୍ଥନା କରନ୍ତୁ ଏବଂ ଏହି ଚାଳିଶା ନିୟମିତ ଭାବରେ ପାଠ କରନ୍ତୁ, ତେବେ ଆପଣଙ୍କ ସବୁ ପ୍ରକାର ମନକାମନା ପୂର୍ତ୍ତି ହେବ ଏବଂ ଏହାଦ୍ଵାରା ପିତୃ ଦୋଷ ପ୍ରଭାବ ମଧ୍ୟ କମିଯିବ । “ବଜରଙ୍ଗ ବାଣ” ପାଠ କରିଲେ ସବୁ ପ୍ରକାର ଦୁଃଖ କଷ୍ଟ ଭୟ ଦୂର ହୋଇଯାଏ ବୋଲି ମାନ୍ୟତା ରହିଛି ।

ଆପଣ ସବୁବେଳେ ନିୟମିତ ରୂପରେ ବୀର ହନୁମାନଙ୍କ ଆଗରେ ବସି ଚାଳିଶା ପାଠ କରନ୍ତୁ, ଏବଂ ତାଙ୍କୁ ଗୁଡ଼ ,ଚଣା ଭୋଗ ଲଗାନ୍ତୁ । ଏହା ଛଡ଼ା ଭଗବାନଙ୍କ ନିକଟରେ ପିତୃଦୋଷ କଷ୍ଟକୁ ଦୂର କରିବା ପାଇଁ ପାର୍ଥନା ମଧ୍ୟ କରନ୍ତୁ । ଆପଣଙ୍କ ଜୀବନର ସବୁ ଦୁଃଖ ଭଗବାନ ହରଣ କରିନେବେ । ଭଗବାନ ରାମଙ୍କ ନାମକୁ ଜପିଲେ ମଧ୍ୟ ପିତୃ ଦୋଷ ଦୂର ହୋଇଥାଏ । ହନୁମାନ ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ସବୁଠାରୁ ବଡ଼ ଭକ୍ତ ଅଟନ୍ତି । ଯେଉଁଠାରେ ମାତା ସୀତା ଏବଂ ରାମଙ୍କ ସଂକୀର୍ତ୍ତନ ହୋଇଥାଏ ସେଇଠାରେ ବୀର ହନୁମାନ ଉପସ୍ଥିତ ରହିଥାନ୍ତି । ଏଥି ଯୋଗୁଁ ଆପଣ ନିୟମିତ ଭାବରେ କିଛି ସମୟ ଶ୍ରୀରାମ ଏବଂ ମାତା ସୀତାଙ୍କ ଭଜନ କୀର୍ତ୍ତନ ଅବଶ୍ୟ କରନ୍ତୁ । ଆପଣ ନିଜର କଷ୍ଟ ଦୂର କରିବାକୁ ମଧ୍ୟ ପାର୍ଥନା କରିପାରିବେ ।

ଆପଣଙ୍କୁ କହିଦେଉଛୁ ରାମଚରିତ ମାନସରେ ରହିଥିବା ସୁନ୍ଦରାକାଣ୍ଡ ମଧ୍ୟ ବୀର ହନୁମାନଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଆପଣ ନିଜର ଜୀବନରେ କଷ୍ଟକୁ ଦୂର କରିବାକୁ ଚାହାଁନ୍ତି ତେବେ ପ୍ରତିଦିନ ଏହା ସୁଦ୍ଧ ମନରେ ପାଠ କରନ୍ତୁ । ଯଦି ଆପଣ ପ୍ରତିଦିନ ପାଠ କରି ପାରିବେ ନାହିଁ ,ତେବେ ମଙ୍ଗଳବାର ଏବଂ ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରନ୍ତୁ , ଏଥିରେ ଆପଣଙ୍କ ସମସ୍ତ ସମସ୍ୟା କିଛି ଦିନରେ ଦୂର ହେବାକୁ ଲାଗିବ । ଆପଣ ଏହାର ପ୍ରଭାବ ମଧ୍ୟ ଦେଖିପାରିବେ ।

ଶାସ୍ତ୍ର ମୁତାବକ ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ରାମ ଭଳି ନାରାୟଣଙ୍କ ରୂପ ଅଟନ୍ତି । ସେ ନିଜର କୃଷ୍ଣ ଅବତାର ମଧ୍ୟରେ ଗୀତାର ଉପଦେଶ ଦେଇଛନ୍ତି । କୁହାଯାଏ ପିତୃ ମୌକ୍ଷ ପାଇଁ ପ୍ରତିଦିନ ଗୀତା ପାଠ କରିଲେ ତେବେ ପିତୃ ପୁରୁଷଙ୍କୁ ମୌକ୍ଷ ମିଳିଥାଏ । ଏହାସହ ସେ ନିଜର କୃପା ଆପଣଙ୍କ ପରିବାର ଉପରେ ବର୍ଷିଥାନ୍ତି । ଏଥିରେ ପରିବାରରେ ଖୁସି ଭରିଯାଏ ଏବଂ ବାତାବରଣ ପବିତ୍ର ହୋଇଥାଏ ।

ଜାଣନ୍ତୁ ସୁନ୍ଦର କାଣ୍ଡ ପାଠ କରିବାର ଉଚିତ ଉପାୟ

ସୁନ୍ଦରାକାଣ୍ଡ ପାଠ ଆରମ୍ଭ କରିବା ପୂର୍ବରୁ ବୀର ହନୁମାନଙ୍କ ମୂର୍ତ୍ତିକୁ ବିଶେଷ ରୂପରେ ପୂଜା କରିବା ଆବଶ୍ୟକ । ଏହାସହ ସୀତା ରାମଙ୍କ ମୂର୍ତ୍ତି ମଧ୍ୟ ପାଖରେ ରଖନ୍ତୁ । ହନୁମାନଙ୍କ ପୂଜା ଫଳ , ଫୁଲ, ମିଠା, ଏବଂ ସିନ୍ଦୂର ଅର୍ପଣ କରି କରନ୍ତୁ । ସୁନ୍ଦରାକାଣ୍ଡ ପାଠ ଆରମ୍ଭ କରିବା ପୂର୍ବରୁ ଗଣେଶ ବନ୍ଦନା କରନ୍ତୁ ।

Leave a Reply

Your email address will not be published. Required fields are marked *