ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ଅବିଳମ୍ବେ ପ୍ରଭୁ ମଙ୍ଗଳବାର ଦିନ କରନ୍ତୁ ହନୁମାନଙ୍କ ଏହି ୪ଟି ଉପାୟ…

ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଇଥାଏ । ଜୀବନରେ ହେଉଥିବା ସମସ୍ତ ଚିନ୍ତାକୁ ଦୂର କରିଦିଅନ୍ତି । ଯେଉଁମାନେ ପ୍ରଭୁ ହନୁମାନଙ୍କ ପୂଜା ଅର୍ଚ୍ଚନା କରନ୍ତି, ସେମାନଙ୍କର ସବୁ ଦୁଃଖ କଷ୍ଟ ଦୁର ହୋଇଯାଇଥାଏ । ବର୍ତ୍ତମାନ ସମୟରେ ଏଭଳି ଅନେକ ଲୋକମାନେ ଅଛନ୍ତି; ଯେଉଁମାନେ ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ କରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ବନ କରନ୍ତି । କାରଣ ଭକ୍ତଙ୍କ ବିଶ୍ଵାସ ଥାଏ ଯେ, ପ୍ରଭୁ ହନୁମାନଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୁଅନ୍ତି ଓ ସମସ୍ତ ଦୁଃଖ କଷ୍ଟ ଦୂର କରିଦିଅନ୍ତି । ଯଦି ଭଗବାନ ହନୁମାନଙ୍କୁ ମଙ୍ଗଳବାର ଓ ଶନିବାର ଦିନ ପୂଜା କରାଯାଏ, ତେବେ ଅନେକ ପ୍ରକାରର ଲାଭ ପ୍ରାପ୍ତ ହୋଇଥାଏ । ଆପଣ ଏହିଦିନ ହନୁମାନଙ୍କ ଆରାଧନା କରି ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ କରି ପାରିବେ । ପ୍ରଭୁ ହନୁମାନ ଭୂତପ୍ରେତ ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୂର କରିଥାନ୍ତି । ଯଦି ଆପଣଙ୍କୁ ଆର୍ଥିକ ଜନିତ ସମସ୍ୟା ଲାଗି ରହିଛି; ତେବେ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଆପଣ ଏହି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ଆଜିର ଏହି ଅନୁଛେଦତିରେ ଆମେ ଆପଣଙ୍କୁ ୪ଟି ଉପାୟ ବିଷୟରେ କହିବୁ, ଏହି ଉପାୟକୁ ଆପଣଙ୍କ ଯଥାସମ୍ଭବ ମଙ୍ଗଳବାର ଦିନ ଅନୁସରଣ କରିଲେ ଆର୍ଥିକ ସଙ୍କଟରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଅନୁଛେଦଟି ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସେହି ୪ଟି ଉପାୟ :

ହନୁମାନ ଚାଳିଶା :

Google

ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ ସର୍ବତ୍ତମ ଦିନ ଅଟେ । ଏହି ବ୍ୟସ୍ତମୟ ଦୁନିଆରେ ଟଙ୍କା ପଇସା ରୋଜଗାର କରିବା ଏବଂ ତତ୍ ଅନୁସାରେ ଖର୍ଚ୍ଚ କରିଚାଲିବ କାଠିକର ପାଠ ହୋଇଥାଏ । ଯଦି ଆପଣଙ୍କ ଆପଣ କାହାଠାରୁ ଋଣ ନେଇଛନ୍ତି; ତେବେ ମଙ୍ଗଳବାର ଦିନ ଋଣ ପରିଶୋଧ କରିବା ଅତ୍ୟନ୍ତ ଭଲ । ଏତଦଦବ୍ୟତୀତ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ । ଏହାପରେ ହନୁମାନ ମନ୍ଦିରରେ ନଡିଆ ମଧ୍ୟ ଭାଙ୍ଗି ପୂଜାର୍ଚ୍ଚନା କରନ୍ତୁ । ଏହିପରି କରିବା ଦ୍ଵାରା ପ୍ରଭୁ ହନୁମାନଙ୍କ ଅପର କୃପା ଲାଭ କରିପାରିବେ ଏବଂ ଆପଣ ଯଥାଶୀଘ୍ର ଋଣ ପରିଶୋଧ କରିପାରିବେ ଓ ପୁଣିଥରେ କାହାଠାରୁ ଋଣ ନେବାକୁ ପଡିବ ନାହିଁ । ଏହା ସହିତ ଏହି କଥାର ଧ୍ୟାନ ମଧ୍ୟ ରଖନ୍ତୁ; ବୁଧବାର ଏବଂ ରବିବାର ଦିନ କାହାକୁ ଉଧାର ଦିଅନ୍ତୁ ନାହିଁ ।

ଦାନ :

Google

ଯଦି ଆପଣଙ୍କୁ ସର୍ବଦା ଋଣର ଚିନ୍ତା ଲାଗି ରହିଛି ଏବଂ ଆପଣ ସଂପୂର୍ଣ୍ଣ ଭାବରେ ଋଣ ପରିଶୋଧ କରି ପାରୁନାହାନ୍ତି; ତେବେ ମଙ୍ଗଳବାର ଦିନ କିଛି ଦାନ କରନ୍ତୁ । ମଙ୍ଗଳବାର ଦିନ ତମ୍ବା, ସୁନା, କେଶର, କସ୍ତୁରୀ, ଗହମ, ଲାଲ୍ ଚନ୍ଦନ, ଲାଲ୍ ଗୋଲାପ, ସିନ୍ଦୂର, ମହୁ, ଲାଲ୍ ଫୁଲ, ମସୁର ଡାଲି, ଲାଲ୍ ମରିଚ, ଲାଲ୍ ପଥର, ଏଥିମଧ୍ୟରୁ କିଛି ବି ନିଜ ସାମର୍ଥ୍ୟ ଅନୁସାରେ କୌଣସି ମନ୍ଦିର ଅଥବା କୌଣସି ଗରିବକୁ ଦାନ କରି ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଅନେକ ସମସ୍ୟା ଦୂର ହୋଇଯିବ ଏବଂ ଏହା ସହିତ ଋଣରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ ।

ଅଟାର ଦୀପ ଜଳାନ୍ତୁ :

Google

ଅତି କମ୍ ରେ ୧୧ଟି ମଙ୍ଗଳବାର ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ ପଡ଼ିବ । ଏଥିପାଇଁ ଆପଣ ଅଟାକୁ ଦଳି ତାକୁ ଦୀପ ଆକାରରେ ବନାନ୍ତୁ । ଏହାପରେ ତାକୁ ବଡ଼ ପତ୍ରରେ ରଖି ଜଳାନ୍ତୁ । ଏମିତି ପାଞ୍ଚଟି ପତ୍ରରେ ରଖି ପାଞ୍ଚଟି ଦୀପ ରଖନ୍ତୁ ଏବଂ ତାକୁ ନେଇ ହନୁମାନଙ୍କ ମନ୍ଦିରରେ ରଖି ଦିଅନ୍ତୁ । ଏହିପରି ୧୧ଟି ମଙ୍ଗଳବାର ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବ ଏବଂ ଋଣ ଠାରୁ ମୁକ୍ତି ମିଳିବ । ଏହି କଥାର ଧ୍ୟାନ ରଖନ୍ତୁ ଯେ, ଏହି ପୂଜା ଅର୍ଚ୍ଚନା କରିବା ସମୟରେ ଯେପରି କୌଣସି ଭୁଲ ହେବ ନାହିଁ ।

ସୋରିଷ ତେଲରେ ଦୀପ :

Google

ଶୁକ୍ଳ ପକ୍ଷର କୌଣସି ମଙ୍ଗଳବାର ଦିନ ଏହି ଉପାୟ କରିପାରିବେ । ଏଥିପାଇଁ ଭଗବାନ ହନୁମାନଙ୍କ ମନ୍ଦିରରେ ଦୁଇଟି ଦୀପ ଜଳାନ୍ତୁ ଏବଂ ହନୁମାନ ଚାଳିଶାର ପାଠ କରନ୍ତୁ । ଏଥିପାଇଁ ପ୍ରଥମେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହାପରେ ଅନ୍ୟ ୯ଟି ସଳିତା ନେଇ ଏକ ବଡ଼ ଦୀପ ପ୍ରସ୍ତୁତ କରି ଜଳାନ୍ତୁ । ଜଳିବ ପୂର୍ବରୁ ଦୀପାରେ ଘିଅ ନୁହେଁ ବରଂ ସୋରିଷ ତେଲ ଢାଳିବେ ଅର୍ଥାତ ସୋରିଷ ତେଲର ଦୀପ ବ୍ୟବହାର କରିବେ । ଦୀପଟିକୁ ଏକ ସୁରକ୍ଷିତ ସ୍ଥାନରେ ଜଳାନ୍ତୁ; ଯେପରି ଦୀପଟି ସାରା ରାତି ଜଳି ରହିବ । ଏହାପରେ ଛୋଟ ଦୀପ ନିଜର ଡାହାଣ ପଟରେ ରଖନ୍ତୁ ଏବଂ ବଡ଼ ଦିପକୁ ହନୁମାନ ଭଗବାନଙ୍କ ଆଗରେ ରଖନ୍ତୁ । ଏମିତି ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କୁ ସମସ୍ତ ସମସ୍ୟାରୁ ଆଶ୍ଵସ୍ତି ମିଳିବ । ପ୍ରଭୁ ହନୁମାନ ଚାହିଁବେ ତୋ ଆପଣଙ୍କୁ ପୁଣି ଥରେ କାହାଠାରୁ ଋଣ ନେବାକୁ ପଡିବ ନାହିଁ ।

ପ୍ରଚଳିତ ପରମ୍ପରା ଓ ପୌରଣିକ ଶାସ୍ତ୍ରକୁ ନେଇ ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟକୁ ଆପଣଙ୍କ ସମ୍ମୁଖରେ ଉପସ୍ଥାନ କରାଯାଇଛି । ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଜୟ ହନୁମାନ ।

Be the first to comment

Leave a Reply

Your email address will not be published.


*