ଆତ୍ମନିର୍ଭର ଭାରତ ଅନୁଯାୟୀ ପ୍ରସ୍ତୁତ କରାଯାଇଛି ଦୁନିଆର ସବୁଠାରୁ ଶସ୍ତା କରୋନା ପରୀକ୍ଷଣ କିଟ୍ ! ଜାଣନ୍ତୁ ଏହାର ମୂଲ୍ୟ କେତେ ?

ଆତ୍ମନିର୍ଭର ଭାରତ ଅନୁଯାୟୀ ପ୍ରସ୍ତୁତ କରାଯାଇଛି ଦୁନିଆର ସବୁଠାରୁ ଶସ୍ତା କରୋନା ପରୀକ୍ଷଣ କିଟ୍ ! ଜାଣନ୍ତୁ ଏହାର ମୂଲ୍ୟ କେତେ ?

ଦିଲ୍ଲୀ ଆଇଆଇଟି କରୋନା ଭାଇରସର ସବୁଠାରୁ ଶସ୍ତା ପରୀକ୍ଷଣ କିଟ୍ ଅଟେ । ଯାହାକି ଖୁବଶୀଘ୍ର ବଜାରରେ ଉପଲବ୍ଧ ହୋଇଯିବ । ଏହି ଶସ୍ତା ପରୀକ୍ଷଣ କିଟକୁ ପ୍ରସ୍ତୁତ କରିଛନ୍ତି । ଏହି ଶସ୍ତା ପରୀକ୍ଷଣ କିଟକୁ ଅଧିକରୁ ଅଧିକ ଲୋକଙ୍କ କରୋନା ପରୀକ୍ଷଣ କରାଯିବ । ଏହି କିଟ୍ ଆତ୍ମନିର୍ଭର ଭାରତ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଯେଉଁ ଟେଷ୍ଟିଙ୍ଗ କିଟର ବ୍ୟବହାର କରାଯାଉଛି ତାହାର ମୂଲ୍ୟ ବହୁତ ଅଧିକ ଅଟେ । ଯାହା କାରଣରୁ ଦେଶରେ ଅଧିକ ସଂଖ୍ୟାରେ ପରୀକ୍ଷଣ ହୋଇପାରୁନଥିଲା । ବର୍ତ୍ତମାନ ଦିଲ୍ଲୀ ଆଇଆଇଟି ତରଫରୁ ପ୍ରସ୍ତୁତ କରାଯାଇଛି ଏହି ଶସ୍ତା କିଟରୁ ଅଧିକ ଲୋକଙ୍କ ପରୀକ୍ଷଣ କରାଯାଇପାରିବ ।

ଆଜି କରାଗଲା ଲଞ୍ଚ

newstrend

କେନ୍ଦ୍ର ସରକାର ଆଜି ସବୁଠାରୁ ଶସ୍ତା କରୋନା ପରୀକ୍ଷଣ କିଟ୍ ଲଞ୍ଚ କରିଛନ୍ତି। କେନ୍ଦ୍ରୀୟ ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ମାନବ ସଂଶାଧନ ବିଭାଗର ରାଜ୍ୟମନ୍ତ୍ରୀ ସଞ୍ଜୟ ଧୋତ୍ରୀ ତରଫରୁ ଏହି କିଟ୍ ଲଞ୍ଚ କରାଯାଇଛି । ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି କିଟ ବିଶ୍ୱର ସବୁଠାରୁ ଶସ୍ତା କରୋନା ପରୀକ୍ଷଣ କିଟ୍ ଅଟେ ।

ଏହି କିଟକୁ ନେଇ କରୋଟେନିଂର ପ୍ରବନ୍ଧ ନିର୍ଦେଶକ, ଯତୀନ ଗୋୟଲ କହିଛନ୍ତି ଯେ କିଟର ମୂଲ୍ୟ ପାଖାପାଖି ୬୫୦ ଟଙ୍କାର ପାଖାପାଖି ହୋଇପାରେ ଏବଂ ଏହାକୁ ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କରିଛନ୍ତି ।

କୋରୋସିଓର ନାମରେ ପରିଚିତ ହେବ ଏହି ଟେଷ୍ଟିଙ୍ଗ କିଟ୍

ଲୋକସତ୍ତାରେ ଗୋପନୀୟ ଖବର ଅନୁଯାୟୀ ନ୍ୟୁଟେକ୍ ମେଡ଼ିକାଲ କମ୍ପାନୀକୁ ଏହି କିଟକୁ ବଜାରରେ ଉପଲବ୍ଧ କରାଇବା ଦାୟିତ୍ବ ଦିଆଯାଇଛି । ଏହି କିଟକୁ କୋରୋଶିଉର ନାମ ଦିଆଯାଇଛି । ଏହି ଶସ୍ତା କିଟ୍ ସାହାଯ୍ୟରେ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କ କରୋନା ଯାଞ୍ଚ କରାଯାଇପାରିବ ।

newstrend

ବର୍ତ୍ତମାନର ସମୟରେ ଦୁନିଆରେ କରୋନା ଭାଇରସର ପ୍ରକୋପ ଅଧିକ ବଢିଯାଇଛି ଏବଂ ଏହି ଭାଇରସ୍ ଆୟତ୍ତରେ ଆସିଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସର ଔଷଧ ମଧ୍ୟ ସଫଳତା ପୂର୍ବକ ପ୍ରସ୍ତୁତ କରାଯାଇପାରିନାହିଁ । ଯଦିଓ କିଛି କମ୍ପାନୀ କରୋନା ପ୍ରତିଷେଧକ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ସଫଳତା ମିଳିପାରି ନାହିଁ । ଆଶା କରାଯାଉଛି ଯେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଭାଇରସର ପ୍ରତିଷେଧକ ଟୀକା ବଜାରରେ ଉପଲବ୍ଧ ହୋଇଯିବ ।

ଏପରି ଭାବରେ ହାରୁଛି କରୋନା

କରୋନା ଭାଇରସକୁ ହରାଇବା ପାଇଁ ଅଧିକରୁ ଅଧିକ ଲୋକଙ୍କ ସନ୍ଧାନ କରିବା ସୂତ୍ର ପ୍ରୟୋଗ କରାଯାଉଛି । ଏହି ସୂତ୍ର ଅନୁଯାୟୀ କିଛି ଦେଶ ଏଠାରୁ ଅଧିକରୁ ଅଧିକ ଜନସଂଖ୍ୟାଙ୍କ ଏହି ପରୀକ୍ଷଣ କରୁଛନ୍ତି ଏବଂ ଯେଉଁ ଲୋକମାନେ ଏହି ଭାଇରସରୁ ସଂକ୍ରମିତ ହୋଇଯାଇଛନ୍ତି ତାଙ୍କ ଚିକିତ୍ସା କରାଯାଉଛି ।

newstrend

ବର୍ତ୍ତମାନ ଶସ୍ତା କରୋନା ଭାଇରସ ଟେଷ୍ଟିଙ୍ଗ କିଟ୍ ସାହାଯ୍ୟରେ ଭାରତରେ ମଧ୍ୟ ଏହି ସୂତ୍ର ପ୍ରୟୋଗ କରାଯାଉଛି । ଭାରତରେ ବର୍ତ୍ତମାନ କରୋନାରେ ଗ୍ରସ୍ତ ଲୋକଙ୍କ ସଂଖ୍ୟା ୯ ଲକ୍ଷରୁ ଅଧିକ ହୋଇଯାଇଛି । ଯେବେକି ଏହି ଭାଇରସ୍ କାରଣରୁ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁବରଣ ହୋଇସାରିଛି । ବର୍ତ୍ତମାନ ଦେଶର ଦିଲ୍ଲୀ ଓ ମୁମ୍ବାଇ ସହର ସବୁଠାରୁ ଅଧିକ ପ୍ରଭାବିତ ଅଛି । ଏହି ଦୁଇଟି ସହରରୁ ସବୁଠାରୁ ଅଧିକ କରୋନା ଭାଇରସ୍ ମାମଲା ଦେଖିବାକୁ ମିଳୁଛି । ବର୍ତ୍ତମାନ ଧୀରେ ଧୀରେ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଭାଇରସ ସଂକ୍ରମିତ ହେବାରେ ଲାଗିଛି । ଏପରିସ୍ଥଳେ ଏହା ଅତ୍ୟନ୍ତ ଆବଶ୍ୟକ ଯେ ଅଧିକରୁ ଅଧିକ ଲୋକଙ୍କ କରୋନା ପରୀକ୍ଷଣ କରାଯାଉ ।

Leave a Reply

Your email address will not be published. Required fields are marked *