ଧନିଆ ଚା’ ସେବନ କରିବା ଦ୍ଵାରା କେବଳ ମହିଳାଙ୍କ ଋତୁ ସ୍ରାବଜନିତ ସମସ୍ୟା ନୁହେଁ ବରଂ ଆହୁରି ଅନେକ ସମସ୍ୟାର ସମାଧାନ କରିଥାଏ ଏବଂ ଯନ୍ତ୍ରଣାରୁ ମଧ୍ୟ ମିଳିଥାଏ ମୁକ୍ତି…

ଧନିଆ ଚା’ ସେବନ କରିବା ଦ୍ଵାରା କେବଳ ମହିଳାଙ୍କ ଋତୁ ସ୍ରାବଜନିତ ସମସ୍ୟା ନୁହେଁ ବରଂ ଆହୁରି ଅନେକ ସମସ୍ୟାର ସମାଧାନ କରିଥାଏ ଏବଂ ଯନ୍ତ୍ରଣାରୁ ମଧ୍ୟ ମିଳିଥାଏ ମୁକ୍ତି…

ଧନିଆ ଚା’ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ ଏବଂ ଏହି ଚା’ରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ପାଇଁ ଉତ୍ତମ ହୋଇଥାଏ । ଏଥିପାଇଁ ଆପଣ ନିଜ ଖାଦ୍ୟଭ୍ୟାସରେ ଧନିଆ ଚା’କୁ ନିଶ୍ଚିତ ସାମିଲ୍ କରନ୍ତୁ ଏବଂ ପ୍ରତିଦିନ ଏହି ଚା’ ପିଅନ୍ତୁ । ଧନିଆ ଚା’ ବନାଇବା ଖୁବ୍ ସହଜ ଅଟେ ଏବଂ ଏହା ପ୍ରାୟ ‘୫ ମିନିଟ୍’ରେ ପ୍ରସ୍ତୁତ ହୋଇଯାଏ । ଧନିଆ ଚା’ କିପରି ବନାଇବା ଏହା ଜାଣିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଏହା ପିଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।

ଧନିଆ ଚା’ର ଫାଇଦା :-

ରୋଗ ପ୍ରତିରୋଧକ କ୍ଷମତାର ବୃଦ୍ଧି :-

ଧନିଆ ଚା’ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହା ଦୃଢ଼ ହୋଇଯାଏ । ଏଥିପାଇଁ ଯେଉଁ ଲୋକଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଅଛି, ସେହି ଲୋକେ ଏହି ଚା’କୁ ନିଶ୍ଚିତ ପିଅନ୍ତୁ । ଏହି ଚା’ ପିଇବା ଦ୍ୱାରା ଶରୀର, ଭିତରୁ ଶକ୍ତିଶାଳୀ ହୋଇଥାଏ ଏବଂ ରୋଗ ଠାରୁ ରକ୍ଷା କରିବା ପାଇଁ ସମର୍ଥ ହୋଇଥାଏ ।

କେଶ ଝଡ଼ିବା ବନ୍ଦ :-

ଯେଉଁ ଲୋକଙ୍କର କେଶ ଅଧିକ ଝଡ଼ୁଛି, ସେମାନେ ଧନିଆ ଚା’ ନିଶ୍ଚିତ ପିଅନ୍ତୁ । ଏହି ଚା’କୁ ପିଇବା ଦ୍ୱାରା କେଶ ଶକ୍ତ ହୋଇଥାଏ ଏବଂ କେଶ ଝଡ଼ିବା ବନ୍ଦ ହୋଇଯାଏ । କେବଳ ସେତିକି ନୁହେଁ କେଶ ଲମ୍ବା ମଧ୍ୟ ହୋଇଯାଏ । ଏଥିପାଇଁ କେଶକୁ ଲମ୍ବା କରିବା ପାଇଁ ମଧ୍ୟ ଏହି ଚା’ର ସେବନ କରାଯାଇ ପାରିବ ।

ହର୍ମୋନ୍ ସନ୍ତୁଳନ :-

ଧନିଆ ଚା’ ପିଇବା ଦ୍ୱାରା ହର୍ମୋନ୍ ସନ୍ତୁଳିତ ରହିଥାଏ । ବାସ୍ତବରେ ମହିଳାମାନଙ୍କ ଠାରେ ଅନେକ ସମୟରେ ହର୍ମୋନ୍ ସନ୍ତୁଳନ ବିଗିଡ଼ି ଯାଇଥାଏ । ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଓଜନ ବଢ଼ିବାରେ ଲାଗିଥାଏ । କିନ୍ତୁ ଧନିଆ ଚା’ ପିଇଲେ ଶରୀରର ହର୍ମୋନଗୁଡିକ ସନ୍ତୁଳିତ ଠିକ୍ ରହିଥାଏ ।

ଯନ୍ତ୍ରଣା ଦୂର :-

ଶରୀରର କୌଣସି ବି ଅଙ୍ଗରେ ଯନ୍ତ୍ରଣା ହେଲେ ଏହି ଚା’ ପିଅନ୍ତୁ । ଏହି ଚା’କୁ ପିଇବା ମାତ୍ରେ ଆରାମ ମିଳିଯିବ ଏବଂ ଯନ୍ତ୍ରଣା ଦୂର ହୋଇଯିବ । ଏହାବ୍ୟତୀତ ଏହି ଚା’ ପିଇବା ଦ୍ୱାରା ଶରୀରରେ ଶକ୍ତି ମଧ୍ୟ ଆସିଯାଏ । ଏଥିପାଇଁ ଦୁର୍ବଳତା କିମ୍ବା ଥକାପଣ ହେଲେ ମଧ୍ୟ ଧନିଆ ଚା ପିଇବା ବେଶ୍ ଲାଭଦାୟକ ହୋଇଥାଏ ।

ମାସିକ ଧର୍ମରେ ଯନ୍ତ୍ରଣା :-

ଯେଉଁ ମହିଳାଙ୍କୁ ମାସିକ ଧର୍ମ କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ । ସେମାନେ ଧଣିଆ ଚା’ ପିଅନ୍ତୁ । ଏହି ଚା ପିଇବା ଦ୍ୱାରା ଯନ୍ତ୍ରଣା ଠିକ୍ ହୋଇଯାଏ ଏବଂ ଶରୀରକୁ ମଧ୍ୟ ଆରାମ ମିଳିଥାଏ ।

କିପରି ପ୍ରସ୍ତୁତ କରିବା ଧଣିଆ ଚା’ :-

ଯେପରି ଆମେ ଆପଣଙ୍କୁ ଏହି ଲେଖାର ପ୍ରାରମ୍ଭରେ କହିଥିଲୁ ଯେ ଏହି ଚା ବନାଇବା ଖୁବ୍ ସହଜ ଅଟେ । ଏହି ଚା’କୁ ବନାଇବା ପାଇଁ ଆପଣଙ୍କୁ ଡାଳଚିନି, ଅଳେଇଚ, ସୌଫ୍, କଞ୍ଚା ଚା’ ପତ୍ର, ତୁଳସୀ ପତ୍ର, ପୁଦିନା ଏବଂ ଧନିଆ ମଞ୍ଜିର ଆବଶ୍ୟକତା ପଡ଼ିବ । ସର୍ବପ୍ରଥମେ ଆପଣ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ଏହାକୁ ଗରମ କରିବା ପାଇଁ ‘ଗ୍ୟାସ୍’ରେ ରଖନ୍ତୁ । ଯେତେବେଳେ ଏହି ପାଣି ଗରମ ହୋଇଯିବ ଏଥିରେ ଡାଳଚିନି, ଅଳେଇଚ, ଅଦା, ସୌଫ୍, ଚା ପତ୍ର, ତୁଳସୀ ପତ୍ର ଏବଂ ପୁଦିନା ଏବଂ ଧନିଆ ମଞ୍ଜି ପକାଇ ଦିଅନ୍ତୁ । ଏହି ପାଣିକୁ ‘୩ ମିନିଟ୍’ ପର୍ଯ୍ୟନ୍ତ ଫୁଟାନ୍ତୁ । ଯେତେବେଳେ ଏହାର ରଙ୍ଗ ସବୁଜ ହୋଇଯିବ ସେତେବେଳେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ ଏବଂ ଏହାକୁ ଛାଣି ଦିଅନ୍ତୁ । ଏବେ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ । ଏହାପରେ ଧନିଆ ଚା’ ପ୍ରସ୍ତୁତ ।

ଏହି ଚା’କୁ ପ୍ରତିଦିନ ସକାଳେ ଉଠି ପିଇ ପାରିବେ । ଏହାବ୍ୟତୀତ ଆପଣ ଏହାକୁ ଦିନ ପରିବର୍ତ୍ତେ ରାତିରେ ମଧ୍ୟ ସେବନ କରି ପାରିବେ । କିନ୍ତୁ ରାତିରେ ଏହାକୁ ସେବନ କରିବା ଉଚିତ ନୁହେଁ । ପୁଣି ଏହି ଚା’ ପିଇବା ପରେ ଥଣ୍ଡା ପାଣି ମଧ୍ୟ ପିଇବେ ନାହିଁ ।

Leave a Reply

Your email address will not be published. Required fields are marked *