ମାସ୍କ ପରିଧାନକୁ ନେଇ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ! ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ…

ମାସ୍କ ପରିଧାନକୁ ନେଇ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ! ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ…

ମାସ୍କ ପରିଧାନକୁ ନେଇ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ! ମାସ୍କ ନ ପିନ୍ଧିଲେ ଦେବାକୁ ପାଇବ ୫୦୦୦ ଟଙ୍କା ଫାଇନ୍…

ଭୁବନେଶ୍ଵର : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ନିଜର ପୂର୍ବ ରୂପ ଦେଖାଇଛି । କ୍ରମାଗତ ଭାବରେ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଉଛନ୍ତି । କରୋନା ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯେଉଁ ବ୍ୟକ୍ତିମାନେ ମାସ୍କ ପିନ୍ଧୁନଥିବା ସେମାନଙ୍କ ପାଇଁ ଜରିମାନା ରାଶି ଦୁଇ ଗୁଣା ବଢାଇଛନ୍ତି । ପ୍ରଥମ ଏବଂ ଦ୍ଵିତୀୟ ଥର ମାସ୍କ ନ ପିନ୍ଧିବା ଅବସ୍ଥାରେ ଧରା ପଡିଲେ ଜରିମାନା ଭାବେ ୨ ହଜାର ଟଙ୍କା ଆଦାୟ କରିବାର ପ୍ରସ୍ତାବ ରଖିଛନ୍ତି । ଏହା ସତ୍ତ୍ୱେ ମଧ୍ୟ ମାସ୍କ ପରିଧାନ ନ କରି ପୁନଶ୍ଚ ଧରା ପଡିଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ :

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରି କୋଭିଡ୍ ନିୟମ ପାଳନ ସହ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । କରୋନାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସର୍ବସାଧାରଣକୁ ପରାମର୍ଶ ଦେବା ସହ ଅମାନିଆଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ମାସ୍କ ନ ପିନ୍ଧିଲେ ୨ ଗୁଣା ଫାଇନ ଆଦାୟ ହେବ ଏବଂ ଏଥିପାଇଁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଏବଂ ଦ୍ଵିତୀୟ ଥର ମାସ୍କ ନ ପିନ୍ଧିବା ଅବସ୍ଥାରେ ଧରା ପଡିଲେ ଜରିମାନା ଭାବେ ୨ ହଜାର ଟଙ୍କା ଆଦାୟ ହେବ । ପରେ ଧରା ପଡିଲେ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ଏ ନେଇ ପୋଲିସକୁ କଡା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ମାସ୍କ ନ ପିନ୍ଧିଲେ ୨ ଗୁଣା ଜରିମାନା :

ଯେଉଁ ବ୍ୟକ୍ତିମାନେ କରୋନା ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଆପଣାଇ କହିଥିଲେ ଯେ, ମାସ୍କ ପିନ୍ଧିନଥିବା ଲୋଙ୍କଠୁ ଜରିମାନା ଆଦାୟ କରାଯିବ । ମାସ୍କ ନ ପିନ୍ଧିଲେ ୨ ଗୁଣା ଜରିମାନା ଆଦାୟ କରାଯିବ । ଏଥିପାଇଁ ପୋଲିସ ଓ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ସାଂପ୍ରତିକ ପରିସ୍ଥିତିରେ କରୋନା ଭଳି ମହାମାରୀ ଠାରୁ ନିଜକୁ ସୁରକ୍ଷା କରିବାର ଏକ ମାତ୍ର ଉପାୟ ହେଉଛି ମାସ୍କ । ମାସ୍କ ହିଁ ଆମ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ସୁରକ୍ଷା କବଚ । ବିଶେଷ କରି ଯେଉଁମାନେ ଟିକା ନେଇ ନାହାନ୍ତି; ସେମାନେ ମାସ୍କ ପିନ୍ଧିବା ଜରୁରୀ । ଆଉ ଯେଉଁମାନେ ଟିକା ନେଇଛନ୍ତି; ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା’ହେଲେ ଯାଇ ଆମେ ବିନା ଲକ୍‌ଡାଉନ୍‌ରେ କରୋନାକୁ ରୋକି ପାରିବା । ଯଦି ଆପଣ ଚାହାଁନ୍ତି ଆପଣଙ୍କ ରୋଜଗାର ବନ୍ଦ ନ ହେଉ ଏବଂ ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *