ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଉପରେ କରୋନାର ଦାରୁଣ ଦୁଃଖ ! ୪୮ ଘଣ୍ଟାରେ ୪ଜଣ ତାରକାଙ୍କର ମୃତ୍ୟୁ…

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଉପରେ କରୋନାର ଦାରୁଣ ଦୁଃଖ ! ୪୮ ଘଣ୍ଟାରେ ୪ଜଣ ତାରକାଙ୍କର ମୃତ୍ୟୁ…

କରୋନା ଭୁତାଣୁର ଦ୍ଵିତୀୟ ଲହରକୁ ପ୍ରଥମ ଅପେକ୍ଷା ଅଧିକ ଭୟଙ୍କର ଭାବରେ ବିବେଚନା କରାଯାଉଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି । ଏଥିସହ ହଜାର ହଜାର ସଂଖ୍ୟାରେ ଲୋକମାନଙ୍କର ମୃତ୍ୟୁ ମଧ୍ୟ ହେଉଅଛି । ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ କରୋନାର ଆତଙ୍କରୁ ରକ୍ଷା ପାଇପାରିନାହିଁ । ଏଠାରୁ ମଧ୍ୟ କ୍ରମାଗତ ଭାବରେ ଖରାପ ଖବର ଆସୁଅଛି । ବର୍ତ୍ତମାନ ଗତ ୪୮ ଘଣ୍ଟାକୁ ହିଁ ଧରି ନିଆଯାଉ । ଏହି ସମୟ ମଧ୍ୟରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୪ ଜଣ ତାରକା ଏହି ଦୁନିଆଁରୁ ବିଦାୟ ନେଇଛନ୍ତି ।

ଏଭଳି ଲାଗୁଛି ଯେ, ସାଂପ୍ରତିକ ପରିସ୍ଥିତିରେ କରୋନା ନିଜର କାୟ ବିସ୍ତାର କରିବାରେ ଲାଗିଛି । ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହେଉଅଛି । କିଏ ନିଜ ପିତାଙ୍କୁ ହରାଉ ଥିବାବେଳେ କିଏ ନିଜ ମା’ଙ୍କୁ ହରାଉଛି । ବର୍ତ୍ତମାନ ଯୁବକ ଯୁବତୀମାନେ ମଧ୍ୟ ଏଥିରେ ମୃତ୍ୟୁବରଣ କରୁଛନ୍ତି । ଏଠାରେ ଗୋଟିଏ ଦିନ ମଧ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଅଛି । ଦୁଃଖର କଥା ଏହା ଯେ, ଶ୍ମଶାନ ଘାଟରେ ଲୋକମାନଙ୍କୁ ନିଜର ପ୍ରିୟଜନଙ୍କର ଶବଦାହ କରିବାପାଇଁ ଅପେକ୍ଷା କରିବାକୁ ପଡୁଅଛି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏଭଳି ୪ ଜଣଙ୍କ ସହ ଭେଟ କରାଇବାକୁ ଯାଉଛୁ, ଯେଉଁମାନେ ବିତିଯାଇଥିବା ୪୮ ଘଣ୍ଟା ମଧ୍ୟରେ ଏହି ଦୁନିଆଁରୁ ବିଦାୟ ନେଇ ସାରିଛନ୍ତି ।

ପାଣ୍ଡୁ:-

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପାଣ୍ଡୁ, କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଛି । ତାଙ୍କ ବୟସ ୭୪ ବର୍ଷ ଥିଲା । ତାଙ୍କର ଦେହାନ୍ତ ଯୋଗୁଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ମାନୋବାଳା ତାଙ୍କ ଦେହାନ୍ତ ବିଷୟରେ ପ୍ରକାଶ କରିଛନ୍ତି ।

ଶ୍ରୀପ୍ରଦା:-

ବିନୋଦ ଖାନ୍ନା, ଗୁଲଶନ ଗ୍ରୋଭର, ଗୋବିନ୍ଦାଙ୍କ ସମେତ ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ଶ୍ରୀପ୍ରଦା ମଧ୍ୟ ଏ ଦୁନିଆଁରୁ ବିଦାୟ ନେଇଛନ୍ତି । କରୋନା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି । ସିନେ ଏବଂ ଟିଭି ତାରକା ସମ୍ମିଳନୀର ଜେନେରାଲ ସେକ୍ରେଟାରୀ ଅମିତ ବହଲ ତାଙ୍କ ମୃତ୍ୟୁ ବିଷୟରେ ପ୍ରକାଶ କରିଛନ୍ତି ।

ଅଭିଳାଷା ପାଟିଲ:-

ସୁଶାନ୍ତ ସିଂହ ରାଜପୁତଙ୍କର “ଛିଛୋରେ” ଚଳଚ୍ଚିତ୍ରରେ କାମ କରିସାରିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଛି । ସେ ବାରଣାସୀକୁ ନିଜର ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଯାଇଥିଲେ । ସେଠାରେ ଫେରିବା ପରେ ତାଙ୍କୁ କରୋନା ହୋଇଯାଇଥିଲା । ତାଙ୍କର ଚିକିତ୍ସା ଚାଲିଥିଲା କିନ୍ତୁ ସେ କରୋନା ସହ ଯୁଦ୍ଧରେ ଜିତି ପାରିନଥିଲେ ଏବଂ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ଅଜୟ ଶର୍ମା:-

‘ଲୁଡୋ’, ‘ଜଗା ଜାସୁସ’, ‘ବର୍ଫି’, ‘କାଇ ପୋ ଛେ’, ‘ୟେ ଜୱାନୀ ହେ ଦିୱାନୀ’ ଭଳି ଚଳଚ୍ଚିତ୍ରକୁ ଏଡିଟ କରିସାରିଥିବା ଚଳଚ୍ଚିତ୍ର ଏଡିଟର ଅଜୟ ଶର୍ମା ମଧ୍ୟ ଏ ଦୁନିଆଁରୁ ବିଦାୟ ନେଇ ସାରିଛନ୍ତି । କରୋନା ଯୋଗୁଁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

Leave a Reply

Your email address will not be published. Required fields are marked *