ଏହି ଛଅ ଗୁପ୍ତ ରହସ୍ୟର ସହାୟତାରେ ଆପଣ ହୋଇପାରିବେ ଧନବାନ…..

ଏହି ଛଅ ଗୁପ୍ତ ରହସ୍ୟର ସହାୟତାରେ ଆପଣ ହୋଇପାରିବେ ଧନବାନ…..

ଏହି ଛଅ ଗୁପ୍ତ ରହସ୍ୟର ସହାୟତାରେ ଆପଣ ହୋଇପାରିବେ ଧନବାନ , ଜାଣନ୍ତୁ ଏହି ଛଅଟି ରହସ୍ୟ ବିଷୟରେ ।

ଧନୀ ହେବାର ସ୍ବପ୍ନ ସମସ୍ତେ ଦେଖିଥାନ୍ତି, କିନ୍ତୁ କ୍ଵଚିତ ଲୋକ ହିଁ ନିଜର ସ୍ବପ୍ନକୁ ପୁରଣ କରିବା ପାଇଁ ସକ୍ଷମ ହୋଇଥାନ୍ତି । ଆପଣ ମଧ୍ୟ ଧନବାନ ହେବାକୁ ସ୍ବପ୍ନ ଦେଖୁଛନ୍ତି ଏବଂ ଏହାକୁ ସତରେ ପୁରା କରିବାକୁ ଚାହାଁନ୍ତି ତେବେ ଆପଣ ତଳେ ଦିଆ ଯାଇଥିବା ଛଅଟି ରହସ୍ୟକୁ ଭଲଭାବରେ ପାଳନ କରନ୍ତୁ । କାହିଁକି ନା ଏହି ଚମତ୍କାର ରହସ୍ୟକୁ ଜାଣିବା ପରେ ଆପଣଙ୍କୁ କେହି ମଧ୍ୟ ଧନୀ ହେବାରୁ ରଖିପାରିବେ ନାହିଁ ।

୧. ନିଜକୁ ଧନୀ ବୋଲି ମାନନ୍ତୁ

ଲ ଅଫ ଆଟ୍ରାକ୍ସନ ଅନୁଯାୟୀ ଯାହା ଆପଣ ଭାବୁଛନ୍ତି ତାହା ହିଁ ଜୀବନରେ ଘଟିଥାଏ । ଯଦି ଆପଣଙ୍କ ଚିନ୍ତା କିଛି ବଡ଼ ହାସଲ କରିବାର ଅଛି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ କିଛି ବଡ଼ ଜିନିଷ ହାସଲ ହେଇଥାଏ । ଏଥିପାଇଁ ଆପଣ ସବୁବେଳେ ନିଜକୁ ଧନବାନ ବ୍ୟକ୍ତି ବୋଲି ଭାବନ୍ତୁ ଏବଂ ନିଜର ଜୀବନକୁ ଧନବାନ ବ୍ୟକ୍ତି ଭାବରେ ବିତାନ୍ତୁ । କେବେ ମଧ୍ୟ ନିଜକୁ ଧନୀ ବ୍ୟକ୍ତିଙ୍କ ଠାରୁ କମ ଭାବନ୍ତୁ ନାହିଁ । ନିଜକୁ ଧନୀ ଭାବିଲେ ଆପଣଙ୍କୁ ଧନୀ ହେବାର ଅନୁଭବ ହେବାକୁ ଲାଗିବ। ଏହି ପ୍ରକାର ନିଜକୁ ଗରିବ ମାନିବା ଦ୍ଵାରା ସବୁବେଳେ ଦରିଦ୍ରତାରେ ହିଁ ଜୀବନ କାଟିବା ପାଇଁ ପଡିଥାଏ ।

୨. ଭଗବାନଙ୍କୁ ଧନ୍ୟବାଦ କରନ୍ତୁ

ଲୋକଙ୍କୁ କିଛି ଦରକାର ହେଲେ ସେମାନେ ଭଗବାନଙ୍କ ନିକଟରେ ନିଜର ମନୋକାମନା ପୁରଣ କରିବା ପାଇଁ ପ୍ରାର୍ଥନା କରନ୍ତି ଏବଂ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣନ୍ତି ମଧ୍ୟ । ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ମନୋକାମନା ପୁରାଣ ହେବାପରେ ଭଗବାନଙ୍କ ପାଖକୁ ଯାଇ ତାଙ୍କର ଧନ୍ୟବାଦ କରନ୍ତି ନାହିଁ, ଯାହାକି ସମ୍ପୂର୍ଣ୍ଣ ଭୁଲ ଅଟେ । ନିଜ ଜୀବନରେ କିଛି ହାସଲ କରିସାରିବା ପରେ ଭଗବାନ ଏବଂ ସଂସାରର ଧନ୍ୟବାଦ ନିହାତି କରନ୍ତୁ ।

୩.ରାତିରେ ଟଙ୍କା ଗଣିକରି ଶୟନ କରନ୍ତୁ

ସବୁଦିନ ରାତିରେ ପଇସା ଗଣିକି ଶୋଇବା ଅଧିକ ଶୁଭ ଅଟେ ଏବଂ ଏମିତି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ । ଏଥିପାଇଁ ଆପଣ ମଧ୍ୟ ରାତିରେ ଶୋଇବା ସମୟରେ ପଇସାର ଗୁଚ୍ଛାକୁ ଗଣି କରି ପୁଣି ଏହାକୁ ନିଜର ର ଆଲମିରା କିମ୍ବା ତିଜୋରୀରେ ରଖନ୍ତୁ । ସବୁଦିନ ଏହିଭଳି ଦୁଇ ମାସ ପଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କୁ ଲକ୍ଷ୍ମୀ ମାତାଙ୍କ କୃପା ମିଳିବ ଏବଂ ଆପଣଙ୍କ ଧନରେ ବୃଦ୍ଧି ହେବ ।

୪. ଘରର ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ରରେ ଅଧିକ ଶକ୍ତି ରହିଥାଏ ଏବଂ ଘରର ବାସ୍ତୁଶାସ୍ତ୍ର ଠିକ୍ ଥିଲେ ଜୀବନରେ ଧନ ଏବଂ ଖୁସିର କେବେମଧ୍ୟ କମ ହୋଇନଥାଏ । ଜୀବନରେ ଧନୀ ହେବା ପାଇଁ ଆପଣ ତିଜୋରୀ ସମ୍ଭାଧିତ ବାସ୍ତୁ ଶାସ୍ତ୍ରରେ ଧ୍ୟାନ ଦିଅନ୍ତୁ ଏବଂ ଏହା ସୁନିଶ୍ଚିତ କରନ୍ତୁ ଯେପରି ଆପଣ ତିଜୋରି ବାସ୍ତୁ ଶାସ୍ତ୍ରର ସଠିକ ନିୟମ ପାଳନ କରୁଛନ୍ତି । ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଆପଣଙ୍କ ଆଲମିରା ଉତ୍ତର ଦିଗରେ ରହିବା ଉଚିତ । ଧନର ଦେବତା କୁବେରଙ୍କ ରହିବା ସ୍ଥାନ ଉତ୍ତର ଦିଗରେ ହୋଇଥାଏ । ଏହା ଛଡା ଆପଣଙ୍କ ଆଲମିରା ଭିତରେ , ଲକ୍ଷ୍ମୀ ମାଁ ଙ୍କ ଫୋଟ ମଧ୍ୟ ଜରୁରୀ ରହିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ନିୟମ ପାଳନ କରିଲେ ଆପଣଙ୍କୁ ଧନବାନ ହେବାରୁ କେହି ମଧ୍ୟ ରୋକି କରିପରିବେ ନାହିଁ ।

୫. ମନ ଖୋଲି ଜିନିଷ ମାଗନ୍ତୁ

ପ୍ରକୃତି ଏବଂ ଭଗବାନଙ୍କୁ ଆପଣ ଯାହା ଚାହାଁନ୍ତି ତାହା ମନ ଖୋଲା ମାଗନ୍ତୁ ଏବଂ ଏହି କଥାରେ ବିଶ୍ୱାସ ରଖନ୍ତୁ କି ଭଗବାନ ଆପଣଙ୍କୁ ସବୁ ଜିନିଷ ନିଶ୍ଚିତ ଦେବେ । ମନରେ ବିଶ୍ୱାସ ଥିଲେ ଆପଣ ଯାହା ଚାହାଁନ୍ତି ତାହା ମିଳେ । ସବୁ ଜିନିଷ ମିଳିବାର ଗୋଟିଏ ସମୟ ରହିଥାଏ ଏବଂ ଆପଣ ଏହି ସମୟର ଅପେକ୍ଷା କରନ୍ତୁ। ଆପଣ ଯାହା ଚାହାଁନ୍ତି ତାହା ଭଗବାନ ଏବଂ ପ୍ରକୃତିକୁ ଖୋଲା ହୃଦୟରେ ମାଗନ୍ତି କିନ୍ତୁ ବାରମ୍ବାର ନିଜ ଇଚ୍ଛାକୁ ପରିବର୍ତ୍ତନ କରନ୍ତି ନାହିଁ ତେବେ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହୋଇଥାଏ ।

୬.କଦାପି ଲକ୍ଷ୍ମୀଙ୍କ ଅନାଦର କରନ୍ତୁ ନାହିଁ

Google

ଧନକୁ ଅନାଦର କରନ୍ତୁ ନାହିଁ ଏହାକୁ ସବୁବେଳେ ସମ୍ଭାଳି ରଖନ୍ତୁ ପଇସା ତଳେ ପଡିବା ପରେ ଅପଣ ଉଠାଇ ଭଲରେ ସଫା କରିଦିଅନ୍ତୁ । କେବେ ମଧ୍ୟ ଘରେ କେଉଁଠାରୁ ପଇସା ଆସିଲେ ଧନକୁ ସର୍ବପ୍ରଥମେ ମନ୍ଦିରରେ ରଖନ୍ତୁ ଏବଂ ପରେ ନିଜ ଆଲମିରା ମଧ୍ୟରେ ସାଇତି ରଖନ୍ତୁ। ଏହା କରିଲେ ଧନସମ୍ପତିରେ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *