କଣ ଆପଣ ଜାଣନ୍ତି : ତ୍ୱଚା ସହ ଜଡ଼ିତ ରୋଗକୁ ସାମାନ୍ୟ ଟିକିଏ ଲୁଣ ଦ୍ଵାରା ଦୂର କରାଯାଇପାରିବ ଏବଂ ତ୍ୱଚାରେ ତୁରନ୍ତ ଚମକ ଆସିବ…

କଣ ଆପଣ ଜାଣନ୍ତି : ତ୍ୱଚା ସହ ଜଡ଼ିତ ରୋଗକୁ ସାମାନ୍ୟ ଟିକିଏ ଲୁଣ ଦ୍ଵାରା ଦୂର କରାଯାଇପାରିବ ଏବଂ ତ୍ୱଚାରେ ତୁରନ୍ତ ଚମକ ଆସିବ…

ଗ୍ରୀଷ୍ମ ଋତୁରେ ତ୍ୱଚା ସହ ଜଡ଼ିତ ଅନେକ ଗୁଡ଼ିଏ ସମସ୍ୟା ହୋଇଯାଏ । ଗରମ ଯୋଗୁଁ ଚେହେରାରେ ବ୍ରଣ ବାହାରିବାକୁ ଲାଗେ । ଟିକିଏ ସମୟ ଖରାରେ ଛିଡ଼ା ରହିବା ଫଳରେ ଟେନ୍ ମଧ୍ୟ ହୋଇଯାଏ ଏବଂ ତ୍ୱଚା ପୁରାପୁରି ଫିକା ପଡ଼ିଯାଏ । ଗ୍ରୀଷ୍ମ ଋତୁରେ ହେଉଥିବା ଏହି ସମସ୍ୟା ଗୁଡ଼ିକୁ ଟିକିଏ ଲୁଣ ସାହାଯ୍ୟରେ ଦୂର କରାଯାଇପାରିବ । ଲୁଣକୁ ଚେହେରାରେ ଲଗାଇବା ଫଳରେ ଟେନରୁ ମୁକ୍ତି ମିଳେ ଏବଂ ଅଗଣିତ ଲାଭ ତ୍ୱଚାକୁ ହୋଇଥାଏ ।

ତ୍ୱଚା

ଯଦିଓ ଲୁଣର ବ୍ୟବହାର କିପରି ତ୍ୱଚା ଉପରେ କରାଯାଏ, ଏହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ ଲୁଣ ସହ ଜଡ଼ିତ କିଛି ସହଜ ଘରୋଇ ଉପାୟ ବିଷୟରେ ଜଣାଇବୁ । ଯାହା ସାହାଯ୍ୟରେ ଆପଣଙ୍କ ତ୍ୱଚା ମଧ୍ୟ ଚମକିବାକୁ ଲାଗେ ଏବଂ ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ ଲୁଣ ବ୍ୟବହାର କିପରି ଭାବେ କରାଯାଏ ।

ଟୋନର୍ ଭଳି ବ୍ୟବହାର

ଲୁଣର ବ୍ୟବହାର ଟୋନର୍ ରୂପେ କରାଯାଏ । ଲୁଣକୁ ଚେହେରାରେ ଟୋନର୍ ଭଳି ବ୍ୟବହାର କରାଯାଏ । ଲୁଣକୁ ଚେହେରାରେ ଟୋନର୍ ଭଳି ଲଗାଇବା ଫଳରେ ତେଲିଆ ତ୍ୱଚାରୁ ମୁକ୍ତି ମିଳିଥାଏ । ଗ୍ରୀଷ୍ମ ଋତୁରେ ଯେଉଁ ଲୋକଙ୍କ ଚେହେରାରେ ଅଧିକ ଝାଳ ବହେ । ସେମାନେ ଏହି ଉପାୟକୁ ନିଶ୍ଚିତ ଭାବେ କରନ୍ତୁ । ଉପାୟ ଅନୁଯାୟୀ ଲୁଣକୁ ଟୋନର୍ ଭଳି ବ୍ୟବହାର କରାଯାଏ ।

ଟିକିଏ ପାଣିକୁ ଉଷୁମ କରିନିଅନ୍ତୁ । ପରେ ଏଥିରେ ଟିକିଏ ଲୁଣ ପକାଇ ଦିଅନ୍ତୁ । ଏହି ପାଣିକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ । ଏହି ପାଣିକୁ ନିଜ ଚେହେରାରେ ସିଞ୍ଚି ଦିଅନ୍ତୁ । ଆପଣ ଚାହିଁଲେ ସ୍ପ୍ରେ ବୋତଲ୍ ବଦଳରେ ତୁଳାର ବ୍ୟବହାର କରି ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲୁଣର ଟୋନର୍ ଚେହେରାରେ ଲଗାଇବା ଫଳରେ ତ୍ୱଚା ତେଲିଆ ହେବ ନାହିଁ ।

ସ୍କ୍ରବ୍ କରନ୍ତୁ

ଗ୍ରୀଷ୍ମ ଋତୁରେ ଟେନିଙ୍ଗର୍ ସମସ୍ୟା ଅନେକଗୁଡ଼ିଏ ଲୋକଙ୍କୁ ହୋଇଯାଏ । ଟେନିଙ୍ଗ ସମସ୍ୟା ହେଲେ ଆପଣ ଲୁଣର ସ୍କ୍ରବ୍ କରି, ତ୍ୱଚାରେ ରଗଡ଼ି ଦିଅନ୍ତୁ । ହାଲୁକା ହାତରେ ଲୁଣ ସ୍କ୍ରବ୍ କଲେ ଟେନିଙ୍ଗ ଦୂର ହୋଇଥାଏ । ଲୁଣର ସ୍କ୍ରବ୍ ପ୍ରସ୍ତୁତ କରିବା ପାଇଁ ଏକ ଚାମୁଚ ନଡ଼ିଆ ତେଲରେ ଦୁଇ ଚାମୁଚ ଲୁଣ ମିଶାଇ ଦିଅନ୍ତୁ । ପରେ ଏହାକୁ ସ୍କ୍ରବ୍ କରନ୍ତୁ । ଆପଣ ଚାହିଁଲେ ନିଜର ସମ୍ପୂର୍ଣ୍ଣ ଶରୀରରେ ମଧ୍ୟ ଏହାକୁ ସ୍କ୍ରବ କରିପାରିବେ । ସପ୍ତାହରେ ଦୁଇଥର ଏପରି କରିବା ଫଳରେ ଶରୀରର କଳା ଅଂଶ ସବୁ ଦୂର ହୋଇଯିବ ଏବଂ ତ୍ୱଚା ଖୁବ୍ ଭଲ ଦେଖାଯିବ ।

ଲୁଣର ଫେସ୍ ମାସ୍କ

ଲୁଣର ଫେସ୍ ମାସ୍କ ମଧ୍ୟ ଚେହେରା ପାଇଁ ଉତ୍ତମ ଅଟେ । ଏହି ମାସ୍କ ପ୍ରସ୍ତୁତ କରିବା ପାଇଁ ତିନି ଚାମୁଚ୍ ମହୁରେ ଏକ ଚାମୁଚ୍ ଲୁଣ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଚେହେରାରେ ୧୫ ମିନିଟ୍ ପାଇଁ ଏହାକୁ ଲଗାଇ ଦିଅନ୍ତୁ । ଯେତେବେଳେ ଏହା ଶୁଖିଯିବ ତେବେ ପାଣି ସାହାଯ୍ୟରେ ଚେହେରାକୁ ସାଫା କରିନିଅନ୍ତୁ ।

ସ୍ନାନ କରିବା ପାଣିରେ ମିଶାଇ ଦିଅନ୍ତୁ

ଯେଉଁ ଲୋକଙ୍କ ତ୍ୱଚା ଶୁଖିଲା ଥାଏ, ସେହି ଲୋକମାନେ ଗାଧୋଇବା ସମୟରେ ପାଣିରେ ଲୁଣକୁ ମିଶାଇ ଦିଅନ୍ତୁ । ଲୁଣ ପାଣିରେ ତ୍ୱଚାର ସବୁ ତେଲିଆ ଓ ମଇଳା ଅଂଶ ଦୂର ହୋଇଥାଏ । ଏଥିପାଇଁ ଏକ କପ୍ ପାଣିରେ ଅଧା କପ୍ ଲୁଣ ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ବାଥଟବରେ ମଧ୍ୟ ଲୁଣ ପକାଇ ଦିଅନ୍ତୁ ଏବଂ ୧୫ ମିନିଟ୍ ପର୍ଯ୍ୟନ୍ତ ବସିପାରିବେ । ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କେଶରେ ଯେମିତି ଏହା ଲାଗିବ ନାହି ।

Leave a Reply

Your email address will not be published. Required fields are marked *