କଣ ବିରାଟ କୋହଲି ଟି-ଟ୍ୱେଣ୍ଟି କ୍ରିକେଟରୁ ନେବେ ସନ୍ୟାସ ? ଭାରତୀୟ କପ୍ତାନ ଶୁଣାଇଲେ ନିଜର ନିଷ୍ପତ୍ତି !

ଭାରତ ଓ ନିୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରେସ୍ କନ୍ଫରେନ୍ସରେ ବିରାଟ କୋହଲି ଠାରୁ କାର୍ଯ୍ୟ ଭାର କମ୍ କରିବା ପାଇଁ ତାଙ୍କୁ ଏହି ବିଷୟରେ ପଚାରଗଲା ।

ଏହି ସମୟରେ କ୍ରିକେଟ ଜଗତରେ କ୍ରିକେଟର ମାନେ କାର୍ଯ୍ୟ ଭାର ତଳେ ଚାପି ହୋଇ ରହିଛନ୍ତି । ଏହା ପର୍ଯ୍ୟନ୍ତ ଭାରତୀୟ କପ୍ତାନ ବିରାଟ କୋହଲି ମଧ୍ୟ କାର୍ଯ୍ୟଭାରକୁ ନେଇ ନିଜ ମତ ରଖିଛନ୍ତି । କୋହଲି ଏବଂ ନ୍ୟୁଜିଲାଣ୍ଡର କପ୍ତାନ କେନ ୱିଲିୟମସନ ଏପରି କପ୍ତାନ ଅଟନ୍ତି, ଯିଏକି ସମସ୍ତ ଫର୍ମାଟରେ ଦଳକୁ ସମ୍ଭାଳୁଛନ୍ତି । ଯେଉଁ କାରଣରୁ ତାଙ୍କ ଉପରେ ଅଧିକ ଚାପ ମଧ୍ୟ ରହିଥାଏ । ସେଠାରେ ଆଇ ପି ଏଲ କାରଣରୁ ତାଙ୍କୁ ବିଶ୍ରାମ କରିବା ପାଇଁ ମଧ୍ୟ ସମୟ ମିଳୁନାହିଁ । ନିଜର କ୍ୟାରିୟରକୁ ଦୀର୍ଘ ସମୟ ଧରି ଚଳାଇବା ପାଇଁ କାର୍ଯ୍ୟଭାରକୁ ବ୍ୟବସ୍ଥିତ କରିବା ପାଇଁ ଦୁନିଆରେ କ୍ରିକେଟର ମାନେ ଭିନ୍ନ ଭିନ୍ନ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ।

ବିରାଟ କୋହଲି ତିନୋଟି ପ୍ରକାରରେ ଦଳର କପ୍ତାନୀ କରନ୍ତି

ଯେପରି ଅଷ୍ଟ୍ରେଲିଆର ଉତ୍ତମ ବ୍ୟାଟ୍ସ ମ୍ୟାନ୍ ଡେଭିଡ୍ ୱାରନର ଆଗରୁ କହିଛନ୍ତି ଯେ ସେ ୨୦୨୧ ଟି-ଟ୍ୱେଣ୍ଟି ୱାଲର୍ଡ କପ୍ (ବିଶ୍ୱ କପ୍) ପରେ ବୋଧ ହୁଏ ଏହି ଫରମେଟକୁ ବିଦାୟ ନେବେ । ଭାରତୀୟ କପ୍ତାନ ଉପରେ ମଧ୍ୟ କାର୍ଯ୍ୟଭାର ବଢ଼ି ଚାଲିଛି ଏବଂ ଗୋଟିଏ ଗୋଟିଏ ଫର୍ମାଟକୁ ଛାଡ଼ିବା ପାଇଁ ସେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।

ଲାଇଭ କ୍ରିକେଟ ସ୍କୋର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ୱାନ ଡେ ସିରିଜ୍ ଖେଳିବାର ଅଛି

କାର୍ଯ୍ୟଭାରକୁ ଦେଖି ଡେଭିଡ୍ ୱାର୍ନର ପ୍ରଥମରୁ କହି ସାରିଛନ୍ତି ଯେ ସେ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ବୋଧହୁଏ ଏହି ଫର୍ମାଟକୁ ବିଦାୟ କହିପାରନ୍ତି ।

ଆଗାମୀ ପ୍ରତିଯୋଗିତା ଗୁଡ଼ିକ ଉପରେ ଧ୍ୟାନ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଙ୍ଗଟନରେ ଶୁକ୍ରବାର ଦିନ ପ୍ରଥମ ଟେଷ୍ଟ ମେଚ ଖେଳାଯିବ । ମେଚ ପୂର୍ବରୁ ବୁଧବାର ଦିନ ହୋଇଥିବା ପ୍ରେସ୍ କନ୍ଫରେନ୍ସରେ ଯେତେବେଳେ କୋହଲିଙ୍କୁ ପଚାରଗଲା ଯେ ସେ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ଵକପ୍ ପରେ କୌଣସି ଗୋଟିଏ ଫର୍ମାଟକୁ ଛାଡ଼ିବା ପାଇଁ ବିଚାର କରୁଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ଭାରତୀୟ କପ୍ତାନ ମଧ୍ୟ ସ୍ପଷ୍ଟ ଭାବରେ କହିଛି ଯେ ସେ ବର୍ତ୍ତମାନ ନିଜକୁ ବର୍ତ୍ତମାନ ଠାରୁ କଠିନ ତିନି ବର୍ଷ ପାଇଁ ପ୍ରସ୍ତୁତ କରୁଛି । ତାଙ୍କ କଥାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସେ କୌଣସି ମଧ୍ୟ ଫର୍ମାଟକୁ ଛାଡ଼ିବେ ନାହିଁ । ଭାରତୀୟ କପ୍ତାନ କହିଛନ୍ତି ଯେ କୌଣସି ଗୋଟିଏ ଫର୍ମାଟରେ ସନ୍ୟାସ ଉପରେ ଚିନ୍ତା କରିବା ବ୍ୟତୀତ ନିଜକୁ ତିନି ବର୍ଷ ପାଇଁ ପ୍ରସ୍ତୁତ କରିବାରେ ଧ୍ୟାନ ଦେଇଛନ୍ତି ।

ଭାରତୀୟ ଟେଷ୍ଟ ଦଳର ବ୍ୟାଟ୍ସ ମ୍ୟାନ୍ ଚେତେଶ୍ୱର ପୂଜାରା ୱାଲର୍ଡ଼ ଟେଷ୍ଟ ଚମ୍ପିୟାନସିପକୁ ୱାନ ଡ଼େ ବିଶ୍ୱକପ୍ ଟି-ଟ୍ୱେଣ୍ଟି ବିଶ୍ୱକପରୁ ବଡ଼ ବୋଲି କହିଛନ୍ତି ।

ବିରାଟ କୋହଲିଙ୍କ ନଜର ବର୍ତ୍ତମାନ କେବଳ ଆଗାମୀ ତିନି ବର୍ଷ ଉପରେ ରହିଛି

ଭବିଷ୍ୟତର ନିଷ୍ପତ୍ତି ୩୫ ବର୍ଷ ପରେ

ବିରାଟ କୋହଲି ସ୍ୱୀକାର କରିଥିଲେ ଯେ ଅଧିକ ପରିଶ୍ରମ ଏବଂ କାର୍ଯ୍ୟଭାରକୁ ସମ୍ଭାଳିବା ମାମଲାକୁ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି । ଯଦିଓ ସେମାନେ ଏହା ଉପରେ ଆଉ କିଛି କହି ନାହାଁନ୍ତି । କୋହଲି କହିଥିଲେ ଯେ ଏହା କୌଣସି ଏପରି ଚର୍ଚ୍ଚା ନୁହେଁ ଯାହାକୁ କି ଆପଣ ଲୁଚାଇ ପାରିବେ । ସେ କହିଲେ ଯେ ସେ ପାଖାପାଖି ୮ ବର୍ଷରୁ ବର୍ଷର ୩୦୦ ଦିନ ଖେଳୁଛନ୍ତି । ଯେଉଁଥିରେ ଯାତ୍ରା ଏବଂ ଅଭ୍ୟାସ ମଧ୍ୟ ସାମିଲ୍ ଅଛି । ବିରାଟ କୋହଲି ଏହା ସ୍ୱୀକାର କରିଛନ୍ତି ଯେ ସେ ଯେତେବେଳେ ୩୪ କିମ୍ବା ୩୫ ବର୍ଷ ବୟସର ହୋଇଯିବା ପରେ ସେ ଶରୀର ଉପରେ ଅଧିକ ଭାର ସମ୍ଭାଳି ପାରିବେ ନାହିଁ, ତେବେ ସେ ଅନ୍ୟ ଭାବେ ଏହାକୁ ଆଲୋଚନା କରିବେ । କିନ୍ତୁ ଆଗାମୀ ଦୁଇ କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ତିନୋଟି ଫର୍ମାଟରୁ କୌଣସି ଆପତ୍ତି ନାହିଁ ।

Be the first to comment

Leave a Reply

Your email address will not be published.


*