କଣ ଭାରତକୁ ଆସିବ କୋରୋନାର ତୃତୀୟ ତରଙ୍ଗ ? କଣ କହୁଛନ୍ତି ଭାରତର ବୈଜ୍ଞାନିକମାନେ ! ଆସନ୍ତୁ ଜାଣିବା…

କଣ ଭାରତକୁ ଆସିବ କୋରୋନାର ତୃତୀୟ ତରଙ୍ଗ ? କଣ କହୁଛନ୍ତି ଭାରତର ବୈଜ୍ଞାନିକମାନେ ! ଆସନ୍ତୁ ଜାଣିବା…

ବର୍ତ୍ତମାନ ସାରା ଭାରତ କରୋନା ଭୁତାଣୁର ଦ୍ୱିତୀୟ ଲୋହରି ସହ ସଂଗ୍ରାମ କରୁଛି । ଦ୍ୱିତୀୟ ଲୋହରିଟି ପ୍ରଥମ ଅପେକ୍ଷା ଅଧିକ ବିପଜ୍ଜନକ ପ୍ରମାଣିତ ହୋଇଛି । ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏଥିସହିତ ଗତଥର ତୁଳନାରେ ଏଥର ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସରକାର କରୋନାର ଦ୍ୱିତୀୟ ଲୋହରିକୁ ପରାସ୍ତ କରିବାକୁ ସମସ୍ତ ଚେଷ୍ଟା କରୁଛି । ଏହି ସନ୍ଧି ମୁହୂର୍ତ୍ତରେ ଆଉ ଏକ ଖରାପ ଖବର ଶୁଣିବାକୁ ମିଳିଛି ।

ଆଗାମୀ ଦିନରେ ଦେଶରେ କରୋନାର ତୃତୀୟ ତରଙ୍ଗ ମଧ୍ୟ ଆସିପାରେ ଵୋଲି ଶୁଣାଯାଉଛି । ଏହି ସୂଚନା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଯେପରି ଭାବରେ ବ୍ୟାପି ଚାଲିଛି ତାହା ଦେଖି ଲାଗୁଛି ଯେ କରୋନାର ତୃତୀୟ ଲୋହରି ମଧ୍ୟ ଆସିପାରେ । ଅବଶ୍ୟ କେଉଁ ସମୟରେ ଏହି ତୃତୀୟ ଲୋହରି ଆସିବ ଏହା ବିଷୟରେ କିଛି ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ କିନ୍ତୁ ଆମେ ବର୍ତ୍ତମାନ ଠାରୁ ନିଜକୁ ଏଥିପାଇଁ ପ୍ରସ୍ତୁତ କରିନେବା ଉଚିତ ।

ନିକଟରେ ମେ’ ୧ତାରିଖରୁ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟୀକାକରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କିନ୍ତୁ ଅଧିକାଂଶ ରାଜ୍ୟରେ ଟିକା ଅଭାବରୁ ଏହା ସଠିକ ଭାବରେ ଆରମ୍ଭ ହୋଇପାରିନାହିଁ । ଏପର୍ଯ୍ୟନ୍ତ ୯ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ଥିବା ୬.୭୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଆଗାମୀ ସମୟରେ ଟୀକାକରଣକୁ ଆହୁରି ଦ୍ରୁତ ଗତିରେ କରାଯିବ ବୋଲି କୁହାଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସାମ୍ବାଦିକ ସମ୍ମିଳନୀର ରିପୋର୍ଟ :

ଦେଶର ୧୨ଟି ରାଜ୍ୟ ଯେଉଁଠାରେ କରୋନା ପଜିଟିଭ ମାମଲା ସଂଖ୍ୟା ଏକ ଲକ୍ଷରୁ ମଧ୍ୟ ଅଧିକ ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର (୬୪୪୦୬୮), କର୍ଣ୍ଣାଟକ (୪୬୪୩୮୩), କେରଳ (୩୫୭୨୧୫), ଉତ୍ତରପ୍ରଦେଶ (୨୭୨୫୬୮), ରାଜସ୍ଥାନ (୧୯୭୦୪୫), ଆନ୍ଧ୍ରପ୍ରଦେଶ (୧୫୯୫୯୭), ଗୁଜୁରାଟ (୧୪୮୨୯୭), ତାମିଲନାଡୁ (୧୨୫୨୩୦), ଛତିଶଗଡ (୧୨୪୪୫୯), ପଶ୍ଚିମବଙ୍ଗ (୧୨୦୯୪୬), ବିହାର (୧୧୦୪୩୧), ହରିୟାଣା (୧୦୮୮୩୦) ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୭ଟି ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପଚାଶ ହଜାରରୁ ଏକ ଲକ୍ଷ । ଏହା ବ୍ୟତୀତ ୧୭ଟି ରାଜ୍ୟରେ ଏହି ମାମଲା ପଚାଶ ହଜାରରୁ କମ ଅଟେ ।

କରୋନାର ଦ୍ୱିତୀୟ ଲୋହରିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବିଶେଷକରି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣାରେ ସର୍ବାଧିକ ରୋଗୀଙ୍କର ମୃତ୍ୟୁ ଘଟିଛି ।

ଏର୍ନାକୁଲମ, କୋଜିକୋଡେ ଏବଂ ଗୁରୁଗ୍ରାମ ପରି ସ୍ଥାନରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କେବଳ ବାଙ୍ଗାଲୋରରେ ଗତ ଏକ ସପ୍ତାହରେ ୧.୪୯ଲକ୍ଷ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ଚେନ୍ନାଇରେ ୩୮,୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ୧୬କୋଟିରୁ ଅଧିକ ଟିକା ଡୋଜ ମାଗଣାରେ ଦିଆଯାଇଛି ।

ଭାରତର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ପଜିଟିଭ ହାର ୧୫ ପ୍ରତିଶତରୁ ଅଧିକ ରହିଛି । ଦଶଟି ରାଜ୍ୟରେ ଏହି ହାର ୫ରୁ ୧୫ ପ୍ରତିଶତ ଅଟେ ଏବଂ ୩ଟି ରାଜ୍ୟରେ ଏହା ୫ ପ୍ରତିଶତରୁ ମଧ୍ୟ କମ ଅଟେ ।

ସରକାରଙ୍କ ସହିତ ଆମେ ସମସ୍ତେ ମଧ୍ୟ କରୋନା ଭୂତାଣୁର ତୃତୀୟ ଲୋହରି ପାଇଁ ପ୍ରସ୍ତୁତ ରହିବା ଉଚିତ । ସମସ୍ତେ ଟିକା ନିଅନ୍ତୁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *