ସକାଳେ ଦେଖା ଯାଉଥିବା ଏବଂ ଶୁଣାଯାଉଥିବା ଜିନିଷ କହିବ କିପରି ବିତିବ ଆପଣଙ୍କ ଦିନ ! ଏହିପରି ଭାବରେ ବୁଝନ୍ତୁ ଶୁଭ ଅଶୁଭର ସଙ୍କେତ…

ସକାଳେ ଦେଖା ଯାଉଥିବା ଏବଂ ଶୁଣାଯାଉଥିବା ଜିନିଷ କହିବ କିପରି ବିତିବ ଆପଣଙ୍କ ଦିନ ! ଏହିପରି ଭାବରେ ବୁଝନ୍ତୁ ଶୁଭ ଅଶୁଭର ସଙ୍କେତ…

ସକାଳୁ ଉଠିବା ମାତ୍ରେ ମନରେ ସବୁଠାରୁ ବଡ ପ୍ରଶ୍ନ ଆସିଥାଏ ଯେ ଆଜିର ଦିନଟି କିପରି ବିତିବ ? କେବେକେବେ ଏହା ଏକ ଭଲ ହୋଇଥାଏ ତ କେତେବେଳେ ବେକାର ହୋଇଥାଏ । କିନ୍ତୁ ସେହା କଣ ଆପଣ ଜାଣିଛନ୍ତି କି ଆପଣଙ୍କର ଫଳାଫଳ ପୁରା ଦିନ ଏହି କଥା ଉପରେ ନିର୍ଭର କରିଥାଏ ଯେ ଆପଣ ସକାଳୁ ସକାଳୁ କଣ ଦେଉଛନ୍ତି କିମ୍ବା କଣ ଶୁଣୁଛନ୍ତି । ଏହି ଜିନିଷ କାରଣରୁ ଏହା ଠିକ ହୋଇଥାଏ ଯେ ଆପଣଙ୍କର ଦିନ ଶୁଭ ହେବ ନା ଅଶୁଭ । ଆଜି ଆମେ ଏହି ଭଲ ଏବଂ ଖରାପ ସଙ୍କେତ ବିଷୟରେ କହିବାକୁ ଯାଉଛୁ ।

୧. ସକାଳୁ ଆପଣ ଆଖି ଖୋଲବ ମାତ୍ରେ ଆପଣଙ୍କୁ ଓଁ, ସ୍ୱସ୍ତିକ, ତ୍ରିଶୁଳ, ଶଙ୍ଖ, ଚକ୍ର ଭଳି କିଛି ଧାର୍ମିକ ଚିହ୍ନ ଦେଖା ଦେଲେ ତାହା ଭଲ ସଙ୍କେତ ହୋଇଥାଏ । ଏହାର ଅର୍ଥ ଏହିକି ଯେ ଆପଣଙ୍କର ପୁରା ଦିନ ଭଲ ଯିବ । ଏଥିପାଇଁ ଆପଣ ନିଜ ରୁମରେ ଏହି ଚିହ୍ନ ସହିତ ଜଡ଼ିତ କିଛି ଜିନିଷ ରଖନ୍ତୁ । ଯାହା ଏକ ଭଲ ଉପାୟ ଅଟେ ।

୨. ସକାଳୁ ଆଖି ଖୋଲିବା ମାତ୍ରେ ଆପଣଙ୍କୁ ଭଜନ, ଆରତୀ, ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖର ଧ୍ୱନି ଶୁଣାଗଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଦିନ ଭଲ କଟିବ । ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଏପରି ଶବ୍ଦ ଶୁଣିବା ପରେ ପୁରା ଦିନ ଭଲରେ ଯାଇଥାଏ । କେବଳ ସେତିକି ନୁହେଁ ଭାଗ୍ୟ ମଧ୍ୟ ଆପଣଙ୍କ ସାଥ୍ ଦେଇଥାଏ ।

୩. ସକାଳୁ ଉଠିବାର କିଛି ସମୟ ପରେ ଯଦି ଆପଣ ନିଜର ଆଖିରେ କ୍ଷୀର କିମ୍ବା ଦହିରେ ନିର୍ମିତ ଜିନିଷ ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । ଏହାର ଅର୍ଥ ଏହିକି ଯେ ଆଜିକା ଦିନରେ ଆପଣଙ୍କର ସମସ୍ତ କାର୍ଯ୍ୟ ବିନା ବାଧାରେ ପୂର୍ଣ୍ଣ ହୋଇଯିବ । ଏଥିପାଇଁ ଏହିଦିନ ଆପଣ ନିଜର ସମସ୍ତ କାର୍ଯ୍ୟ କରି ନିଅନ୍ତୁ ।

୪. ସକାଳୁ ଆଖି ଖୋଲିବା ମାତ୍ରେ ଯଦି ଆପଣଙ୍କୁ କୋମଳ କିମ୍ବା ଫୁଲ ଏବଂ ପାଣିରେ ଭରା କଳସି ଦେଖିବାକୁ ମିଳେ ତେବେ ଏହା ଖୁବ୍ ଶୁଭ ସଙ୍କେତ ହୋଇଥାଏ ବୋଲି ବୁଝି ଯାଆନ୍ତୁ । ଏହାର ଅର୍ଥ ଏହିକି ଯେ ଆପଣଙ୍କୁ ଧନ ଲାଭ ହେବାର ଆଶଙ୍କା ରହିଛି । ଏଥିପାଇଁ ଏହିଦିନ ଧନ ସହିତ ଜଡ଼ିତ କାର୍ଯ୍ୟ କରିବା ଶୁଭ ହୋଇଥାଏ ।

୫. ସକାଳୁ ସକାଳୁ ଆପଣ ଘରୁ ବାହାରକୁ କେଉଁଠି ଯାଉଛନ୍ତି ସେହି ସମୟରେ କେହି ଝାଡ଼ୁ କରୁଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଏହିକି ଯେ ଆପଣ ଯେଉଁ କାମରେ ଯାଉଛନ୍ତି ସେଥିରେ ଆପଣଙ୍କୁ ସଫଳତା ମିଳିବ ।

୬. ଯଦି ଆପଣ କୌଣସି ଚାକିରୀ ପାଇଁ ଇଣ୍ଟରଭିଉ ଦେବାକୁ ଯାଉଛନ୍ତି କିମ୍ବା କୌଣସି ବିଶେଷ କାର୍ଯ୍ୟରେ ଯାଉଛନ୍ତି ତେବେ ପାଣି ପୂର୍ଣ୍ଣ ପାତ୍ର ଦେଖି ଘରୁ ବାହାରିବା ଶୁଭ ହୋଇଥାଏ । ଏହାଦ୍ଵାରା ଆପଣଙ୍କ ସେହି କାମ ବିନା କୌଣସି ବାଧାରେ ସଫଳତା ମିଳିବ ।

୭. ସକାଳୁ ସକାଳୁ କନ୍ୟା କିମ୍ବା ବିବାହିତ ମହିଳାଙ୍କ ଦର୍ଶନ କରିବା ମଧ୍ୟ ଖୁବ୍ ଶୁଭ ହୋଇଥାଏ । ଏହାଦ୍ଵାରା ଆପଣଙ୍କର ଦିନ ଭଲ ହୋଇଥାଏ ।

୮. ସକାଳୁ ସକାଳୁ ମୟୁର, କୋୟଲ୍, ଚଢ଼େଇର ରାବ ଶୁଣିବା ଶୁଭ ହୋଇଥାଏ । ଏହାଦ୍ଵାରା ଆପଣଙ୍କର ପୁରା ଦିନ ସକାରାତ୍ମକ ଶକ୍ତିରେ ଭରି ରହିଥାଏ ।

Leave a Reply

Your email address will not be published. Required fields are marked *