ବଡ଼ ଝିଅକୁ ଚୁମ୍ବନ ଦେବା ଯୋଗୁଁ ଟ୍ରୋଲ୍ ହୋଇଥିଲେ ଏହି ନିର୍ଦେଶକ ! ବର୍ତ୍ତମାନ କହୁଛନ୍ତି ସାନ ଝିଅର ବିବାହ ହେବା ପାଇଁ ଦେବି ନାହିଁ…

ବଡ଼ ଝିଅକୁ ଚୁମ୍ବନ ଦେବା ଯୋଗୁଁ ଟ୍ରୋଲ୍ ହୋଇଥିଲେ ଏହି ନିର୍ଦେଶକ ! ବର୍ତ୍ତମାନ କହୁଛନ୍ତି ସାନ ଝିଅର ବିବାହ ହେବା ପାଇଁ ଦେବି ନାହିଁ…

ଏହି ସମୟରେ ବଲିଉଡରେ ବିବାହର ପରିବେଶ ରହିଛି । ବର୍ତ୍ତମାନ ସମୟରେ କୌଣସି ନା କୌଣସି ଅଭିନେତା ନିଜ ବିବାହର ଖବର ଦେଉଛନ୍ତି । ଏହି ସମୟ ମଧ୍ୟରେ ବଲିଉଡର ସବୁଠାରୁ ପ୍ରସିଦ୍ଧ ଦମ୍ପତିଙ୍କର ବିବାହର ଖବର ଭାଇରାଲ୍ ହେଉଅଛି । ଆମେ ହ୍ୟାଣ୍ଡସମ୍ ବୟ ରଣବିର୍ କପୁର୍ ଏବଂ ଓଲିଓଳି ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆଲିଆ ଭଟ୍ଟଙ୍କ ବିଷୟରେ ଆଲୋଚନା କରୁଛୁ । ଏହି ଦୁହିଁଙ୍କର ପ୍ରଶଂସକ ମାନେ ମଧ୍ୟ ଏମାନଙ୍କ ବିବାହ ପାଇଁ ଅପେକ୍ଷା ରହିଛନ୍ତି ।

ଏହି ଦୁହିଁଙ୍କର ବିବାହ ଖବର ମଧ୍ୟରେ ମହେଶ ଭଟ୍ଟଙ୍କର ବିବୃତ୍ତି ଆସିଅଛି । ଆଲିଆଙ୍କ ପିତା ମହେଶ ଚାହୁଁ ନାହାଁନ୍ତି କି ଆଲିଆଙ୍କର ଏତେ ଶୀଘ୍ର ବିବାହ ହେଉ । ଖବର ଅନୁଯାୟୀ, ମହେଶ ଭଟ୍ଟ ନିଜ ଝିଅମାନଙ୍କୁ ନେଇ ଅତ୍ୟନ୍ତ ଭାବନାତ୍ମକ ଅଟନ୍ତି । ସେ ନିଜ ଝିଅମାନଙ୍କୁ ନିଜ ଠାରୁ ଦୁରେଇବାକୁ ଚାହୁଁ ନାହାଁନ୍ତି । ଏଥିସହିତ ସେ ଆଲିଆଙ୍କ ବିବାହକୁ ନେଇ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ଅଛନ୍ତି । ସେ ଆଲିଆଙ୍କୁ ନିଜ ପାଖରେ ରଖିବାକୁ ଚାହାଁନ୍ତି ।

ଏହି କଥାର ଖୋଲାସା ନିଜେ ଆଲିଆ ଗୋଟିଏ ସାକ୍ଷାତକାରରେ କରିଥିଲେ । ଆଲିଆ କହିଥିଲେ ଯେ, ତାଙ୍କ ପିତା ତାଙ୍କ ବିଷୟରେ ବହୁତ ଚିନ୍ତା କରିଥାନ୍ତି । ଯଦି ସେ ଇଚ୍ଛା କରିବେ, ତେବେ ତାଙ୍କ ବିବାହ ହେବାକୁ କେବେ ମଧ୍ୟ ଦେବେ ନାହିଁ । ଆଲିଆଙ୍କ ଅନୁଯାୟୀ, ତାଙ୍କ ପିତା ତାଙ୍କୁ ଅନେକଥର ବାଥରୁମରେ ବନ୍ଦ କରିବାକୁ ମଧ୍ୟ ଧମକ୍ ଦେଇଥାନ୍ତି ।

ଆଲିଆ ଆଗକୁ କହିଛନ୍ତି ଯେ, ତାଙ୍କ ବିବାହର କଥା ଆସିବା ମାତ୍ରେ ତାଙ୍କ ପିତା ତାଙ୍କୁ ବାଥରୁମରେ ବନ୍ଦ କରିଦେବା କଥା କହିଥାନ୍ତି, ସେ କେବେ ମଧ୍ୟ ଆଲିଆଙ୍କୁ ତାଙ୍କ ଆଖି ଆଗରୁ ଦୁରେଇ ଦେବାପାଇଁ ଚାହାଁନ୍ତି ନାହିଁ । ଆଲିଆଙ୍କ ପିତା ମଧ୍ୟ ନିଜେ ଏହି କଥା କହିଥାନ୍ତି । ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପିତା ସେମାନଙ୍କର ବିବାହ ହେବାକୁ ଦେବେ ନାହିଁ କାରଣ ତାଙ୍କୁ ଭୟ ରହିଛି ଯେ ତାଙ୍କ ଝିଅମାନେ ତାଙ୍କ ଠାରୁ ଦୂରେଇ ଯିବେ ।

ଆପଣଙ୍କୁ କହିରଖୁଛୁ ଯେ, କିଛି ଦିନ ପୂର୍ବରୁ ଆଲିଆ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନରେ ବଲିଉଡର ଅନେକ କଳକର ଯୋଗ ଦେଇଥିଲେ । ଆଲିଆଙ୍କ ଜନ୍ମଦିନରେ ଏହି ପାର୍ଟିର ଆୟୋଜନ ଚଳଚ୍ଚିତ୍ର ନିର୍ମାତା କରନ୍ ଜୋହରଙ୍କ ଦ୍ଵାରା କରାଯାଇଥିଲା । ଏହି ପାର୍ଟିରେ ଦୀପିକା ପାଦୁକୋନ୍, ଆୟାନ୍ ମୁଖାର୍ଜୀ, ଅର୍ଜୁନ୍ କପୁର୍ ଏବଂ ମଲାଇକା ଆରୋଡ଼ା ଭଳି କଳକର ଯୋଗ ଦେଇଥିଲେ । ଏହି ପାର୍ଟିରେ ଆଲିଆଙ୍କ ପ୍ରେମିକ ତଥା ଅଭିନେତା ରଣବିର୍ କପୁର୍ ନଥିଲେ, କାରଣ ସେ କରୋନା ପଜିଟିଭ୍ ଅଟନ୍ତି ।

ଅଭିନେତ୍ରୀ ଆଲିଆଙ୍କ କାମ ବିଷୟରେ କହିବାକୁ ଗଲେ ସେ ଖୁବଶୀଘ୍ର ଚଳଚ୍ଚିତ୍ର ‘ଆର୍ ଆର୍ ଆର୍’ରେ ଦେଖାଯିବେ । ଏହି ଚଳଚ୍ଚିତ୍ରକୁ ବାହୁବଳୀର ନିର୍ଦେଶକ ‘ଏମଏସ୍’ ରାଜାମୌଳି ନିର୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରୁ ଆଲିଆଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସି ସାରିଛି । ଏହି ଚଳଚ୍ଚିତ୍ରରେ ଆଲିଆ ସୀତା ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରରୁ ଆଲିଆଙ୍କର ଯେଉଁ ଲୁକ୍ ବାହାରକୁ ଆସିଛି, ସେଥିରେ ଆଲିଆ ଅତ୍ୟନ୍ତ ସୁନ୍ଦର ଲାଗୁଛନ୍ତି । ଆଲିଆଙ୍କ ସହ ଏହି ଚଳଚ୍ଚିତ୍ରରେ ଜୁନିୟର୍ ଏନଟିଆର୍, ଅଜୟ ଦେବଗନ୍ ଏବଂ ରାମ ଚରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହି ଚଳଚ୍ଚିତ୍ର ବ୍ୟତୀତ ଆଲିଆ ତାଙ୍କ ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରେ କାମ କରୁଛନ୍ତି । ଚଳଚ୍ଚିତ୍ରରେ ଆପଣଙ୍କୁ ଆଲିଆଙ୍କ ସହ ଅମିତାଭ ବଚ୍ଚନ, ରଣବିର୍ କପୁର୍, ମୌନୀ ରୟ ଏବଂ ନାଗାର୍ଜୁନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଯିବେ । ଏହା ବ୍ୟତୀତ ଆଲିଆଙ୍କ ପାଖରେ କେତେକ ୱେବ ସିରିଜ୍ ମଧ୍ୟ ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଆଲିଆ କହିଥିଲେ କି ଯେତେବେଳେ ସେ କେବଳ ୧୧ ବର୍ଷର ଥିଲେ, ସେହି ସମୟରେ ସେ ପ୍ରଥମଥର ରଣବିର୍ କପୁରଙ୍କୁ ଦେଖିଥିଲେ ଏବଂ ସେଦିନ ଠାରୁ ସେ ତାଙ୍କୁ ଭଲ ପାଇ ବସିଥିଲେ ।

Leave a Reply

Your email address will not be published. Required fields are marked *