ଟିକା ନେଇଥିବା ବ୍ୟକ୍ତି କଣ ପୁନଶ୍ଚ କରୋନାରେ ସଂକ୍ରମିତ ହେବେ କି ? ଭାରତୀୟ ବୈଜ୍ଞାନିକ ଦେଲେ ସୂଚନା….

ଟିକା ନେଇଥିବା ବ୍ୟକ୍ତି କଣ ପୁନଶ୍ଚ କରୋନାରେ ସଂକ୍ରମିତ ହେବେ କି ? ଭାରତୀୟ ବୈଜ୍ଞାନିକ ଦେଲେ ସୂଚନା….

ସମ୍ପ୍ରତି ଫ୍ରାନ୍ସର ୱାୟରଲଜିଷ୍ଟ ତଥା ନୋବେଲ୍ ବିଜେତା ଲୁକ୍ ମୋଣ୍ଟାଗ୍ନିଅର କରୋନା ଟିକା ଏବଂ ଭାରିଆଣ୍ଟ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି ଯାହା ବହୁତ ଚର୍ଚ୍ଚାରେ ଅଛି । ଲୁକ୍ ଦାବି କରିଛନ୍ତି ଯେ ଟୀକାରୁ ପ୍ରସ୍ତୁତ ଆଣ୍ଟିବଡି କରୋନାର ନୂତନ ଭାରିଆଣ୍ଟ ସୃଷ୍ଟି କରିବ ଏବଂ ଏହି ମହାମାରୀ ବିପଜ୍ଜନକ ରୂପ ନେବ । ତେବେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକ ଲୁକଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତର ପ୍ରସିଦ୍ଧ ଟିକା ବୈଜ୍ଞାନିକ ଗଗନଦୀପ୍ କାଙ୍ଗ ମଧ୍ୟ ଲୁକଙ୍କ ଏହି ଦାବିକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଗଗନଦୀପ୍ କହିଛନ୍ତି ଯେ କୋଭିଡ୍-୧୯ ଭାରିଆଣ୍ଟକୁ ହ୍ରାସ କରିବାର ଏକମାତ୍ର ଉପାୟ ହେଉଛି ଟୀକାକରଣକୁ ତ୍ୱରାନ୍ୱିତ କରିବା । ସେ କହିଛନ୍ତି, ‘ଟୀକାକରଣକୁ ଭୁଲ୍ ବୋଲି କହିବା ବୈଜ୍ଞାନିକ ଦୃଷ୍ଟିରୁ ସତ୍ୟ ନୁହେଁ । ‘କାଙ୍ଗ କହିଛନ୍ତି ଯେ, ‘ଲ୍ୟୁକ୍ କହି ନାହାଁନ୍ତି ଯେ ଏହି ଟିକା ନେଇଥିବା ସମସ୍ତ ବ୍ୟକ୍ତି ଦୁଇ ବର୍ଷ ମଧ୍ୟରେ ମରିଯିବେ ଯେପରି କିଛି ଲୋକ ମିଥ୍ୟା ଅପପ୍ରଚାର କରୁଛନ୍ତି ବରଂ ସେ କହିଛନ୍ତି ଯେ ଟିକା ମାଧ୍ୟମରେ ସୃଷ୍ଟି ହୋଇଥିବା ଆଣ୍ଟିବଡି ଭୂତାଣୁର ନୂତନ ଭାରିଆଣ୍ଟ ସୃଷ୍ଟି କରିଥାଏ ।’

ଡାକ୍ତର୍ କାଙ୍ଗ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ‘ଲ୍ୟୁକ୍ କହିଛନ୍ତି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ‘ଆଣ୍ଟିବଡି ଡିପେଣ୍ଡାଣ୍ଟ ଏନହାନ୍ସମେଣ୍ଟ ‘କାରଣରୁ ଭରିଆଣ୍ଟ ସଂକ୍ରମଣ ଦୃଢ଼ ହୋଇପାରେ ତେଣୁ ବହୁ ମାତ୍ରାରେ ଟୀକାକରଣ କରିବା ଏକ ବଡ ଭୁଲ୍ ହେବ ।’ କିନ୍ତୁ ଲ୍ୟୁକଙ୍କ ଏହି ଦାବି ଭିତ୍ତିହୀନ ବୋଲି କାଙ୍ଗ ଟ୍ୱିଟ୍ କରିଛନ୍ତି ।

ଡାକ୍ତର କାଙ୍ଗ କହିଛନ୍ତି, ‘ଯେତେବେଳେ ଆମେ ସଂକ୍ରମିତ ହଊ କିମ୍ବା ଯେତେବେଳେ ଟିକା ନେଇଥାଏ ଏହା ଆମ ଶରୀରରେ ଥିବା ଭୁତାଣୁ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିଥାଏ । ଭାଇରାଲ୍ ସଂକ୍ରମଣରେ ଆଣ୍ଟିବଡି ଏବଂ ଶରୀରର ‘ଇମୁନ୍ୟୁ ରେସ୍ପନ୍ସ ଭାଇରସ୍’ର ପ୍ରତିକୃତି ସୃଷ୍ଟି କରିବା ବନ୍ଦ କରିଦିଏ ଏବଂ ଆମେ ସଂକ୍ରମଣରୁ ସୁସ୍ଥ ହୋଇଯାଉ ।’

‘ଇମ୍ୟୁନ୍ୟୁ ସିଷ୍ଟମ୍’କୁ ଦିଆଯାଏ ଟ୍ରେନିଂ

ଟୀକାକରଣକୁ ‘ପ୍ରସ୍ତୁତି ଏବଂ ପ୍ରତିରୋଧ’ ଭାବରେ ବର୍ଣ୍ଣନା କରି ଡାକ୍ତର୍ କାଙ୍ଗ କହିଛନ୍ତି ଯେ, ‘ଆମର ଇମ୍ୟୁନ୍ୟୁ ରେସ୍ପନ୍ସ ତୁରନ୍ତ ଭୂତାଣୁ ସହିତ ଲଢ଼ିବା ଆରମ୍ଭ କରେ ନାହିଁ ବରଂ ପ୍ରଥମେ ଏହା ଭୂତାଣୁ ଚିହ୍ନଟ କରିବା ପାଇଁ ଆମ ଇମ୍ୟୁନ୍ୟୁ ସିଷ୍ଟମକୁ ତାଲିମ୍ ଦେଇଥାଏ । ବହୁତ କମ୍ ଲୋକ ଇମ୍ୟୁନୋକମ୍ପ୍ରମାଇଜଡ୍ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଭାଇରସର ପ୍ରତିକୃତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ । ଏହି ପରି ଘଟଣା ବିରଳ ଅଟେ ଏବଂ ଏମାନଙ୍କ ମଧ୍ୟରେ ‘ଭାଇରସ୍’ର ଭ୍ୟାରିଆଣ୍ଟ ବିକଶିତ ହୋଇପାରେ ।

ଡକ୍ଟର୍ କାଙ୍ଗ କହିଛନ୍ତି ଯେ, ‘ଭ୍ୟାରିଆଣ୍ଟ ଗୁଡିକ ଅନେକ ପ୍ରକାରର ହୋଇଥାନ୍ତି କିନ୍ତୁ ଖୁବ୍ କମ୍ ଭ୍ୟାରିଆଣ୍ଟ ଆମ ଇମ୍ୟୁନ୍ୟୁ ସିଷ୍ଟମ୍ ଠାରୁ ବଞ୍ଚି ପାରନ୍ତି । ସେ କହିଛନ୍ତି, ‘ଭୂତାଣୁର ଭ୍ୟାରିଆଣ୍ଟ ବହୁ ପରିମାଣରେ ବ୍ୟାପିଥାଏ । କେତେକ ପ୍ରକାର ଭ୍ୟାରିଆଣ୍ଟ ଟୀକାକରଣରୁ ନିର୍ମିତ ଇମ୍ୟୁନ୍ୟୁ ବିରୋଧରେ ଲଢ଼ିବାରେ ସକ୍ଷମ ହୋଇଥାଏ । ଏଗୁଡିକ ଟିକାର ପ୍ରଭାବକୁ କିଛି ମାତ୍ରାରେ କମ୍ କରିଦେଇଥାଏ ଯେପରିକି ଆମେ ବର୍ତ୍ତମାନ ବି-୧. ୩୫୧ ଏବଂ ବି-୧. ୬୧୭. ୨ କ୍ଷେତ୍ରରେ ଦେଖୁଛୁ । ତେବେ କତାର ଏବଂ ବ୍ରିଟେନର ତଥ୍ୟ ଅନୁଯାୟୀ ଟିକାର ଦୁଇ ଡୋଜ୍ ସୁରକ୍ଷା ଯୋଗାଇଥାଏ ।’

ଡକ୍ଟର୍ କାଙ୍ଗ କହିଛନ୍ତି, ‘ଭ୍ୟାରିଆଣ୍ଟକୁ ହ୍ରାସ କରିବାର ଏକମାତ୍ର ଉପାୟ ହେଉଛି ଟୀକାକରଣକୁ ତ୍ୱରାନ୍ୱିତ କରିବା । କେବଳ ଏହା କରିବା ଦ୍ୱାରା ଭୂତାଣୁକୁ ବିସ୍ତାର ହେବାରୁ ରୋକାଯାଇ ପାରିବ । ସେ କହିଛନ୍ତି ଯେ, ‘ଅଧ୍ୟୟନରେ ଏହା ଦେଖାଯାଇଛି ଯେ ଏହି ଟିକା ଲୋକଙ୍କଠାରେ ଭାଇରସର ପ୍ରତିକୃତି ସୃଷ୍ଟି ହେବାରୁ ହ୍ରାସ କରିଥାଏ ଏବଂ ସଂକ୍ରମଣର ବିସ୍ତାରକୁ ରୋକିଥାଏ । ଏହା ସମଗ୍ର ବିଶ୍ୱରେ ‘ଭାଇରାଲ୍ ଲୋଡ୍’ କୁ ପ୍ରଭାବଶାଳୀ ଭାବରେ ହ୍ରାସ କରୁଛି ।’

ସେ କହିଛନ୍ତି, ‘ସ୍ପଷ୍ଟ ଏବଂ ସରଳ ଭାଷାରେ ଯଦି ଭାଇରସର ପ୍ରତିକୃତି ନ ସୃଷ୍ଟି ହୁଏ ତେବେ ନା ସେଗୁଡ଼ିକ ମ୍ୟୁଟାଣ୍ଟ ହେବ ନା ସେଗୁଡିକ ନୂତନ ପ୍ରକାରର ଭ୍ୟାରିଆଣ୍ଟ ସୃଷ୍ଟି କରିପାରିବ । ‘ସେ କହିଛନ୍ତି ଯେ ସମସ୍ତ ଭ୍ୟାକ୍ସିନକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରି ଦେଖାଯାଇଛି ଯେ ଏହା ଶରୀରରେ ଠିକ୍ ପରିମାଣର ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟିବଡି ଉତ୍ପାଦନ କରୁଛି ନା ନାହିଁ ଏବଂ ଏହା ଜଣାପଡିଛି ଯେ ଏହି ଟିକା ସଠିକ୍ ପରିମାଣର ଆଣ୍ଟିବଡି ଉତ୍ପାଦନ କରୁଛି ।’

ଏ.ଡି.ଇ. କ’ଣ ଅଟେ ?

ଏ.ଡି.ଇ. ଅର୍ଥାତ ଆଣ୍ଟିବଡି ଡିପେନଡେଣ୍ଟ ଏନହାନ୍ସମେଣ୍ଟ ସେତେବେଳେ ହୁଏ ଯେତେବେଳେ ଇମ୍ୟୁନ୍ୟୁ ସିଷ୍ଟମ୍ ଦ୍ୱାରା ସୃଷ୍ଟି ହୋଇଥିବା ଆଣ୍ଟିବଡି ଭୁତାଣୁ ଚିହ୍ନଟ କରି ଏହାକୁ କବ୍ଜା କରିନିଏ ମାତ୍ର ଏହାର ସଂକ୍ରମଣକୁ ରୋକିବାରେ ବିଫଳ ହୁଏ । ଏପରି ପରିସ୍ଥିତିରେ ଆଣ୍ଟିବଡି କୋଷରେ ଭୂତାଣୁର ପ୍ରବେଶକୁ ସହଜ କରିଦିଏ ଏବଂ ଇମ୍ୟୁନ୍ୟୁ ରେସ୍ପନ୍ସର୍ କାର୍ଯ୍ୟ କଷ୍ଟସାଧ୍ୟ ହୋଇଯାଏ ।

ଆମର ଇମ୍ୟୁନ୍ୟୁ ସିଷ୍ଟମ୍ କୋଷିକା ଏବଂ ପ୍ରୋଟିନ୍ ସାହାଯ୍ୟରେ ଭୂତାଣୁ ସହିତ ଲଢ଼ିଥାଏ । ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଇମ୍ୟୁନ୍ୟୁ ସିଷ୍ଟମ୍ ସଂପୂର୍ଣ୍ଣ ଭାବରେ ଭୂତାଣୁ ଉପରେ ଧ୍ୟାନ ଦେଇନଥାଏ । ଏହାକୁ ଇନେଟ୍ ଇମ୍ୟୁନିଟି କୁହାଯାଏ । ସଂକ୍ରମଣର କିଛି ଦିନ ମଧ୍ୟରେ ଆଡାପ୍ତିଭ ଇମ୍ୟୁନିଟି କାମ କରିବା ଆରମ୍ଭ କରେ ଏବଂ ଏହା ସଠିକ୍ ଭାବରେ ଭୁତାଣୁକୁ ଟାର୍ଗେଟ୍ କରେ । ଏହି ଲଢେଇରେ ଆଣ୍ଟିବଡି ମଧ୍ୟ ସାମିଲ୍ ଥାଏ । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଭୂତାଣୁକୁ କୋଷରେ ପ୍ରବେଶ କରିବାକୁ ନଦେବା ଏବଂ ସଂକ୍ରମଣ ବିସ୍ତାର କରିବାରୁ ରୋକିବା । ଯେଉଁ ଆଣ୍ଟିବଡି ଭୂତାଣୁକୁ କୋଷରେ ପ୍ରବେଶ କରିବାରୁ ପ୍ରତିରୋଧ କରିଥାଏ ତାହାକୁ ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟବଡି କୁହାଯାଏ । ଅନେକ ଟିକା ମଧ୍ୟ ଏହି ଆଣ୍ଟିବଡି ସାହାଯ୍ୟରେ କାମ କରେ ।

କିନ୍ତୁ ଆଣ୍ଟିବଡି ସବୁବେଳେ ସମାନ ପ୍ରତିକ୍ରିୟା ଦେଖାଏ ନାହିଁ । କ୍ୱଚିତ କ୍ଷେତ୍ରରେ ଆଣ୍ଟିବଡି ଭୂତାଣୁକୁ କୋଷରେ ପ୍ରବେଶ କରିବାରୁ ରୋକି ପାରେନାହିଁ ବରଂ ଏହା ଭୁତାଣୁର କୋଷରେ ପ୍ରବେଶ କରିବାର କ୍ଷମତାକୁ ଆହୁରି ବଢାଇଦିଏ । ଏହାକୁ ଏ.ଡି॰ଇ କୁହାଯାଏ । ତେବେ କରୋନା ଟିକା କ୍ଷେତ୍ରରେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କୌଣସି କେସ୍ ଦେଖିନାହାଁନ୍ତି ।

ଅନ୍ୟ ଏକ ଟ୍ୱିଟରେ ଡାକ୍ତର କାଙ୍ଗ ଲେଖିଛନ୍ତି, ‘ଭୂତାଣୁଙ୍କର କ୍ରୋନିକ୍ ଫର୍ମରେ ମିଳୁଥିବା ନ୍ୟୁଟ୍ରାଇଲାଇଜିଙ୍ଗ ଆଣ୍ଟିବଡି ଭୂତାଣୁ ଭ୍ୟାରିଆଣ୍ଟ ଉପରେ କାମ କରିବ କି ? ଡେଙ୍ଗୁରୁ ଏହା ଭଲ ଭାବରେ ବୁଝି ହେବ । ଡେଙ୍ଗୁ ଜ୍ୱରରେ ଭୂତାଣୁଙ୍କର କୌଣସି ପୁରୁଣା କିମ୍ବା ନୂତନ ରୂପ ନଥାଏ କେବଳ ଏହାର ଚାରୋଟି ଭିନ୍ନ ସେରୋଟାଇପ୍ ଅଛି ଯାହା କ୍ରମାଗତ ଭାବରେ ସଂକ୍ରମିତ କରେ ।’

ପ୍ରଥମଥର ପାଇଁ ଡେଙ୍ଗୁ ସଂକ୍ରମଣ ହେଲେ ଟାଇପ୍ ୧ ଜୀବାଣୁ ତଥା ଆଣ୍ଟିବଡି ଦେଖାଯାଇଥାଏ । ଡେଙ୍ଗୁ ସଂକ୍ରମଣ ପାଇଁ ବ୍ୟବହୃତ ଟିକା ଭଲ ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟିବଡି ଉତ୍ପାଦନ କରିପାରେ ନାହିଁ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଅସୁସ୍ଥ କରିଥାଏ ।’ କିନ୍ତୁ ପୁରୁଣା ଭାଇରସ୍ ବା ସ୍ପାଇକ୍ ଉପରେ ଆଧାରିତ SARS-CoV2 ଟୀକା କ୍ଷେତ୍ରରେ ଏହା ହୋଇନଥାଏ । ନୂତନ ଭ୍ୟାରିଆଣ୍ଟକୁ ହ୍ରାସ କରିବାରେ ଏହାର ନ୍ୟୁଟ୍ରାଲାଇଜିଙ୍ଗ କ୍ଷମତା ହ୍ରାସ ହୋଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ପ୍ରଭାବହୀନ ହେବ ବୋଲି କହିବା ଭୁଲ୍ । ଟିକା କାମ କରୁଛି ।

‘ଦି ହିନ୍ଦୁ’କୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ୟୁନୋଲୋଜିଷ୍ଟ ପ୍ରଫେସର୍ ବିନିତା ବାଲ୍ କହିଥିଲେ ଯେ, ‘ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟିବଡି ଏକ ଭଲ ଆଣ୍ଟିବଡି କିନ୍ତୁ ଏହାର ଅର୍ଥ ନୁହେଁ ଯେ ବାକି ଆଣ୍ଟିବଡି ଗୁଡିକ ଖରାପ ଅଟେ । ଏହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ।’ ସେ କହିଛନ୍ତି, ‘ସେମାନଙ୍କର ଉପଯୋଗୀତା ସୀମିତ ହୋଇପାରେ । କେତେକ ଆଣ୍ଟିବଡି ଏ.ଡି.ଇ ଅଧିନରେ ଯାଆନ୍ତି ଯାହାକୁ ବିପଜ୍ଜନକ କିମ୍ବା ଖରାପ କୁହାଯାଇପାରେ । କିନ୍ତୁ ବହୁ ସଂଖ୍ୟକ ଆଣ୍ଟିବଡି ମଧ୍ୟରେ ଏ.ଡି.ଇ ସୃଷ୍ଟି କରୁଥିବା ଆଣ୍ଟିବଡିକୁ ଚିହ୍ନଟ କରିବା ଅସମ୍ଭବ ଅଟେ ।’

Leave a Reply

Your email address will not be published. Required fields are marked *