ବୁଧବାର ଦିନ ଏହି ୪ଟି ଉପାୟ ଆପଣାଇବା ଦ୍ଵାରା ଘରେ ସର୍ବଦା ସୁଖ, ଶାନ୍ତି ବଜାୟ ରହିବ ।

ବୁଧବାର ଦିନ ଏହି ୪ଟି ଉପାୟ ଆପଣାଇବା ଦ୍ଵାରା ଘରେ ସର୍ବଦା ସୁଖ, ଶାନ୍ତି ବଜାୟ ରହିବ ।

ଏକ ନିରତ ସତ୍ୟ; ମନୁଷ୍ୟ ଯେତେବେଳେ ଅସୁବିଧାରେ ପଡେ, ସେତେବେଳେ ହିଁ ସେ ଭଗବାନଙ୍କୁ ସ୍ମରଣ କରେ । ପ୍ରାୟତଃ ଲୋକଙ୍କ ଜୀବନରେ ଅନେକ ସମସ୍ୟା ଲାଗିରହିଥାଏ । ଏହି ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ସେମାନେ ଭଗବାନଙ୍କ ଚରଣରେ ଶରଣ ନେଇଥାନ୍ତି । ଦୁଃଖ ସମୟରେ ଭଗବାନଙ୍କୁ ସ୍ମରଣ କରି, ଭଗବାନଙ୍କ ଶରଣ ନେଲେ, ସମସ୍ୟା ଗୁଡିକ କିଛି ମାତ୍ରାରେ କମିଯାଇଥାଏ ଏବଂ କେବଳ ଏତିକି ନୁହେଁ ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ମନକୁ ମଧ୍ୟ ଆଶ୍ଵସ୍ତି ମିଳିଥାଏ ଓ ମନୁଷ୍ୟକୁ ସମସ୍ୟା ସହିତ ଲଢ଼ିବା ପାଇଁ ଏକ ଭିନ୍ନ ପ୍ରକାରର ଶକ୍ତି ମିଳିଥାଏ । ଯେଉଁଥି କାରଣରୁ ଲୋକମାନେ ଭଗବାନଙ୍କ ଚରଣରେ ଶରଣ ନେବାକୁ ପସନ୍ଦ କରନ୍ତି । ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭଗବାନଙ୍କ ପାଇଁ ମହତ୍ତ୍ୱ ରହିଥାଏ, ସେହି ଦିନ ବା ବାର ଅନୁସାରେ ସେହି ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ଵାରା ବିଶେଷ କିଛି ଉପକୃତ, ସଫଳତା ମିଳିଥାଏ । ଆଜି ଆମେ ଏହି ଅନୁଛେଦରେ ଜାଣିବା ଘରେ ସୁଖ, ଶାନ୍ତି ବଜାୟ ରଖିବା ପାଇଁ କିଛି ଉପାୟ ବିଷୟରେ । ତେବେ ଆସନ୍ତୁ ଜାଣିବା :

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ଥାଏ । ଯେଉଁଥି କାରଣରୁ ମନୁଷ୍ୟ ସେହିଦିନ ନିଜ ଇଷ୍ଟ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରି ପ୍ରସନ୍ନ କରିଥାନ୍ତି । ଠିକ ସେହିଭଳି ବୁଧବାର ଦିନ ଶ୍ରୀଗଣେଶଙ୍କ ବାର ବୋଲି କୁହାଯାଏ । ଏହି ଦିନ ଶ୍ରୀ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରି ତାଙ୍କ କୃପା ପାଇ ପାରିବା । ଏହିଦିନ ଗଣେଶଙ୍କ ପୂଜା କରିବା ସହ ଯଦି କିଛି ଉପାୟ ପ୍ରୟୋଗ କରାଯାଏ, ତେବେ ଅନେକ ସମସ୍ୟା ଠାରୁ ମୁକ୍ତି ମିଳିଥାଏ ।

୧) ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ –

Google

ବୁଧବାର ଦିନ ସକାଳେ ଶ୍ରୀ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରି ଗାଈକୁ ସବୁଜ ଚାରା ଖାଇବାକୁ ଦେଲେ, ସବୁ କଷ୍ଟ ଦୂର ହୋଇଥାଏ । ଏଭଳି କରିବା ଦ୍ଵାରା ଘରେ ହେଉଥିବା ବିବାଦ ଗୁଡ଼ିକ ଦୁରେଇ ଯାଇଥାଏ । ଏହାସହ ଗଣେଶଙ୍କ କୃପା ସାରା ପରିବାରଙ୍କ ଉପରେ ବର୍ଷିବାକୁ ଲାଗିବ ଏବଂ ଘରେ ଶାନ୍ତିର ବାତାବରଣ ରହିବ ।

୨) ବିଧି ବିଧାନରେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ –

Google

ବୁଧବାର ଦିନ ଭଗବାନ ଗଣେଶଙ୍କୁ ୧୧ଟି ବା ୨୧ଟି ଧୁବ ଘାସ ଅର୍ପଣ କରନ୍ତୁ । ଏହାସହ ଲଡୁ ମଧ୍ୟ ନିଶ୍ଚୟ ଅର୍ପଣ କରନ୍ତୁ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ଭଗବାନ ଗଣେଶଙ୍କୁ ଧୁବ ଘାସ ବହୁତ ପ୍ରିୟ ଅଟେ । ତେଣୁ ଭଗବାନ ଗଣେଶଙ୍କୁ ଧୁବ ଘାସ ଅର୍ପଣ କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦୁରେଇ ଯାଇଥାଏ ଓ ଘରେ ସବୁବେଳେ ଖୁସିର ବାତାବରଣ ବଜାୟ ରହିବ ।

୩) ରୋଷେଇ ଘରେ ଦୁଇଟି ମାଠିଆ ହାଣ୍ଡି ରଖନ୍ତୁ –

Google

ଯଦି ଆପଣଙ୍କ ଘରେ ହଠାତ ସମସ୍ୟା ଗୁଡ଼ିକ ଉତ୍ପନ୍ନ ହୋଇଥାଏ, ତେବେ ବୁଧବାର ଦିନ ଦୁଇଟି ମାଠିଆ ହାଣ୍ଡି ଆଣନ୍ତୁ । ଦୁଇ ହାଣ୍ଡି ମଧ୍ୟରୁ ଗୋଟିଏ ହାଣ୍ଡିରେ ୨୫୦ ଗ୍ରାମ ସବୁଜ ରଙ୍ଗର ମୁଗ ଓ ଦ୍ୱିତୀୟ ହାଣ୍ଡିରେ ୨୫୦ ଗ୍ରାମ ଲୁଣ ଭରି କରି ରୋଷେଇ ଘରେ କୌଣସି ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଆକସ୍ମିକ ଭାବରେ ଆସୁଥିବା ସମସ୍ୟା ଗୁଡ଼ିକ କମି ଯାଇଥାଏ ଓ ଘରେ ଖୁସିର ବାତାବରଣ କାୟମ୍ ରହିବ ।

୪) ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ –

Google

ଯଦି ଆପଣଙ୍କ ଘରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହୁଥାଏ, ଯାହାଦ୍ୱାରା ଆପଣ ଦିନଚର୍ଯ୍ୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ; ତେବେ ଆପଣ ଶ୍ରୀ ଗଣେଶଙ୍କୁ କେଶର ଯୁକ୍ତ ସିନ୍ଦୁର ଅର୍ପଣ କରିବା ଆବଶ୍ୟକ । ଏହି ସିନ୍ଦୁର ପ୍ରତ୍ୟେକ ବୁଧବାର ଦିନ ଅର୍ପଣ କରିବା ଆବଶ୍ୟକ । ଏଭଳି କରିବା ଦ୍ଵାରା ଭଗବାନ ଗଣେଶଙ୍କ କୃପା ଆପଣ ଓ ଆପଣଙ୍କ ପରିବାରର ସଭିଙ୍କ ଉପରେ ପ୍ରାପ୍ତି ହୋଇଥାଏ । ଏହାସହ ସବୁ ସମସ୍ୟା ଓ ଦୁଃଖ ଧୀରେ ଧୀରେ ଦୁରେଇ ଯାଇଥାଏ ।

Leave a Reply

Your email address will not be published. Required fields are marked *