ପତ୍ନୀ ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିବାକୁ ମନା କରୁଛନ୍ତି, ତେବେ ସେ ବିବାହକୁ ଅମାନ୍ୟ କରୁଛନ୍ତି – ଗୁୱାହାଟୀ ହାଇକୋର୍ଟ

ପତ୍ନୀ ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିବାକୁ ମନା କରୁଛନ୍ତି, ତେବେ ସେ ବିବାହକୁ ଅମାନ୍ୟ କରୁଛନ୍ତି – ଗୁୱାହାଟୀ ହାଇକୋର୍ଟ

ଗୁୱାହାଟୀ ହାଇକୋର୍ଟ ଗତକାଲି ଏକ ଆଶ୍ଚର୍ଯ୍ୟଜନକ ଫଇସଲା ଶୁଣାଇଛନ୍ତି । ବାସ୍ତବରେ ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନ ଉପରେ ପରିବାର କୋର୍ଟ ଫଇସଲାକୁ ପ୍ରତ୍ୟାହାର କରିବା ସହ ହାଇକୋର୍ଟ କହିଛନ୍ତି କି, ଯଦି କୌଣସି ମହିଳା ହିନ୍ଦୁ ରୀତିନୀତିକୁ ନେଇ ବିବାହ କରିଥିବେ ଏବଂ ପରବର୍ତ୍ତୀ ସମୟରେ ଚୁଡ଼ି ଏବଂ ସିନ୍ଦୁର ପିନ୍ଧିବାକୁ ମନା କରନ୍ତି, ତେବେ ଏହାର ସ୍ପଷ୍ଟ କାରଣ ଏହା ମାନାଯିବ କି ସେହି ମହିଳାଙ୍କୁ ଏହି ବିବାହ ଅସ୍ୱୀକାର ଅଟେ । ଏହାର ଆଗକୁ ହାଇକୋର୍ଟ ଏହା ମଧ୍ୟ ଶୁଣାଇଛନ୍ତି କି, ଯଦି ଏହିପରି ପରିସ୍ଥିତି କେବେ ଉତ୍ପନ୍ନ ହୁଏ, ତେବେ ପତିଙ୍କୁ ପତ୍ନୀଙ୍କ ସହିତ ଜବରଦସ୍ତ ବୈବାହିକ ଜୀଵନ ଅତିବାହିତ କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଯଦି ଏହିପରି ହୁଏ, ତେବେ ଏହାକୁ ନିର୍ଯ୍ୟାତନା ବୋଲି ମାନାଯିବ ।

ବାସ୍ତବରେ, ଜଣେ ବ୍ୟକ୍ତିଙ୍କ ଆବେଦନରେ ପରିବାର କୋର୍ଟ ଏହା କହିବା ସହ ତାହାକୁ ପ୍ରତ୍ୟାହାର କରିଦେଇଥିଲେ କି, ପତ୍ନୀ ଜଣକ ପତିଙ୍କ ବିରୁଦ୍ଧରେ କୌଣସି ପ୍ରକାର ମଧ୍ୟ କ୍ରୁରତା କରିନାହାଁନ୍ତି । ମିଡ଼ିଆ ରିପୋର୍ଟ ମୁତାବିକ, ଗୁୱାହାଟୀ ଉଚ୍ଚ ନ୍ୟାୟାଳୟର ଚିଫ ଜଷ୍ଟିସ ଅଜୟ ଲାମ୍ବା ଏବଂ ଜଷ୍ଟିସ ସୁମିତ୍ରା ସାଇକିୟାଙ୍କ ମଧ୍ୟରେ ଏହି ଆବେଦନ ଉପରେ ଶୁଣାଣି କରାଯାଇଛି । ଶୁଣାଣି ସମୟରେ ଦୁଇ ଜଣ ଜର୍ଜ କହିଛନ୍ତି କି, ହିନ୍ଦୁ ବିବାହର ପ୍ରଥା ଅନୁସାରେ ଯେତେବେଳେ ଜଣେ ମହିଳା ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥାନ୍ତି ଏବଂ ଏହାପରେ ଯଦି ଚୁଡି, ସିନ୍ଦୁର ପିନ୍ଧିବାରେ ବାରଣ କରନ୍ତି, ତେବେ ଏଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଥାଏ କି ସେ ଅବିବାହିତ ଅଟନ୍ତି କିମ୍ବା ସେ ନିଜର ବିବାହକୁ ଅସ୍ବୀକାର କରିଦେଇଛନ୍ତି ।

ସମ୍ପୂର୍ଣ୍ଣ ମାମଲା କଣ ଜାଣନ୍ତୁ?

କହିରଖୁଛୁ କି ଆବେଦନକାରୀ ନିଜ ଆବେଦନରେ କହିଥିଲେ କି, ତାଙ୍କ ବିବାହ ୨୦୧୨ ମସିହା ଫେବୃୟାରୀ ମାସରେ ହୋଇଥିଲା ଏବଂ ବିବାହର ଏକ ମାସ ପର୍ଯ୍ୟନ୍ତ ସେ ତାଙ୍କ ପତ୍ନୀଙ୍କ ସହିତ ମିଳିତ ପରିବାରରେ ରହିଲେ । ବ୍ୟକ୍ତିଙ୍କ ପତ୍ନୀ ମିଳିତ ପରିବାରକୁ ପସନ୍ଦ କରିନଥିଲା ଏବଂ ସେ ନିଜ ସ୍ୱାମୀଙ୍କୁ କହିଥିଲେ କି, ସେ ମିଳିତ ପରିବାରରେ ରହିବାକୁ ଚାହୁଁନାହାଁନ୍ତି । ପତ୍ନୀ ନିଜ ସ୍ବାମୀଙ୍କ ସହ ଅଲଗା ରହିବା ପାଇଁ ଦାବି କରିଥିଲେ । ଅପରପକ୍ଷରେ ପତି ନିଜ ପରିବାରକୁ ଛାଡିବାକୁ ଚାହୁଁ ନଥିଲେ । ଦୁହିଁଙ୍କ ମଧ୍ୟରେ ତାଳମେଳ ରାହୁନଥିବା କାରଣରୁ ଦୁହିଁଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେବାରେ ଲାଗୁଥିଲା । ଏହାପରେ ପତ୍ନୀ ପତିଙ୍କ ଉପରେ ଏହି ଆରୋପ ଲଗାଇଥିଲେ କି, ପିଲା ନହେବା ଦୋଷୀ ମଧ୍ୟ ତାଙ୍କ ପତି ହିଁ ଅଟନ୍ତି ।

ବିବାହର ଏକବର୍ଷ ପରେ ଅର୍ଥାତ ୨୦୧୩ ମସିହାରେ ପତ୍ନୀ ଶାଶୁଘର ଏବଂ ସ୍ୱାମୀଙ୍କୁ ଛାଡ଼ି ଚାଲିଗଲେ । ଏହା ପରେ ପତି ନିଜ ଶ୍ୱଶୁର ଘର ଲୋକଙ୍କ ଉପରେ ଏଫଆଈଆର୍ ଦାଖଲ କରିଲେ । ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଆଈପୀସୀର ଧାରା ୪୯୮-ଏ ଅଧିନସ୍ଥ କ୍ରୁରତାର ମାମଲା ଦାଖଲ କରିଥିଲେ । ଏହାପରେ ଏହି ସମ୍ପୁର୍ଣ୍ଣ ଘଟଣାକ୍ରମରେ ଶାଶୁ ଘର ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପତିଙ୍କ ସମେତ ତାଙ୍କର ବନ୍ଧୁ ପରିଜନ ମାନଙ୍କୁ ନିର୍ଦୋଷରେ ଖଲାସ କରିଦିଆଯାଇଥିଲା ।

ଶାଶୁଘର ଲୋକଙ୍କ ଉପରେ ଯୌତୁକ ପ୍ରତାଡ଼ନାର ଆରୋପ ଲାଗିଲା

google

ଏହି ସମ୍ପୁର୍ଣ୍ଣ ମାମଲା ପରେ ପତି ପତ୍ନୀଙ୍କ ଉପରେ କ୍ରୁରତା ଜାହିର କରିଥିଲେ ଏବଂ ଛାଡପତ୍ର ନିମନ୍ତେ ଆବେଦନ କରିଦେଇଥିଲେ । ଅପରପକ୍ଷରେ ତାଙ୍କ ପତ୍ନୀ ତାଙ୍କ ପତିଙ୍କ ସମେତ ଶାଶୁଘର ଲୋକଙ୍କ ଉପରେ ଯୌତୁକ ପ୍ରତାଡ଼ନା ଆରୋପ ଲଗାଇଥିଲେ । ଏହି ସମ୍ପୂର୍ଣ୍ଣ ମାମଲା ପରିବାର କୋର୍ଟରେ ପହଞ୍ଚିଥିଲା, ସେଠାରେ ପତିଙ୍କ ଆବେଦନକୁ ସମ୍ପୁର୍ଣ୍ଣ ଭାବେ ଖାରଜ କରିଦିଆଗଲା, ହାଇକୋର୍ଟ ଏହି ଫଇସଲାକୁ ପ୍ରତ୍ୟାହାର କରିଦେଇଥିଲେ ।

Leave a Reply

Your email address will not be published. Required fields are marked *