ଖୁବ୍ କମ୍ ବୟସରେ ବିଧବା ହୋଇଯାଇଥିଲେ ଅକ୍ଷୟ କୁମାରଙ୍କ ପ୍ରଥମ ଅଭିନେତ୍ରୀ ! ବର୍ତ୍ତମାନ ଅଭିନୟ ଜଗତ ଠାରୁ ଦୂରରେ ରହି କାମ କରୁଛନ୍ତି…

ଖୁବ୍ କମ୍ ବୟସରେ ବିଧବା ହୋଇଯାଇଥିଲେ ଅକ୍ଷୟ କୁମାରଙ୍କ ପ୍ରଥମ ଅଭିନେତ୍ରୀ ! ବର୍ତ୍ତମାନ ଅଭିନୟ ଜଗତ ଠାରୁ ଦୂରରେ ରହି କାମ କରୁଛନ୍ତି…

କରୋନାର ପ୍ରଭାବ ଏବେବି କମିନାହିଁ । ଦେଶ ବିଦେଶରେ ଏହି ଭୂତାଣୁ କାରଣରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଦେଶରେ ଏହି କାରଣରୁ ଲାଗିଥିବା ଲୋକଡାଉନରେ ଏବେ ଛାଡ଼ ଦିଆଯାଇଛି । ତଥାପି ସାଧାରଣ ଲୋକଙ୍କ ଭଳି ବୋଲିଉଡ଼ ଷ୍ଟାର ମାନେ ମଧ୍ୟ ନିଜ ଘରୁ ଖୁବ କମ ବାହାରକୁ ଯାଉଛନ୍ତି । ଏମିତିରେ ସେଲିବ୍ରିଟିଙ୍କ ସହିତ ଜଡ଼ିତ ଘଟଣା, କାହାଣୀ, ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଥିମଧ୍ୟରେ ଖବର ଆସିଛିଯେ, ଅକ୍ଷୟ କୁମାରଙ୍କ ପ୍ରଥମ ଅଭିନେତ୍ରୀ ଶାନ୍ତିପ୍ରିୟା ବିବାଦାସ୍ପଦ ଶୋ ବିଗ ବୋସ ୧୪ ରେ ଆସିପାରନ୍ତି ।

ଶାନ୍ତିପ୍ରିୟା ଏକ ଇଣ୍ଟରଭିଉରେ କହିଥିଲେ ଯେ, ଏହା ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଶୋ ମାନଙ୍କରୁ ଗୋଟିଏ । ଏମିତିରେ କିଏ ବିଗ ବୋସ ଭଳି ପ୍ଲ୍ଯାଟଫର୍ମର ଭାଗିଦାର ହେବାକୁ ଚାହିଁବେନି!ମୁଁ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାକୁ ଚାହିଁବି । ସେ ସାଉଥ ଫିଲ୍ମ ସହିତ ବୋଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ଗତ ୨୬ ବର୍ଷରୁ ଫିଲ୍ମ ଜଗତ ଠାରୁ ଦୂରେଇ ରହିଛନ୍ତି ।

ଶାନ୍ତିପ୍ରିୟା ଯେଉଁ ବର୍ଷ ବୋଲିଉଡ଼ରେ ଡେବ୍ୟୁ କରିଥିଲେ , ତାହାର ୮ ବର୍ଷ ପରେ ଅର୍ଥାତ ୧୯୯୯ ରେ ସେ ଅଭିନେତା ସିଦ୍ଧାର୍ଥ ରେ ଙ୍କୁ ବିବାହ କରିଥିଲେ । ସିଦ୍ଧାର୍ଥ ‘ବଂଶ’ ଏବଂ ‘ବାଜୀଗର’ ଭଳି ଫିଲ୍ମରେ ମଧ୍ୟ କାମ କରିଥିଲେ । ମାତ୍ର ୨୦୦୪ ରେ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କୁ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶାନ୍ତି ଏବଂ ସିଦ୍ଧାର୍ଥଙ୍କର ଦୁଇ ପିଲା ଅଛନ୍ତି ।

ଶାନ୍ତିପ୍ରିୟା ଏକୁଟିଆ ଥିବାରୁ ନିଜ ପିଲାଙ୍କ ପ୍ରତିପୋଷଣ ପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ତାଙ୍କ ଭାଇ, ମା ଏବଂ ବଡ଼ ଭଉଣୀ ଭାନୁପ୍ରିୟା ସବୁବେଳେ ତାଙ୍କ ସାଥିରେ ରହିଥିଲେ । ଏହି ସମୟରେ ସେ କିଛି ସିରିଏଲ ଏବଂ ଫିଲ୍ମରେ ଛୋଟ ଭୂମିକା ତୁଲାଉଥିଲେ ।

ଶାନ୍ତିପ୍ରିୟାଙ୍କ ସ୍ଵାମୀ ସିଦ୍ଧାର୍ଥ ରେ, ବୀ ଶାନ୍ତାରାମଙ୍କ ନାତି ଥିଲେ । ସେ ୧୯୯୨ ରେ ଫିଲ୍ମ ‘ବଂଶ’ ରୁ ବୋଲିଉଡ଼ ରେ ଡେବ୍ୟୁ କରିଥିଲେ । ଏହାପରେ ସେ ‘ତିଳକ’ ଏବଂ ‘ମିଲେଟ୍ରିରାଜ’ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ । ସିଦ୍ଧାର୍ଥଙ୍କୁ ଅଧିକାଂଶ ଲୋକ ତାଙ୍କର ‘ବାଜୀଗର’ ଫିଲ୍ମ ଅଭିନୟ ପାଇଁ ଜାଣିଥିଲେ । ଏଥିରେ ସେ କାଜଲଙ୍କ ସାଙ୍ଗ ଏବଂ ଇନ୍ସପେକ୍ଟର କରଣ ସକ୍ସେନା ଭୂମିକାରେ ଆସିଥିଲେ । ତାଙ୍କ ଉପରେ କରାଯାଇଥିବା ଫିଲ୍ମ ଗୀତ ‘ଛୁପାନା ଭୀ ନେହିଁ ଆତା’ ଖୁବ ପ୍ରସିଦ୍ଧ ହୋଇଥିଲା ।

ଶାନ୍ତିପ୍ରିୟାଙ୍କ ପ୍ରଥମ ଚଳଚିତ୍ର ‘ସୌଗନ୍ଧ’ ହିଟ ହୋଇନଥିଲା, କିନ୍ତୁ ତାଙ୍କୁ ବୋଲିଉଡ଼ରେ କାମ ମିଳିବାରେ ଲାଗିଥିଲା । ତା ପୂର୍ବରୁ ସେ ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷା ଫିଲ୍ମରେ କାମ କରୁଥିଲେ । ଖାସ କଥା ଏହିକି ଯେ, ‘ସୌଗନ୍ଧ’ ଫିଲ୍ମ ଫ୍ଲୋପ ହେବା ସତ୍ୱେ ବି ଶାନ୍ତିପ୍ରିୟାଙ୍କୁ ‘ଫୁଲ ଅର ଅଙ୍ଗାର’ (୧୯୯୩), ‘ବୀରତା’ (୧୯୯୩), ‘ଇକ୍କେ ପେ ଇକ୍କା’ (୧୯୯୪) ଭଳି ଅନେକ ଫିଲ୍ମ ମିଳିଥିଲା ।

ଶାନ୍ତିପ୍ରିୟା ପ୍ରସିଦ୍ଧ ସାଉଥ ଇଣ୍ଡିଆନ ଫିଲ୍ମ ଏବଂ ବୋଲିଉଡ଼ ଅଭିନେତ୍ରୀ ଭାନୁପ୍ରିୟାଙ୍କ ଭଉଣୀ ଅଟନ୍ତି । ୧୯୮୩ ରୁ ସାଉଥ ସିନେମାରେ ଆକ୍ଟିଭ ଭାନୁପ୍ରିୟା ‘ଦୋସ୍ତି ଦୁଶ୍ମନୀ’ (୧୯୮୬), ‘ଇଂସାଫ କି ପୁକାର’ (୧୯୮୭), ‘ଖୁଦଗର୍ଜ’ (୧୯୮୯) ଏବଂ ‘ଭାଭୀ’ (୧୯୯୧) ଭଳି ବୋଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ସେ ‘ମାତା କୀ ଚୌକୀ’ଏବଂ ‘ଦ୍ୱାରକାଧୀଶ ଭଗବାନ ଶ୍ରୀ କୃଷ୍ଣ’ ଭଳି ସିରିଏଲରେ ମଧ୍ୟ କାମ କରିଛନ୍ତି । ମାତ୍ର ଏବେ ତାଙ୍କୁ ତାମିଲ ଫିଲ୍ମ ଏବଂ ସିରିଏଲରେ ସପୋର୍ଟିଂ କରିବାର ଦେଖାଯାଉଛି ।

Leave a Reply

Your email address will not be published. Required fields are marked *