ଗୋପନୀୟ ଭାବରେ କାହିଁକି କରାଯାଇଥିଲା ରାଜକୁମାରଙ୍କ ଅନ୍ତିମ ସଂସ୍କାର ! ମୃତ୍ୟୁର କିଛି ଘଣ୍ଟା ପରେ ହୋଇଥିଲା ଖୁଲାସା…

ଗୋପନୀୟ ଭାବରେ କାହିଁକି କରାଯାଇଥିଲା ରାଜକୁମାରଙ୍କ ଅନ୍ତିମ ସଂସ୍କାର ! ମୃତ୍ୟୁର କିଛି ଘଣ୍ଟା ପରେ ହୋଇଥିଲା ଖୁଲାସା…

୮୦ ରୁ ୯୦ ଦଶକରେ ରାଜକୁମାର ନିଜ ଡାଏଲଗ୍ ପରିବେଷଣ ଓ ଅଭିନୟ ଜରିଆରେ ଲକ୍ଷ କୋଟି ଲୋକଙ୍କୁ ନିଜ ଦିୱାନା କରିଛନ୍ତି । ସମସ୍ତେ ତାଙ୍କ ଡାଏଲଗ୍ ପରିବେଷଣକୁ ପ୍ରଶଂସା କରନ୍ତି । ରାଜକୁମାରଙ୍କ ଫ୍ୟାନ୍ ଫୋଲୋଇଂ ସାରା ବିଶ୍ୱରେ ପ୍ରସିଦ୍ଧ । ଏମିତିରେ ଏହି କଥାଟି ବହୁତ ଅଜବ ଯେ ଯେତେବେଳେ ରାଜକୁମାରଙ୍କ ଅନ୍ତିମ ସଂସ୍କାର ହୋଇଥିଲା, ତେବେ ଏହି ସମୟରେ ସେଠାରେ ପରିବାରର ମାତ୍ର କିଛି ଲୋକ ଉପସ୍ଥିତ ଥିଲେ କାରଣ ବହୁତ ଗୋପନୀୟ ଭାବେ ସୁପରଷ୍ଟାର୍ ରାଜକୁମାରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ବାସ୍ତବରେ ରାଜକୁମାର୍ ନିଜ ଅଭିନୟ ଓ ନିଜ ଡାଏଲଗରୁ ବଲିଉଡ଼କୁ ସାରା ବିଶ୍ୱରେ ଏପରି ଛାପ ପକାଇଥିଲେ ସମସ୍ତେ ତାଙ୍କ ଦିୱାନା ହୋଇଯାଇଥିଲେ । ରାଜକୁମାର୍ ତାଙ୍କ ଅଭିନୟ ପାଇଁ ଅନେକ ବଡ଼ ବଡ଼ ପୁରସ୍କାର ଲାଭ କରିଛନ୍ତି । ୭୦ ରୁ ୮୦ ଦଶକରେ ସବୁଠାରୁ ଅଧିକ ପୁରସ୍କାର ଲାଭ କରିଥିବା ଅଭିନେତା ମଧ୍ୟରେ ରାଜକୁମାରଙ୍କ ନାମ ପ୍ରଥମରେ ସାମିଲ୍ ଥିଲା ।

ଏକ ସମୟ ପରେ ରାଜକୁମାରଙ୍କୁ ଗଳାରେ କର୍କଟ ହୋଇଯାଇଥିଲା । ତାଙ୍କୁ ଖାଦ୍ୟପେୟରେ ତଥା ନିଃଶ୍ଵାସ ନେବାକୁ ବହୁତ ଅସୁବିଧା ହେଉଥିଲା । ରାଜକୁମାରଙ୍କ ସ୍ୱାସ୍ଥ୍ୟ ଲଗାତାର ଖରାପ ହେବାକୁ ଲାଗିଥିଲା, କିନ୍ତୁ ଏପରି ଅବସ୍ଥାରେ ମଧ୍ୟ ସେ ଚାହୁଁ ନଥିଲେ ଯେ ଲୋକମାନେ ତାଙ୍କ ରୋଗ ବିଷୟରେ ଜାଣନ୍ତୁ । ଏହି କଥା କେବଳ ସେ ଓ ତାଙ୍କ ପୁଅ ପୁରୁ ରାଜକୁମାର୍ ଜାଣିଥିଲେ ।

ଗଳାରେ କର୍କଟ ହେବା ଯୋଗୁଁ ରାଜକୁମାରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଲାଗିଲା ଏବଂ ଏମିତିରେ ୩ ଜୁଲାଇ ୧୯୯୬କୁ ରାଜକୁମାର ଦୁନିଆରୁ ବିଦାୟ ନେଇଗଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ରାଜକୁମାରଙ୍କୁ ନିଜ ମୃତ୍ୟୁର ଅନୁଭବ ଗୋଟିଏ ରାତି ପୂର୍ବରୁ ହୋଇଯାଇଥିଲା । ଏମିତିରେ ମରିବା ଆଗରୁ ସେ ସମସ୍ତ ପରିବାର ଲୋକଙ୍କୁ ଡାକିଲେ ଓ କହିଲେ- ଦେଖନ୍ତୁ ବୋଧହୁଏ ମୁଁ ଏ ରାତି ଗୋଟାଏ ମଧ୍ୟ କାଟି ପାରିବି ନାହିଁ ଏବଂ ମୁଁ ଚାହେଁ ଯେ ମୋ ମୃତ୍ୟୁ ପରେ ମୋର ଅନ୍ତିମ ସଂସ୍କାର କରିବେ ମୋତେ ଜଳେଇ ଦେବ, ଏହାପରେ ମୋର ମୃତ୍ୟୁ ସୂଚନା କାହାକୁ ଦେବ ।

ରାଜକୁମାରଙ୍କ ଅନୁଯାୟୀ ମରିବା ପରେ ସମସ୍ତଙ୍କୁ ଡ଼ାକି ଭିଡ଼ ଜମାଇବା ବେକାର୍ ନାଟକ ଅଟେ । ସେ ଏହା ମଧ୍ୟ ଚାହୁଁ ନଥିଲେ ଯେ କେହି ମଧ୍ୟ ତାଙ୍କ ମଢ ଶରୀର କିମ୍ବା ଚେହେରାକୁ ଦେଖନ୍ତୁ । ଏଥିପାଇଁ ସେ ଚାହୁଁନଥିଲେ ତାଙ୍କର ଅନ୍ତିମ ସଂସ୍କାର କେବଳ ପରିବାରର ଲୋକଙ୍କ ମଧ୍ୟରେ କରାଯାଉ ।

ଜଣାଇଦେଉଛୁ ଯେ ରାଜକୁମାରଙ୍କ ଦୁଇଟି ପୁଅ ଅଛନ୍ତି । ତାଙ୍କ ବଡ଼ ପୁଅର ନାମ ପୁରୁ ରାଜକୁମାର୍ ଓ ଛୋଟ ପୁଅର ନାମ ପାଣିନୀ ରାଜକୁମାର୍ ଅଟେ । ରାଜକୁମାରଙ୍କ ଗୋଟିଏ ଝିଅ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ବାସ୍ତବିକତା ଅଟେ ।

Leave a Reply

Your email address will not be published. Required fields are marked *