ନିଜ ସିନ୍ଥିରେ କାହିଁକି ସିନ୍ଦୁର ଲଗାନ୍ତି ରେଖା ! ରହସ୍ୟ ଉପରୁ ପରଦା ଉଠାଇଥିଲେ ନିଜେ ଏଭରଗ୍ରୀନ୍ ଅଭିନେତ୍ରୀ…

ନିଜ ସିନ୍ଥିରେ କାହିଁକି ସିନ୍ଦୁର ଲଗାନ୍ତି ରେଖା ! ରହସ୍ୟ ଉପରୁ ପରଦା ଉଠାଇଥିଲେ ନିଜେ ଏଭରଗ୍ରୀନ୍ ଅଭିନେତ୍ରୀ…

ବଲିଉଡର ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟ ପ୍ରତି ଖାଲି ଫିଲ୍ମ ଇଣ୍ଡଷ୍ଟ୍ରି ଆକୃଷ୍ଟ ନୁହେଁ ବରଂ ଦୁନିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ । ରେଖା ଆଜିବି ଯେଉଁ ଇଭେଣ୍ଟ କୁ ଯାଆନ୍ତି ସେଠାରେ ଇଭେଣ୍ଟ ଖୁବ୍ ଭଲ ହୋଇଥାଏ । ୬୬ ବର୍ଷ ବୟସରେ ମଧ୍ୟ ସେ ଖୁବ୍ କମ୍ ବୟସର ଯୁବତୀ ଭଳି ଦେଖା ଯାଆନ୍ତି । ରେଖାଙ୍କ ଷ୍ଟାଇଲ୍ ଏବଂ ମେକଅପ୍ ସମସ୍ତଙ୍କ ଠାରୁ ଭିନ୍ନ ନଜର ଆସିଥାଏ । ସେଥିରୁ ତାଙ୍କର ସିନ୍ଦୁର ଲଗାଇବା ବିଷୟ ଉପରେ ଅନେକ ଥର ପ୍ରଶ୍ନ ଉଠିଛି । ଏପରି ପ୍ରଶ୍ନ ଅନେକ ଉଠିଛି ଯେ ବାସ୍ତବରେ ରେଖା କାହା ନାମରେ ସିନ୍ଦୁର ଲଗାନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ତାଙ୍କ ପ୍ରେମ ବିଷୟ ଖୁବ୍ ଜୋରଦାର୍ ଚାଲିଥିଲା । କିନ୍ତୁ ରେଖା ନିଜେ ଏହି ବିଷୟ ଉପରୁ ପରଦା ହଟାଇ ଥିଲେ ଯେ ସେ କାହିଁକି ନିଜ ସିଂଥିରେ ସିନ୍ଦୁର ଲଗାଉଛନ୍ତି ।

୧୯୮୦ରେ ସର୍ବପ୍ରଥମେ ରେଖା ସିନ୍ଦୁର ଲଗାଇ ଋଷି କପୂର ଏବଂ ନିତୁ କପୂରଙ୍କ ବିବାହରେ ପହଞ୍ଚିଥିଲେ । ରେଖାଙ୍କ ସିଂଥିରେ ସିନ୍ଦୁର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଠାରେ ଅମିତାଭ ବଚ୍ଚନଙ୍କ ସହିତ ଆସିଥିବା ଜୟା ବଚ୍ଚନ ମଧ୍ୟ ଡରି ଯାଇଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ରେଖା ଏବଂ ଅମିତାଭଙ୍କର ଅଫେୟାର୍ ବିଷୟ ଚର୍ଚ୍ଚାକୁ ଆସିଥିଲା । ସେହି ଦିନ ରୁଷି ନିତୁଙ୍କ ଅପେକ୍ଷା ରେଖା ଅଧିକ ଚର୍ଚ୍ଚାକୁ ଆସିଥିଲେ । ଅନେକ ଲୋକଙ୍କ ମନରେ ଏପରି କଥା ମଧ୍ୟ ଆସିଥିଲା ଯେ ଅମିତାଭ ବଚ୍ଚନ ଆଉ ରେଖାଙ୍କୁ ବିବାହ କରି ନାହାଁନ୍ତି ତ ?

କିନ୍ତୁ ରେଖା ନିଜ ଇଣ୍ଟରଭିଉରେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ଯେ ସେ ନିଜ ସିଂଥିରେ କାହିଁକି ସିନ୍ଦୁର ଲଗାନ୍ତି । ସେ କହିଥିଲେ ଯେ ସେ କାହାରି ନାମର ସିନ୍ଦୁର ନିଜ ସିଂଥିରେ ଲଗାନ୍ତି ନାହିଁ ବରଂ ଫ୍ୟାଶନ୍ ହିସାବରେ ନିଜ ସିଂଥିରେ ସିନ୍ଦୁର ଲଗାନ୍ତି । ରେଖା କହିଥିଲେ ଯେ ତାଙ୍କୁ ସିନ୍ଦୁର ଖୁବ୍ ଭଲ ମାନିଥାଏ । ତାଙ୍କ ମେକଅପ୍ ସହିତ ଶୁଟ୍ କରିଥାଏ । ଏଥିପାଇଁ ସେ ସିନ୍ଦୁର ଲଗାଇବାକୁ ପସନ୍ଦ କରନ୍ତି । ରେଖା ନିଜ ତରଫରୁ ସ୍ପଷ୍ଟ ଭାବରେ କହି ଦେଇଥିଲେ କିନ୍ତୁ ତଥାପି ଏହା କାହାକୁ ସ୍ୱୀକାର ନଥିଲା ।

ଏପରି ମଧ୍ୟ କୁହାଯାଇଥାଏ ଯେ ରେଖା, ସଞ୍ଜୟ ଦତ୍ତଙ୍କୁ ଖୁବ ଭଲ ପାଉଥିଲେ । ଦୁହେଁ ବିବାହ ମଧ୍ୟ କରିଥିଲେ । ରେଖା ସଞ୍ଜୟଙ୍କ ନାମର ସିନ୍ଦୁର ନିଜ ସିଂଥିରେ ଲଗାନ୍ତି । ତେଣୁ ବାସ୍ତବରେ ସତ୍ୟତା କ’ଣ ତାହା କହିବା ଅତ୍ୟନ୍ତ କଷ୍ଟକର ଅଟେ ।

Leave a Reply

Your email address will not be published. Required fields are marked *