‘WHO’ର ବୈଜ୍ଞାନିକମାନେ କହିଲେ, ଭାରତରେ କରୋନାର ଦ୍ଵିତୀୟ ଲହରୀ ଏତେ ଭୟଙ୍କର କାହିଁକି ? ଆସନ୍ତୁ ଜାଣିବା ବୈଜ୍ଞାନିକମାନେ କଣ ମତ ଦେଇଛନ୍ତି…

‘WHO’ର ବୈଜ୍ଞାନିକମାନେ କହିଲେ, ଭାରତରେ କରୋନାର ଦ୍ଵିତୀୟ ଲହରୀ ଏତେ ଭୟଙ୍କର କାହିଁକି ? ଆସନ୍ତୁ ଜାଣିବା ବୈଜ୍ଞାନିକମାନେ କଣ ମତ ଦେଇଛନ୍ତି…

ଭାରତରେ ତୀବ୍ର ବେଗରେ ବ୍ୟାପୁଥିବା କରୋନା ଭୁତାଣୁର ଏକ ଭେରିଏଣ୍ଟ ଅତ୍ୟନ୍ତ ସଂକ୍ରାମକ ଅଟେ । ଏହି ଭେରିଏଣ୍ଟ ଶରୀରରେ ଟିକାକୁ ଧୋକା ଦେଇ ଦେଶରେ ମହାମାରୀର ବିସ୍ଫୋଟର କାରଣ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ୍ ଏଏଫପିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏହାର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ଭାରତରେ ଆମେ ଆଜି ମହାମାରୀର ଯେଉଁ ରୂପକୁ ଦେଖୁଅଛୁ, ତାହା ସଙ୍କେତ ଦେଉଅଛି କି ଏହା ତୀବ୍ର ବେଗରେ ବ୍ୟାପିବା ଭଳି ଭେରିଏଣ୍ଟ ଅଟେ ।

କହିରଖୁଛୁ ଯେ, ଗତ ଶନିବାର ଦିନ ଭାରତରେ ପ୍ରଥମଥର ପାଇଁ କରୋନା ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୪୦୦୦ରୁ ଅଧିକ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ଏବଂ ୪ ଲକ୍ଷରୁ ଅଧିକ ମାମଲାର ସ୍ପଷ୍ଟୀକରଣ କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀକୁ ଏହା ସହ କଠୋର ସଂଘର୍ଷ କରିବାକୁ ପଡିଛି ଏବଂ ତାହାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଅନେକ ବିଶେଷଜ୍ଞ ସନ୍ଦେହ ପ୍ରକାଶ କରିଛନ୍ତି କି ଏହି ମଧ୍ୟରେ ହୋଇଥିବା ଅଧିକାରୀକ ମୃତ୍ୟୁ ଏବଂ ମାମଲା ଗୁଡିକୁ କମ୍ କରି କୁହାଯାଇଛି । ଏହାର ସଂଖ୍ୟା ଅଧିକ ମଧ୍ୟ ହୋଇପାରେ ।

କ୍ଲିନିକାଲ୍ ବୈଜ୍ଞାନିକ ସ୍ୱାମୀନାଥନ୍ କହିଛନ୍ତି କି, ଗତବର୍ଷ ଅକ୍ଟୋବର୍ ମାସରେ ପ୍ରଥମଥର ପାଇଁ ଭାରତରେ ଚିହ୍ନଟ ହୋଇଥିବା କରୋନାର ବି.୧.୬୧୭ ଭେରିଏଣ୍ଟ ସ୍ପଷ୍ଟ ଆକାରରେ ଭାରତରେ ଆତଙ୍କର କାରକ ଥିଲା । ସେ ଜୋର୍ ଦେଇ କହିଛନ୍ତି ଯେ, ଏହା ଭାରତରେ ବ୍ୟାପୁଥିବା ଭେରିଏଣ୍ଟ ମଧ୍ୟରୁ ସବୁଠାରୁ ତୀବ୍ର ବେଗରେ ବ୍ୟାପୁଥିବା ଭେରିଏଣ୍ଟ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏହାକୁ ‘ଭେରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ ଭାବରେ ତାଲିକାଭୁକ୍ତ କରିଛି, ଯାହା ଭୂତାଣୁର ଅନେକ ଉପପ୍ରଜାତି, ବିଭିନ୍ନ ପ୍ରକାରର ଆକୃତି ପରିବର୍ତ୍ତନ ଏବଂ ତାର ବିଶେଷତାକୁ ଗଣନା କରିଥାଏ । ସ୍ୱାମୀନାଥନ୍ କହିଛନ୍ତି ଯେ, ଏହି ସଙ୍କେତ ରହିଛି କି ଏହି ଭେରିଏଣ୍ଟ ନିଜ ମୂଳ ରୂପରୁ ଅନେକ ମାତ୍ରାର ଘାତକ ଏବଂ ସଂକ୍ରାମକ ଅଟେ । ଏପର୍ଯ୍ୟନ୍ତ କି ଏହି ଭେରିଏଣ୍ଟ ଶରୀରରେ ଟିକା ପ୍ରତିରକ୍ଷାକୁ ମଧ୍ୟ ଧୋକା ଦେଇପାରେ ।

ଆମେରିକା ଏବଂ ବ୍ରିଟେନ୍ ସମେତ କେତେକ ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ବି.୧.୬୧୭ ଭେରିଏଣ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛି ।ସ୍ୱାମୀନାଥନ୍ ଆଶା ପ୍ରକାଶ କରିଛନ୍ତି କି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଖୁବଶୀଘ୍ର ଏହା ଉପରେ କାମ କରିବ । ସେ କହିଛନ୍ତି କି ବି.୧.୬୧୭ ଭେରିଏଣ୍ଟ ଚିନ୍ତାଜନକ ହୋଇପାରେ କାରଣ ଏଥିରେ କିଛି କ୍ରମ ପରିବର୍ତ୍ତନ ଏଭଳି ଅଛି, ଯାହା ସଂକ୍ରମଣକୁ ବୃଦ୍ଧି କରିଥାଏ ଏବଂ ଟିକା କିମ୍ବା ପ୍ରାକୃତିକ ସଂକ୍ରମଣରୁ ଉତ୍ପନ୍ନ ହେଉଥିବା ଏଣ୍ଟିବଡ଼ିକୁ ତିଆରି ହେବାରୁ ଅଟକାଇଥାଏ ।

ତେବେ ସ୍ୱାମୀନାଥନ୍ ଏହା ମଧ୍ୟ କହିଛନ୍ତି କି ଭାରତରେ ତୀବ୍ର ବେଗରେ ବଢୁଥିବା ମାମଲା ଏବଂ ମୃତ୍ୟୁ ପାଇଁ କେବଳ ଏହି ଭେରିଏଣ୍ଟକୁ ଦୋଷ ଦିଆ ଯାଇପାରିବନାହିଁ । ସେ କହିଛନ୍ତି କି ବଡ଼ ପରିମାଣରେ ଲୋକମାନଙ୍କର ଭିଡ ଏକାଠି ହେବା ଦ୍ୱାରା ଏଠାରେ ପରିସ୍ଥିତି ଖରାପ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ରାଜନେତା ମାନଙ୍କ ଦ୍ୱାରା ଆୟୋଜିତ ବଡ଼ ଆକାରର ନିର୍ବାଚନ ରାଲିକୁ ମଧ୍ୟ ସଂକ୍ରମଣର ବେଗ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସ୍ୱାମୀନାଥନ୍ କହିଛନ୍ତି କି, ଯେତେବେଳେ ଭାରତରେ ଲୋକମାନଙ୍କୁ ଲାଗିଥିଲା କି ଏଠାରେ ବର୍ତ୍ତମାନ କରୋନା ଭୁତାଣୁର ସଙ୍କଟ ଶେଷ ହୋଇସାରିଛି, ସେତେବେଳେ ସେମାନେ ମାସ୍କ ପିନ୍ଧିବା ଏବଂ ଅନ୍ୟ ନିୟମ ଗୁଡିକୁ ଅବଲମ୍ବନ କରିବା ଛାଡିଦେଲେ । କିନ୍ତୁ ସେହି ସମୟରେ ମଧ୍ୟ ଭୁତାଣୁ ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା ।

କରୋନା ଭୁତାଣୁର ସଂକ୍ରମଣରୁ ରକ୍ଷା ପାଇବାପାଇଁ ବର୍ତ୍ତମାନ ସାରା ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । କିନ୍ତୁ ସ୍ୱାମୀନାଥନ୍ ଏହା ଉପରେ ଚେତାବନୀ ଦେଇ କହିଛନ୍ତି କି ଏହି ବିପଦକୁ ଏକୁଟିଆ ଟିକା ଦ୍ୱାରା ରୋକିବା ଅସମ୍ଭବ ଅଟେ । ସେ କହିଛନ୍ତି ଯେ ଭାରତ ସାରା ବିଶ୍ୱର ସବୁଠାରୁ ବଡ଼ ଟିକା ନିର୍ମାଣ କରୁଥିବା ଦେଶ ଅଟେ ଏବଂ ୧୩୦ କୋଟିରୁ ଅଧିକ ଜନତା ବିଶିଷ୍ଟ ଏହି ଦେଶର ମୋଟ ୨ ପ୍ରତିଶତ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଟୀକାକରଣ କରା ଯାଇସାରିଛି ।

ଅର୍ଥାତ ଦେଶର ୭୦-୮୦ ପ୍ରତିଶତ ଜନସାଧାରଣଙ୍କୁ ଟୀକାକରଣ କରାଇବା ପାଇଁ ବର୍ଷେ ନହେଲେ ମଧ୍ୟ କିଛି ମାସର ସମୟ ଲାଗିପାରେ । ସେ କହିଛନ୍ତି କି ସଂକ୍ରମଣର ବେଗକୁ କମ୍ କରିବାପାଇଁ ଭବିଷ୍ୟତରେ ଆମକୁ ଜନତା ମାନଙ୍କର ସ୍ୱାସ୍ଥ୍ୟ ଏବଂ ସାର୍ବଜନୀକ ଉପାୟ ଉପରେ ନିର୍ଭର ରହିବାର ଆବଶ୍ୟକତା ରହିଛି ।

ସ୍ୱାମୀନାଥନ୍ କହିଛନ୍ତି କି, ଭାରତରେ କ୍ରମାଗତ ଭାବରେ ବଢ଼ୁଥିବା ମାମଲା ଏବଂ ମୃତ୍ୟୁ ଦ୍ୱାରା ପରିସ୍ଥିତି କେବଳ ଭୟାବହ ହୋଇ ରହିନାହିଁ ବରଂ ସଂକ୍ରମଣ ହାର ବଢିବା ଦ୍ୱାରା ମଧ୍ୟ ଭୟଙ୍କର ଭେରିଏଣ୍ଟର୍ ବଢିବାର ସମ୍ଭାବନା ବୃଦ୍ଧି ପାଉଅଛି । ଭୁତାଣୁ ଯେତେ ମାତ୍ରାରେ ନିଜର ସଂଖ୍ୟା ବୃଦ୍ଧି କରିବ ଏବଂ ସଂକ୍ରମଣ ବିସ୍ତାର କରିବ, କ୍ରମ ପରିବର୍ତ୍ତନ ଦ୍ୱାରା ଘାତକର ସମ୍ଭାବନା ମଧ୍ୟ ସେତିକି ବଢିବ ।

Leave a Reply

Your email address will not be published. Required fields are marked *