ଚୀନ୍ ଲୋକମାନେ କାହିଁକି କ୍ରିକେଟ୍ ଖେଳନ୍ତି ନାହିଁ ? ଶତ୍ରୁଘ୍ନ ସ୍ନିହା କହିଲେ ଏହାର ହାସ୍ୟପୂର୍ଣ୍ଣ କାରଣ, ଶୁଣିବା ପରେ ହସି ହସି ଗଡ଼ିଯିବେ

ଚୀନ୍ ଲୋକମାନେ କାହିଁକି କ୍ରିକେଟ୍ ଖେଳନ୍ତି ନାହିଁ ? ଶତ୍ରୁଘ୍ନ ସ୍ନିହା କହିଲେ ଏହାର ହାସ୍ୟପୂର୍ଣ୍ଣ କାରଣ, ଶୁଣିବା ପରେ ହସି ହସି ଗଡ଼ିଯିବେ

ଭାରତ ଓ ଚୀନ ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ଲାଗିରହିଛି । ଏହାର ଆରମ୍ଭ ୧୫ ଓ ୧୬ ଜୁନକୁ ଲାଦାଖର ଗଲବାନ ଘାଟିର ମୁହାଁମୁହିଁରୁ ହୋଇଥିଲା । ଚୀନ୍ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଭାରତର ୨୦ଜଣ ଯବାନ ଶହୀଦ୍ ହୋଇଯାଇଥିଲେ । ଏହା ପରେ ଭାରତୀୟ ମାନେ ଚାଇନା ପ୍ରତି ରୋଷ ପ୍ରଦର୍ଶନ କରୁଛନ୍ତି । ସାଧାରଣ ଜନତା ଚାଇନା ସାମଗ୍ରୀ ଗୁଡ଼ିକୁ ବହିଷ୍କାର କରିବାକୁ ଲାଗିଛନ୍ତି । ଏଥି ମଧ୍ୟରେ ସରକାର ମଧ୍ୟ ତାଙ୍କ କଥା ଶୁଣି ଚୀନର ୫୯ଟି ଚାଇନିଜ୍ ଏପ୍ ଉପରେ ବ୍ୟାନ୍ ଲଗାଇ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ଲୋକ ଖୁସି ଅଛନ୍ତି । ଲୋକମାନେ ଏହି ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି । ଏବଂ ଏହା ସହିତ ସୋସିଆଲ୍ ମିଡ଼ିଆରେ ଚୀନ୍ ଲୋକମାନଙ୍କୁ ନେଇ ଥଟ୍ଟାମଜା କରୁଛନ୍ତି ।

Google

ଏହା ଭିତରେ ବଲିଉଡ଼ ଅଭିନେତା ଶତ୍ରୁଘ୍ନ ସ୍ନିହା ମଧ୍ୟ ଚୀନ୍ ର ଲୋକଙ୍କ ଉପରେ ଏକ ଥଟ୍ଟାମଜା ହସକଥା ସେୟାର କରିଛନ୍ତି । ଆପଣଙ୍କ ମଧ୍ୟ ଏହା ଲକ୍ଷ୍ୟ କରିଥିବେ ଯେ, ଚୀନରେ ଲୋକେ କ୍ରିକେଟ ଖେଳନ୍ତି ନାହିଁ । କିନ୍ତୁ ତାର ପଡ଼ୋଶୀ ଦେଶ ଭାରତ ଏହି ଖେଳରେ ପ୍ରସିଦ୍ଧି ଲାଭ କରଛି । ଏମିତିରେ ଆପଣ କେବେ ଚିନ୍ତା କରିଛନ୍ତି କି ଚୀନ୍ ର ଲୋକମାନେ କ୍ରିକେଟ ଖେଳନ୍ତି ନାହିଁ କାହିଁକି ? ଏହାର ଏକ ମଜାଳିଆ ଉତ୍ତର ଦେଇଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନା । ଯେତେବେଳେ ଆପଣ ତାଙ୍କର ଉତ୍ତର ଶୁଣିବେ ଆପଣ ହସି ହସି ଗଡ଼ିଯିବେ ।

ଚୀନ୍ ଲୋକମାନେ କାହିଁକି ଖେଳନ୍ତି ନାହିଁ କ୍ରିକେଟ ?

Google

ବାସ୍ତବରେ ଶତ୍ରୁଘ୍ନ ସିହ୍ନା ନିଜର ଅଧିକାରୀକ ଟ୍ୱିଟର ହେଣ୍ଡେଲରେ ଏକ ଟ୍ୱିଟ୍ ସେୟାର କରିଥିଲେ । ଏଥିରେ ସେ ଲେଖିଥିଲେ ଯେ, ଏହା କେବଳ ଥଟ୍ଟା ମଜା ପାଇଁ ଅଟେ । ତାପରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ପଚାରନ୍ତି ଯେ, ‘ଚୀନ୍ ଲୋକମାନେ କ୍ରିକେଟ ଖେଳନ୍ତି ନାହିଁ କାହିଁକି ? ଏବଂ ଏହାର ଉତ୍ତର ଦେଇ ଲେଖନ୍ତି ଯେ, ‘କାରଣ ସେମାନେ ନିଜ ବେଟ୍ସ(ବାଦୁଡ଼ି) ଖାଇଯାଆନ୍ତି ଏବଂ ତାଙ୍କୁ ନିଜ ବାଉନଡ୍ରିସ୍(ସୀମା ରେଖା) ଜଣାନଥାଏ ।’

ଲୋକମାନେ ଏହି ଜୋକ୍ସଟିକୁ ପସନ୍ଦ କରଛନ୍ତି

ଶତ୍ରୁଘ୍ନ ସିହ୍ନାଙ୍କ ଏହି ମଜାଳିଆ ହସକଥା ସୋସିଆଲ୍ ମିଡ଼ିଆ ୟୁଜର୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି । ଏହାକୁ ପଢ଼ି ସେମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ତାଙ୍କୁ ଥଟ୍ଟା ମଧ୍ୟ କରିଛନ୍ତି । ଆସନ୍ତୁ ଦେଖିବା କିଏ କଣ କହିଛନ୍ତି ।

ଏହି ଲୋକଟିକୁ ଜୋକ୍ସଟି ଶୁଣି ବହୁତ ମଜା ଲାଗିଲା ।

ତେବେ ଏହା ପ୍ରଶଂସା ଥିଲା ନା ଅପମାନ ?

ଲୋକମାନେ ଏମିତି ବହୁତ ଗୁଡିଏ ଉତ୍ତର ଦେଇଛନ୍ତି ଏବଂ ବହୁତ ଲୋକଙ୍କୁ ଏହା ପସନ୍ଦ ମଧ୍ୟ ଆସିଛି । ତେବେ ଆପଣଙ୍କୁ ଏହି ଜୋକ୍ସଟି କେମିତି ଲାଗିଲା ?

Leave a Reply

Your email address will not be published. Required fields are marked *