ପ୍ରତ୍ୟେକ ଥର ‘ସାରା ଅଲି ଖାଁ’ଙ୍କ ଭଲପାଇବା ମଝିରେ କାହିଁକି ଆସନ୍ତି ମାଁ ଅମୃତା ସିଂହ ?

ପ୍ରତ୍ୟେକ ଥର ‘ସାରା ଅଲି ଖାଁ’ଙ୍କ ଭଲପାଇବା ମଝିରେ କାହିଁକି ଆସନ୍ତି ମାଁ ଅମୃତା ସିଂହ ?

‘ସାରା ଅଲି ଖାଁ’ ନିଜ କାମରୁ ଅଧିକ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେପଟେ ପ୍ରତ୍ୟେକ ଥର ତାଙ୍କ ପ୍ରେମ ପ୍ରସଙ୍ଗ ଚର୍ଚ୍ଚାକୁ ତାଙ୍କ ମାଁ ଅମୃତା ସିଂହ ଅଟକାଇ ଦିଅନ୍ତି । ଯେବେମଧ୍ୟ ସାରାଙ୍କ ପ୍ରେମ ପ୍ରସଙ୍ଗ କଥା ଆସେ ସେତେବେଳେ ମାଁ ଅମୃତା ସିଂହ ଏହା କହି ତାଙ୍କୁ ଅଟକାଇ ଦିଅନ୍ତି ଯେ ବର୍ତ୍ତମାନ ତାଙ୍କର କାମ କରିବା ବୟସ ହୋଇଛି ।

ସୂଚନାଥାଉକି କରନ୍ ଜୋହରଙ୍କ ଶୋ’ ‘କଫି ବିଦ୍ କରନ୍’ରେ ସାରା ଅଲି ଖାଁ ଏହି କଥାର ଖୁଲାସା କରିଥିଲେ ଯେ ସେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍ କରିବା ପାଇଁ ଚାହୁଁଥିଲେ । ବାସ୍ତବରେ ଯେତେବେଳେ କରନ୍ ଜୋହର୍ ତାଙ୍କୁ ପଚାରିଲେ ଯେ ବଲିଉଡ଼ ଜଗତରୁ ସେ କେଉଁ ଅଭିନେତାଙ୍କୁ ଡେଟ୍ କରିବା ପାଇଁ ଚାହଁନ୍ତି ଏହା ଉତ୍ତରରେ ସାରା ଅଲି ଖାଁ କହିଥିଲେ ଯେ ତାଙ୍କ ହୃଦୟ ନେସନଲ୍ କ୍ରଶ୍ କାର୍ତ୍ତିକ ଆର୍ଯ୍ୟନଙ୍କ ଉପରେ ଅଛି ।

କାର୍ତ୍ତିକ ଓ ସାରାଙ୍କ ନାମକୁ ପୂର୍ବରୁ ମଧ୍ୟ କେତେଥର ଯୋଡ଼ା ଯାଇଛି । ସେପଟେ ଦୁହେଁ ନିର୍ଦ୍ଦେଶକ ଇମତିଆଜ୍ ଅଲିଙ୍କ ଚଳଚ୍ଚିତ୍ର ‘ଲବ୍ ଆଜ୍ କଲ୍-୨’ରେ ମଧ୍ୟ ନଜର ଆସିଥିଲେ । ଦୁହିଁଙ୍କ ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଗଲା ସତ କିନ୍ତୁ ଦର୍ଶକମାନେ ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ କଲେ । ଏହି ଯୋଡିଙ୍କ ପରଦା ପଛରେ ଡେଟ୍ କରିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଥିଲା ।

ସେପଟେ କିଛି ଦିନପରେ ‘ସାରା ଅଲି ଖାଁ’ ଓ କାର୍ତ୍ତିକ୍ ଆର୍ଯ୍ୟନଙ୍କ ‘ବ୍ରେକ୍ ଅପ୍’ର ଖବର ଆସିବାକୁ ଲାଗିଲା, ସେତେବେଳେ ମିଡ଼ିଆ ଏହା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ସାରାଙ୍କ ମାଁ ଅମୃତା ସିଂହ ଚାହୁଁନଥିଲେ ଯେ ‘ସାରା ଅଲି ଖାଁ’ ନିଜ କ୍ୟାରିୟର୍ ଆରମ୍ଭରେ ସମ୍ପର୍କରେ ରୁହନ୍ତୁ । ତାଙ୍କ ଅନୁଯାୟୀ ସେ ଚାହଁନ୍ତି ଯେ ବର୍ତ୍ତମାନ ସାରା ନିଜର ସମ୍ପୂର୍ଣ୍ଣ ଧ୍ୟାନ ନିଜ କ୍ୟାରିୟର୍ ଉପରେ ରଖନ୍ତୁ ।

ସ୍ମରଣ କରାଇ ଦେଉଛୁ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଯେତେବେଳେ ସାରା କେଦାରନାଥ୍ ଚଳଚ୍ଚିତ୍ରରୁ ଡେବ୍ୟୁ କରିଥିଲେ, ସେତେବେଳେ ଦୁହିଁଙ୍କ ପ୍ରେମର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ମଧ୍ୟ ସୁଶାନ୍ତ ଓ ସାରାଙ୍କ ଲଭ୍ ଅଫେୟାରର ଚର୍ଚ୍ଚା ହୋଇଥିଲା, ଯଦିଓ ସାରା ଓ ସୁଶାନ୍ତ କେବେ ନିଜ ସମ୍ପର୍କକୁ ସମସ୍ତଙ୍କ ସମ୍ମୁଖରେ ଗ୍ରହଣ କରିନଥିଲେ ।

ସେପଟେ ଅମୃତା ସିଂହଙ୍କୁ ସୁଶାନ୍ତ ସିଂହ ରାଜପୁତ୍ ପସନ୍ଦ ନଥିଲେ ଏବଂ ସେମାନେ ସ୍ପଷ୍ଟ ଶବ୍ଦରେ ସାରାଙ୍କୁ ତାଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ । କୁହାଯାଉଛି ଯେ ଏହି କାରଣରୁ ସାରା ଏବଂ ସୁଶାନ୍ତଙ୍କ ମଧ୍ୟରେ ଦୂରତା ଆସିଥିଲା ।

Leave a Reply

Your email address will not be published. Required fields are marked *