ବିବାହ ପରେ ମଧ୍ୟ କାହିଁକି ରହେ ମହିଳା ମାନଙ୍କ ଅତିରିକ୍ତ ସମ୍ପର୍କ …

ବିବାହ ପରେ ମଧ୍ୟ କାହିଁକି ରହେ ମହିଳା ମାନଙ୍କ ଅତିରିକ୍ତ ସମ୍ପର୍କ …

ଜାଣନ୍ତୁ ବିବାହ ପରେ ମଧ୍ୟ କାହିଁକି ରହେ ମହିଳା ମାନଙ୍କ ଅତିରିକ୍ତ ସମ୍ପର୍କ ? କାରଣ ଜାଣନ୍ତୁ ।

ମୋବାଇଲ ଏବଂ ଇଣ୍ଟରନେଟ ବର୍ତ୍ତମାନ ଦୁନିଆଁରେ ବିଚାର ଏବଂ ଭାବନା ଗୋଟିଏ ପ୍ରକାର ଖୋଲା ବହି ହୋଇଗଲାଣି । ଇଣ୍ଟରନେଟର ଦୁନିଆଁରେ କିଛି ଜିନିଷ ମଧ୍ୟ ଆଜି ଗୁପ୍ତ ରହିନାହିଁ । ଏହି ସବୁ ଜିନିଷର ଲାଭ ଯଦି ଅଛି ତେବେ କ୍ଷତି ମଧ୍ୟ ଅଛି । ସବୁ ଜିନିଷର ଦୁଇଟି ମାର୍ଗ ରହିଛି ଭଲ ଏବଂ ଖରାପ । ଟେକନିକ ମନୁଷ୍ୟକୁ ସ୍ମାର୍ଟ ବନେଇଛି ନିଶ୍ଚିତ କିନ୍ତୁ ମନୁଷ୍ୟକୁ ଭାବନା ହୀନ କରିଦେଇଛି । ଟେକନିକର ସବୁଠାରୁ ଖରାପ ପ୍ରଭାବ ପଡୁଛି ଯାହା ଉପରେ ତାହା ସମ୍ପର୍କ ଅଟେ । ଗୋଟିଏ ସମ୍ପର୍କ ଅଛି ଯାହା ବିବାହ ପରେ ଅବାଧ ସମ୍ପର୍କ ବା ଅତିରିକ୍ତ ବିବାହିତ ସମ୍ପର୍କ କୁହାଯାଏ । ଏସବୁ କାରଣ ପାଇଁ ଦେଖାଯାଇଛି, ଅତିରିକ୍ତ ବିବାହିତ ସମ୍ପର୍କରେ ମହିଳା ମାନଙ୍କୁ ଦୋଷୀ କୁହାଯାଏ । ଏହି ଦୁନିଆଁ ସବୁବେଳେ ଅନ୍ୟକୁ ଆଙ୍ଗୁଳି ଦେଖାନ୍ତି ଯେତେବେଳେ କୌଣସି ନାରୀକୁ ଭୁଲ ବୋଲି କୁହାଯାଏ ତେବେ ତାହାର ଆବଶ୍ୟକ ଏବଂ କାରଣକୁ କେହି ଧ୍ୟାନ ଦିଅନ୍ତି ନାହିଁ ।

ପୁରୁଷ ପ୍ରଧାନ ସମାଜରେ ପୁରୁଷ ଚରିତ୍ର ଯେଉଁ ଭଳି ଉଜ୍ବଳ ହେବା ଆବଶ୍ୟକ ସେତିକି ମହିଳା ମାନଙ୍କ ମଧ୍ୟ ରହିବା ଦରକାର । କୌଣସି ସମ୍ପର୍କ ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବା ପାଇଁ ହେଲେ ଦୁଇଜଣଙ୍କ ମଧ୍ୟରେ ବିଶ୍ୱାସ ଏବଂ ସତ୍ୟତା ରଖିବା ଉପରେ ନିର୍ଭର କରିଥାଏ । ପ୍ରେମ ସମ୍ପର୍କରେ ଧୋକା ସବୁଠାରୁ ଅଧିକ ପାପ ବା ବିଶ୍ବାସଘାତକ ହୋଇଥାଏ ।

ଯଦି କୌଣସି ମହିଳା ନିଜର ସମ୍ପର୍କକୁ ଅଧା କରିଥାଏ ଏହାର ଅର୍ଥ ଖାଲି ନିଜର ଶାରିରୀକ ଭୋକକୁ ମେଣ୍ଟାଇବା ପାଇଁ କରନ୍ତି ନାହିଁ । ନିଜର ମର୍ଯ୍ୟାଦାକୁ ଲଙ୍ଘନ କରିଥାଏ, ଯେତେବଳେ ସମ୍ପର୍କରେ ବିଶ୍ୱାସ ଏବଂ ଭାବନାର ମେଳ ହୋଇନଥାଏ ତେବେ ସମ୍ପର୍କରେ ଫାଟ ଆସିଯାଏ । କିଛି ଏହିଭଳି ଅଛନ୍ତି ନିଜର ମନକୁ ମାରି ସେହି ସମ୍ପର୍କକୁ ସମ୍ପୂର୍ଣ୍ଣ କରନ୍ତି ଏବଂ ଅନେକ ଏହିଭଳି ମଧ୍ୟ ଅଛନ୍ତି ଯେ ସବୁ ରୀତି ନୀତି ଭୁଲି ମର୍ଯ୍ୟାଦାକୁ ଲଂଘନ କରି ନିଜର ମନର କଥାକୁ ଶୁଣନ୍ତି ।

ଆସନ୍ତୁ ଆମେ ଆଜି ଜାଣିବା କେଉଁ କାରଣ ଯୋଗୁଁ ବିବାହିତ ମହିଳା ମାନେ ଅତିରିକ୍ତ ପ୍ରେମ ସମ୍ପର୍କ ଗଠନ କରନ୍ତି ।

୧- ଅତୀତରୁ ବାହାରକୁ ଆସି ନପାରିବା

ଆଜି କାଲି ସମସ୍ତେ ଜାଣନ୍ତି ପ୍ରଥମେ, ବିବାହ ପୂର୍ବରୁ ସମସ୍ତଙ୍କ ପ୍ରେମୀ ବା ବନ୍ଧୁ ରହିଥାଏ । ଯେତେବେଳେ ତାଙ୍କର ବିବାହ କରାଯାଇଥାଏ ସେହି ବିବାହ ପରିବାର ଏବଂ ସମାଜ ଚାପରେ ସମ୍ପୂର୍ଣ୍ଣ ହୋଇଥାଏ ।ଲୋକ ବିବାହ ହୋଇଯାଆନ୍ତି କିନ୍ତୁ ଲୋକଙ୍କ ପ୍ରଥମ ପ୍ରେମ ମନରେ ହିଁ ରହିଯାଏ । ଯଦି ସେଇଭଳି ପ୍ରେମ ଭଲପାଇବା ବିବାହ ପରେ ମିଳେ ନାହିଁ ସେତେବେଳେ ସେ ଅତୀତ କଥା ଗୁଡ଼ିକ ମନେପଡ଼ିବାକୁ ଲାଗେ ।
ଯଦି ଗୋଟିଏ ମହିଳାଙ୍କ କଥା କହିବା ଯେତେବେଳେ ସ୍ବାମୀ ସେଇ ସ୍ତ୍ରୀର ଭାବନା, ଭଲପାଇବାକୁ ବୁଝିନଥାଏ ଏବଂ ତାକୁ ସମ୍ମାନ ଦିଏ ନାହିଁ, ସେତେବେଳେ ସେ ଏହିଭଳି ଏକ ସାଥୀ ଖୋଜେ ଏହି ସବୁ କମିକୁ ପୂରଣ କରିବ । ମହିଳାକୁ ନିଜର ପ୍ରଥମ ପ୍ରେମ ଭଳି ଭଲପାଇବା ଏବଂ ଭାବନାର ଆବଶ୍ୟକ ହୋଇଥାଏ । ଯେତେବେଳ ଏହିଭଳି ସାଥୀ ଖୋଜୁଥାଏ ସେହି ସମୟରେ ଏହି ଭଳି କେହିନା କେହି ପୁରୁଷ ମିଳିଯିବ ଯାହା ଦ୍ଵାରା ବିବାହରେ ବିଶ୍ୱାସ ଭଙ୍ଗ କରିଦେଇଥାଏ ଏବଂ ମହିଳା ଅତିରିକ୍ତ ସମ୍ପର୍କ ରଖିବା ପାଇଁ ବାଧ୍ୟ ହୋଇଯାଏ । ଅତିରିକ୍ତ ସମ୍ପର୍କର କାରଣ ଏହା ମଧ୍ୟ ହୋଇଥାଏ ଅତୀତକୁ ଭୁଲି ନପାରିବା ।

୨- ବିବାହରେ ବିରକ୍ତ ହେବା

କୁହାଯାଏ ମନୁଷ୍ୟ କୌଣସି ଜିନିଷରେ ବହୁତ ଶୀଘ୍ର ବିରକ୍ତ ହୋଇଯାଏ । ଏହି କଥାଟି ବିବାହକୁ ନେଇ କହିଲେ ମଧ୍ୟ କୌଣସି ଆଶ୍ଚର୍ୟ୍ଯ ହେବା ନାହିଁ । ଏହା ଦେଖାଯାଏ ଯେତେବେଳେ ମହିଳା ବିବାହ ସମ୍ପର୍କରେ ବିରକ୍ତ ହୋଇଯାଏ ସେ ରୋମାଞ୍ଚକର ଏବଂ ଖୋଲା ନିଃଶ୍ୱାସ ନେବାପାଇଁ ସେ ବିବାହ ବନ୍ଧନରୁ ମୁକ୍ତ ହୋଇଯାଏ । ଗୋଟିଏ ଜାଗା ଏବଂ ଗୋଟିଏ ପାଖରେ ଚାଲୁଥିବ ବିବାହ ଜୀବନରେ ସବୁବେଳେ ବିରକ୍ତ ଭାବ ଆଣିଦିଏ । ଛୋଟ ସହରରେ ଏହି ଜିନିଷ କମ ଦେଖାଦିଏ ଏବଂ ବଡ଼ ସହରରେ ଅଧିକ ପାଠ ପଢୁଆ ଏବଂ ଅଧିକ ଦୁନିଆଁ ଦେଖିଥିବା ଲୋକ ମାନେ ବିବାହର କିଛି ଦିନରେ ବିରକ୍ତ ଭାବ ମନେ କରନ୍ତି ।

୩-ଭାବନା ମେଳ ନହେବା

ଅତିରିକ୍ତ ବିବାହିତ ସମ୍ପର୍କ ଗଠନ ହେବାର ସବୁଠାରୁ ବଡ଼ କାରଣ ଭାବନାକୁ ବୁଝିନପାରିବା । ଯେତେବଳେ ସ୍ବାମୀ ସ୍ତ୍ରୀର ମନକଥା ବୁଝେନାହିଁ ସେତେବେଳେ ସେ ତାର ସମ୍ମାନ କରେନାହିଁ । ଏହି ଦୁନିଆରେ ମହିଳା ମାନେ ଗୋଟିଏ ସମୟ ଖାଦ୍ୟ ନଖାଇ ରହିଯିବେ କିନ୍ତୁ ତାଙ୍କୁ ଇଜ୍ଜତ ନମିଳିଲେ ସେ କ୍ରୋଧିତ ହୋଇଯାଆନ୍ତି । ସେତେବେଳେ ସେ ଏହିଭଳି ବ୍ୟକ୍ତି ଖୋଜେ ଯେ ତାର ଭାବନାକୁ ବୁଝିବ । ଭାବନା ମେଳ ନ ହେବା ମଧ୍ୟ ଅତିରିକ୍ତ ସମ୍ପର୍କ ଗଠନର ବଡ଼ କାରଣ ।

୪- ସମ୍ପର୍କରେ ପ୍ରତିଶୋଧ ନେବା:

ସମ୍ପର୍କରେ ପ୍ରତିଶୋଧ ନେବା ଦୁଇ ପ୍ରକାର ହୋଇଥାଏ । ମହିଳା ନିଜର ସ୍ବାମୀ ଠାରୁ ସେତେବେଳେ ପ୍ରତିଶୋଧ ନିଏ ଯେତେବେଳେ ତାର ସ୍ବାମୀ ତାର ଇଜ୍ଜତ କରେନାହିଁ ,ଏବଂ ସେ ବିଦ୍ରୋହୀ ହୋଇଯାଏ । ଦୁନିଆ ଯେତେବେଳେ ତାର ସ୍ୱାମୀର ଅନ୍ୟ ସ୍ଥାନରେ ଅତିରିକ୍ତ ସମ୍ପର୍କ ରଖି ବିଶ୍ୱାସଘାତ ହୋଇଯାଏ ତେବେ ପତ୍ନୀ ସ୍ୱାମୀକୁ ମଜା ଚଖେଇବା ପାଇଁ ସେ ମଧ୍ୟ ସମ୍ପର୍କକୁ ଛିନ୍ନ କରିଦିଏ । ତେବେ ସ୍ବାମୀକୁ ଅବିଶ୍ବାସ କରି ସ୍ତ୍ରୀ ନିର୍ଭୟ ହୋଇଯାଏ । ସେ ମଧ୍ୟ ନିଜର ଚାପି ରହିଥିବା ଭାବନାକୁ ବ୍ୟକ୍ତ କରିଦିଏ । ନଚେତ ନିଜର ପୁରୁଣା ପ୍ରେମୀ ବା ଆଉ କାହା ସହ ସମ୍ପର୍କ ଗଠନ କରିଦିଏ ।

୫-ଯୌନ ସମ୍ପର୍କ ସବୁଠାରୁ ବଡ଼ କାରଣ

ଯେତେବେଳେ ବିବାହ ପରେ ଯୌନ କାର୍ଯ୍ୟ କମ ହୋଇଥାଏ ନଚେତ ସ୍ତ୍ରୀ ନିଜ ସ୍ବାମୀ ଠାରୁ ଯୌନ କାର୍ଯ୍ୟରେ ସନ୍ତୁଷ୍ଟ ହୋଇନଥାଏ , ସେତେବେଳେ ସେ ସ୍ବାମୀକୁ ବିଶ୍ୱାସ ଘାତକତା କରେ । ମହିଳା ଯେତେବେଳ ନିଜର ସ୍ବାମୀ ଠାରୁ ସନ୍ତୁଷ୍ଟ ହୁଏ ନାହିଁ , ସେ ଅନ୍ୟ ଏକ ପୁରୁଷ ଖୋଜୁଥାଏ ଯେ ତାହାର ଆବଶ୍ୟକ ପୂରଣ କରିବ । ଯେତେବେଳେ ବିବାହିତ ଜୀବନରେ ଯୌନ ପରିମାଣ କମିଯାଏ ସେତେବେଳେ ସମ୍ପର୍କ ଛିନ୍ନ ହୋଇଯାଏ ।

୬-ମହିଳା ମାନଙ୍କ ସ୍ୱାଭିମାନ କମ ହେବା

ଅନେକ ଥର ଏହିଭଳି ହୋଇଥାଏ ମହିଳା ମାନଙ୍କୁ ଲାଗିଥାଏ ତାଙ୍କର ସ୍ୱାଭିମାନ କମ ହୋଇଛି ଏବଂ ଇଜ୍ଜତ ମଧ୍ୟ ,ନିଜର ସ୍ୱାଭିମାନ ପାଇଁ ଅନ୍ୟତ୍ର ପ୍ରେମ ସମ୍ପର୍କ ବନାଇଥାଏ । ଯେତେବେଳେ ପତି ପତ୍ନୀକୁ ସମ୍ମାନ ,ଅଧିକାର ,କର୍ତ୍ତବ୍ୟ ଦିଏ ନାହିଁ ସେତେବେଳେ ସେ କାହାକୁ ଖାତିର କରେ ନାହିଁ । ଅତିରିକ୍ତ ସମ୍ପର୍କ ରଖିବାର ଏହା ମଧ୍ୟ ବଡ଼ କାରଣ । ଏହା ଛଡ଼ା ଆପଣଙ୍କୁ ଅନ୍ୟ କାରଣ କ’ଣ ଲାଗେ ତେବେ ଆପଣ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *