ଦେବାନନ୍ଦଙ୍କୁ କଳା କୋଟ ପିନ୍ଧିବାକୁ କୋର୍ଟ କାହିଁକି କରିଥିଲେ ବାରଣ ! ଆସନ୍ତୁ ଜାଣିବା କାରଣ….

ହିନ୍ଦୀ ସିନେମା ଜଗତରେ ଅନେକ ବଳିଷ୍ଠ କଳାକାର ଅଛନ୍ତି, ଯେଉଁମାନେ ନିଜର ଉତ୍କୃଷ୍ଟ ଅଭିନୟ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ନାମ ଅର୍ଜନ କରିଛନ୍ତି । ଯଦି ଆମେ ଅତୀତର ପ୍ରସିଦ୍ଧ ଅଭିନେତା ଦେବାନନ୍ଦଙ୍କ ବିଷୟରେ କହିବା; ତେବେ ସେ ତାଙ୍କ ପ୍ରତିଭା, ଅଭିନୟ ଏବଂ ରୋମାଣ୍ଟିକ୍ସର ଯାଦୁରେ ଦୀର୍ଘ ୬ଦଶନ୍ଧି ଧରି ଦର୍ଶକଙ୍କର ଖୁବ୍ ମନୋରଞ୍ଜନ ଦେଇଆସିଛନ୍ତି । ସବୁ ସମୟରେ କେହି ନା କେହି କଳାକାର ବଲିଉଡ ଇଣ୍ଡଷ୍ଟ୍ରିକୁ ଆସନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଦେବାନନ୍ଦଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରି ନାହାଁନ୍ତି । ସେ ତାଙ୍କ ସମୟର ସବୁଠାରୁ ଉତ୍କୃଷ୍ଟ ଅଭିନେତାମାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି । ଦର୍ଶକଙ୍କ ମନରେ ତାଙ୍କ ଅଭିନୟର ପାଗଳାମି ଭରି ରହିଥିଲା । ଏହି ଅଭିନେତାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନଙ୍କର ଲମ୍ବା ଧାଡ଼ି ଲାଗି ରହୁଥିଲା ।

ଦେୱାନନ୍ଦଙ୍କ ପ୍ରତ୍ୟେକ ଅନ୍ଦାଜରେ ପାଗଳ ଥିଲେ ପ୍ରଶଂସକ

ଚଳଚ୍ଚିତ୍ର ଜଗତର ସୁନ୍ଦର ଅଭିନେତା ମାନଙ୍କ ମଧ୍ୟରୁ ଦେବାନନ୍ଦ ଅନ୍ୟତମ । ଚଳଚ୍ଚିତ୍ର ହେଉ କିମ୍ବା ଚେହେରା ସବୁଥିରେ ପରିପୂର୍ଣ୍ଣ ଥିଲେ ଦେବାନନ୍ଦ । ଆଜି ବି ସେହି ଚିର-ସବୁଜ ଅଭିନେତାଙ୍କୁ ଭୁଲି ହେବ ନାହିଁ । ଲୋକମାନେ ତାଙ୍କ ଅଭିନୟ ଏବଂ ତାଙ୍କ ଚେହେରାର ଦିୱାନା ଥିଲେ । ଏମିତି ତ ସେ ତାଙ୍କ ସଂଳାପ କହିବା ଶୈଳୀ ପାଇଁ ଦର୍ଶକଙ୍କ ମଧ୍ୟରେ ଖୁବ ପ୍ରଶଂସିତ ଥିଲେ କିନ୍ତୁ ସବୁଠୁ ଅଧିକ ସେ କଳା କୋଟ ହେତୁ ଆଲୋଚନାର ପାତ୍ର ଥିଲେ । ହଁ, ଆପଣମାନେ ଠିକ୍ ଶୁଣୁଛନ୍ତି ଯେତେବେଳେ ସେ କଳା କୋଟ ପିନ୍ଧୁଥିଲେ, ସତେ ଯେମିତି ପ୍ରଳୟ ହୋଇଯାଇଥିଲା । ସେ ଯୁଗରେ ତାଙ୍କର ଷ୍ଟାଇଲ ଖୁବ୍ ପ୍ରସିଦ୍ଧ ଥିଲା ।  ଝିଅମାନେ ତାଙ୍କ ଚେହେରା ଓ ଷ୍ଟାଇଲର ଦିୱାନି ଥିଲେ । ଦେବାନନ୍ଦଙ୍କ ଦିୱାନି ହୋଇ ଝିଅମାନେ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । ଏପରିକି କିଛି ଝିଅମାନେ ତାଙ୍କ ଦିୱାନି ହୋଇ ନିଜକୁ କୋୖଣସି ପ୍ରକାର ବିପଦରେ ପକାଇବାକୁ ମଧ୍ୟ ପଛାଉ ନ ଥିଲେ ।

ଦେବ ସାହାବଙ୍କୁ ଦେଖିବା ପାଇଁ ଝିଅମାନେ ଛାତରୁ ଡେଇଁ ପଡୁଥିଲେ

ଯେତେବେଳେ ଦେବ ସାହେବ ଧଳା ସାର୍ଟ ଉପରେ କଳା କୋଟ ପିନ୍ଧୁଥିଲେ, ଝିଅ ମାନେ ତାଙ୍କର ଦିୱାନି ହୋଇ ଯାଉଥିଲେ । ଦେବ ସାହାବଙ୍କ ପାଇଁ ଝିଅମାନେ ଛାତରୁ ଡେଇଁବାକୁ ମଧ୍ୟ ପଛଘୁଞ୍ଚା ଦେଉନଥିଲେ । କଳା କୋର୍ଟରେ ଦେବାନନ୍ଦ ସାହେବଙ୍କୁ ଦେଖି କେତେ ଝିଅ ନିଜେ ନିଜକୁ ଆହତ ମଧ୍ୟ କରିଦେଉଥିଲେ । ସେମାନେ କେବଳ କିଛି ବି କରି ଦେବାନନ୍ଦଙ୍କ ଗୋଟିଏ ଝଲକ ପାଇବାକୁ ଚାହୁଁଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବ ସାହେବଙ୍କ ଏହି କଳା କୋଟ ଯୋଗୁଁ  ଝିଅମାନେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏସବୁ ଦେଖିବା ପରେ କୋର୍ଟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ଦେୱାନନ୍ଦଙ୍କ କଳା କୋଟ ପିନ୍ଧିବା ଉପରେ କୋର୍ଟ ଲଗାଇଥିଲେ ପ୍ରତିବନ୍ଧକ

ସୂଚନାଯୋଗ୍ୟ ଯେ ଯେତେବେଳେ ଦେବ ସାହାବଙ୍କ ଫିଲ୍ମ “କାଲା ପାନି ” ହିଟ ହୋଇଥିଲା, ସେତେବେଳେ ଦେବାନନ୍ଦଙ୍କୁ କଳା କୋଟ ପିନ୍ଧିବାକୁ କୋର୍ଟ ବାରଣ କରିଥିଲେ । ଯଦିଓ ଦେବାନନ୍ଦ ସାହେବ  ଝିଅମାନଙ୍କ ଜୀବନକୁ ବିପଦରେ ପକାଉନଥିଲେ ହେଲେ ଏହା ପଛର ମୁଖ୍ୟ କାରଣ ତାଙ୍କ କଳା କୋଟ ହିଁ ଥିଲା । ତେଣୁ ତାଙ୍କ କଳା କୋଟ ପିନ୍ଧିବା ଉପରେ କୋର୍ଟ ନିଷେଧାଦେଶ ଜାରି କରିଥିଲା ।

ସୂଚନାଯୋଗ୍ୟ ଯେ ଦେବାନନ୍ଦ ସାହେବ ସିନେମା ଜଗତରେ ତାଙ୍କ କାମ ପାଇଁ ଜଣାଶୁଣା । ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତା ହେଉଛନ୍ତି ଦେବାନନ୍ଦ । ଭାରତୀୟ ସିନେମାରେ ଅବଦାନ ପାଇଁ ତାଙ୍କୁ ୨୦୦୧ରେ “ପଦ୍ମଭୂଷଣ” ଏବଂ ୨୦୦୨ରେ “ଦାଦାସାହେବ ଫାଲକେ” ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ହିନ୍ଦୀ ସିନେମା ଜଗତରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

Be the first to comment

Leave a Reply

Your email address will not be published.


*