ସୁଶାନ୍ତ ସିଂ ରାଜପୁତଙ୍କ ସହ ସାରା ଅଲି ଖାନ୍ କାହିଁକି କରିଥିଲେ ବ୍ରେକପ୍, NCBଙ୍କ ସାମ୍ନାରେ ପ୍ରକାଶ କଲେ ସତ୍ୟତା !

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯେଉଁ ଡ୍ରଗ୍ସ ପ୍ରସଙ୍ଗ ଆଗକୁ ଆସିଛି, ସେଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ ଏନସିବି ବାରମ୍ବାର ନିଜର ଚାପ ପକେଇ ଚାଲିଛି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଏନସିବି ପଚରାଉଚରା କରିଛି । କୁହାଯାଉଛି ଯେ ପ୍ରାୟ ୫ଘଣ୍ଟା ଧରି ଏନସିବି ପଚରାଉଚରା କରିଥିଲା ।

ସାରା ଅଲି ଖାନଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ଗଭୀର ଭାବରେ ପଚରାଉଚରା କରିଥିଲା । ଏହି ପଚରାଉଚରା ବିଷୟରେ କୁହାଯାଉଛି ଯେ ସାରା ଅଲି ଖାନ୍ ଏହି ସମୟରେ ଏନସିବି ଆଗରେ ସେହି କଥାର ପ୍ରକାଶ କରିଛନ୍ତି, ଯାହା ବିଷୟରେ ଦୀର୍ଘ ଦିନ ଧରି କଥାବାର୍ତ୍ତା ହେଉଥିଲା ।

କେଦାରନାଥ ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ସହ କାମ କରିଥିବା ସାରା ଅଲି ଖାନ୍ ଏନସିବିକୁ କହିଛନ୍ତି ଯେ ସେ ସୁଶାନ୍ତଙ୍କ ସହ ସମ୍ପର୍କରେ ଥିଲେ । ସେ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ସମ୍ପର୍କ ଥିଲା । ସାରା ଏନସିବିକୁ କହିଛନ୍ତି ଯେ ୨୦୧୮ ମସିହାରେ କେଦାରନାଥ ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ଏବଂ ଦୁହେଁ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଥିଲେ ।

* ଥାଇଲ୍ୟାଣ୍ଡକୁ ଯାଇଥିଲେ

ଏହା କୁହାଯାଉଛି ଯେ ସାରା ଅଲି ଖାନ୍ ଏନସିବିକୁ କହିଛନ୍ତି ଯେ ଯେତେବେଳେ ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରର ଭଲ ବନ୍ଧୁ ହୋଇଗଲେ, ଏହା ପରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ , ଫିଲ୍ମ ଟିମ୍ ସହିତ ସୁଶାନ୍ତ ସିଂ ରାଜପୁତଙ୍କ ସହ ଛୁଟିଦିନ କାଟିବା ପାଇଁ ଥାଇଲ୍ୟାଣ୍ଡ ଯିବା କଥା ସାରା ଅଲି ଖାନ୍ ମଧ୍ୟ ଏନସିବିକୁ କହିଛନ୍ତି ।

ଏ ବିଷୟରେ ସୂଚନା ଦେବାବେଳେ ସାରା ଅଲି ଖାନ୍ ଏନସିବିକୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ସହ କ’ଣ ହୋଇଥିଲା ଯାହା ପାଇଁ ତାଙ୍କୁ ବ୍ରେକପ୍ କରିବାକୁ ପଡିଥିଲା । ସେ ନିଜର ବ୍ରେକପ୍ କରିବାର କାରଣ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ।

* କୌଣସି ଚାପ ନଥିଲା

ଏହା କୁହାଯାଉଛି ଯେ ସାରା ଅଲି ଖାନ୍ ଏନସିବିକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ନିଶା ସେବନ ତାଙ୍କ ବ୍ରେକଅପ ହେବାର କାରଣ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାଜ ତରଫରୁ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ନେଇ ତାଙ୍କ ଉପରେ କୌଣସି ଚାପ ନଥିଲା ।

* ଏହି କାରଣ ଦର୍ଶାଇଛନ୍ତି

ସାରା କହିଛନ୍ତି ଯେ ସେ ତାଙ୍କ ଫିଲ୍ମ କ୍ୟାରିୟର ଆଗକୁ ନେବାକୁ ଚାହୁଁଥିଲେ । ଏହି କାରଣରୁ ସେ ସୁଶାନ୍ତଙ୍କ ସହ ବ୍ରେକପ୍ କରିଥିଲେ । ସେ କହିଥିଲେ ଯେ ସେହି ସମୟରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା । ନିଜ କ୍ୟାରିୟର ଆରମ୍ଭରେ ସେ ଏହିପରି ସମ୍ପର୍କକୁ ଆଗକୁ ବଢ଼େଇବା ସପକ୍ଷରେ ନଥିଲେ । ସେ ନିଜ କ୍ୟାରିୟର ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଥିଲେ । ସେଥିପାଇଁ ସେ ସୁଶାନ୍ତଙ୍କ ସହ ବ୍ରେକପ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସାରା ଅଲି ଖାନ କହିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ପାଭାନା ଫାର୍ମ ହାଉସକୁ ଯାଉଥିଲେ । ତେବେ ସାରା ଅଲି ଖାନ୍ ଏହି କଥାକୁ ଅସ୍ୱୀକାର କରିଛନ୍ତି ଯେ ସେ ମଧ୍ୟ ନିଶା ସେବନ କରନ୍ତି । ସେ କହିଛନ୍ତି ଯେ ସେ ସୁଶାନ୍ତଙ୍କ ସହ ତାଙ୍କ ଫାର୍ମ ହାଉସକୁ ଯାଉଥିଲେ, କିନ୍ତୁ ସେ କେବେ ମଧ୍ୟ ନିଜେ ଡ୍ରଗ୍ସ ନେଇ ନାହାଁନ୍ତି ।

ଉଲ୍ଲେଖଥାଉ କି , ସୁଶାନ୍ତ ସିଂ ରାଜପୁତଙ୍କ ନିଶା ସେବନ ବିଷୟରେ ସାରା ଅଲି ଖାନ୍ ଏନସିବିକୁ ଯାହା କହିଛନ୍ତି ତାହା ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ । ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସାମୁଏଲ ହାୱାକି ମଧ୍ୟ ପଚରାଉଚରାରେ ସାରା ଅଲି ଖାନ୍ ଏବଂ ସୁଶାନ୍ତଙ୍କ ସମ୍ପର୍କ ବିଷୟରେ କହିଥିଲେ । ତେବେ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ସୋନଚିରିୟା ଫ୍ଲପ୍ ହେବାପରେ ସାରା ଅଲି ଖାନ୍ ତାଙ୍କ ସହ ଥିବା ସମ୍ପର୍କ ଭାଙ୍ଗିଥିଲେ ।

Be the first to comment

Leave a Reply

Your email address will not be published.


*