ସୈଫ କାହିଁକି ଅମୃତାଙ୍କୁ ଛାଡ଼ପତ୍ର ଦେଇଥିଲେ ? ଏତେ ବର୍ଷ ପରେ ଖୋଲିଲା ରହସ୍ୟ !

ସୈଫ କାହିଁକି ଅମୃତାଙ୍କୁ ଛାଡ଼ପତ୍ର ଦେଇଥିଲେ ? ଏତେ ବର୍ଷ ପରେ ଖୋଲିଲା ରହସ୍ୟ !

ସୈଫ ଅଲୀ ଖାନ୍ ଆଜି ବଲିଉଡ଼ର ଜଣେ ଜଣାଶୁଣା ନାମ ଅଟନ୍ତି । କିନ୍ତୁ ଗୋଟିଏ ସମୟ ଏହିପରି ମଧ୍ୟ ଥିଲା, ଯେତେବେଳେ ସୈଫ ଅଲୀ ଖାନଙ୍କୁ କେହି ମଧ୍ୟ ଜାଣି ନଥିଲେ । ସେ ଯେତେବେଳେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ଗୋଟିଏ ପରେ ଗୋଟିଏ ତାଙ୍କର ଫିଲ୍ମ ଫ୍ଲୋପ୍ ହେବାରେ ଲାଗିଥିଲା । ପୁଣି ଯଦି ଆମେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ ତେବେ ପ୍ରାୟ ସମସ୍ତେ ଜାଣିଥିବେ ଯେ ସୈଫ ଅଲୀ ଖାନଙ୍କର ପ୍ରଥମ ବିବାହ ଅମୃତା ସିଂହଙ୍କ ସହିତ ହୋଇଥିଲା । ଯିଏ ସେହି ସମୟର ଟୋପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ।

google

ସେତେବେଳେ ଅମୃତା ସିଂହଙ୍କର ପ୍ରତ୍ୟକ ଫିଲ୍ମ ଗୋଟିଏ ପରେ ଗୋଟିଏ ହିଟ୍ ପ୍ରମାଣିତ ହେଉଥିଲା । ସୈଫ ଅଲୀ ଖାନ୍ ଏବଂ ଅମୃତା ସିଂହଙ୍କର ପ୍ରଥମ ସାକ୍ଷାତ ରାହୁଲ ରାୱେଲଙ୍କ ଫିଲ୍ମ ବେଖୁଦି ସେଟରେ ହୋଇଥିଲା । ସେତେବେଳେ ସୈଫ ଅଲୀ ଏହି ବିଷୟରେ ଭଲ ଭାବରେ ଜାଣିଥିଲେ ଯେ ଅମୃତା ତାଙ୍କ ଠାରୁ ବୟସରେ ବଡ଼ । କିନ୍ତୁ ତଥାପି ଅମୃତାଙ୍କ ପାଇଁ ତାଙ୍କ ମନରେ ଭଲ ପାଇବା ବଢି ଯାଇଥିଲା । କିନ୍ତୁ ଦୁଃଖଦ କଥା ଏହିକି ଯେ ଯେତେବେଳେ ରାହୁଲ ରାୱେଲଙ୍କୁ ଏହା ଜଣାପଡ଼ିଲା ଯେ ସୈଫ ଅଲୀ ଫିଲ୍ମ ଠାରୁ ଅଧିକ ଅମୃତା ଙ୍କ ଉପରେ ଧ୍ୟାନ ଦେଉଛନ୍ତି, ସେ ସୈଫ ଅଲୀଙ୍କୁ ଫିଲ୍ମରୁ ବାହାର କରି ଦେଇଥିଲେ ଏବଂ ତାଙ୍କ ସ୍ଥାନରେ କମଲ ସଦାନାଙ୍କୁ କାଷ୍ଟ କରିଥିଲେ ।

google

ଏହା ସତ୍ୱେ ମଧ୍ୟ ସୈଫ ଅମୃତାଙ୍କ ପିଛା ଛାଡ଼ି ନଥିଲେ ଏବଂ ତାଙ୍କ ଘରକୁ ଖାଇବା ପାଇଁ ମଧ୍ୟ ଚାଲି ଯାଇଥିଲେ । ଏପରିକି ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ମଧ୍ୟ ତାରିଖ ଠିକ୍ କରି ନେଇଥିଲେ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୈଫ ଅମୃତାଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ, କାରଣ ତାଙ୍କ ବାପା ନବାବ ପଟୈଦୀ ଏହି ବିବାହ ପାଇଁ ରାଜି ନଥିଲେ । ପୁଣି ଅମୃତା ସେତେବେଳେ ଜଣେ ପ୍ରସିଦ୍ଧ ଏବଂ ସଫଳ ଅଭିନେତ୍ରୀ ହୋଇ ସାରିଥିଲେ । ଯେଉଁଠି ସୈଫ ତାଙ୍କ ସାମ୍ନାରେ କିଛି ମଧ୍ୟ ନଥିଲେ । ପୁଣି ଏହାପରେ ଅମୃତା ବିବାହ ପରେ ନିଜର ଫିଲ୍ମ କ୍ୟାରିଅର ପ୍ରତି ଅଧିକ ଧ୍ୟାନ ଦେଉଥିଲେ, କିନ୍ତୁ ତା’ସହିତ ନିଜର ଗୃହସ୍ତ ଜୀବନ ଉପରେ ମଧ୍ୟ ଧ୍ୟାନ ଦେଉଥିଲେ ।

google

ସେହିପରି ସୈଫ ଅଲୀ ଖାନଙ୍କ ମୁଣ୍ଡରୁ ଅମୃତାଙ୍କ ପାଇଁ ପ୍ରେମ ସେତେବେଳେ ଶେଷ ହୋଇଥିଲା ଯେତେବେଳେ ଅମୃତା ତାଙ୍କୁ ଫ୍ଲୋପ୍ ଅଭିନେତା କହିବାକୁ ଲାଗିଲେ । ସୈଫ ସେହି ସମୟରେ ଜଣେ ସଫଳ ଅଭିନେତା ନଥିଲେ । ଯେଉଁ କାରଣରୁ ଅମୃତା ଏବଂ ସୈଫଙ୍କ ସମ୍ପର୍କ ଖରାପ ହେବାରେ ଲାଗିଥିଲେ । ଅର୍ଥାତ ଦୁହିଁଙ୍କ ସମ୍ପର୍କ ବିଗିଡିବାରେ ଲାଗିଥିଲା । ସେ କହନ୍ତି ଯେ ଯେଉଁ ବିବାହ ପରିବାରର ବିନା ସହମତି ଏବଂ ଗୁପ୍ତ ଭାବରେ କରାଯାଇଥାଏ, ତାହାର ପରିଣାମ କେବେବି ଭଲ ହୋଇ ନଥାଏ । ସୈଫ ଏବଂ ଅମୃତାଙ୍କ ସମ୍ପର୍କର ଅନ୍ତ ମଧ୍ୟ କିଛି ଏହିପରି ଥିଲା । କିନ୍ତୁ ସମ୍ପର୍କ ବିଗିଡିବା ପରେ ସୈଫ ପାଖାପାଖି ୨ ବର୍ଷ ଅମୃତାଙ୍କ ଠାରୁ ଦୂରେଇ ରହିଥିଲେ ଏବଂ ତା’ପରେ ଅମୃତାଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ ।

google

ଅମୃତାଙ୍କ ଠାରୁ ଅଲଗା ହେବା ପରେ ସେ ରୋଜା ନାମକ ଜଣେ ମୋଡେଲଙ୍କୁ ଡେଟ୍ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । କିନ୍ତୁ ସେମାନଙ୍କ ସମ୍ପର୍କ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । ତା’ପରେ ସୈଫ ଅଲୀ ଖାନଙ୍କୁ କରୀନାଙ୍କୁ ଏତେ ପସନ୍ଦ କରୁଥିଲେ ଯେ ଦୁହେଁ ବିବାହ କରି ନିଜ ସମ୍ପର୍କକୁ ଆଉ ଏକ ନାମ ଦେଇଥିଲେ । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ସୈଫଙ୍କ ପ୍ରଥମ ବିବାହ ହୋଇଥିଲା ସେତେବେଳେ କରୀନା ଖୁବ୍ ସାନ ଥିଲେ ।

ଏହିପରି ଆପଣ ନିଜେ ଅନୁମାନ କରି ପାରୁଥିବେ ଯେ ସୈଫଙ୍କ ବୟସ କରୀନାଙ୍କ ଠାରୁ କେତେ ଅଧିକ ହୋଇଥିବ । କିନ୍ତୁ କହିବାକୁ ଗଲେ ପ୍ରେମରେ ଆମ ବଲିଉଡ଼ ଷ୍ଟାର ମାନେ କେବେ ମଧ୍ୟ ବୟସ ଦେଖନ୍ତି ନାହିଁ ।

Leave a Reply

Your email address will not be published. Required fields are marked *