ହିଟ୍ ଚଳଚ୍ଚିତ୍ରରେ ମାନଙ୍କରେ ଅଭିନୟ କରି ମଧ୍ୟ କାହିଁକି ସଫଳ ହୋଇପାରିଲେ ନାହିଁ ‘ଲଗାନ୍’ର ଏହି ଅଭିନେତ୍ରୀ ଜଣକ, ବର୍ତ୍ତମାନ ଏହିପରି ଜୀବନଯାପନ ଅତିବାହିତ କରୁଛନ୍ତି ।

ହିଟ୍ ଚଳଚ୍ଚିତ୍ରରେ ମାନଙ୍କରେ ଅଭିନୟ କରି ମଧ୍ୟ କାହିଁକି ସଫଳ ହୋଇପାରିଲେ ନାହିଁ ‘ଲଗାନ୍’ର ଏହି ଅଭିନେତ୍ରୀ ଜଣକ, ବର୍ତ୍ତମାନ ଏହିପରି ଜୀବନଯାପନ ଅତିବାହିତ କରୁଛନ୍ତି ।

ଗ୍ରେସି ସିଂହ ଏକ ହିଟ୍ ଅଭିନେତ୍ରୀ ଥିଲେ କିନ୍ତୁ ତାଙ୍କ କ୍ୟାରିୟର ବହୁତ ଲମ୍ବା ଚାଲିନଥିଲା, ଏହାର ଖୁଲାସା ସେ ଏକ ଇଣ୍ଟରଭ୍ୟୁରେ କରିଥିଲେ ।

ବଲିଉଡ ଜଗତ ପୁରାପୁରି ଭିନ୍ନ ଅଟେ । ଏଠାରେ କିଏ ରହିବ ଓ କିଏ ଏଠାରୁ ଉଭେଇଯିବ କିଛି ଜଣାପଡିନଥାଏ । ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଆଜି ମଧ୍ୟ ସଂଘର୍ଷ କରୁଥିବାର ନଜର ଆସୁଛନ୍ତି । କିଛି କଳାକାର ଏପରି ମଧ୍ୟ ଅଛନ୍ତି ଯେଉଁମାନେ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରି ମଧ୍ୟ ବର୍ତ୍ତମାନ ଅଚିହ୍ନା ଭାବେ ଜୀବନଯାପନ କରୁଛନ୍ତି । ବଲିଉଡର ଏପରି ଏକ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ଗ୍ରେସି ସିଂହ ଯିଏ ନିଜ କ୍ୟାରିୟରରେ ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ବଲିଉଡରୁ ଦୂରେଇ ଯାଇଛନ୍ତି । ଗ୍ରେସି ବଲିଉଡରେ ବହୁତ ଭଲ ଭାବରେ ଆଗମନ କରିଥିଲେ କିନ୍ତୁ ଧୀରେ ଧୀରେ ତାଙ୍କ କ୍ୟାରିୟର ବି-ଗ୍ରେଡ଼ ଚଳଚ୍ଚିତ୍ର ଓ ଟିଭିକୁ ଆସି ଅଟକିଗଲା । ଆଜି ସେ ଲାଇମଲାଇଟରୁ ବହୁତ ଦୂରରେ ଅଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ପ୍ରତିଭାବାନ ଓ ସୁନ୍ଦରୀ ଅଭିନେତ୍ରୀ ଗ୍ରେସି ହଠାତ୍ ଲାଇମଲାଇଟରୁ ଦୁରେଇ ଗଲେ କାହିଁକି ଏବଂ ବର୍ତ୍ତମାନ ସେ କେଉଁଠି ଅଛନ୍ତି ।

newstrend

ଟିଭି ଶୋ ଇଣ୍ଡଷ୍ଟ୍ରିରେ କରିଥିଲେ ଆଗମନ

ଗ୍ରେସି ସିଂହଙ୍କ ଜନ୍ମ ୨୦ ଜୁଲାଇ ୧୯୮୦ ମସିହା ଦିଲ୍ଲୀରେ ହୋଇଥିଲା । ଗ୍ରେସି ପାଠପଢ଼ାରେ ବହୁତ ଭଲ ଥିଲେ ଏଥିପାଇଁ ତାଙ୍କ ମାତାପିତା ଚାହୁଁଥିଲେ ଯେ ସେ ଡାକ୍ତର କିମ୍ବା ଇଞ୍ଜିନିୟର ହୁଅନ୍ତୁ । ଯଦିଓ ଗ୍ରେସି ବଲିଉଡର ସ୍ବପ୍ନ ଦେଖୁଥିଲେ ତେଣୁ ପାଠପଢା ସାରି ମଡେଲିଙ୍ଗ ଜଗତରେ ପାଦ ରଖିଲେ । ୧୯୯୭ ମସିହାରେ ଗ୍ରେସି ସିଂହଙ୍କୁ ଟିଭି ଶୋ ‘ଅମାନତ’ରେ କାମ କରିବା ପାଇଁ ସୁଯୋଗ ମିଳିଥିଲା ।

newstrend

ଅମାନତ ସିରିଏଲରୁ ଗ୍ରେସି ସିଂହଙ୍କୁ ପରିଚୟ ମିଳିଲା କିନ୍ତୁ ସେହି ସଫଳତା ମିଳିଲା ନାହିଁ ଯାହା ସେ ଚାହୁଁଥିଲେ । ଏହାପରେ ଗ୍ରେସି ସିଂହ କିଛି ଚଳଚ୍ଚିତ୍ରରେ ନଜର ଆସିଲେ, କିନ୍ତୁ ୨୦୦୧ ମସିହାରେ ଗ୍ରେସିଙ୍କ ଭାଗ୍ୟ ଖୋଲିଗଲା । ଏହା ସେହି ସମୟ ଥିଲା ଯେତେବେଳେ ଗ୍ରେସିଙ୍କୁ ପରଦାରେ ସବୁଠାରୁ ବଡ଼ ବ୍ରେକ୍ ମିଳିଥିଲା । ସେହି ବର୍ଷ ଗ୍ରେସି ସୁପରଷ୍ଟାର ଆମୀର ଖାନଙ୍କ ସହିତ ଚଳଚ୍ଚିତ୍ର ‘ଲଗାନ୍’ରେ ନଜର ଆସିଥିଲେ ।

ଲଗାନ୍ ଚଳଚ୍ଚିତ୍ରରୁ ଚମକିଲା ଗ୍ରେସିଙ୍କ ଭାଗ୍ୟ

newstrend

ଚଳଚ୍ଚିତ୍ର ‘ଲଗାନ୍’ର ନିର୍ଦ୍ଦେଶକ ଆଶୁତୋଷ ଗୁଆରିକରଙ୍କୁ ଏକ ସରଳ ମଫସଲି ଝିଅର ଆବଶ୍ୟକତା ରହିଥିଲା । ଯେପରି ସେ ଗ୍ରେସିଙ୍କୁ ଦେଖିଲେ ତାଙ୍କ ଖୋଜା ବନ୍ଦ ହୋଇଗଲା ଏହି ଚଳଚ୍ଚିତ୍ରରେ ଗ୍ରେସି ଏକ ଗାଁର ଝିଅ ଗୌରୀର ଭୂମିକାରେ ନଜର ଆସିଥିଲେ ଯିଏକି ମୁଖ୍ୟ ଚରିତ୍ର ଅର୍ଥାତ ଭୁବନଙ୍କୁ ଭଲ ପାଉଥିଲା । ଏହି ଚଳଚ୍ଚିତ୍ରଟି ଜବରଦସ୍ତ ହିଟ୍ ହେଲା ଏବଂ ଗ୍ରେସି ରାତାରାତି ଏକ ସିନେ ତାରକା ସାଜିଗଲେ ।

newstrend

ଲଗାନ୍ ଅସ୍କରରେ ବିଦେଶୀ ଭାଷା ଚଳଚ୍ଚିତ୍ରରେ ନମିନେଟ୍ ହୋଇଥିଲା । ସବୁଆଡ଼େ ଗ୍ରେସିଙ୍କ ଚର୍ଚ୍ଚା ଆରମ୍ଭ ହୋଇଗଲା । ଏହାପରେ ୨୦୦୩ ମସିହାରେ ଗ୍ରେସି ଅଜୟ ଦେବଗନଙ୍କ ସହ ଚଳଚ୍ଚିତ୍ର ‘ଗଙ୍ଗାଜଳ’ରେ ନଜର ଆସିଲେ । ଏହି ଚଳଚ୍ଚିତ୍ର ମଧ୍ୟ ବଡ଼ ପରଦାରେ ହିଟ୍ ହେଲା ଏବଂ ଗ୍ରେସିଙ୍କ ସଫଳତା ବଢିବାକୁ ଲାଗିଲା । ୨୦୦୩ ମସିହାରେ ଗ୍ରେସି ସଞ୍ଜୟ ଦତ୍ତଙ୍କ ସହିତ ଚଳଚ୍ଚିତ୍ର ‘ମୁନ୍ନା ଭାଇ ଏମବିବିଏସ’ରେ ନଜର ଆସିଲେ । ଏହି ଚଳଚ୍ଚିତ୍ର ମଧ୍ୟ ଜବରଦସ୍ତ ହିଟ୍ ହେଲା ଓ ଗ୍ରେସିଙ୍କୁ ଅନେକ ପୁରସ୍କାର ଲାଭ ହେଲା ।

ହିଟ୍ ଚଳଚ୍ଚିତ୍ର ପରେ କୁଆଡ଼େ ହଜିବାକୁ ଲାଗିଲେ ଗ୍ରେସି

newstrend

ଗ୍ରେସିଙ୍କ ଅନେକଗୁଡ଼ିଏ ଚଳଚ୍ଚିତ୍ର ହିଟ୍ ହୋଇଥିଲା, କିନ୍ତୁ ତାଙ୍କ ଜୀବନରେ ସେହି ସମୟ ମଧ୍ୟ ଖୁବଶୀଘ୍ର ଆସିଗଲା ଯେତେବେଳେ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯିବାକୁ ଲାଗିଲେ । ଗ୍ରେସି ସୁନ୍ଦର ଓ ଚତୁର ଥିଲେ, କିନ୍ତୁ ତାଙ୍କର ଗୋଟିଏ ଦୁଇଟି ଚଳଚ୍ଚିତ୍ର ଫ୍ଲପ୍ ହେବାପରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା । ସେହି ସମୟରେ ରାନୀ, କରିନା, ଐଶ୍ଚର୍ଯ୍ୟା ଓ ପ୍ରୀତି ଜିଣ୍ଟା ଭଳି ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନରେ ଥିଲେ । ଏହାର ଏକ କାରଣ ଏହା ମଧ୍ୟ ଥିଲା ଯେ ଏହି ଅଭିନେତ୍ରୀ ମାନେ ସେହି ଗ୍ଲେମରେସ୍ ଭୂମିକାରେ ମଧ୍ୟ ଅଭିନୟ କରିପାରୁଥିଲେ, ଯାହା ଗ୍ରେସି କେବେମଧ୍ୟ କରିନଥିଲେ । ଏହିପରି ଗ୍ରେସିଙ୍କ ଚଳଚ୍ଚିତ୍ର ଗୁଡ଼ିକ ଫ୍ଲପ୍ ହେବାକୁ ଲାଗିଲା ଓ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା ।

newstrend

ବଡ଼ ବଡ଼ ଚଳଚ୍ଚିତ୍ରର ହିଟ୍ ଅଭିନେତ୍ରୀ ରହିଥିବା ଗ୍ରେସି କାମ ନମିଳିବାରୁ ବି-ଗ୍ରେଡ଼ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିବାକୁ ଲାଗିଲେ । ୨୦୦୮ରେ ସେ କମାଲ ଆର ଖାଁ ଙ୍କ ଚଳଚ୍ଚିତ୍ର ‘ଦେଶଦ୍ରୋହୀ’ରେ ଅଭିନୟ କଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା । ଏହାପରେ ଗ୍ରେସି ବଲିଉଡ ଠାରୁ ଦୂରେଇ ଗଲେ ଓ ଟିଭି ଜଗତକୁ ଫେରିଲେ । ସେ ଶୋ ‘ଜୟ ସନ୍ତୋଷି ମାଁ’ରେ ମାତାଙ୍କ ଭୂମିକାରେ ଅଭିନୟରେ କରିଥିଲେ ।

ଇଣ୍ଟରଭ୍ୟୁରେ କରିଥିଲେ ଅନେକ ଖୁଲାସା

newstrend

ସୁନ୍ଦରୀ ଓ ପ୍ରତିଭାବାନ ହୋଇ ମଧ୍ୟ ଗ୍ରେସି କାହିଁକି ସଫଳ ହୋଇପାରିଲେ ନାହିଁ ଏହା ପଛର କାରଣ ନେପୋଟିଜମମ୍ ବୋଲି କୁହାଯାଏ । ଗ୍ରେସି ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ‘ମୁଁ ପରିଶ୍ରମ କରିପାରେ, ଚେଲାଗିରି ନୁହଁ । ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି କଥା ମୋତେ ବୁଝା ପଡେନାହିଁ । ଚଳଚ୍ଚିତ୍ରରେ ରୋଲ ପାଇବା ପାଇଁ ପ୍ରଯୋଜକ ନିକଟକୁ ଯିବା, ଉତ୍ସବ ସମାରୋହରେ ଯୋଗଦାନ କରିବା, ଏହି ସବୁକିଛି ମୋ ଦ୍ୱାରା ହେବନାହିଁ । ମୋତେ ଜଣାପଡିଲା ନାହିଁ ଯେ କେବେ ମୋ ନିକଟକୁ କାମ ଆସିବା ବନ୍ଦ ହୋଇଗଲା ।

newstrend

ଗ୍ରେସି ସିଂହ ବଲିଉଡରେ ନିଜ କ୍ୟାରିୟର ତିଆରି କରିବା ପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କ ମନ ଅଧ୍ୟାତ୍ମ ଆଡ଼କୁ ମଧ୍ୟ ରହିଥିଲା । ବଲିଉଡରେ ଅସଫଳତା ପାଇବା ପରେ ସେ ଗ୍ଲେମର ଜଗତରୁ ଦୂରେଇ ଗଲେ । ବର୍ତ୍ତମାନ ସେ ବ୍ରହ୍ମକୁମାରୀ ସହ ଜଡ଼ିତ ହୋଇଯାଇଛନ୍ତି । ଗ୍ରେସି ଜଣେ ଭରତନାଟ୍ୟମ ନର୍ତ୍ତକୀ ମଧ୍ୟ ଥିଲେ ।

newstrend
newstrend

ଗ୍ରେସି ସିଂହ ପ୍ରତିବର୍ଷ ବ୍ରହ୍ମକୁମାରୀ ଯାଆନ୍ତି । ସେଠାରେ ଆୟୋଜିତ ହେଉଥିବା ଅଧ୍ୟାତ୍ମ କାର୍ଯ୍ୟକ୍ରମ ସହ ଜଡ଼ିତ ହୁଅନ୍ତି ଏବଂ ଅନେକ ଥର ସେଠାରେ ହେଉଥିବା ସମାରୋହରେ ଭରତନାଟ୍ୟମ ନୃତ୍ୟ ପରିବେଷଣ କରନ୍ତି । ଗ୍ରେସି ସିଂହ ବର୍ତ୍ତମାନ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଅଧ୍ୟାତ୍ମ ଆଡ଼କୁ ଲଗାଇଛନ୍ତି ଏବଂ ବଲିଉଡରୁ ପୁରାପୁରି ଦୂରେଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *