ଈଶା ଅମ୍ବାନୀଙ୍କ ବିବାହରେ କାହିଁକି ୱେଟର୍ ହୋଇ ଖାଇବା ପରସିଥିଲେ ଏହି ବଲିଉଡ କଳାକାରମାନେ ! ସାମ୍ନାକୁ ଆସିଲା କାରଣ…

ଈଶା ଅମ୍ବାନୀଙ୍କ ବିବାହରେ କାହିଁକି ୱେଟର୍ ହୋଇ ଖାଇବା ପରସିଥିଲେ ଏହି ବଲିଉଡ କଳାକାରମାନେ ! ସାମ୍ନାକୁ ଆସିଲା କାରଣ…

ଯେତେବେଳେ ଦୁନିଆର ସବୁଠାରୁ ଧୋନି ଲୋକଙ୍କ ଲିଷ୍ଟ ବାହାରିଥାଏ ସେଥିରେ ମୁକେଶ ଅମ୍ବାନୀଙ୍କ ନାମ ମଧ୍ୟ ସାମିଲ୍ ହୋଇଥାଏ । ଭାରତର ସବୁଠାରୁ ଧୋନି ବ୍ୟକ୍ତି ମୁକେଶ ଅମ୍ବାନୀ ଧୋନି ହୋଇଥିବାରୁ ସମଗ୍ର ଦେଶରେ ଜଣା ଯାଆନ୍ତି । କେବଳ ଭାରତ ନୁହେଁ ବରଂ ପୁରା ଏସିଆରେ ସେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପରିଚିତ ।

ମୁକେଶ ଅମ୍ବାନୀଙ୍କୁ ତାଙ୍କର ଅଲିଶାନ୍ ଜୀବନଶୈଳୀ ପାଇଁ ମଧ୍ୟ ଜଣାଯାଏ । ଯେତେବେଳେ ତାଙ୍କ ପରିବାର ଘରେ କିଛି ଉତ୍ସବ ହୁଏ ତାହା ଖୁବ୍ ଭବ୍ୟ ରୂପରେ ହୋଇଥାଏ । ଏବେ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବିବାହକୁ ଧରି ନିଅନ୍ତୁ । ଏହି ବିବାହ ଡିସେମ୍ବର ୧୨, ୨୦୧୮ରେ ହୋଇଥିଲା । ଯେତେବେଳେ ଈଶା ପୀରାମଲ୍ ଇଣ୍ଡଷ୍ଟ୍ରିଜର ଆନନ୍ଦ ପୀରାମଲଙ୍କୁ ବିବାହ କରିଥିଲେ ।

ଈଶା ଅମ୍ବାନୀଙ୍କ ବିବାହ ତାଙ୍କ ଘରର ପ୍ରଥମ ବିବାହ ଥିଲା । ଏମିତିରେ ଏହା ଖୁବ୍ ବଡ଼ ରୂପରେ ସମ୍ପନ୍ନ ହୋଇଥିଲା । ଏହି ବିବାହରେ ଅନେକ ବିଶିଷ୍ଠ ବ୍ୟକ୍ତି ସାମିଲ୍ ହୋଇଥିଲେ । ଖାସକରି ବଲିଉଡ ଷ୍ଟାର୍ ମାନେ ଅଧିକ ମାତ୍ରାରେ ଉପସ୍ଥିତ ହୋଇଥିଲେ । ଏହି ବିବାହକୁ ଦେଖି ଏପରି ଲାଗୁଥିଲା ଯେପରି କିଛି ବୋଲିଉଡ଼ ଆୱାର୍ଡ ଶୋ’ ଚାଲିଛି । ଏହି ବିବାହ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସବୁ ଲୋକ ଆସିଥିଲେ ।

ଈଶା ଅମ୍ବାନୀଙ୍କ ବିବାହରେ ଏକ ଖାସ୍ ଜିନିଷ ହୋଇଥିଲା ଯାହାକି ଫ୍ୟାନମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବିବାହକୁ ଆସିଥିବା ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ସମସ୍ତ ବଲିଉଡ ଷ୍ଟାର୍ ବରଯାତ୍ରୀଙ୍କୁ ଖାଇବା ପରସି ଥିଲେ । ଏମିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ ବାସ୍ତବରେ ଏହି ଲୋକପ୍ରିୟ ଫିଲ୍ମ କଳାକାରମାନେ ଅମ୍ବାନୀ ଝିଅଙ୍କ ବିବାହରେ ଖାଇବା ପରସୁଛନ୍ତି କାହିଁକି ?

ଖାଇବା ପରସିବା ଭଳି କଥାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ମିମ୍ ମଧ୍ୟ ହୋଇଥିଲା । ଏହି ବିବାହରେ ଅଭିଷେକ ବଚ୍ଚନ ନିଜର ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ଆସିଥିଲେ । ତାଙ୍କୁ ମଧ୍ୟ ବିବାହରେ ଖାଇବା ପରସିବାର ଦେଖା ଯାଇଥିଲା । ଏହି ଦୃଶ୍ୟ ଦେଖି ଜଣେ ଫ୍ୟାନ ଅଭିଷେକ ବଚ୍ଚନଙ୍କୁ ଟ୍ରଲ୍ ମଧ୍ୟ କରିଥିଲେ । ଏଥିରେ ଅଭିଷେକ ‘ସଜ୍ଜନ ଘୋଟ’ ରୀତି ବିଷୟରେ କହିଥିଲେ ।

ବାସ୍ତବରେ ଗୁଜୁରାତି ବିବାହରେ ‘ସଜ୍ଜନ ଘୋଟ’ ନାମକ ଏକ ପରମ୍ପରା ଥାଏ । ଏଥିରେ ଝିଅ ଘରର ଲୋକ ବରଯାତ୍ରୀଙ୍କୁ ଖାଦ୍ୟ ପରସିଥାନ୍ତି । ବାସ୍ କେବଳ ଏହି କାରଣରୁ ଈଶା ଅମ୍ବାନୀଙ୍କ ବିବାହରେ ସବୁ ଫିଲ୍ମ କଳାକାରଙ୍କୁ ୱେଟର୍ ଭାବରେ ଖାଇବା ପରସିବାର ଦେଖା ଯାଇଥିଲା । ଏହା ଏକ ପରମ୍ପରା ଥିଲା ଯେଉଁଥିରେ ଲାଜ କରିବାର କୌଣସି କାରଣ ନାହିଁ । ବରଂ ଏହା ଏକ ପ୍ରକାରର ସମ୍ମାନର କଥା ହୋଇଥାଏ ।

କହିରଖୁଛୁ ଯେ ମୁକେଶ ଅମ୍ବାନୀ ତାଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହରେ କୌଣସି ଅଭାବ ରଖି ନଥିଲେ । ସେ ଏହି ବିବାହରେ ମନଇଚ୍ଛା ପଇସା ଖର୍ଚ୍ଚ କରିଥିଲେ । ଏହି ବିବାହ ଅମ୍ବାନୀଙ୍କ ଅଲିଶାନ୍ ଘର ଏଣ୍ଟିଲିୟାରେ ହୋଇଥିଲା ।

Leave a Reply

Your email address will not be published. Required fields are marked *