ଝିଅମାନଙ୍କୁ ବୁଧବାର ଦିନ ଶାଶୁ ଘରକୁ ପଠାଯାଏ ନାହିଁ କାହିଁକି ? କାରଣ ଜାଣିବା ପରେ ଆପଣ ମଧ୍ୟ ବିଶ୍ଵାସ କରିବେ ନାହିଁ…!

ଝିଅମାନଙ୍କୁ ବୁଧବାର ଦିନ ଶାଶୁ ଘରକୁ ପଠାଯାଏ ନାହିଁ କାହିଁକି ? କାରଣ ଜାଣିବା ପରେ ଆପଣ ମଧ୍ୟ ବିଶ୍ଵାସ କରିବେ ନାହିଁ…!

ଭାରତ ଏକ ପ୍ରଥା ଓ ପରମ୍ପରାର ଦେଶ ଅଟେ । ଦେଶବାସୀ ବିଭିନ୍ନ ପରମ୍ପରା ସହ ବାନ୍ଧି ହୋଇ ରହିଛନ୍ତି । କିଛି ପରମ୍ପରା ଏପରି ଅଛି ଯାହା ଭାରତର ଇତିହାସ ସୃଷ୍ଟି ହେବା ପୂର୍ବରୁ ଚାଲି ଆସିଛି । ଭାରତବାସୀ ଧର୍ମଶାସ୍ତ୍ରକୁ ଖୁବ୍ ମାନିଥାନ୍ତି । ଶାସ୍ତ୍ରରେ ଲେଖାଯାଇଛି; କେଉଁ ଦିନଗୁଡିକରେ କେଉଁ କାମ କଲେ ଶୁଭ ଫଳ ମିଳିପାରିବ । ଆଜି ଆମେ ବୁଧବାର ଦିନ କ’ଣ ସବୁ କାମ କଲେ ଶୁଭଫଳ ମିଳିବ, ସେହି ବିଷୟରେ କହିବୁ । ମାନ୍ୟତା ରହିଛି ବୁଧବାର ଦିନ ଝିଅଙ୍କୁ ଶାଶୁ ଘରକୁ ପଠା ଯାଇନଥାଏ । ଆସନ୍ତୁ ଜାଣିବା : କାହିଁକି ବୁଧବାର ଦିନ ଝିଅଙ୍କୁ ଶାଶୁ ଘରକୁ ପଠା ଯାଇନଥାଏ ?

ଶାଶୁଘର ସହ ଖରାପ ସମ୍ପର୍କ ହୋଇଥାଏ :

ଏହି ମାନ୍ୟତା ରହିଛି, ଯଦି ବୁଧବାର ଦିନ ଆପଣ ଝିଅକୁ ଶାଶୂଘରକୁ ପଠାନ୍ତି, ତେବେ ଏହା ଆପଣଙ୍କ ଓ ଆପଣଙ୍କ ଝିଅଙ୍କ ପାଇଁ ଦୁଃଖଦାୟକ ହୋଇଥାଏ । ଖାସ୍ କରି ଯଦି ଆପଣଙ୍କ ଝିଅଙ୍କ ବୁଧ ଗ୍ରହ ଦଶା ଠିକ୍ ନଥାଏ; ତେବେ ଭୁଲ୍ ରେ ମଧ୍ୟ ନିଜ ଝିଅଙ୍କୁ ଶାଶୁଙ୍କ ଘରକୁ ପଠାନ୍ତୁ ନାହିଁ । ଏହା ମଧ୍ୟ ମାନ୍ୟତା ରହିଛି, ବୁଧବାର ଦିନ ଝିଅକୁ ଶାଶୁ ଘରକୁ ପଠାଇଲେ ଦୁର୍ଘଟଣା ହେବାର ସମ୍ଭାବନା ହୋଇଥାଏ । ଏହା ମଧ୍ୟ କୁହାଯାଇଥାଏ; ଏପରି କରିବା ଦ୍ୱାରା ଝିଅଙ୍କ ସମ୍ପର୍କ ଶାଶୁଘର ସହ ଖରାପ ହୋଇଥାଏ । ଶାସ୍ତ୍ରରେ ଏହି ଅଶୁଭ ଘଟଣା ବିଷୟରେ ଉଲ୍ଲେଖ ରହିଛି ।

ଅତୀତର ଏକ ଘଟଣା, ଗୋଟିଏ ନଗରରେ ମଧୁସୂଦନ ନାମକ ଏକ ମହାଜନଙ୍କ ଘଟଣା :

ବହୁତ ପୁରୁଣା ଏହି ଘଟଣା ! ଏକ ଗ୍ରାମରେ ମଧୁସୂଦନ ନାମକ ଏକ ବ୍ୟବସାୟୀ ରହୁଥିଲେ । ସାହୁକାରଙ୍କ ବିବାହ ଏକ ସର୍ବଗୁଣ ସମ୍ପର୍ଣ୍ଣ ସଂଗୀତା ନାମ୍ନୀ ଏକ କନ୍ୟା ସହ ହୋଇଥିଲା । ଦିନେ ମଧୁସୂଦନ ନିଜ ଶାଶୁଘର ଲୋକଙ୍କୁ କହିଥିଲେ, ସଂଗୀତାଙ୍କୁ ବୁଧୁବାର ଦିନ ପଠାଇବା ପାଇଁ । କିନ୍ତୁ ସଂଗୀତାଙ୍କ ପିତାମାତା ସଂଗୀତାଙ୍କୁ ବିଦା କରିବାକୁ ଚାହୁଁ ନଥିଲେ । ସଂଗୀତାଙ୍କ ମାତାପିତା ନିଜ ଜ୍ଵାଇଁଙ୍କୁ ବହୁତ ବୁଝାଇଥିଲେ କିନ୍ତୁ ମଧୁସୂଦନ କୌଣସି ମତେ ରାଜି ହୋଇନଥିଲେ । ଶେଷରେ ଝିଅଙ୍କୁ ବିଦା କରିବାକୁ ପଡିଥିଲା । ଦୁଇଜଣ ବଳଦ ଗାଡ଼ିରେ ଫେରୁଥିଲେ ଓ ଅଚାନକ ମଝି ରାସ୍ତାରେ ବଳଦ ଗାଡିର ଚକ ଭାଙ୍ଗି ଗଲା । ପରେ ଦୁଇ ଜଣ ଚାଲିଚାଲି ଯିବାକୁ ପଡିଲା । ବହୁତ ବାଟ ଯିବା ପରେ ସଂଗୀତାଙ୍କୁ ଶୋଷ ଲାଗିଲା । ମଧୁସୂଦନ, ସଂଗୀତାଙ୍କୁ ଏକ ଗଛ ତଳେ ବସିବାକୁ କହି, ନିଜେ ପାଣି ଆଣିବାକୁ ଯାଇଥିଲେ । ଯେତେବେଳେ ମଧୁସୂଦନ କିଛି ସମୟ ପରେ ଫେରିଲେ, ସେହି ସମୟରେ ମଧୁସୂଦନ ଦେଖୁଛନ୍ତି; ସଂଗୀତାଙ୍କ ପାଖରେ ମଧୁସୂଦନଙ୍କ ଚେହେରା ଭଳି ଜଣେ ଅବିକଳ ଲୋକଟି ବସିଛି ।

ସଂଗୀତା ଯେତେବେଳେ ଏହି ଦୁହେଁଙ୍କୁ ଦେଖିଲେ ସେ ସ୍ତମ୍ବିଭୂତ ହୋଇଗଲା ଏବଂ ଦୁଇ ଜଣଙ୍କ ମଧ୍ୟରେ ଅସଲି କିଏ ଜାଣି ପାରିନଥିଲେ । ଏହି ସମୟରେ ମଧୁସୂଦନ ସେହି ବ୍ୟକ୍ତିକୁ ପଚାରିଥିଲେ ତୁମେ ମୋ ସ୍ତ୍ରୀ ପଖରେ କଣ ପାଇଁ ବସିଛ ? ସେହି ବ୍ୟକ୍ତି କହିଥିଲା ସଂଗୀତା ମୋ ପତ୍ନୀ ଓ ତୁମେ କିଏ ? ଏହା ଶୁଣିବା ପରେ ମଧୁସୂଦନ ରାଗି ଯାଇଥିଲେ ଓ ସେହି ବ୍ୟକ୍ତି ସହ ଝଗଡା କରିବାକୁ ଲାଗିଲେ । କିଛି ସମୟ ପରେ ସେହି ନଗରର ସିପାହୀ ଆସି ଦୁଇ ଜଣଙ୍କୁ ରାଜାଙ୍କ ପାଖକୁ ନେଇଯାଇଥିଲେ ।

ରାଜା ମଧ୍ୟ ନିର୍ଣ୍ଣୟ କରିବାରେ ଅସମର୍ଥ ହେଲେ, ତେଣୁ ଦୁଇ ଜଣଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ଶୁଣିବା ପରେ ଅସଲି ମଧୁସୂଦନ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ଠିକ ସେହିସମୟରେ ଆକାଶବାଣୀ ହେଲା ଓ କୁହାଯାଇଥିଲା; ମଧୁସୂଦନ ତୁମେ ବୁଧବାର ଦିନ ଜବରଦସ୍ତି ସଂଗୀତାଙ୍କୁ ଆଣିଲ ଏହା ବୁଦ୍ଧଦେବଙ୍କ ପ୍ରକୋପ ଅଟେ ।

ମଧୁସୂଦନ ପ୍ରାର୍ଥନା କରିବା ପରେ ବୁଦ୍ଧଦେବ କ୍ଷମା ଦେଇଥିଲେ :

ଆକାଶବାଣୀ ଶୁଣିବା ପରେ ମଧୁସୂଦନ ନିଜ ଭୁଲ୍ ମାନିଥିଲା ଓ ଏହିପରି ଭବିଷ୍ୟତରେ ନ କରିବା ପାଇଁ ପ୍ରତିଶ୍ରୁତି କରିଥିଲା । ମଧୁସୂଦନର ପ୍ରାର୍ଥନା ପରେ ବୁଦ୍ଧଦେବ ତାକୁ କ୍ଷମା କରିଦେଇଥିଲେ । ଏହାପରେ ନକଲି ମଧୁସୂଦନ ସେଠାରୁ ଗାଏବ ହୋଇଯାଇଥିଲା । ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହିପରି ଭାବରେ ମଧୁସୂଦନକୁ ବୁଦ୍ଧଦେବ ଭୁଲର ଫଳ ଦେଇଥିଲେ ।

Leave a Reply

Your email address will not be published. Required fields are marked *