କ’ଣ ଆପଣ ଜାଣନ୍ତି କି :- ଅସ୍ଥିକୁ ଗଙ୍ଗା ନଦୀରେ କାହିଁକି ବିସର୍ଜନ କରାଯାଏ ? ଜାଣନ୍ତୁ ଅସ୍ଥି ବିସର୍ଜନର ରହସ୍ୟ…

କ’ଣ ଆପଣ ଜାଣନ୍ତି କି :- ଅସ୍ଥିକୁ ଗଙ୍ଗା ନଦୀରେ କାହିଁକି ବିସର୍ଜନ କରାଯାଏ ? ଜାଣନ୍ତୁ ଅସ୍ଥି ବିସର୍ଜନର ରହସ୍ୟ…

ଭାରତରେ ଯେବେମଧ୍ୟ କୌଣସି ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ଏହାର ଅନ୍ତିମ ସଂସ୍କାର କରାଯାଏ । ଏହାପରେ ତାହାର ଅସ୍ଥିକୁ ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ବିସର୍ଜନ କରାଯାଏ । ଏହା ଏକ ପ୍ରାଚୀନ ପରମ୍ପରା ଅଟେ ଯାହା ବହୁ ଯୁଗରୁ ଚାଲି ଆସୁଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ପରମ୍ପରା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯେ ଅସ୍ଥି ଗୁଡ଼ିକୁ କାହିଁକି ଗଙ୍ଗା ନଦୀରେ ବିସର୍ଜନ କରାଯାଏ ?

ଧାର୍ମିକ ମାନ୍ୟତା ଅନୁସାରେ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିବା ଫଳରେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଏହି ମୋକ୍ଷ କଣ ହୋଇଥାଏ ଏବଂ ଏଥିରୁ ଆତ୍ମାକୁ କଣ ଲାଭ ମିଳେ ଏହା ଆଉ ଏକ ବିଷୟ ଅଟେ । ଏହା ବିଷୟରେ ଆଉ କେଉଁ ଦିନ ଚର୍ଚ୍ଚା କରିବା । ଆଜି ଆମେ ଏହା ଜାଣିବା ପାଇଁ ଚେଷ୍ଟା କରିବା ଯେ ଗଙ୍ଗା କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରିବାର କଣ ତର୍କ ରହିଛି ? କଣ ଏହା ଏକ ଅନ୍ଧବିଶ୍ୱାସ ଅଟେ କିମ୍ବା ଏହା ପଛରେ କୌଣସି ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଛି ? ଆସନ୍ତୁ ଜାଣିବା ।

ଆଉ ଏକ କଥା ଅନେକ ଯୁଗରୁ ଚାଲି ଆସୁଥିବା ଏହି ପରମ୍ପରାର ଆଜି ପର୍ଯ୍ୟନ୍ତ କେହି ବିରୋଧ କରି ନାହାଁନ୍ତି । ସମସ୍ତ ବ୍ୟକ୍ତିଙ୍କ ଇଚ୍ଛା ଥାଏ ଯେ ମୃତ୍ୟୁ ଉପରାନ୍ତ ତାଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଦିଆଯାଏ । ତାହା ବୈଷ୍ଣବ ସମ୍ପ୍ରଦାୟ (ବିଷ୍ଣୁ ଭଗବାନଙ୍କ ଭକ୍ତ) ହୁଅନ୍ତୁ କିମ୍ବା ଶୈବ ସମ୍ପ୍ରଦାୟ (ଶିବ ଭଗବାନଙ୍କ ଭକ୍ତ) । ବବର୍ତ୍ତମାନ ସୂଚନାଯୋଗ୍ୟ ଯେ ଗଙ୍ଗାର ଜଳ ତାଙ୍କ ଅସ୍ଥି ଦ୍ୱାରା ଦୂଷିତ ହେବା ପାଇଁ ବ୍ୟକ୍ତି କାହିଁକି ଚାହୁଁଛନ୍ତି ? ଏବଂ କଣ ଏଥି ଯୋଗୁଁ ସତରେ ଗଙ୍ଗାଜଳ ଦୂଷିତ ହୋଇଥାଏ ? ଚାଲନ୍ତୁ ଏହା ପଛର ତର୍କ ବିଷୟରେ ଜାଣିବା ।

ସଚିନ୍ କୁମାର୍ ଏକ ବାଣିଜ୍ୟ ଛାତ୍ର ଅଟନ୍ତି । ସେ ଅନେକଗୁଡ଼ିଏ ଧାର୍ମିକ ଗ୍ରନ୍ଥ ଓ ନଦୀ ଜଳରେ ଗବେଷଣା କରିଛନ୍ତି । ସେ ନିଜ ଅଧ୍ୟୟନରେ ଜାଣିଛନ୍ତି ଯେ ପବିତ୍ର ନଦୀ ଗୁଡ଼ିକରେ ମୃତକ ମନୁଷ୍ୟଙ୍କ ଅସ୍ଥି ବିସର୍ଜନର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯେତିକି ମଧ୍ୟ ପବିତ୍ର ନଦୀ ରହିଛି ସବୁର ଜଳ ଅଧିକାଂଶ କୃଷିରେ ଉପଯୋଗ ହୋଇଥାଏ । ଅସ୍ଥି (ଶବର ପାଉଁଶ)ରେ ଫସଫେଟ୍ ମାତ୍ରା ଅଧିକ ଥାଏ । ଫସଫେଟ୍ କୃଷି ପାଇଁ ଲାଭକାରୀ ହୋଇଥାଏ । ଫସଫେଟ୍ ମୃତ୍ତିକାର ଉର୍ବରତା ଓ ଫସଲ ଉତ୍ପାଦନ ସ୍ତରକୁ ବୃଦ୍ଧି କରିଥାଏ । କେବଳ ଏହି କାରଣ ଅଟେ ଯେ ମୃତ୍ୟୁ ଉପରାନ୍ତ ମଧ୍ୟ ମନୁଷ୍ୟର ଅସ୍ଥି ଗୁଡ଼ିକୁ ଗଙ୍ଗା ଏବଂ ଅନ୍ୟ ପବିତ୍ର ନଦୀ ଗୁଡ଼ିକରେ ପ୍ରବାହିତ କରାଯାଏ ।

ମୋକ୍ଷର ତର୍କ ବିଷୟରେ ଆଲୋଚନା କରିବା ତେବେ ମନୁଷ୍ୟ ଶରୀର ପ୍ରକୃତିର ପଞ୍ଚତତ୍ତ୍ୱକୁ ନେଇ ଗଢ଼ା । ମୃତ୍ୟୁପରେ କେବଳ ମନୁଷ୍ୟର ଅସ୍ଥି ରହିଯାଏ । ଏମିତିରେ ତାକୁ ନଦୀରେ ବିସର୍ଜନ କରି ତାକୁ ପ୍ରକୃତି ନିକଟକୁ ପୁଣିଥରେ ବିସର୍ଜିତ କରି ଦିଆଯାଏ । ଏପରି ଭାବରେ ମନୁଷ୍ୟର ଆତ୍ମା ଉପରେ କୌଣସି ବୋଝ ରହେ ନାହିଁ ଏବଂ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଯାଏ ।

Leave a Reply

Your email address will not be published. Required fields are marked *