ପ୍ରିୟଙ୍କା ଚୋପଡ଼ାଙ୍କୁ କାହିଁକି ଏପରି କହୁଛନ୍ତି ସୋସିଆଲ୍ ମିଡ଼ିଆ ୟୁଜର୍ !

ପ୍ରିୟଙ୍କା ଚୋପଡ଼ାଙ୍କୁ କାହିଁକି ଏପରି କହୁଛନ୍ତି ସୋସିଆଲ୍ ମିଡ଼ିଆ ୟୁଜର୍ !

ନିଜର ସ୍ୱତନ୍ତ୍ର ଢ଼ଙ୍ଗ ଏବଂ ଷ୍ଟାଇଲ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । କହିରଖୁଛୁ ଯେ ଏଥର ପ୍ରିୟଙ୍କା ଚୋପଡ଼ା ଏକ ଜ୍ୟାକେଟ୍ ପିନ୍ଧି ସୋସିଆଲ୍ ମିଡିଆରେ ଫୋଟ ସେୟାର୍ କରିଛନ୍ତି । ଯେଉଁଥିରେ ମାତା କାଳୀଙ୍କ ଚିତ୍ର ରହିଛି । ଆମେ ଆପଣଙ୍କୁ କହି ଦେଉଛୁ ଯେ “କାଳୀ” ମା’ଙ୍କର ଫୋଟ ଥିବା ଏହି ଜ୍ୟାକେଟ୍ କାରଣରୁ ପ୍ରିୟଙ୍କା ଚୋପଡ଼ା ସୋସିଆଲ୍ ମିଡିଆରେ ଟ୍ରଲ୍ ହେଉଛନ୍ତି । ସୋସିଆଲ୍ ମିଡିଆ ୟୁଜର୍ ନିଜ ନିଜ ହିସାବରେ ପ୍ରିୟଙ୍କା ଚୋପଡ଼ାଙ୍କର ଏହି ଡ୍ରେସ୍ କୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । କେହି ତାଙ୍କୁ ଲଜ୍ଜିତ ହେବାକୁ ଉପଦେଶ ଦେଇଛନ୍ତି ତ ଆଉ କେହି “ଧର୍ମର ଅପମାନ ନକରିବାକୁ” ଉପଦେଶ ଦେଇଛନ୍ତି ।

ଏମିତିରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା କୌଣସି ପ୍ରଥମ ଅଭିନେତ୍ରୀ ନୁହଁନ୍ତି । ଯିଏକି ଧର୍ମର ଅପମାନକୁ ନେଇ ଟ୍ରଲ୍ ହୋଇଛନ୍ତି । ଏହା ପୂର୍ବରୁ “ପବିତ୍ର ରାସ୍ତା” ସିରିଏଲ୍ ଫେମ ଅଙ୍କିତା ଲାଖଣ୍ଡେ ଏବଂ ବାଣୀ କପୂର୍ ମଧ୍ୟ ‘ୟୁଜର୍’ଙ୍କ ‘ଟ୍ରଲ୍’ର ଶିକାର ହୋଇଥିଲେ । କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଅଙ୍କିତା ଲାଖଣ୍ଡେ ହଳଦିଆ ପାଇଜାମା ଏବଂ ଟି-ସାର୍ଟ ପିନ୍ଧି ଏକ ଫୋଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ “ଓଁ” ପାଦ ତଳ କୁ ଦେଖା ଯାଉଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ଲୋକେ କ୍ରୋଧିତ ହୋଇ ଯାଇଥିଲେ ଏବଂ ଭଗବାନଙ୍କ ଅପମାନ କରିବାକୁ ନେଇ ଅଙ୍କିତାଙ୍କୁ ଅନେକ କିଛି ଶୁଣାଇ ଦେଇଥିଲେ ।

ଏମିତିରେ ଥରେ ବାଣୀ କପୂର୍ ବ୍ଲଡ୍ ଟୋପ୍ ପିନ୍ଧି ନିଜର ଫୋଟ ସେୟାର କରିଥିଲେ । ଯେଉଁଥିରେ “ରାମ” ଲେଖା ଯାଇଥିଲା । ଏହି କାରଣରୁ ୟୁଜର୍ ‘ବାଣୀ କପୂର୍’ଙ୍କୁ ଖୁବ୍ ଟ୍ରଲ୍ କରିଥିଲେ । କେବଳ ସେତିକି ନୁହେଁ ଅନେକ ସ୍ଥାନରେ ‘ବାଣୀ କପୂର୍’ଙ୍କ ନାମରେ କେସ୍ ମଧ୍ୟ ହୋଇଥିଲା । ଯେଉଁ ଘଟଣା ପରେ ତାଙ୍କୁ ନିଜ ଫୋଟ କୁ ସୋସିଆଲ୍ ମିଡ଼ିଆରୁ ଡିଲିଟ୍ କରିବାକୁ ପଡ଼ିଥିଲା ।

ଶେଷରେ ଆମେ ପ୍ରିୟଙ୍କାଙ୍କ ଆଗାମୀ ପୋଜେକ୍ଟ ବିଷୟରେ କହିରଖୁଛୁ ଯେ ସେ ଆଗାମୀ ଦିନରେ ଅମେଜନ୍ ପ୍ରାଇମ୍ ଶୋ “ସିଟାଡେଲ୍” ରେ ନଜର ଆସିବେ । ଏଥିରେ ସେ ରିଚାର୍ଡ ମୈଡନଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ସେ ହୋଲିଉଡ଼ ଫିଲ୍ମ “ଟେକ୍ସ୍ଟ ଫର୍ ୟୁ”ରେ ମଧ୍ୟ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *