‘କୋଭିଡ୍-୧୯’ର ଦ୍ୱିତୀୟ ତରଙ୍ଗରେ ରାଜ୍ୟମାନଙ୍କ ଦ୍ଵାରା ଲଗିଥିବା ପ୍ରତିବନ୍ଧକ ବଢ଼ାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା !

‘କୋଭିଡ୍-୧୯’ର ଦ୍ୱିତୀୟ ତରଙ୍ଗରେ ରାଜ୍ୟମାନଙ୍କ ଦ୍ଵାରା ଲଗିଥିବା ପ୍ରତିବନ୍ଧକ ବଢ଼ାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା !

ଦେଶର ଅଧିକାଂଶ ରାଜ୍ୟରେ ‘କୋଭିଡ୍-୧୯’ର ଦ୍ୱିତୀୟ ତରଙ୍ଗ ବ୍ୟାପିବା କାରଣରୁ ବ୍ୟାଙ୍କଗୁଡିକର ଚିନ୍ତା ବଢ଼ିବାରେ ଲାଗିଛି କାରଣ ମହାମାରୀର ଏହି ଦ୍ୱିତୀୟ ତରଙ୍ଗ ବିଭିନ୍ନ ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବା ଆରମ୍ଭ କରିସାରିଲାଣି । ପ୍ରଥମରୁ ଲୋନ୍ ଡିଫଲ୍ଟ ଯୋଗୁ ବ୍ୟାଙ୍କଗୁଡିକୁ ଅନେକ କ୍ଷତି ସହିବାକୁ ପଡିଛି । ଏହି କାରଣରୁ ବ୍ୟାଙ୍କଗୁଡିକ ଚଳିତ ଆର୍ଥିକ ବର୍ଷରେ ଅଧିକ କ୍ଷତି ସହ୍ୟ କରିବା ସ୍ଥିତିରେ ନାହାଁନ୍ତି କିନ୍ତୁ ସେମାନଙ୍କ ପାଖରେ କୌଣସି ବିକଳ୍ପ ମଧ୍ୟ ନାହିଁ । ଆସନ୍ତା ପର୍ଯ୍ୟାୟରେ ଅବସ୍ଥା ଅତ୍ୟନ୍ତ ଖରାପ ହେବାକୁ ଯାଉଛି, କାରଣ ବର୍ତ୍ତମାନ ଏହି ମହାମାରୀ ହେତୁ ଅର୍ଥନୀତି ପୁଣି ଥରେ ଖରାପ ଅବସ୍ଥାକୁ ଆସିପାରେ ବୋଲି ଆଶଙ୍କା କରାଯାଉଛି ।

ଆଜି ପୂର୍ବ ରେକର୍ଡ ଭାଙ୍ଗି ଭାରତ ‘୨ଲକ୍ଷ କେସ୍’ର ମାର୍ଗ ଅତିକ୍ରମ କରିଛି । ଏହା ହେଉଛି ଆଜି ଦିନର ସର୍ବୋଚ୍ଚ ସ୍ପାଇକ୍ ।

ଦେଶରେ ‘କରୋନା ଭାଇରସ୍’ର ଦ୍ରୁତ ବୃଦ୍ଧି ହେତୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଭଳି ସ୍ଥାନୀୟ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏଥି ସହିତ ବିଭିନ୍ନ ବ୍ୟବସାୟ ଉପରେ ମଧ୍ୟ ଦ୍ୱିତୀୟ ତରଙ୍ଗର ପ୍ରଭାବ ପଡିସାରିଛି ।

କାହିଁକି ବୃଦ୍ଧି ପାଉଛି ବ୍ୟାଙ୍କଗୁଡିକର ଚିନ୍ତା ?

ଯଦି କରୋନା ମାମଲା ଏହିପରି ଭାବେ ବଢ଼ିଚାଲେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡିକ ମେ’ ମାସ ପର୍ଯ୍ୟନ୍ତ ବଳବତ୍ତର ରହେ, ତେବେ ଅନେକ ବ୍ୟବସାୟୀ ସଟର୍ ବନ୍ଦ କରିବାକୁ ବାଧ୍ୟ ହେବେ । ଗତ ବର୍ଷ ମଧ୍ୟ ଲକଡାଉନ୍ ଯୋଗୁଁ ସେମାନେ ଏହି ପରିସ୍ଥିତିର ସମ୍ମୁଖୀନ ହୋଇସାରିଛନ୍ତି ।

ଯଦି ଏହି ବ୍ୟବସାୟଗୁଡିକ ବନ୍ଦ ହୋଇଯାଏ ତେବେ ଦେଶରେ ବେକାରୀ ସମସ୍ୟା ଆହୁରି ବୃଦ୍ଧି ପାଇବ । ଏହାର ପ୍ରଭାବ ବ୍ୟାଙ୍କଗୁଡିକ ଉପରେ ପଡ଼ିବ କାରଣ ଅନେକ ଲୋକ ବ୍ୟବସାୟ ଋଣ ପରିଶୋଧ କରିବାରେ ଅସମର୍ଥ ହେବେ ଏବଂ ବ୍ୟାଙ୍କଗୁଡିକରେ ଡିଫଲ୍ଟ କେସ୍ ଆହୁରି ବୃଦ୍ଧି ପାଇବ ।

ଗତ ବର୍ଷ ଋଣ ଜମା ଉପରେ ରୋକ୍ ଲଗାଇ ଭାରତ ରିଜର୍ଭ ବ୍ୟାଙ୍କ କରଜଦାର୍ ଏବଂ ବ୍ୟାଙ୍କ ଉଭୟଙ୍କୁ ସାହାଯ୍ୟ କରିଥିଲା । ଏଥି ଯୋଗୁ ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟରେ ଡିଫଲ୍ଟର କୌଣସି ପ୍ରଭାବ ପଡିଲା ନାହିଁ ଏବଂ ବ୍ୟାଙ୍କର ସମ୍ପତ୍ତି ଉପରେ ମଧ୍ୟ କୌଣସି ପ୍ରଭାବ ପଡିଲା ନାହିଁ ।

ତେବେ ବର୍ତ୍ତମାନ ପରିସ୍ଥିତିରେ ଋଣ ଜମା ନକରିବାର ଘୋଷଣା ହେବାର କୌଣସି ସମ୍ଭାବନା ନାହିଁ କିନ୍ତୁ ଯଦି ମହାମାରୀ ଯୋଗୁଁ ଅବସ୍ଥା ବିଗିଡିଯାଏ ତେବେ ବ୍ୟାଙ୍କଗୁଡିକରେ ଡିଫଲ୍ଟ ସଂଖ୍ୟା ବଢିବ ।

ଯଦି ମାମଲା ଆହୁରି ଖରାପ ହୁଏ ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଧାର କରି କେନ୍ଦ୍ର ସରକାର ୭,୦୦୦ କୋଟି ଟଙ୍କାର ଚକ୍ରବର୍ତ୍ତୀ ସୁଧ ଛାଡ ବିଲ୍ ଉଠାଇବାକୁ ରାଜି ହୋଇଛନ୍ତି । ଯଦି ଏହି ଭାର ବ୍ୟାଙ୍କଗୁଡିକ ଉପରେ ପଡେ ତେବେ ଏହା ବ୍ୟାଙ୍କର ଆର୍ଥିକ ଅବସ୍ଥା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇବ ।

ମାର୍ଚ୍ଚରୁ ଅଗଷ୍ଟ ୨୦୨୦ମଧ୍ୟରେ ଋଣ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଚକ୍ରବୃଦ୍ଧି ସୁଧ ଛାଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଲକଡାଉନ୍ ଏବଂ ବ୍ୟାଙ୍କିଙ୍ଗ ସେକ୍ଟର୍

ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ କେବଳ ଅର୍ଥନୈତିକ ସ୍ଥିତିରେ କ୍ଷତି ହେବ ନାହିଁ ଏହା ସହ ଦେଶର ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହି କ୍ଷତି ସହିବାକୁ ପଡ଼ିବ ।

‘ଲାଇଭମିଣ୍ଟ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ ଦେଶରେ ନିଆଯାଇଥିବା ସମସ୍ତ ଋଣର ଏକ ଚତୁର୍ଥାଂଶ ଋଣ କେବଳ ମହାରାଷ୍ଟ୍ରରେ ବ୍ୟକ୍ତି ବା କୌଣସି ବ୍ୟବସାୟ ଦ୍ୱାରା ନିଆଯାଇଛି । ସେଥିପାଇଁ ଏହି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏପରି ପରିସ୍ଥିତିରେ ଲକଡାଉନ୍ ଯୋଗୁଁ ଡିଫଲ୍ଟ ବୃଦ୍ଧି ପାଇବ ଯାହା ବ୍ୟାଙ୍କଗୁଡିକର ବହୁତ କ୍ଷତି ଘଟାଇପାରେ ।

ବ୍ୟାଙ୍କରମାନେ ଏହି ପ୍ରତିବନ୍ଧକକୁ ନେଇ ଅଧିକ ଚିନ୍ତିତ ଥିବା ଜଣାପଡିଛି କିନ୍ତୁ ସେମାନେ ଆଶା କରୁଛନ୍ତି ଯେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି କଠୋର ପ୍ରତିବନ୍ଧକ ଘୋଷଣା କରାଯିବ ନାହିଁ । ସେମାନଙ୍କ ମତରେ ସାମଗ୍ରୀର ମାଗଣା ପରିବହନ ବ୍ୟବସାୟୀମାନଙ୍କ ପାଇଁ ସୁଵିଧାଜନକ ହେବ ।

‘କୋଭିଡ୍-୧୯’ର ଦ୍ୱିତୀୟ ତରଙ୍ଗ ଚାଲିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ସମ୍ଭବ ନୁହେଁ । ସ୍ଥାନୀୟ ପ୍ରତିବନ୍ଧକ ଯୋଗୁଁ ୨୦୨୧ର ପ୍ରଥମ ତିନି ମାସରୁ ଭାରତର ଆର୍ଥିକ ପୁନରୁଦ୍ଧାର ବନ୍ଦ ହୋଇଯାଇଇଛି ।

ଏକ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଲକଡାଉନ୍ ଯୋଗୁଁ ଆର୍ଥିକ କ୍ଷତି ସପ୍ତାହକୁ ପ୍ରାୟ ୧୦୦୦କୋଟି ଟଙ୍କା ହୋଇପାରେ । ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି ଅନୁଯାୟୀ ଏପ୍ରିଲରୁ ବେକାରୀ ହାର ବୃଦ୍ଧି ପାଇବାରେ ଲାଗିଛି ।

ଯଦି ଦୀର୍ଘ ଦିନ ଧରି ଏପରି ଅବସ୍ଥା ଜାରି ରହେ ତେବେ ଦେଶର ବ୍ୟାଙ୍କଗୁଡିକରେ ଡିଫଲ୍ଟ ବଢ଼ିବା ଯୋଗୁ ବ୍ୟାଙ୍କ ଗୁଡିକ ଅଧିକ ସହାୟତା କରିବାକୁ ସମର୍ଥ ହୋଇପାରିବେ ନାହିଁ ।

ନୂତନ ସଂକ୍ରମଣର ୮୦ପ୍ରତିଶତ ସଂକ୍ରମଣ କେବଳ ୬ଟି ରାଜ୍ୟରେ ହୋଇଛି ଯେଉଁଥିରେ ୪୫ ପ୍ରତିଶତ ଋଣଧାରୀ ରହିଛନ୍ତି ।

ବର୍ତ୍ତମାନ ବ୍ୟାଙ୍କଗୁଡିକ ନୂତନ ବ୍ୟବସାୟ ଏବଂ ଶିଳ୍ପ ବିସ୍ତାରକୁ ସମର୍ଥନ କରିବାରେ ସକ୍ଷମ ନୁହଁନ୍ତି ଏଥିଯୋଗୁଁ ଦ୍ୱିତୀୟ ତରଙ୍ଗ ପରେ ଦେଶର ଅର୍ଥନୈତିକ ପୁନରୁଦ୍ଧାର ଏବଂ ବିକାଶ ବହୁତ କଷ୍ଟସାଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *