“ଆଶିକ” ଚଳଚିତ୍ର ସମସ୍ତଙ୍କୁ କରିଥିଲା ଦିୱାନା ! କାହିଁକି ୧୪ ବର୍ଷପରେ ଭାଙ୍ଗିଗଲା ସେହି ଅଭିନେତାଙ୍କ ସୁନ୍ଦର ଘର ସଂସାର…

“ଆଶିକ” ଚଳଚିତ୍ର ସମସ୍ତଙ୍କୁ କରିଥିଲା ଦିୱାନା ! କାହିଁକି ୧୪ ବର୍ଷପରେ ଭାଙ୍ଗିଗଲା ସେହି ଅଭିନେତାଙ୍କ ସୁନ୍ଦର ଘର ସଂସାର…

୧୯୯୦ରେ ପ୍ରସ୍ତୁତ ସୁପରହିଟ୍ ରୋମାଣ୍ଟିକ ଚଳଚ୍ଚିତ୍ର ‘ଆଶିକି’ ଲୋକମାନଙ୍କୁ ପ୍ରେମର ନୂତନ ଅର୍ଥ ବୁଝାଇଛନ୍ତି । ବାସ୍ତବରେ ଏହି ଚଳଚ୍ଚିତ୍ର ଲୋକଙ୍କ ହୃଦୟ ଓ ମସ୍ତିଷ୍କରେ ବସି ଯାଇଥିଲା । ସେପଟେ ଏହି ଚଳଚ୍ଚିତ୍ରରେ ରାହୁଲ୍ ରୋଏ ଓ ଅନୁ ଅଗ୍ରୱାଲ୍ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଲୋକଙ୍କୁ ଏମାନଙ୍କ ଯୋଡ଼ି ବହୁତ ଭଲ ଲାଗେ । ଏବଂ ସେ ସମସ୍ତଙ୍କ ହୃଦୟରେ ଏପରି ଭାବରେ ବସି ଯାଇଥିଲେ ଯେ ଆଜି ମଧ୍ୟ ଲୋକଙ୍କୁ ଖୁବ୍ ପସନ୍ଦ ଆସନ୍ତି । ବାସ୍ତବରେ ‘ଆଶିକି’ ଫେମ୍ ଅଭିନେତା ରାହୁଲ୍ ରୋଏ ବର୍ତ୍ତମାନ ୫୩ ବର୍ଷର ହୋଇଗଲେଣି । ରାହୁଲ୍ ରୋଏ ନିଜର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ସୁଯୋଗରେ ଆମେ ତାଙ୍କ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଆପଣଙ୍କୁ କହିବୁ ।

ବାସ୍ତବରେ ପରଦାରେ ନିଜ ରୋମାନ୍ସରୁ ଦର୍ଶକଙ୍କ ଉପରେ ଯାଦୁ ଚଳାଉଥିବା ରାହୁଲ୍ ରୋଏ ଚଳଚ୍ଚିତ୍ର ଆଶିକିରୁ ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ଅଧିକାର କରିଛନ୍ତି କିନ୍ତୁ ତାଙ୍କ ବାସ୍ତବ ଜୀବନ ବିଷୟରେ ଆଲୋଚନା କରିବା ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖ ସୁଖରେ ଭରପୂର ଥିଲା । କିଛି ଖବର ଅନୁଯାୟୀ ରାହୁଲ ରୋଏଙ୍କ ଅଫେୟାର୍ ଅନେକଗୁଡ଼ିଏ ଅଭିନେତ୍ରୀଙ୍କ ସହ ଥିଲା । ସେହି ଅଭିନେତ୍ରୀଙ୍କ ମଧ୍ୟରେ ପୂଜା ଭଟ୍ଟ ଓ ମନୀଷା କୋଇରାଲା ଭଳି ଅଭିନେତ୍ରୀଙ୍କ ନାମ ମଧ୍ୟ ସାମିଲ୍ ରହିଛି ।

ଯଦିଓ ଜଣାଇଦେଉଛୁ ଯେ ରାହୁଲ୍ ରୋଏ ରାଜଲକ୍ଷ୍ମୀ ଖାନବିଲକରଙ୍କୁ ବିବାହ କରିଥିଲେ । ବାସ୍ତବରେ ଏହା ରାଜଲକ୍ଷ୍ମୀଙ୍କ ଦ୍ୱିତୀୟ ବିବାହ ଥିଲା । ଏହା ପୂର୍ବରୁ ଅଭିନେତ୍ରୀ ପ୍ରସିଦ୍ଧ ଅଭିନେତା ସମୀର ସୋନିଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଛାଡପତ୍ର ହୋଇଯାଇଥିଲା । ଜଣାଇଦେଉଛୁ ଯେ ରାଜଲକ୍ଷ୍ମୀ ଓ ରାହୁଲ୍ ରୋଏଙ୍କ ଦେଖା ୧୯୯୮ରେ ହୋଇଥିଲା । ଏବଂ ଦୁହେଁ ଦୁଇ ବର୍ଷପରେ ୨୦୦୦ ମସିହାରେ ନିଜ ଭଲପାଇବାରୁ ବିବାହ ବନ୍ଧନରେ ବାନ୍ଧି ହେଲେ । ସେପଟେ ଅଭିନେତା ଏକ ଇଣ୍ଟରଭିୟୁରେ ନିଜ ପତ୍ନୀଙ୍କ ବିଷୟରେ ଆଲୋଚନା କରି କହିଥିଲେ ଯେ,”ମୋ ହୃଦୟରେ ତାଙ୍କ ପାଇଁ ବହୁତ ସମ୍ମାନ ରହିଛି ସେ ମୋତେ ସେହି ସମୟରେ ମିଳିଲେ ନାହିଁ ଯେତେବେଳେ ମୋ କ୍ୟାରିୟର୍ ଉଚ୍ଚରେ ଥିଲା ବରଂ ସେତେବେଳେ ମିଳିଲେ ଯେତେବେଳେ ମୋ କ୍ୟାରିୟର୍ ଶେଷ ହେବାକୁ ବସିଥିଲା ।”

ଆପଣଙ୍କୁ ସୁଚାଇଦେଉଛୁ ଯେ ରାହୁଲ୍ ଆଗକୁ କହିଥିଲେ ତାଙ୍କର ଓ ରାଜଲକ୍ଷ୍ମୀଙ୍କ ସମ୍ପର୍କ ବହୁତ ଭଲ ଚାଲୁଥିଲା, ସେ ରାହୁଲଙ୍କ ଠାରୁ ୧୧ ବର୍ଷ ଛୋଟ ଥିଲେ କିନ୍ତୁ ଏହା ସତ୍ତ୍ୱେ ରାଜଲକ୍ଷ୍ମୀ ତାଙ୍କୁ ସମ୍ଭାଳି ରଖିଥିଲେ । ସେ ସେତେବେଳେ ଅଷ୍ଟ୍ରେଲିଆରେ ନିଜ ସ୍ପା ଓ ସେଲୁନ୍ ଚଳାଉଥିଲେ । ଏହି କାରଣରୁ ତାଙ୍କର ଖୁବ୍ କମ୍ ଦେଖା ସାକ୍ଷାତ ହେଉଥିଲା । ବାସ୍ତବରେ ବର୍ଷରେ ଚାରି ଥର ରାହୁଲ୍ ତାଙ୍କୁ ଭେଟିବା ପାଇଁ ସେଠାକୁ ଯାଉଥିଲେ ଏବଂ ଭାରତକୁ ଆସିବା ପରେ ରାଜଲକ୍ଷ୍ମୀ ମଧ୍ୟ ମାସଯାକ ରାହୁଲଙ୍କ ସହ ରହୁଥିଲେ ।

ଯଦିଓ ରାହୁଲ୍ ରୋଏ ଓ ରାଜଲକ୍ଷ୍ମୀଙ୍କ ଏହି ସମ୍ପର୍କ କେବଳ ୧୪ ବର୍ଷ ଚାଲି ପାରିଥିଲା । ଏହାପରେ ଏ ଦୁହେଁ ଆପୋଷ ବୁଝାମଣା ସହ ଅଲଗା ହୋଇଗଲେ । ରାହୁଲ୍ ରୋଏ ଏହାର କାରଣ କହିଛନ୍ତି ଯେ ଜୀବନ ଉଭୟଙ୍କଠାରୁ ଭିନ୍ନ ଥିଲା । ରାହୁଲ୍ କୁହନ୍ତି ଯେ, “ଆମେ ଦୁହେଁ ଆପୋଷ ବୁଝାମଣାରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ରାଜଲକ୍ଷ୍ମୀ ସର୍ବଦା ମୋ ହୃଦୟ ନିକଟରେ ରହିବେ । ସେ ମଧ୍ୟ ମୋ ବିଷୟରେ ଏପରି ଚିନ୍ତାଧାରା ପୋଷଣ କରନ୍ତି । ତାଙ୍କ ପରିବାର ଆଜି ମଧ୍ୟ ମୋର ପରିବାର ଅଟେ । ମୁଁ ସର୍ବଦା ତାଙ୍କ ସହିତ ଅଛି । ସେ ମଧ୍ୟ ସବୁବେଳେ ମୋ ସହ ଅଛନ୍ତି ।

Leave a Reply

Your email address will not be published. Required fields are marked *