ଭାରତକୁ WHOର ଚେତାବନୀ : ଭାରତ ସରକାର ତରବାଇଆ ହୋଇ କଟକଣା କୋହଳ କରିଲେ କ୍ଷତି ସମ୍ମୁଖୀନ ହେବ !

ଭାରତକୁ WHOର ଚେତାବନୀ : ଭାରତ ସରକାର ତରବାଇଆ ହୋଇ କଟକଣା କୋହଳ କରିଲେ କ୍ଷତି ସମ୍ମୁଖୀନ ହେବ !

କରୋନା ମହାମାରୀର ଦ୍ଵିତୀୟ ଲହର ପ୍ରଭାବ ଭାରତରେ ବର୍ତ୍ତମାନ କିଛିଟା ମାତ୍ରାରେ କମିବାରେ ଆକଳନ କରାଯାଉଛି । ତେଣୁ ଭାରତ ସରକାର ସମେତ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ଲକ୍ଡ଼ାଉନକୁ କୋହଳ କରିବା ପାଇଁ ଚିନ୍ତା ପ୍ରକୋଟ କରିଛନ୍ତି । ଏହିପରି ଘଡି ସନ୍ଧି ମୁହୂର୍ତ୍ତରେ ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ କରୋନା କଟକଣାକୁ ଶୀଘ୍ର ନ ହଟାଇବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଡେଲ୍‌ଟା ଭାରିଏଣ୍ଟ ସହିତ ଅନ୍ୟ ଚିନ୍ତାଜନକ ଭାରିଏଣ୍ଟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତରବରିଆ ଭାବେ ପ୍ରତିବନ୍ଧକ ହଟାଇବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ । ସେ କହିଛନ୍ତି, ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଲୋକ ଭ୍ୟାକ୍ସିନ ନେଇ ନାହାଁନ୍ତି, ତେଣୁ କରୋନା କଟକଣା କୋହଳ ଦେଶ ପାଇଁ ବିପଦଜନକ ହୋଇପାରେ ।

ଭାରତ କରୋନାର ଦ୍ଵିତୀୟ ଲହର ସହ ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ସଂଘର୍ଷ କରିଛି, ବାର୍ତ୍ତମାନ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି, ଏହାକୁ ଦୃଷ୍ଟିରେ ରଖି ଭାରତ ଅନେକ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଯାହା ଭବିଷ୍ୟତରେ ଆହୁରି ବିପଦଜନକ ସାବ୍ୟସ୍ତ ହୋଇପାରେ ।

ପ୍ରାୟତଃ ରାଜ୍ୟରେ କଟକଣା ହଟାଯାଇ ଥିବା ବେଳେ କେତେକ ରାଜ୍ୟରେ କରୋନା କଟକଣା ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ (WHO) ସୂଚନା ଦେଇଥିଲା ଯେ, ବର୍ତ୍ତମାନ ମଧ୍ୟ କରୋନା ଡେଲ୍‌ଟା ଷ୍ଟ୍ରେନ୍ ଚିନ୍ତାର କାରଣ ପାଲଟିଛି । ସୂଚନାଯୋଗ୍ୟ, କୋଭିଡ୍‌ର ଏହି ଷ୍ଟ୍ରେନ ସର୍ବ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ।

WHOର ଅଧ୍ୟକ୍ଷ କହିଛନ୍ତି, ଏବେ ମଧ୍ୟ ଅନେକ ଦେଶ ବହୁତ ବିପଦଜ୍ଜନକ ସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଦୁନିଆର ପ୍ରମୁଖ ଦେଶ ଗୁଡିକୁ ବର୍ତ୍ତମାନ ଟିକାକରଣ ଉପରେ ଜୋର ଦେବା ଉଚିତ୍ । ସତର୍କତାର ସହ କାମ କରିବା ଉଚିତ୍ । ତରବରିଆ ଭାବେ କଟକଣା ହଟାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି WHO ମୁଖ୍ୟ କହିଛନ୍ତି । ଗତ ମାସରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାର ଡେଲ୍‌ଟା ଭାରିଏଣ୍ଟର ପୂରା ଷ୍ଟ୍ରେନକୁ ଭାରିଏଣ୍ଟ ଅଫ କନସର୍ନ ଅର୍ଥାତ ଚିନ୍ତାଜନକ ଦର୍ଶାଇଥିଲା । ଏହାକୁ ନେଇ ଭାରତ ଆପତ୍ତି ପ୍ରକାଶ କରିଥିଲା ।

Leave a Reply

Your email address will not be published. Required fields are marked *